ଭୁବନେଶ୍ୱର: କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ। ଲୋକୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ ଦାଖଲ କରାଯାଇଛି। ଆଠଟି ଦାବି ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ପଞ୍ଚାନନ କାନୁନଗୋ, ଦଳର ମୁଖପାତ୍ର ସୁଦର୍ଶନ ଦାସ ପ୍ରମୁଖ ଲୋକାୟୁକ୍ତଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମହାମାରୀ କରୋନା ସମୟରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ଫର୍ଦ୍ଦାଫାସ ପାଇଁ ଦାବି କରିଛି କଂଗ୍ରେସ। ଅନ୍ୟ ରାଜ୍ୟମାନେ ବହୁତ କମ୍ ରେଟ୍ରେ ପିପିଇ, […]
ଭୁବନେଶ୍ୱର: କରୋନା କେଳେଙ୍କାରୀ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ। ମହାମାରୀ କରୋନା ସମୟରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଜିଲ୍ଲାସ୍ତରରେ ମଧ୍ୟ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଥିବା ନିରଂଜନ ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ ବ୍ଲକ ଓ ପଞ୍ଚାୟତସ୍ତରକୁ ମଧ୍ୟ ଦଳ ଯିବ ବୋଲି ସେ କହିଛନ୍ତି। ପିପିଇ, ଟ୍ରିପଲ ଲେୟାର ମାସ୍କ କିଣାରେ ଦୁର୍ନୀତି ହେବା ଅଭିଯୋଗ କରିଛି […]
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭର୍ଚୁଆଲ ରାଲିକୁ ସମାଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। କରୋନା ମହାମାରୀ ବେଳେ ଶାହ ଓଡ଼ିଶା ଲୋକଙ୍କ ସମସ୍ୟା ଉପରେ ଫୋକସ ନ କରି ରାଜନୈତିକ ଅଭିସନ୍ଧିମୂଳକ ମତ ରଖିଛନ୍ତି ବୋଲି ପ୍ରଦୀପ କହିଛନ୍ତି। ରାଜ୍ୟରେ ମାସ୍କ, ପିପିଇ କିଟ୍ ଦୁର୍ନୀତି ସଂପର୍କରେ ଶାହ ମୁହଁ ଖୋଲିନାହାନ୍ତି। କେବଳ ନିଜ ସରକାରଙ୍କ ପ୍ରଚାର ପ୍ରସାର କରିଛନ୍ତି। କରୋନା ଆକ୍ରାନ୍ତ ଲୋକଙ୍କ ପାଇଁ ଶାହଙ୍କର ଦରଦ ନାହିଁ ବୋଲି […]
ଗାନ୍ଧିନଗର: ଗୁଜରାଟ କଂଗ୍ରେସକୁ ପୁଣି ଝଟ୍କା। କଂଗ୍ରେସର ଦୁଇ ଜଣ ବିଧାୟକ ଜିତୁ ଚୌଧୁରୀ ଓ ଅକ୍ଷୟ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ଅକ୍ଷୟ କର୍ଜନ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କପ୍ରଦା ଶିଟ୍ରୁ ଜିତୁ ଚୌଧୁରୀ ପ୍ରତିନିଧିତ୍ୱ କରୁଥିଲେ। ଜୁନ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଯୋଗୁଁ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ୍କୁ କଂଗ୍ରେସର ଟାର୍ଗେଟ। ଏନେଇ ଆଜି ଏକ ପ୍ରେସ୍ମିଟ୍ରେ ରାଜ୍ୟ ସରକାରଙ୍କ ପ୍ୟାକେଜ୍କୁ ଅବାସ୍ତବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଉନାହାନ୍ତି। ତେବେ ଏହି ଟଙ୍କା କେମିତି ଖର୍ଚ୍ଚ ହେବ ବିଧାନସଭା ଡାକି ଆଲୋଚନା କଲେ ଭଲ ହୁଅନ୍ତା ବୋଲି ନିରଞ୍ଜନ କହିଛନ୍ତି। ପୂର୍ବରୁ କ୍ୟାବିନେଟ୍ ବୈଠକରେ କୃଷି ପାଇଁ ଟଙ୍କା ଘୋଷଣା ହୋଇଛି। ପୂର୍ବରୁ ଏ ନେଇ […]
ବେଙ୍ଗାଲୁରୁ: ଜୁନ୍ ୧ ତାରିଖରୁ ସବୁ ମନ୍ଦିର ଖୋଲିବା ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଯଦି ସରକାର ଦେବାଳୟ ଖୋଲିବା କଥା ନିଷ୍ପତ୍ତି ନେଇଛନ୍ତି ତେବେ ମସ୍ଜିଦ୍ ଓ ଚର୍ଚ୍ଚ ଆଦି ସବୁ ଧର୍ମର ଦେବାଳୟ ଖୋଲନ୍ତୁ ନହେଲେ କିଛି ଖୋଲନ୍ତୁ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଏନ୍ଏ ହରିସ। ବେଙ୍ଗାଲୁରୁର ଶାନ୍ତିନଗରରୁ ବିଧାୟ ହୋଇଥିବା ହରିସ୍ ୟେଦୁରପ୍ପାଙ୍କ ବିରୋଧରେ ସାମ୍ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ ଆଣି ଧର୍ମକୁ ନେଇ ସେମାନେ […]
ନୂଆଦିଲ୍ଲୀ: କଂଗ୍ରେସର ପ୍ରବକ୍ତା ତଥା ବରିଷ୍ଠ ନେତା ସଞ୍ଜୟ ଝା କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ତାଙ୍କ ଠାରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ପୂର୍ବରୁ ନଥିଲା। ସେ ବର୍ତ୍ତମାନ ୧୦ରୁ ୧୨ ଦିନ ପାଇଁ ହୋମ୍ କ୍ୱାରାଣ୍ଟିନ୍ରେ ଅଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଞ୍ଜୟ। ତେଣୁ କରୋନାକୁ ହାଲ୍କାରେ ନ ନେଇ ସତର୍କ ରହିବାକୁ ସମସ୍ତଙ୍କୁ ନିବେଦନର କରିଛନ୍ତି ସଞ୍ଜୟ। […]
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ସଂକଟରେ ଯୁଝୁଛି। ଦିନକୁ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ଦେଶବାସୀଙ୍କୁ ନିଦ ହଜାଇଲାଣି। କରୋନାକୁ ନେଇ ପକ୍ଷ ବିପକ୍ଷ ମଧ୍ୟରେ ସବୁବେଳେ କଥା କଟାକଟି ଚାଲିଥିବା ବେଳେ କଂଗ୍ରେସ ଦଳକୁ ନେଇ ଏବେ ଆଉ ଏକ ଚର୍ଚ୍ଚା ଜୋର୍ ଧରିଛି। ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ଯେ କଂଗ୍ରେସର ଜଣେ ବରିଷ୍ଠ ନେତା ବିଜେପିରେ ଯୋଗ ଦେଇପାରନ୍ତି। ଏହି ବରିଷ୍ଠ ନେତା ହେଲେ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ […]
ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଦୋହଲି ଯାଇଛି ଦଳ। ଅନେକ ନେତା ଏଥିପାଇଁ ଦୁଃଖ ପ୍ରକାଶ କରିବା ସହିତ ସିନ୍ଧିଆ ଏପରି ଛାଡ଼ି ଚାଲିଯିବା କଂଗ୍ରେସ୍ ପାଇଁ ରାଜନୈତିକ ବିପଦ ବୋଲି କହିଛନ୍ତି ଦଳର ବହୁ ବରିଷ୍ଠ ନେତା। ତେବେ ଦଳକୁ କେଉଁଠି ନା କେଉଁଠି ଆତ୍ମସମୀକ୍ଷା କରିବା ଆବଶ୍ୟକ ଅଛିବୋଲି ମତ ଦେଇଛନ୍ତି ଅନେକ ଅନେକ କଂଗ୍ରେସ ନେତା। ଏପରିକି ମଧ୍ୟପ୍ରେଦଶ କଂଗ୍ରେସ ପକ୍ଷରୁ ଇମୋଶନାଲ ଟ୍ୱିଟ କରାଯାଇ ଦଳକୁ ଘରକୁ ଫେରି […]
ପୁରୀ: ଓଟିଭି ଖବରର ପ୍ରଭାବ। ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର କଂଗ୍ରେସ କର୍ମୀ ଶଙ୍କର ଆଚାର୍ଯ୍ୟ ଓରଫ୍ ଶୁକଦେବଙ୍କୁ ମିଳିଲା ନୂଆ ଠିକଣା। ଜଗତସିଂହପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ଶଙ୍କରଙ୍କୁ ପୁରୀରୁ ଅଣାଯାଇ ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ତର୍ତ୍ତଙ୍ଗ ଠାରେ ଥିବା ତ୍ରିନାଥ ଜରା ଆଶ୍ରମରେ ଥଇଥାନ କରାଯାଇଛି। ଉଦ୍ଧାର ବେଳେ ଶଙ୍କର ନିଜକୁ ଜଣେ ପୁରୁଖା କଂଗ୍ରେସ କର୍ମୀ ପରିଚୟ ଦେଇଥିଲେ। ଶଙ୍କରଙ୍କ ଆଖି ଖରାପ ହୋଇଯିବାରୁ ଅସହାୟ […]
ଭୋପାଲ: ମଧ୍ୟପ୍ରଦେଶରେ ରାଜନୀତିକ ସଙ୍କଟ ଏବେ ନାଟକୀୟ ରୂପ ନେବାକୁ ଆରମ୍ଭ କରିଛି। ଶାସକ କଂଗ୍ରେସର ୧୭ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ବେଙ୍ଗାଲୁରୁ ଚାଲଯିବା ପରେ ଏବେ ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ସେହିଭଳି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଭେଟିଛନ୍ତି। କର୍ଣ୍ଣାଟକା […]
ରାଜ୍ୟ ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କ୍ୟାପିଟାଲ୍ ଓ ପଶ୍ଚିମ କିମ୍ବା ଦକ୍ଷିଣ ଓଡ଼ିଶାରେ ସ୍ୱୟଂଶାସିତ ପରିଷଦ ସ୍ଥାପନ କରାଯାଉ। ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟତା କରୁଥିବା ଅଭିଯୋଗ କରି ପଶ୍ଚିମ ଓଡ଼ିଶାରେ ରାଜ୍ୟର ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ବଲାଙ୍ଗିରରେ ଆୟୋଜିତ ଏକ ବୈଠକରେ ଭକ୍ତ ଦାବି କରିଛନ୍ତି ଯେ ପଶ୍ଚିମ […]
ଆଉ ଏହାରି ମଧ୍ୟରେ ସମାନ ଅବସ୍ଥା ରାଜସ୍ଥାନରେ ଦେଖାଯାଇଛି। ତେଣୁ ଏହାରି ମଧ୍ୟ ସମାଧାନ କରିବା ଲାଗି ଅଂଟା ଭିଡିଛନ୍ତି ଦଳୀୟ ନେତା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟଙ୍କ ମଧ୍ୟରେ ଥିବା ଫାଟ ବଢିବାରେ ଲାଗିଛି।
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦକୁ ଆଉ ଫେରିବେ ନାହିଁ ରାହୁଲ ଗାନ୍ଧି। ସେ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ପୁଣି ଅଧ୍ୟକ୍ଷ ପଦକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଖୋଦ୍ ରାହୁଲ ଦଳର ବରିଷ୍ଠ ନେତାମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି। ତେବେ ରାହୁଲ୍ଙ୍କ ଏହି ନିଷ୍ପତ୍ତି ପରେ ଅଧ୍ୟକ୍ଷ ପଦକୁ ଫେରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନ ପ୍ରଦର୍ଶନ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ […]
ସୁନ୍ଦରଗଡ଼: କଂଗ୍ରେସ ବୈଠକ ବେଳେ ମହୁମାଛି ଆକ୍ରମଣ। ଏଭଳି କିଛି ଘଟଣା ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ବିରମିତ୍ରପୁର ଅଞ୍ଚଳରେ। ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ କଂଗ୍ରେସ ନେତାମାନଙ୍କୁ ହଠାତ୍ ବୈଠକକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ସଭା ସ୍ଥଳରେ ଠେଲାପେଲା ପରିସ୍ଥିତି ବି ଉପୁଜିଥିଲା। ମହୁମାଛିମାନେ ଏତେ ଉତ୍ପାତ ଘଟାଇଥିଲେ ଯେ କଂଗ୍ରେସ ନେତା ଓ କର୍ମୀମାନେ ଘଟଣାସ୍ଥଳରୁ […]
ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଯୁବ କଂଗ୍ରେସ।ରାଜ୍ୟରେ ସରକାରଙ୍କ ତରଫରୁ କଡାକଡି ଯାଞ୍ଚ ଚାଲିଥିବାବେଳେ ଏହାକୁ ବିରୋଧ କରିଛି ଯୁବ କଂଗ୍ରେସ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ କହିଛି ଯେ ଏହି ପ୍ରସଙ୍ଗକୁ ନେଇ ଆସନ୍ତାକାଲି(ଗୁରୁବାର) ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବେ। ଏହାପରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ। ତେବେ କଡାକଡି ଯାଞ୍ଚ ପଛରେ ସରକାରଙ୍କ ଉଦ୍ଦେଶ୍ୟ ସୁରକ୍ଷା ଓ ସଚେତନତା ନା ରାଜସ୍ୱ ବୃଦ୍ଧି ବୋଲି ପ୍ରଶ୍ନ […]
ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ବିଜେପିର ଟାର୍ଗେଟ୍। CAA ପ୍ରସଙ୍ଗରେ ରାଜଧର୍ମ ପାଳନ ନେଇ ସୋନିଆ ଗାନ୍ଧିଙ୍କ ପ୍ରଶ୍ନ ପ୍ରସଙ୍ଗରେ ଜବାବ ମାଗିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। ସିଏଏ ନେଇ ପୂର୍ବରୁ କଂଗ୍ରେସ ନେତାମାନେ ଦାବି କରି ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସିଏଏ ପାଇଁ ଦାବି କରିଥିଲେ। ଏବେ କଣ ପାଇଁ କଂଗ୍ରେସ ନୀତି ପରିବର୍ତ୍ତନ କଲା। ଏହା ରାଜଧର୍ମ କି ବୋଲି ପଚାରିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। […]
ନୂଆଦିଲ୍ଳୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳିକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ସରକାରଙ୍କ ପକ୍ଷରୁ ତରବରିଆ ଭାବେ ତାଙ୍କୁ ବଦଳି କରାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଅଭିଯୋଗ କରିଛନ୍ତି। ସେପଟେ ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ। ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟର ସର୍ବୋଚ୍ଚ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଫେବୃଆରୀ ୧୨ ତାରିଖରେ ସୁପାରିଶ କରିଥିଲେ। ଏଥିପାଇଁ ସଂପୃକ୍ତ […]
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦରବାରରେ ପହଞ୍ଚିଲା ଦିଲ୍ଲୀ ହିଂସା ପ୍ରସଙ୍ଗ। କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳ ପଦଯାତ୍ରା କରି ରାଷ୍ଟ୍ରପତି ଭବନକୁ ଯାଇଥିଲା ଦିଲ୍ଲୀର ଭୟଙ୍କର ହିଂସା ପାଇଁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ନିଷ୍କ୍ରିୟତା ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି […]
ଭୁବନେଶ୍ୱର: ଖାଲି ହେବାକୁ ଯାଉଥିବା ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ କଣ ହେବ ଗଣିତ? ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଅନାୟସରେ ହାସଲ କରୁଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣାଓଟରା ହେବାର ସମ୍ଭାବନା ରହିଛି। ଏଣେ ପୂର୍ବ ନିର୍ବାଚନରେ ଅଶ୍ୱିନ ବୈଷ୍ଣବଙ୍କ ଭଳି ଏଥର ବି ବିଜେପିକୁ ଗୋଟିଏ ଆସନ ବିଜେଡି ଛାଡ଼ି ଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ କିନ୍ତୁ ଅଭିଯୋଗ କରିଛି, ବିଜପି ଏଠାରୁ ୨ଟି ସିଟ୍ ଉପରେ […]
ନୂଆଦିଲ୍ଲୀ: କଂଗ୍ରେସର ‘ଭାସମାନ’ ସ୍ଥିତି ନେଇ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବାରେ ଲାଗିଥିବାରୁ ଯଥାଶୀଘ୍ର ନେତୃତ୍ୱ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ଶଶି ଥରୁର କହିଛନ୍ତି। ସେ କହିଛନ୍ତି, ଦଳ ପୁଣିଥରେ ଉଠିବାକୁ ହେଲେ ଦୀର୍ଘ ସମୟ ଲକ୍ଷ୍ୟ ରଖି ନେତୃତ୍ୱ ବଛାଯିବା ଦରକାର। ଏକ ସାକ୍ଷାତକାରରେ ଥରୁର କହିଛନ୍ତି, ପୁଣି ଥରେ କଂଗ୍ରେସ ମୁଖ୍ୟ ଦାୟିତ୍ୱ ନେବାପାଇଁ ରାହୁଲ ଗାନ୍ଧିଙ୍କ ନିକଟରେ ବିକଳ୍ପ ଥିଲା। କିନ୍ତୁ ସେ ଯଦି ନିଜର […]