ନିରୀହ ଜୀବଙ୍କ ଉପରେ ନିଷ୍ଠୁର ମଣିଷର ବର୍ବରତା । ଗର୍ବ ଅହଙ୍କାରରେ ଅନ୍ଧ ହୋଇ ମାନବିକତା ଭୁଲିଯାଉଛି ମଣିଷ । ଦିନକୁ ଦିନ ପଶୁ ପ୍ରତି ମଣିଷର କ୍ରୁର ବ୍ୟବହାର ବଢ଼ିବାରେ ଲାଗିଛି । ବର୍ବର ଆଉ ନୃଶଂସତାର ସୀମା ପାର କରୁଛି ମଣିଷ। ପୁଣି ଥରେ ମଣିଷ କରିଛି ଅମଣିଷ କାମ । ତାମିଲନାଡୁରେ ଜନବସତି ଆଡ଼କୁ ଭୁଲରେ ପଳାଇ ଆସିଥିବା ହାତୀକୁ ଘଉଡାଇବା ପାଇଁ ଜଳନ୍ତା ଟାୟାରକୁ ଫିଙ୍ଗିଦେଇଥିଛି ମଣିଷ । ଫଳରେ ନିଷ୍ପାପ […]
କୁକୁର ଓ ମଣିଷର ଅନାବିଳ ବନ୍ଧୁତା। ମଣିଷର ସବୁଠାରୁ ବିଶ୍ୱସ୍ତ ବୋଲାଉଥିବା କକୁରର ନିସ୍ୱାର୍ଥପର ଭଲପାଇବା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ତୁର୍କୀରେ ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ମାଲିକଙ୍କୁ ଟିକିଏ ଦେଖିବା ପାଇଁ ହସ୍ପିଟାଲ ବାହାରେ ୭ ଦିନ ଧରି ଜଗି ରହିଛି ପୋଷା କୁକୁର। ହଠାତ ଦିନେ ବିଳମ୍ବିତ ରାତିରେ ମାଲିକର ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଆଉ ସେହି ଦିନଠାରୁ ମାଲିକ […]
ଭୁବନେଶ୍ୱର: ଆଉ ଶସ୍ତାରେ ଖାଇବେନି ସାଂସଦ। ଏଣିକି ସଂସଦ କ୍ୟାଣ୍ଟିନ୍ରେ ଖାଇଲେ ସାଂସଦଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ବର୍ଷ ବର୍ଷ ଧରି ସରକାର ଦେଉଥିବା ସବ୍ସିଡି ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଅର୍ଥାତ୍ ୨୯ରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସାଂସଦମାନେ ଏହି ସେସନ୍ରେ ବିନା ସବ୍ସିଡିରେ, ପୂର୍ବରୁ ଯେତିକି ଦେଉଥିଲେ ତାର ଦେଢ ଗୁଣା ଟଙ୍କା ଦେଇ ଖାଦ୍ୟ ଖାଇବେ। ବିଭିନ୍ନ ମହଲରୁ ଦାବି […]
ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି । କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ସ୍ରୋତ । ଦେଶର ସ୍ୱାଧୀନତା ପାଇଁ ସୁଭାଷ ଚନ୍ଦ୍ର ବୋଷଙ୍କର ଯଥେଷ୍ଟ ଅବଦାନ ରହିଥିଲା । ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ହେବା ସହ ଥିଲେ ଜଣେ ସାହସୀ ଯୋଦ୍ଧା । ତାଙ୍କର ପ୍ରେରଣାଦାୟୀ ଚିନ୍ତାଧାରା ଯୁବଗୋଷ୍ଠୀଙ୍କୁ ସବୁବେଳେ ଉତ୍ସାହିତ କରୁଥିଲା । ମାତୃଭୂମିର ମୁକ୍ତି ପାଇଁ ଦେଶ-ବିଦେଶରେ ଆତ୍ମଗୋପନ […]
ବଲିଉଡ଼୍ ପାଇଁ ଜାନୁଆରୀ ୨୧ ତଥା ଆଜିର ଦିନ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଆଜିର ଦିନରେ ସୁଶାନ୍ତ ସିଂ ରାଜପୁତଙ୍କର ଜନ୍ମ ହୋଇଥିଲା । ସୁଶାନ୍ତ ଆମ ଗହଣରେ ଏବେ ନଥିଲେ ସୁଦ୍ଧା ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିବେ । ଘଟଣାକୁ ଅନେକ ଦିନ ବିତି ଯାଇଛି ସିନା ଦର୍ଶକ ଏବେ ବି ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କର ସିନେମା ଓ ସିରିଏଲ ସମ୍ପର୍କରେ ସମସ୍ତେ ଆଲୋଚନା କରୁଥିବାର ଶୁଣିବାକୁ ମିଳେ, କିନ୍ତୁ […]
ବିଳାସପୁର : ଶାଶୂ ଆମ ପାଇଁ ସାକ୍ଷାତ ଦେବୀ । ଶାଶୂଙ୍କୁ ଦେବୀ ମାନି ମନ୍ଦିର ନିର୍ମାଣ କଲେ ୧୧ ଜଣ ବୋହୂ । ମା’ ପରି ସ୍ନେହ ଦେଇ ପାଳିଥିବା ଶାଶୂଙ୍କ ମୃତ୍ୟୁ ପରେ ତାଙ୍କ ବୋହୂମାନେ ଏକ ମନ୍ଦିର ନିର୍ମାଣ କରି ନିତି ଦିନ ପୂଜା କରୁଛନ୍ତି । ଛତିଶଗଡ଼ ବିଳାସପୁର ଜିଲ୍ଲାର ରତନପୁରରେ ଏପରି ନିଆରା ପରିବାରକୁ ଦେଖିବାକୁ ମିଳିଛି । ଶାଶୂଙ୍କ ପ୍ରତି ଥିବା ଭଲପାଇବା ଯୋଗୁଁ ଭଗବାନଙ୍କ ପରି ମନ୍ଦିରରେ […]
ଲକ୍ଷ୍ନୌ : ବରକୁ ଲୁଟିଲା କନ୍ୟା । ବିବାହ ପୂର୍ବରୁ ବର ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରିଲା କନ୍ୟା । ୬ ଲକ୍ଷ ଟଙ୍କାର ସପିଂ କରି ଯୁବତୀ ଜଣକ ଫେରାର ହୋଇଥିବା ଅଭିଯୋଗ ହୋଇଛି । ୟୁପିର ଲକ୍ଷ୍ନୌ ସହରରେ ଘଟିଛି ଏଫରି ଅଭାବନୀୟ ଘଟଣା । ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ମନୋଜ ଅଗ୍ରୱାଲ ନାମକ ଯୁବକଙ୍କ ଠାରୁ ଟଙ୍କା ନେଇ ଭାବିପତ୍ନୀ ଫେରାର୍ ହୋଇଯାଇଛନ୍ତି । ବିବାହ […]
ରାଜଗଡ : ତାନ୍ୟା ଏକ କାହାଣୀ, ତାନ୍ୟା ଏକ ପ୍ରେରଣା, ତାନ୍ୟା ଏକ ଆଶାର କିରଣ । ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯେଉଁମାନେ କଠିନ ପରିସ୍ଥିତିରେ ହାର ମାନିଯାଆନ୍ତି । ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ପାରିଲାନ୍ତି ଆତ୍ମବିଶ୍ୱାସ । ଗୋଡ଼ ହରାଇଲା ପରେ ବି ସକ୍ଷମଙ୍କ ପରି ସଂଘର୍ଷ କରି ସଫଳ ହୋଇଛନ୍ତି ଦିବ୍ୟାଙ୍ଗ ଯୁବତୀ । କିଛି ଭିନ୍ନ କରିବାର ପ୍ରୟାସ ନେଇ ଗୋଟିଏ ଗୋଡରେ ସାଇକେଲ ଚଲାଇ କାଶ୍ମୀରରୁ କନ୍ୟାକୁମାରୀ […]
ଭୋପାଳ : ଇଚ୍ଛା ଶକ୍ତି ଆଗରେ ବୟସ ବାଧକ ସାଜେନି । କଠିନ ପରିଶ୍ରମ ଦ୍ୱାରା ଅସମ୍ଭବ ବି ସମ୍ଭବ ହୋଇପାରେ । କିଛି ଭିନ୍ନ କରିବାର ମନୋବୃତ୍ତି ସଫଳତା ସାଉଣ୍ଟିବାରେ ସହାୟକ ହୁଏ । ଆଉ ଏପରି କିଛି କରି ଅଳ୍ପ ବୟସରେ କମାଲ କରିଛନ୍ତି ମଧ୍ୟପ୍ରଦେଶର ୧୬ ବର୍ଷୀୟ ଛାତ୍ର । ବିଭିନ୍ନ ସ୍ଥାନରେ ଗାଡ଼ି ଚୋରି ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ବିନୟ ଜୟସୁଆଲ୍ ତିଆରି କରିଛନ୍ତି ସ୍ୱତନ୍ତ୍ର ଡିଭାଇସ୍ । କାର […]
ମୃତ୍ୟୁ ପରେ ଅମର ହୋଇଗଲେ କୁନି ଝିଅ ଧନିଷ୍ଠା । ବୟସ ମାତ୍ର ୨୦ ମାସ । ଦୁନିଆକୁ ଅଲବିଦା କହିବା ପୂର୍ବରୁ ମାତ୍ର ୨୦ ମାସର ଛୋଟିଆ ଝିଅଟି ଅଙ୍ଗଦାନ ପରି ମହତକର୍ମ କରି ୫ ଜଣଙ୍କୁ ନୂଆ ଜୀବନ ଦେଇଛି । ହସକୁରି କୁନି ଝିଅଟି ତା’ ହସକୁ ଆଜି ୫ଜଣଙ୍କ ପରିବାର ସହ ବାଣ୍ଟି ଦେଇଛି । ସବୁଠୁ କମ୍ ବୟସରେ ଅଙ୍ଗଦାନ କରିଥିବା ପ୍ରଥମ ଝିଅ ହେଲା ଧନିଷ୍ଠା । ତା’ର ହାର୍ଟ, […]
ଉତ୍ତର କୋରିଆ : ଭଉଣୀକୁ ସହିପାରୁ ନାହାନ୍ତି ଅବିଶ୍ୱାସୀ କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍ । ଘର, ପରିବାର ଲୋକ, ବିଶ୍ୱସ୍ତ ଲୋକ କାହା ଉପରେ ଭରସା ନାହିଁ। ସରକାରଙ୍କ ପ୍ରତି ବିଶ୍ଵସ୍ଥ ରହିବା ଓ କୌଣସି କଥାର ବିରୋଧ ନ କରିବା ତାଙ୍କ ଶାସନର ମୂଳ ମନ୍ତ୍ର । ସର୍ତ୍ତ ନ ମାନିଲେ ମୃତ୍ୟୁ ଦଣ୍ଡ ସୁନିଶ୍ଚିତ । କ୍ଷମତା ଲୋଭରେ ସେ ସମ୍ପୂର୍ଣ୍ଣ ଅନ୍ଧ। ଏକଛତ୍ରବାସୀ ଶାସକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ […]
ରହସ୍ୟଘେରରେ ବିଶ୍ୱର ରହସ୍ୟମୟୀ ହ୍ରଦ । ହ୍ରଦର ପାଣି ଛୁଇଁଲେ ପଥର ପାଲଟି ଯାଉଛନ୍ତି ମଣିଷ, ପଶୁପକ୍ଷୀ, କୀଟପତଙ୍ଗ । ଉତ୍ତର ତାଞ୍ଜାନିଆରରେ ଥିବା ଏହି ଚର୍ଚ୍ଚିତ ହ୍ରଦର ନିକଟବର୍ତ୍ତୀ ଅଞ୍ଚଳରେ ଜନବସତିର ଚିହ୍ନବର୍ଣ୍ଣ ନାହିଁ ।ଏହି ବିପଜ୍ଜନକ ହ୍ରଦକୁ ନେଟ୍ରନ୍ ହ୍ରଦ କୁହାଯାଏ। ଏହି ହ୍ରଦ ଚାରିପାଖରେ ପଶୁ ଓ ପକ୍ଷୀମାନଙ୍କର ଅନେକ ପଥର ମୂର୍ତ୍ତି ପଡ଼ିରହିଛି । ତେଣୁ ନେଟ୍ରନ୍ ହ୍ରଦ ସହିତ ଭୌତିକ ଶକ୍ତି ଜଡ଼ିତ ବୋଲି ଚର୍ଚ୍ଚା ହୁଏ । ହ୍ରଦର […]
ଜୁନିୟର ସାଇଣ୍ଟିଷ୍ଟଙ୍କ ବଡ଼ କାରନାମା ଭାଇରସ ଭୟ ଭିତରେ ସ୍ୱପ୍ନର ଉଡ଼ାଣ ଭରିଲେ ଅଷ୍ଟମ ଶ୍ରେଣୀର ଛାତ୍ର ଅମର ପ୍ରଜାପତି ତିଆରି କରିପାରୁଛନ୍ତି ଏଇଇଡ଼ି ବଲ୍ବ ମାତ୍ର ପାଞ୍ଚ ଦିନରେ ଶିଖିଲେ ପାଞ୍ଚ ପ୍ରକାର ଏଇଇଡ଼ି ବଲ୍ବ ତିଆରିର କୌଶଳ ଗୋରଖପୁର : ଅଦୃଶ୍ୟ ଭୂତାଣୁ ଭୟରେ ହୋଇଥିବା ଲକଡାଉନ୍ ଅନେକ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଇଥିଲା। ହେଲେ ଏହି ଅଜଣା ବ୍ୟାଧିର ଆତଙ୍କ ଭିତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ସ୍ୱପ୍ନର […]
ଯୁବପିଢୀଙ୍କ ପାଇଁ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦ। ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ଏହି ମହାନ୍ ବ୍ୟକ୍ତିଙ୍କ ଅବଦାନ ଅତୁଳନୀୟ । ଗୈରିକ ବସନ, ମଥାରେ ଗେରୁଆ ପଗଡ଼ି, ଢ଼ିଲା ପାଇଜାମାରେ ଶାନ୍ତ ସୌମ୍ୟ ଚେହେରା । ମୁଖମଣ୍ଡଳରେ ଅଗ୍ନି ପରି ତେଜ । ଆକାଶର ବ୍ୟାପ୍ତି ଆଉ ହୃଦୟ ତାଙ୍କର ସିନ୍ଧୁ ପରି ଗଭୀର । ସେ ଥିଲେ ଜଣେ ପୂର୍ଣ୍ଣାଙ୍ଗ ପୁରୁଷ । ବିବେକାନନ୍ଦଙ୍କ ଅମୂଲ୍ୟ ବିଚାର ମନରେ ନୂତନ ଶକ୍ତିର ସଞ୍ଚାର […]
ମାନବ ସମାଜ ପାଇଁ ନୂଆ ବିପଦ ପୁଣି ନୂଆ ଭାଇରସ୍ କବଳରେ ପଡ଼ି ଛଟପଟ ହେବେ ବିଶ୍ୱବାସୀ ଭବିଷ୍ୟତବାଣୀ କଲେ କ୍ରେଗ୍ ହାମିଲଟନ୍ ପାର୍କର ଅଦୃଶ୍ୟ ଭାଇରସ କବଳରେ ପଡ଼ି ଆଜି ତ୍ରାହି ତ୍ରାହି ଚିତ୍କାର କରୁଛି ପ୍ରବଳ ପରାକ୍ରମୀ ବୋଲାଉଥିବା ମଣିଷ ସମାଜ । ଶହେ ବର୍ଷ ପୂର୍ବରୁ ଆତଙ୍କ ଖେଳାଇଥିବା ସ୍ପାନିସ୍ ଫ୍ଲୁ ପରେ ଦୁନିଆରେ ସବୁଠାରୁ ଭୟଙ୍କର ମହାମାରୀ କରୋନା ସାରା ବିଶ୍ୱବାସୀଙ୍କୁ କବଳିତ କରି ପକାଇଛି । ମହାମାରୀ ବିରୁଦ୍ଧରେ ଲଢ଼ି […]
ପୃଥିବୀ ବିଗତ ୫୦ ବର୍ଷ ତୁଳନାରେ ଦ୍ରୁତ ବେଗରେ ଘୁରୁଛି। ସାଧାରଣ ବେଗ ଠାରୁ ଅଧିକ ବେଗରେ ଗତି କରୁଛି । ତେବେ ହଠାତ୍ ବେଗ ବଢ଼ିବା ଯୋଗୁଁ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ଅଧ୍ୟୟନ ପରେ ମଧ୍ୟ ବେଗ ବଢ଼ିବାର କାରଣ ଖୋଜିପାରୁ ନାହାନ୍ତି। ପୂର୍ବରୁ ପୃଥିବୀକୁ ନିଜର କକ୍ଷ ପଥରେ ଘୁରିବାକୁ ୨୪ ଘଣ୍ଟା ସମୟ ଲାଗୁଥିଲା । ତେବେ ବର୍ତ୍ତମାନ ଘଣ୍ଟାକଣ୍ଟାରେ ଚକ ଲାଗିବା ପରି ଆହୁରି ଦ୍ରୁତ ଗତିରେ […]
ଗ୍ୱାଲିୟର : ଝିଅ ଜନ୍ମ ହେବା ପରେ ଗ୍ୱାଲିୟରରେ ଜଣେ ସେଲୁନ୍ ମାଲିକ ସହର ସାରା ଲୋକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି । ଘରକୁ ଲକ୍ଷ୍ମୀ ଆସିଥିବା ଖୁସିକୁ ମନାଇବା ପାଇଁ ଭିନ୍ନ ଅନ୍ଦାଜରେ ନିଜର ତିନୋଟି ସେଲୁନରେ ୨୪ ଘଣ୍ଟା ପାଇଁ ମାଗଣାରେ ଚୁଟି କାଟିଛନ୍ତି । ଘରେ କନ୍ୟାରତ୍ନର ପାଦ ପଡ଼ିବା ପରେ ଏହି ସ୍ମୁତିକୁ ସବୁଦିନ ତାଜା ରଖିବା ପାଇଁ ଭିନ୍ନ ଏକ ତରିକା ଆପଣାଇ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି […]
ଗଜପତି : ( ରିପୋର୍ଟ -ଆଦର୍ଶ ଦାସ) କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ଗଜପତିର ବିସ୍ମୟ ବାଳକ । ମାତ୍ର ୩ ବର୍ଷ ବୟସରେ ଏକ୍ସକ୍ଲୁସିଭ ୱାଲ୍ଡ଼ ରେକର୍ଡସରେ ସ୍ଥାନ ପାଇଛନ୍ତି ଆରୁଶ ମିଶ୍ର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଳ୍ପ ବୟସରୁ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାକୁ ନିଜ ଆୟତରେ କରିପାରିଛନ୍ତି ଏହି ବାଳକ ଜଣକ । କେବଳ ଏତିକି ନୁହେଁ ବିଭିନ୍ନ ଦେଶର ରାଷ୍ଟ୍ରପତିଙ୍କ ନାମ ମୁହେଁ ମୁହେଁ […]
କାମାକ୍ଷାନଗର (ରିପୋର୍ଟ ବିଦ୍ୟାଧର ବରାଳ ) – ବିଧାତାର ତାଡ଼ନାରେ ଛେଉଣ୍ଡ ହୋଇଗଲେ ତିନି ଭାଇଭଉଣୀ । ମୁଣ୍ଡ ଉପରେ ନାହିଁ ମା’ର ସ୍ନେହବୋଳା ପଣତକାନି କି ଦୁଷ୍ଟାମୀ କଲେ, କିମ୍ବା ପାଠ ନପଢ଼ିଲେ ଆକଟ କରିବାକୁ ବାପା ନାହାନ୍ତି । ଜୀବନ କ’ଣ ଜାଣିବା ପୂର୍ବରୁ ବାପାମା’ ହାତ ଧରାଧରି ହୋଇ ଚାଲିଗଲେ । କଥାରେ ଅଛି ଯାର ବାପାମା ନାହିଁ, ତା’ର ଦୁନିଆରେ କେହି ନାହିଁ । ବିଚିତ୍ର ସ୍ରଷ୍ଟାଙ୍କ ଏହି ବିଚିତ୍ର ସୃଷ୍ଟିରେ […]
ନୂଆଦିଲ୍ଲୀ : ସିଆଚେନ୍ ହିରୋଙ୍କୁ ଶେଷ ସଲାମ୍ । ନୀରବି ଗଲେ ବୀରତ୍ୱର ଧ୍ୱଜା ଉଡ଼ାଇଥିବା ବୀରପୁତ୍ର । ସିଆଚେନ ବରଫଭ୍ୟାଲିରେ ଭାରତର ଉପସ୍ଥିତିକୁ ଜାହିର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କର୍ଣ୍ଣେଲ ବୁଲଙ୍କର ବର୍ଷ ଶେଷରେ ନିଧନ ହୋଇଛି । ରାତ୍ରି ରାତ୍ରି ଉଜାଗର ରହି ଦୁର୍ଗମ ଯୁଦ୍ଧକ୍ଷେତ୍ର ସିଆଚେନରେ ତ୍ରିରଙ୍ଗା ଉଡାଇଥିବା କର୍ଣ୍ଣେଲ ନରେନ୍ଦ୍ର ବୁଲ କୁମାର ଗର୍ବର ସହିତ ମୃତ୍ୟୁକୁ ଆଦରି ଚିରଦିନ ପାଇଁ ଅମର ହୋଇଯାଇଛନ୍ତି । ସିଆଚେନକୁ […]
ରାଜସ୍ଥାନ : ଭାରତକୁ ମନ୍ଦିରର ଦେଶ କୁହାଯାଏ । ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ । ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ଆଜି ଆମେ ଏଭଳି ରହସ୍ୟମୟୀ ମନ୍ଦିର ବିଷୟରେ ଜାଣିବା ଯାହାର କିମ୍ବଦନ୍ତୀ କୁହେ ଅଦ୍ଭୁତ କାହାଣୀ । ଏଭଳି ଏକ ମନ୍ଦିର ଯାହାର ନାଁ ଶୁଣିଲେ ଭୟରେ ଥରହର ହୁଅନ୍ତି […]
ବେଜିଂ : ଜୋଙ୍ଗ୍ ଶାନଶାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି । ଏସିଆର ଶୀର୍ଷ ଧନୀ ବ୍ୟକ୍ତିଙ୍କ ଟ୍ୟାଗ ହରାଇଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ତାଙ୍କ ସ୍ଥାନ ନେଇଛନ୍ତି ଜୋଙ୍ଗ୍ ଶାନଶାନ । ମୁକଶ ଆମ୍ବାନୀଙ୍କୁ ପଛରେ ପକାଇ ଏଥର ବାଜି ମାରିନେଲେ ଚୀନର ୱାଟର କିଙ୍ଗ ଭାବେ ପରିଚିତ ଜୋଙ୍ଗ୍ । କରୋନା ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରିଥିବା ବ୍ୟବସାୟୀଙ୍କ କଥା ଉଠିଲେ, ଚୀନର […]
ନୂଆଦିଲ୍ଲୀ: ମଣିଷ ସଭ୍ୟତାର ଅନେକ ଫର୍ଦ୍ଦ ଏବେ ବି ଅନ୍ଧାରରେ ରହିଛି । ସେହି ଅନ୍ଧାର ଭିତରୁ ରହସ୍ୟର ପେଡ଼ି ଖୋଲିବାକୁ ଚେଷ୍ଟା ଅବ୍ୟାହତ ରଖିଛନ୍ତି ଗବେଷକମାନେ । ସେଇ ରହସ୍ୟ ପେଡ଼ିର ସୂତାଖିଅଟେ ଏବେ ପଡ଼ଛି ଗବେଷଙ୍କ ହାତରେ । ବହୁ ପୂରାତନ ପାଣିର ସନ୍ଧାନ ମିଳିଛି । ଶହେ ବା ହଜାରେ ବର୍ଷର ପୁରୁଣା ପାଣି ନୁହେଁ,୧୬୦ କୋଟି ବର୍ଷର ପୁରୁଣା ପାଣି । ଏହି ପାଣିକୁ ଖୋଜି ପାଇଛନ୍ତି ଟରୋଣ୍ଟ ୟୁନିଭର୍ସିଟିର ଆଇସୋଟ୍ରପ […]
ଆଡଲଫ ହିଟଲର । ଜର୍ମାନର ଏକଛତ୍ରବାଦ ଶାସକ । ଦୁର୍ଦ୍ଦଷ ନାଜି ସେନାର ମୁଖ୍ୟ । ଦକ୍ଷ, ପରାକ୍ରମୀ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କର ପରାଜୟ ହେଲା । ତଥାପି ସେ ହାର ମାନି ନ ଥିଲେ । କେମିତି କଟିଥିଲା ତାଙ୍କ ଜୀବନର ସେଇ ଶେଷ ୨ ଦିନ.. ୧୯୪୫ ମସିହା ଏପ୍ରିଲ ଶେଷ ସପ୍ତାହ ବେଳକୁ ଜର୍ମାନୀର ପରାଜୟ ଏକ ପ୍ରକାର ସ୍ଥିର ହୋଇ ଯାଇଥିଲା । ମିତ୍ର ବାହିନୀ ଧୀରେ ଧୀରେ ଜର୍ମାନୀର […]
ମାନବସମାଜ ସୃଷ୍ଟି ହେଲା ପରେ ଶକ୍ତିଶାଳୀ ମଣିଷମାନେ ଶକ୍ତି ପ୍ରଦର୍ଶନ କରି ନିରୀହ ଲୋକଙ୍କୁ କାର୍ଯ୍ୟରେ ଲଗାଇ ନିଜେ ଆନନ୍ଦ , ସୁଖ ଅନୁଭବ କରୁଥିଲେ । ପରେ ରାଜା ମହାରାଜାମାନେ ଗରିବ, ଶ୍ରମିକ, ଶିଳ୍ପୀଙ୍କୁ ଲଗାଇ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କଲେ । ବିଦେଶୀ ରାଷ୍ଟ୍ର ଶିଳ୍ପ ସୃଷ୍ଟି କରି ମାଲିକମାନେ ଶ୍ରମିକମାନଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ୧୨ ଘଣ୍ଟା ଖଟାଉଥିଲେ । ଶ୍ରମିକ ନିହଣ ମୁନରେ ଦିନେ ଗଢି ଉଠିଥିଲା ଗ୍ରୀକ୍ ସଭ୍ୟତା । […]