ନୂଆଦିଲ୍ଲୀ: ଉତ୍ତରକାଶୀ ସହରରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ୪୫ ବର୍ଷ କେଉଁଆଡେ ଚାଲିଯାଇଥିଲେ। କିନ୍ତୁ ରବିବାର ଦିନ ହଠାତ୍ ନିଜ ଗାଁକୁ ଫେରିଥିଲେ। ବର୍ତ୍ତମାନ ବ୍ୟକ୍ତିଙ୍କ ବୟସ ୮୪ ବର୍ଷ। କିନ୍ତୁ ବୃଦ୍ଧଙ୍କ ପରିବାର ଲୋକ ତାଙ୍କୁ ସ୍ୱିକାର କରିନଥିଲେ। କରୋନା ଭୟରେ ପ୍ରଥମେ ବୁଦ୍ଧଙ୍କୁ ସରକାରୀ ଇଣ୍ଟର କଲେଜ ଜେଷ୍ଠୱାଡି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଛି। ସେଠାରେ ରହିବା ଖାଇବା ଦ୍ୱାୟିତ୍ୱ ବୃଦ୍ଧଙ୍କ ପରିବାର ହିଁ ବୁଝାସୁଝା କରୁଥିବା ଜଣାପଡିଛି। ଏନେଇ […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ବିଭିନ୍ନ ଅଘଟଣମାନ ଘଟୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ବ୍ୟକ୍ତି ଭଗବାନଙ୍କ ଦୂତ ଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ମଧ୍ୟ ଆସୁଛନ୍ତି। ଠିକ୍ ଏଭଳି ଏକ ଘଟଣା ୟୁଏଇ(UAE)ରେ ରହୁଥିବା କୃଷ୍ଣ ଦାସ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ସହ ସେମିତି କିଛି ଘଟିଛି। ସେମାନଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ […]
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏଭଳି ପରିସ୍ଥିତରେ କିଛି ଅମାନିଆ ଲକ୍ଡାଉନ୍ର ନିୟମକୁ ମାନୁନଥିବା ଜଣାପଡିଛି। ଏହି ସମୟରେ ଉତ୍ତରପ୍ରଦେଶର ମେରଠ ଠାରେ ଦୁଇଜଣ ଯୁବକ ମୁହଁରେ ମାସ୍କ ପିନ୍ଧିନଥିବାରୁ ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ସେମାନଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଦୁଇଜଣ ଯୁବକଙ୍କ ମୁହଁରେ ମାସ୍କ ନଥିଲା, ସେମାନଙ୍କୁ ଯେତେବେଳେ ପୋଲିସ ଧରିବାକୁ […]
ଭୁବନେଶ୍ୱର : ସୋଶାଲ ମିଡିଅାରେ କିକି ଚ୍ୟାଲେଞ୍ଜକୁ ନେଇ ଏବେ ଜୋରସୋର ଚର୍ଚ୍ଚା। ରାସ୍ତାରେ କାର ଚାଲିଥିବାବେଳେ ଚଳନ୍ତା କାରରୁ ଓହ୍ଲାଇ ଜଣେ କାରର ଡୋର୍ ସାଇଡ୍ରେ ନାଚ କରିବା ସହ ଡ୍ରାଇଭର ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ନେବା ହେଉଛି କିକି ଚ୍ୟାଲେଞ୍ଜ। ସୋଶାଲ ମିଡିଅାରେ ବହୁଳ ଭାବେ ଭାଇରାଲ ହୋଇଛି ଏହି ଭିଡିଓ। କାନାଡାର ରାପ୍ ଗାୟକ ଡ୍ରେକ୍ର ଲୋକପ୍ରିୟ ଅାଲବମ୍ ସ୍କୋର୍ପିଅନର ଏକ ଗୀତରେ କାରରୁ ବାହାରି ନାଚ କରୁଛନ୍ତି। ଅନ୍ୟ ଜଣେ […]
ଭୁବନେଶ୍ୱର : ସୋଶାଲ ମିଡିଅାରେ ଭାଇରାଲ ହୋଇଛି ଭିଏତନାମର ଗୋଲଡେନ୍ ବ୍ରିଜ୍। ଡାନାଙ୍ଗରେ ରହିଛି ଏହି ବିଶାଳକାୟ ପୋଲ। ପାହାଡ ଉପର ଦେଇ ଯାଇଛି ଏହି ସୁନ୍ଦର ବ୍ରିଜ୍। ପାହାଡରେ ଥିବା ଜଙ୍ଗଲ ମଧ୍ୟରୁ ବାହାରିଥିବା ଦୁଇଟି କଂକ୍ରିଟ୍ ହାତ ଉପରେ ରହିଛି ଏହି ସୁନ୍ଦର ପୋଲ। ଭିଏତନାମର ଏହି ଗୋଲଡେନ୍ ବ୍ରିଜ୍ ଦେଖିବାକୁ ସାରା ବିଶ୍ୱରୁ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରୁଛି। ୧୫୦ ମିଟର ଲମ୍ବ ଏହି ବ୍ରିଜ୍ ଜଙ୍ଗଲ ମଧ୍ୟରେ ଦୁଇ ହାତ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଦେଶବ୍ୟାପୀ ଲକ୍ଡାଉନ ଜାରି କରାଯାଇଛି। ଏନେଇ ସବୁକିଛି ଠପ୍ ହୋଇଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ବରୱାନୀଠାରେ ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କର ରାସ୍ତାରେ ହଠାତ୍ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ ସ୍ଥାନୀୟ ଏସଡିଏମ୍ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏସଡିଏମ୍ ଆମ୍ୱୁଲାନ୍ସକୁ ଅପେକ୍ଷା ନକରି ଗର୍ଭବତୀ ମହିଳାଙ୍କୁ […]
ରାୟଗଡ଼ା (ମନୋଜ ପାତ୍ର) : ରାୟଗଡ଼ା ଜିଲ୍ଲା ଘୋଡ଼ାନାଲରେ ନିର୍ମାଣାଧୀନ ଚେକ୍ ଡ୍ୟାମ୍ର କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଲୁହାଛଡ଼କୁ ଟାଣିଲେ ଉପୁଡ଼ି ଯାଉଥିବା ସହ ବାଲିବସ୍ତା ପୁରାଇ କଂକ୍ରିଟ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେବଳ ଏତିକି ନୁହେଁ, ଚାଷ ଜମିର ତଳ ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ଚାଷୀ ନିରାଶ ହୋଇ ପଡିଛନ୍ତି। ତେବେ ଡ୍ୟାମ ତିଆରି ଲାଗି ଭୁଲ ଜାଗା ନିର୍ଦ୍ଧାରଣ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍ଡାଉନ୍ ଯୋଗୁ ସବୁକିଛି ଠପ୍ ହୋଇଯାଇଛି। ଏଭଳି ପରିସ୍ଥିତିରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ପ୍ରବାସୀ ଶ୍ରମିକମାନେ ଚିତାବାଘର ପଛେପଛେ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ବଲିଉଡର ଲୋକପ୍ରିୟ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ବଳରାମପୁର ହସ୍ପପିଟାଲରେ ଗୁରୁବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସେହି ମେଡିକାଲରେ ସାପ କାମୁଡିଥିବା ଜଣେ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଯେତେବେଳେ ତାଙ୍କୁ ପଚାରିଲେ ଯେ ତମର କ’ଣ ହୋଇଛି ରୋଗୀ ଜଣକ ତାଙ୍କୁ ସାପ କାମୁଡିଥିବା କହିଥିଲେ । ହେଲେ ଡାକ୍ତର କେଉଁ ସାପ କାମୁଡିଛି ବୋଲି ପଚାରିବାରୁ ରୋଗୀ ଜଣଙ୍କ ଯେପରି ତାହାର ଉତ୍ତର ଦେଲେ ତାହା ଦେଖି ଛାନିଆ […]
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ୱନ କରୁଥିବାର ଦେଖୁବାକୁ ମିଳୁଛି। ଘରକୁ ଫେରୁଥିବା ଶ୍ରମିକଙ୍କର ଏଭଳି କଷ୍ଟ ଓ ଯନ୍ତ୍ରଣା ପ୍ରକୃତରେ ଦୃଦୟ ବିଦାରକ। ଏଠି ଆଉଜଣେ ଶ୍ରମିକଙ୍କ ଘରବାହୁଡା ଦୁଃଖ ଓ ଯନ୍ତ୍ରଣା କଥା କହିବୁ ଯିଏ ହାତ ତିଆରି ଏକ କାଠଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଶିଶୁ ସନ୍ତାନକୁ […]
ଭୋପାଲ: ଦିନେ ଦୃଷ୍ଟିହୀନ ବାପା-ମା’ଙ୍କୁ ଭାରରେ ବୋହି ବୁଲୁଥିଲେ ଶ୍ରବଣକୁମାର। ଆଜି ଭିନ୍ନକ୍ଷମ ପୁଅ ପାଇଁ ଶ୍ରବଣକୁମାର ସାଜିଛନ୍ତି ମା‘। ପୁଅକୁ ଝୁଲାରେ ବୋହି ଚାଲିଚାଲି ଯାଉଛନ୍ତି। ମହାମାରୀ କରୋନା ଯୋଗୁଁ ସବୁଠି ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ ଯୋଗୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି। ଜଣେ ମା’ ନିଜ ଶାରୀରିକ ଭିନ୍ନକ୍ଷମ ପିଲାଟିକୁ […]
ନୂଆଦିଲ୍ଲୀ: ଆଜି ବିଶ୍ୱ ନର୍ସ ଦିବସରେ ଆମେ ଏଭଳି ଜଣେ ନର୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ବର୍ତ୍ତମାନ କରୋନା ଯୁଦ୍ଧରେ ଲୋକମାନଙ୍କ ପାଇଁ ଲଢ଼େଇ କରୁଛନ୍ତି। କର୍ଣ୍ଣାଟକର ଶିବାମୋଗାସ୍ଥିତ ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ରୁପା ପ୍ରବୀଣ ରାଓ ନାମକ ଜଣେ ମହିଳା । ସେ ୯ମାସର ଗର୍ଭାବସ୍ଥାରେ ଥିବା ଜଣାପଡିଛନ୍ତି। ଏଭଳି ଅବସ୍ଥାରେ ଥାଇ ମଧ୍ୟ ଦେଶରେ ମହାମାରୀ କରୋନା ଭାରସର ଯୁଦ୍ଧରେ ନିଜକୁ ସାମିଲ କରି ରୋଗୀମାନଙ୍କର ସେବା କରୁଛନ୍ତି। ରୁପା ପ୍ରବୀଣ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସମଗ୍ର ଦେଶରେ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ୍। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ମେ’ ୧୭ରେ ଶେଷ ହେବାକୁ ଯାଉଛି। କରୋନା ସଂକ୍ରମଣ ଯୋଗୁ ଜୀବିକା ହରାଇ ବାହାରେ ଫସି ରହିଥିବା ଶ୍ରମିକମାନେ ଏବେ ଗ୍ରାମାଭିମୁଖୀ। ହେଲେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ। ନ ଗାଡ଼ିମୋଟର ଅଛି ନା ପାଖରେ ଅଛି ଅର୍ଥ। ଏପରି ପରିସ୍ଥିତିରେ ଶ୍ରମିକମାନେ ଶହ […]
ସୁନ୍ଦରଗଡ଼: ସ୍ୱାଧୀନତାର ଏତେ ବର୍ଷ ପରେ ବି କରୁଆଡ଼େରାରେ ପହଞ୍ଚି ପାରିନି ସରକାରଙ୍କ ବିକାଶ ରଥ। ଗାଁକୁ ରାସ୍ତା ନାହିଁ କି ପିଇବା ପାଣି ପାଇଁ ନଳ କୂଅଟିଏ ବି ନାହିଁ। ବର୍ଷା ହେଲେ ଡିବିରି ଆଲୁଅ ସାହା ଭରସା। ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାରୁ ଗୁରୁତର ରୋଗୀ ଖଟିଆରେ ବୁହା ହୁଅନ୍ତି। କିନ୍ତୁ ଏବେ ବଣ ପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କରୁଆଡ଼େରାରେ ପହଞ୍ଚିବ ବିକାଶ। ଆଉ ଲୋକଙ୍କୁ ମିଳିବ […]
ବାଲେଶ୍ୱର: ସର୍ବଶିକ୍ଷା ଅଭିଯାନରେ ସରକାରଙ୍କ ରୋଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଯୋଜନା ନାଁରେ ସରକାରୀ ଅର୍ଥକୁ ଅଧିକାରୀମାନେ ଆତ୍ମସାତ କରୁଛନ୍ତି। ଏଭଳି ଏକ ଅଭିଯୋଗ ହୋଇଛି ବାଲେଶ୍ୱର ଜିଲ୍ଲାରୁ। ବାଲେଶ୍ୱର ଜିଲ୍ଲା ବୋଳଂଚକ ୟୁଜିୟୁପି ସ୍କୁଲରେ ଅବ୍ୟବସ୍ଥାରେ ପାଠପଢ଼ା ଚାଲିଛି। ସ୍କୁଲର ବାରଣ୍ଡାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୨୦୧୦ରେ ସର୍ବଶିକ୍ଷା ଯୋଜନାରେ ସ୍କୁଲର ଶ୍ରେଣୀଗୃହ ନିର୍ମାଣ ପାଇଁ ୯ଲକ୍ଷ ୬୦ହଜାର ଟଙ୍କା ଆସିଥିଲା। କିନ୍ତୁ ସ୍କୁଲ […]
କାନପୁର: ଉତ୍ତରପ୍ରଦେଶର କାନପୁରଠାରୁ ୫୦ କିଲୋମିଟର ଦୂର ଭିତରଗାଓଁ ନିକଟସ୍ଥ ଏକ ଗାଁ ବେହଟା ବୁଜୁର୍ଗସ୍ଥିତ ଜଗନ୍ନାଥ ମନ୍ଦିରର ଅନେକ ରହସ୍ୟ ଆଜିର ବୈଜ୍ଞାନିକ ଯୁଗରେ ବି ଚର୍ଚ୍ଚାରେ। ଧାର୍ମିକ, ଐତିହାସିକ ଏବଂ ଭୌଗୋଳିକ କାରଣରୁ ଏହି ତୀର୍ଥସ୍ଥଳର ଅଦ୍ଭୁତ ରହସ୍ୟ ବାବଦରେ ଜାଣିବାକୁ ଚେଷ୍ଟା କରି ଗବେଷକ ମାନେ ମଧ୍ୟ ହାର ମାନିଛନ୍ତି। ମନ୍ଦିର କାନ୍ଥରୁ ଝରୁଥିବା ପାଣି ବୁନ୍ଦା ଏହି ମନ୍ଦିରର ସବୁଠୁ ବଡ଼ ରହସ୍ୟ। ସମ୍ପୂର୍ଣ୍ଣ ଓଡ଼ିଶା ପରମ୍ପରାରେ ଅନୁପ୍ରାଣିତ ଏହି ମନ୍ଦିରରେ […]
ଅାଜି ବିଶ୍ୱ ବ୍ୟାଘ୍ର ଦିବସ। ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ବ୍ୟାଘ୍ର ଦିବସ ପାଳନ କରାଯାଉଛି। ୨୦୧୦ରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ୟାଘ୍ର ସମ୍ମିଳନୀରେ ଜୁଲାଇ ୨୯କୁ ବ୍ୟାଘ୍ର ଦିବସ ରୂପେ ଘୋଷଣା କରାଯାଇଥିଲା। ଘଞ୍ଚ ଜଙ୍ଗଲ କମିବା ଯୋଗୁଁ ବାଘ ସଂଖ୍ୟା ମଧ୍ୟ କମୁଛି। ପରିବେଶ ସନ୍ତୁଳନ ରକ୍ଷା ପାଇଁ ବାଘଙ୍କ ସଂରକ୍ଷଣ ଜରୁରୀ। ଏଥିପାଇଁ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା […]
ରାୟଗଡ଼ା: ନିର୍ମାଣକୁ ମାସେ ପୁରିନଥିବାବେଳେ କେନାଲ ଭୁଷୁଡି ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଚାଷ ଜମିକୁ ପାଣି ଯିବା ପରିବର୍ତ୍ତେ ଏଣେ ତେଣେ ବୋହିଯାଉଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ମାଳିସିରିପୁର ଗାଁ ନିକଟରେ। ଏଠାରେ ପ୍ରାୟ ୧୦ ଫୁଟ୍ ଓସାରରେ ଭୁଷୁଡି ପଡିଛି କେନାଲ। ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ୩ଟି ପଞ୍ଚାୟତର ୪ ଶହ ଏକରରୁ ଅଧିକ ଚାଷ ଜମିକୁ ଜଳସେଚନ […]
ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ୍ କର୍ମଚାରୀଙ୍କ ପାଇଁ ଏବେ ଲାଗୁ ହେବ ନୂଆ ନିୟମ । କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ମିଳିବ ମାସିକ ବେତନ। ଷ୍ଚେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI), ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍(PNB) ଏବଂ ବ୍ୟାଙ୍କ୍ ଅଫ୍ ବରୋଦା ପ୍ରଦର୍ଶନ ଆଧାରରେ ଦରମା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ବ୍ୟାଙ୍କ୍ର କେଉଁ କର୍ମଚାରୀଙ୍କ ପାଇଁ ଲାଗୁହେବ ଏହି ନିୟମ ? ବିଜିନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, ଏହି ନିୟମ ଜେନେରାଲ୍ ମ୍ୟାନେଜର ଗ୍ରେଡ୍ର ଅଧିକାରୀ […]
ଗୋରଖପୁର : ମୁଖ୍ୟମନ୍ତ୍ରୀଙ୍କ ଅାଶିଷ ଲାଭ କରିଛନ୍ତି ପୋଲିସ ଅଧିକାରୀ। ତାହା ପୁଣି ପୁଲିସ ୟୁନିଫର୍ମରେ। ଏପରି ଘଟଣା ପରେ ଏବେ ପୁଣି ଥରେ ବିବାଦ ଘେରକୁ ଅାସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ। ଗୋରଖପୁର ସର୍କଲ ଅଫିସର୍ ପ୍ରବୀଣ କୁମାର ସିଂ ଗତକାଲି ଗୁରୁ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଥିଲେ। ତେବେ ଏହି ସମୟରେ ସେ ତାଙ୍କଠୁ ଅାର୍ଶୀବାଦ ନେଉଥିବା ଫଟୋକୁ ସୋସିଅାଲ୍ ମିଡିଅାରେ ଅପଲୋଡ୍ କରିଥିଲେ ସେ। ଯାହାକୁ ନେଇ ଏବେ […]
ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ରଜ ଉତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ବି ଦୋଳି ଖେଳ ସାଙ୍ଗକୁ ସୁଆଦିଆ ପିଠା ଓ ପାନରେ ମହକୁଛି ପରିବେଶ। ବ୍ରହ୍ମପୁରରେ ଦିବ୍ୟାଙ୍ଗ ଉତ୍ସବ ପାଳିଥିବା ବେଳେ ନିଜ ନିଜ ଅଞ୍ଚଳରେ ଆୟୋଜିତ ରଜ ଉତ୍ସବରେ ସାମିଲ ହୋଇଥିଲେ ରାଜନେତା। ରଜ ସହ ସୁଆଦିଆ ମିଠା ପାନର ସମ୍ପର୍କ ବେଶ୍ ନିବିଡ଼। ୧୦-୧୨ ପ୍ରକାର ମସଲା ପଡ଼ିଥିବା ସୁଆଦିଆ ପାନ ଖଣ୍ଡେ ଖାଇ ମନ ପୂରିବା ଯାଏଁ ଦୋଳି […]
ଭୁବନେଶ୍ୱର:ଝଡ଼ ଫୋନି ତାଣ୍ଡବକୁ ୟା ଭିତରେ ବିତିଗଲାଣି ଦେଢ଼ ମାସ । ବାତ୍ୟା ମାଡ଼ରେ ଘାଇଲା ସର୍ବହରା ମଣିଷମାନେ ଜୀବନ ପୁଣି ସଜାଡ଼ିବାକୁ ଉଦ୍ୟମ ତ’ କରୁଛନ୍ତି, ହେଲେ ପାରୁନାହାନ୍ତି । କାରଣ ସେଥିରେ ପ୍ରତିବନ୍ଧକ ସାଜିଛି ବିଜୁଳି ଯନ୍ତ୍ରଣା ସାଙ୍ଗକୁ ପ୍ରଶାସନର ଚରମ ନିଷ୍କ୍ରିୟତା । ଦିନରେ ଅସହ୍ୟ ଗରମ ସାଙ୍ଗକୁ ରାତିର ଘନ ଅନ୍ଧକାର ଜୀବନକୁ ଦୁର୍ବିସହ କରି ପକାଇଛି। କେବେ ବିଜୁଳି ଆସିବ ସେକଥା କାହାରିକୁ ଜଣାନାହିଁ । ପିପିଲିର ପ୍ରଭାବିତ ଅଞ୍ଚଳରେ […]
ଭୁବନେଶ୍ୱର: ଆଜି ସେଇ ମେ’ ୨୯। ନୂଆ ସରକାର ଶପଥ ନେଇଛନ୍ତି। ୫ମ ପାଳିରେ ଶାସନ ଗାଦିରେ ଆସୀନ ହୋଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହି ଅବସରରେ ମନେପଡୁଛି ୬ ବର୍ଷ ତଳର କଥା। ୬ ବର୍ଷ ତଳେ ଅର୍ଥାତ୍ ୨୦୧୨ ମସିହାର ଠିକ୍ ଆଜିର ଦିନରେ ବିଜେଡି ପାଇଁ ଘୋଟି ଆସିଥିଲା କଳା ବାଦଲ। ମିଡ୍ନାଇଟ୍ ଅପରେସନ୍ରେ କ୍ଷଣିକେ ସବୁକିଛି ଓଲଟି ଯାଇଥାନ୍ତା। ନବୀନଙ୍କ ଅନୁପସ୍ଥିତିରେ ଏକ ଜଘନ୍ୟ ଷଡ଼ଯନ୍ତ୍ର […]
ଭୁବନେଶ୍ୱର: ପ୍ରକାଶ ପାଇଛି ADR(Odisha Election Watch and Association for Democratic Reforms) ରିପୋର୍ଟ। ୧୪୬(ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି) ବିଧାନସଭା ଆସନ ପାଇଁ ଏଥର ନିର୍ବାଚନ ହୋଇଥିବା ବେଳେ ଗତ ନିର୍ବାଚନଗୁଡିକ ଅପେକ୍ଷା ଏଥର ଦାଗି ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୪୬% ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏହି ହାରକୁ ଆଧାର କଲେ ୬୭ […]
ଭୁବନେଶ୍ୱର: “ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ଏ ହେଉଛି ମନ୍ଦିର। ଏଠାରେ ବସିବା ପାଇଁ ସୁଯୋଗ ଦେଇଥିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ମୁଁ ଚିର କୃତଜ୍ଞ। ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ସେମାନଙ୍କ ପାଖରେ ମୁଁ ସର୍ବଦା ଋଣି ରହିବି। ଏଥିପାଇଁ ମୋର ଦଳୀୟ ସହଯୋଗୀ, ବନ୍ଧୁ, ଶିକ୍ଷକ, ଶୁଭଚିନ୍ତକ ଏବଂ ପରିବାର ସଦସ୍ୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ୍ ଦେଉଛି।” Temple of “Largest Democracy” of the World! Forever shall I […]