ଭୁବନେଶ୍ୱର: ପୁଣି ଲେଉଟିଲା ସହିଦ୍ ସ୍ମାରକୀ ପ୍ରସଙ୍ଗ। ବରୁଣେଇରେ ସହିଦ୍ ସ୍ମାରକୀକୁ ନେଇ ରାଜନୀତି ତେଜିବାରେ ଲାଗିଛି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ବରୁଣେଇରେ ସହିଦ୍ ସ୍ମାରକୀ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଆଇଓସିଏଲ ୯୦ କୋଟି ଟଙ୍କା ମଞ୍ଜୁର କରିଛି। ତେବେ ରାଜ୍ୟ ସରକାର ୫୦ ଏକର ଜାଗା କାହିଁକି ଯୋଗାଇ ଦେଉନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଜୟୀ ରାଜଗୁରୁଙ୍କ ୨୧୨ ତମ ବଳିଦାନ […]
ଭୁବନେଶ୍ୱର: ଗୋଟିଏ ପଟେ ବିଭିନ୍ନ ଦେଶର ସୁସ୍ୱାଦ ବ୍ୟଞ୍ଜନ ଓ ଅନ୍ୟପଟେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡଟ୍ ଫେଷ୍ଟର ତୃତୀୟ ଦିନ ବି ବେଶ୍ ଜମିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସଙ୍ଗୀତର ଯାଦୁରେ ଝୁମିଛନ୍ତି ଦର୍ଶକ। ଶୀତୁଆ ସନ୍ଧ୍ୟା ସାଙ୍ଗକୁ ସୋନାଙ୍କ ସଙ୍ଗୀତ, ଯାହାକି ଯୁବପିଢିଙ୍କୁ ବାନ୍ଧି ରଖିଥିଲା। ଗୋଟିଏ ପରେ ଗୋଟିଏ ହିଟ୍ ବଲିଉଡର ଗୀତ ପରିବେଶଣ କରି ଦର୍ଶକଙ୍କ ମନ ଜିଣି ଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ରଙ୍ଗୀନ ଆଲୋକ ଓ ରଙ୍ଗବତୀ […]
ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮ କୋଟା- ସାୱାଇ ମାଧୋପୁର ଷ୍ଟେସନରେ ଚଲାଯାଇଥିଲା। ଟ୍ରେନ୍ଟି ତ୍ରୁଟିଶୂନ୍ୟ ଭାବେ ଗତି କରିଥିଲା ବୋଲି ଜେନେରାଲ ମ୍ୟାନେଜର ଏସ.ମଣି ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରୀରୁ ଏହା ବ୍ୟବସାୟିକ ଭିତ୍ତିରେ ଟ୍ରାକ୍ରେ ଗଡିବ ବୋଲି ଆଶା କରାଯାଉଛି। ଚେନ୍ନାଇ ଆଇଅଫ୍ସିଏଫ୍ରେ ନିର୍ମାଣ ହୋଇଥିବା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ […]
କଟକ: ଶେଷ ହେବାକୁ ଆସିଲାଣି ଐତିହାସିକ କଟକ ବାଲିଯାତ୍ରା। ପ୍ରତ୍ୟେକ ଦିନ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ, ଚଳିତବର୍ଷ ଶୁଖୁଆ ବଜାରର ବେଶ୍ ଚାହିଦା ରହିଛି। ଇଲିସି, ଖଇଙ୍ଗା, ଜଳକାଠାରୁ ଆରମ୍ଭ କରି କୋକିଲି, ଶାବଳା ରାସ୍ତା କଡ଼ରେ ୨୫ରୁ ୩୦ ପ୍ରକାରର ଶୁଖୁଆ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କଟକ ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି ହେବା ସହ ଶୁଖୁଆ ବଜାର ମଧ୍ୟ ବସିଥାଏ। ବାଲିଯାତ୍ରା ବୁଲା ସାଙ୍ଗକୁ ଗୋଟିଏ ଜାଗାରେ […]
କଟକ: ଚାଲିଛି ଐତିହାସିକ କଟକ ବାଲିଯାତ୍ରା। ସନ୍ଧ୍ୟା ନଇଁ ଆସିଲେ ଅସମ୍ଭାଳ ଗହଳି। ଯାତ୍ରା ବୁଲା ସାଙ୍ଗକୁ ସୁଆଦିଆ ଖାଦ୍ୟର ମଜା ନେବାକୁ ଆଦୌ ଭୁଲୁ ନାହାନ୍ତି ଫୁଡ୍ ଲଭର୍। ଦେଶୀ ଚଟ୍ପଟି ଖାଦ୍ୟ ଗୁପଚୁପ୍ ଓ ଦହିବରା ଆଳୁଦମ୍ ହେଉ କି ରାଜସ୍ଥାନୀ ଖାଦ୍ୟର ପସରା ସବୁଠି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କଟକ ବାଲିଯାତ୍ରାରେ ଖାଦ୍ୟ ପ୍ରେମୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଦହିବରା ଆଳୁଦମ୍ ଷ୍ଟଲ୍। ବ୍ୟବସାୟୀ ତ୍ରିନାଥ ସାହୁଙ୍କ ଦହିବରା ଷ୍ଟଲ୍ ପାଖରେ […]
ଭୁବନେଶ୍ୱର : ବିଗୁଡୁ ଥିବା ଛବି ସୁଧାରିବାକୁ ନବୀନ ସରକାରର ପ୍ରୟାସ। ତିନି ତିନି ଥର ଅାକ୍ରମଣ ପରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ସୁରକ୍ଷା ଯୋଗାଇ ଦିଅାଯିବ। ପୁଲିସ୍ ଡିଜି ଅାଜି ଏହି ସୂଚନା ଦେଇଛନ୍ତି। ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶୀପୁରରେ ଅାକ୍ରମଣ। ଗତ ୨୪ ତାରିଖର ଏ ଅାକ୍ରମଣ ପୂର୍ବରୁ କେନ୍ଦ୍ରାପଡ଼ାର ଅାଳି ଓ ବାଲେଶ୍ୱରର ଖଇରାରେ ଅାକ୍ରୋଶର ଶିକାର ହୋଇଥିଲେ। ଖାରବେଳ ତିନି-ତିନି ଥର ଅାକ୍ରମଣ ପରେ ଚେତିଲା […]
କଟକ: ଜମୁଛି ଐତିହାସିକ କଟକ ବାଲିଯାତ୍ରା। ଚଟ୍ପଟା ଖାଦ୍ୟ ସହ ଘରକରଣା ଜିନିଷ ଏବଂ ଦୋଳିର ମଜା ଉଠାଉଛନ୍ତି ଲୋକେ। ତେବେ ବାଲିଯାତ୍ରାର ଉପର ଏବଂ ତଳ ପଡ଼ିଆରେ ଲାଗିଥିବା ବିଭିନ୍ନ ଦୋକାନ ମଧ୍ୟରୁ କୃତ୍ରିମ ଫୁଲ ଦୋକାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଭିନ୍ନ ରଙ୍ଗର କୃତ୍ରିମ ଫୁଲ ଗ୍ରାହକଙ୍କ ମନ ମୋହିବାରେ ଲାଗିଛି। ତୁଲିପ୍, ଜିନିଆ, ଲିଲି, ଗୋଲାପ ଏମିତି ଅନେକ ପ୍ରକାରର ଫୁଲ ଦେଖିବାକୁ ମିଳିଛି ଚଳିତବର୍ଷ କଟକ ବାଲିଯାତ୍ରାରେ। ଘର ସାଜସଜ୍ଜା ଜିନିଷ […]
ଭୁବନେଶ୍ୱର: ‘ତିତ୍ଲି’ ବାତ୍ୟାକୁ ମାସେରୁ ଅଧିକ ସମୟ ବିତିଲାଣି। ପ୍ରକୃତିର ଏହି ପ୍ରକୋପ ନେଇଛି ୭୯ ଜୀବନ। ଉଜାଡ଼ି ଦେଇଛି ଦକ୍ଷିଣ ଓଡ଼ିଶାର ହଜାର ହଜାର ହେକ୍ଟର ଜମିରେ ସୁନାର ଫସଲ। ଅଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଏଯାଏ ପ୍ରଶାସନ ଚାଷୀଙ୍କୁ କ୍ଷତିପୂରଣ ଦେବାର ନାଁ ଗନ୍ଧ ଧରୁନି। ସେପଟେ ଚକଡ଼ା ପୋକ ଓ ମରୁଡ଼ିରେ ଜୁଝୁଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଅବସ୍ଥା ବି ଅସମ୍ଭାଳ ହେଲାଣି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର […]
ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ସଜେଇ ହେଉଛି ରାଜଧାନୀ। କଳାକୃତିରେ ଝଲସୁଛି ମନ୍ଦିର ମାଳିନୀ ସହର। ସହରର ବିଭିନ୍ନ ସ୍ଥାନରେ 3D ପେଣ୍ଟିଂ ଚାଲିଥିବା ବେଳେ ପୁରୁଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଆକର୍ଷଣୀୟ କଳାକୃତି। ବାଉଁଶ, ମାଟି ଦୀପ, ଲାଟେରାଇଟ୍ ଷ୍ଟୋନ୍ରେ ତିଆରି ହୋଇଛି ବିଭିନ୍ନ କଳାକୃତି। ଏଭଳି ଏକ ନିଆରା ଉଦ୍ୟମ କରିଛି ଭୁବନେଶ୍ୱର ଆର୍ଟ ଟ୍ରେଲ୍। ଯାହାକି କଳାପ୍ରେମୀଙ୍କୁ ବେଶ୍ ଆକୃଷ୍ଟ କରୁଛି। କେଉଁଠି ମହାପ୍ରସାଦ କୁଡୁଆରେ ନିର୍ମିତ ମନ୍ଦିର ତ […]
କଳାହାଣ୍ଡି: ଧାନ ପରେ କପା ଚାଷରେ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ପାଗ ଅନୁକୂଳ ନଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର କପା ଚାଷ ପ୍ରଭାବିତ ହୋଇଛି। ଏହାସହ ମଣ୍ଡିର ମଧ୍ୟ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। କପା ବିକ୍ରି ପାଇଁ ମଣ୍ଡି ଖୋଲିବା ଲାଗି ଚାଷୀ ଦାବି କରିଛନ୍ତି। ଏକର ଏକର ଜମିରେ କପା ଚାଷ ହୋଇଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଏବର୍ଷ କପା ଚାଷ କରି ଚିନ୍ତାରେ ପଡିଛନ୍ତି ଚାଷୀ। ଗଛରେ ଯେତିକି […]
ଗଞ୍ଜାମ: ବିଜ୍ଞାନ ଦ୍ୱାରା ଆକାଶଗଙ୍ଗାରେ ଥିବା ତାରାର ଓଜନ ମାପିବା ସମ୍ଭବ। ଏଭଳି ସିଦ୍ଧାନ୍ତ ଦେଇଥିଲେ ନାସାର ବିଖ୍ୟାତ ବୈଜ୍ଞାନିକ ଡଃ କୈଳାସ ଚନ୍ଦ୍ର ସାହୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବେଲଗାଁରୁ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଯାଏ ତାଙ୍କ ଯାତ୍ରା ଥିଲା ଅଦ୍ଭୂତପୂର୍ବ। ରାତି ଅନ୍ଧାରରେ ଯେଉଁ ତାରାକୁ ଦେଖୁଥିଲେ ତାହା ଉପରେ ଗବେଷଣା କରି ଆଜି ବନିଯାଇଛନ୍ତି ବିଖ୍ୟାତ ବୈଜ୍ଞାନିକ। ସେତେବେଳ ସମୟରେ ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ପାଠ ପଢ଼ୁଥିବା […]
ଭୁବନେଶ୍ୱର: ସାତକୋଶିଆରେ ମୃତ ମହାବଳ ବାଘର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଆପତ୍ତି ଉଠିଛି। କୌଣସି ଧାରୁଆ ଅସ୍ତ୍ରରେ ବାଘ ବେକରେ କ୍ଷତ ଯୋଗୁଁ ହିଁ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଦର୍ଶାଯିବା ପରେ ଏବେ ପ୍ରଶ୍ନ କ୍ଷତ ହେଲା କେମିତି ? ଏ ନେଇ ଖୋଳତାଡ଼ରେ ବନ ବିଭାଗର ଆନ୍ତରିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶବ ବ୍ୟବଚ୍ଛେଦ ଠିକ୍ ଭାବେ ହୋଇ ନ ଥିବା ବିଶେଷଜ୍ଞ ଅଭିଯୋଗ କରୁଥିବା ବେଳେ ମହାବଳ […]
ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଓ ତେଲ ଲୁଣର ସଂସାର ଭିତରେ କିଏ ବା ସମାଜ କି ଦେଶ ପାଇଁ ଚିନ୍ତା କରୁଛି ? ହେଲେ ଆଜି ଆମେ ଏମିତି ଏକ ବ୍ୟକ୍ତିତ୍ୱଙ୍କୁ ଆପଣଙ୍କ ସାମ୍ନାକୁ ଆଣୁଛୁ, ଯିଏ ବିନା ପାରିଶ୍ରମିକ ଓ ବିନା ସ୍ୱାର୍ଥରେ କରି ଚାଲିଛନ୍ତି ସେବା। ମୋଦିଙ୍କ ସ୍ୱଚ୍ଛ ଭାରତ ନାରାରେ ପ୍ରଭାବିତ ହୋଇ ନିଜ ସହରକୁ ସ୍ୱଛ କରିବା ନିଶାରେ ସେ ମସ୍ଗୁଲ। ତାଙ୍କ ନାଁ ସେକ୍ ମନାନ୍। ବାଲେଶ୍ୱର ସହରର ସେକ୍ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏମିତି ଏକ ଗାଁ ଅଛି, ଯେଉଁଠି ଏକାଧିକ ପରିବାରରେ ଜନ୍ମ ନେଇଛନ୍ତି ବୀର ଯବାନ। କିଏ ଦେଶ ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଛନ୍ତି ତ ଆଉ କିଏ କାର୍ଗିଲ ଏବଂ ଚୀନ ଯୁଦ୍ଧରେ ସହିଦ ହୋଇଛନ୍ତି। ଯାହାକୁ ନେଇ ଗର୍ବ କରନ୍ତି ପରିବାର ଲୋକେ, ଏବଂ ସାରା ଗ୍ରାମବାସୀ। ସାଧାରଣତନ୍ତ୍ର ଦିବସ ଅବସରରେ ଆସନ୍ତୁ ଜାଣିବା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ଥିବା ଯବାନମାନଙ୍କ ଗାଁ କମଳାପୁର ବିଷୟରେ। ଗାଁ ମୁଣ୍ଡରେ […]
ଭୁବନେଶ୍ୱର : ଓଟିଭି ସାମ୍ବାଦିକାଙ୍କୁ ନବୀନ ନିବାସରେ ଦୁର୍ବ୍ୟବହାର। ସୁରକ୍ଷାକର୍ମୀଙ୍କ ଠେଲାପେଲା। ଓଟିଭି ପ୍ରତିନିଧି ଅର୍ଚ୍ଚନା ଶତପଥୀ ଆଜି ଖବର ସଂଗ୍ରହ ଲାଗି ନବୀନ ନିବାସକୁ ଯାଇଥିବା ବେଳେ ତାଙ୍କୁ ଗେଟ୍ ଭିତରକୁ ଛଡ଼ାଯାଇ ନଥିଲା। ଗେଟ୍ରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଅର୍ଚ୍ଚନା ଓ ଭିଡିଓ ଜର୍ଣ୍ଣାଲିଷ୍ଟ ସନ୍ତୋଷ ତରାଇଙ୍କୁ ଅଟକାଇଥିଲେ। ଗତକାଲି କଂଗ୍ରେସ ଛାଡିଥିବା ପ୍ରଣୟ ସାହୁ ଆଜି ବିଜେଡିରେ ଯୋଗଦେବା ଲାଗି ନବୀନ ନିବାସ ଆସିଥିଲେ। ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ହ୍ୱାଟସ୍ […]
ଗଞ୍ଜାମ: ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ହେଉଛି ଗୋପାଳପୁର ବେଳାଭୂମି। ସୁନ୍ଦର ବେଳାଭୂମି ସାଙ୍ଗକୁ ସୁଉଚ୍ଚ ବତୀ ଘର। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରେ। ହେଲେ ପର୍ଯ୍ୟଟକଙ୍କ ଲାଗି ବିଭାଗ ପକ୍ଷରୁ ସେମିତି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ସହରଠାରୁ ମାତ୍ର ୧୮ କିଲୋମିଟର ଦୂରରେ ରହିଛି ଏହି ବେଳାଭୂମି। ହେଲେ ମନୋରମ ଦୃଶ୍ୟ ବ୍ୟତୀତ, ପର୍ଯ୍ୟଟକଙ୍କ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମିତି କିଛି ଆକିଦୃଶିଆ […]
ପୁରୀ: ଘରୁ ଜିନିଷ ଚୋରି ହେଲା। ଅଭିଯୋଗ ପରେ ଚୋରି ଜିନିଷ ତ ଫେରିଲାନି, ଆହୁରି ଗାଁରୁ ବାସନ୍ଦ ହେବାକୁ ପଡ଼ିଲା। ପୁରୀ ଜିଲ୍ଲା ସତ୍ୟବାଦୀ ହାଟପଡା ଗାଁରେ ଏଭଳି ଘଟଣା ଘଟିଛି। ଗାଁ କମିଟିର ନିଷ୍ପତ୍ତିରେ ଅରାଜି ହେବାରୁ ୬ମାସ ହେଲା ନିଆଁପାଣି ବାସନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ପଢ଼ନ୍ତୁ ପୂରା ଘଟଣା… ପୁରୀ ସତ୍ୟବାଦୀ ବ୍ଲକ ହାଟପଡା ଗାଁର ହୃଷିକେଶ ସାହୁଙ୍କ ଘରୁ ଗତ ୬ ମାସ ତଳେ ଏକ ମୋବାଇଲ୍ ଫୋନ୍ […]
ଭୁବନେଶ୍ୱର: ରାଜଧାନୀରେ ଛିନ୍ତାଇ ଆତଙ୍କ। ଲୁଟେରାମାନେ ଚଳନ୍ତା ବାଇକରେ ମହିଳାଙ୍କୁ ଟାର୍ଗେଟ କରି ମୋବାଇଲ, ଚେନ୍, ପର୍ସ ଇତ୍ୟାଦି ଲୁଟି ନେଉଛନ୍ତି। ସେପଟେ ଚଳନ୍ତା ଗା଼ଡିରୁ ପଡି ଲୁଟ୍ର ଶିକାର ହେଉଥିବା ମହିଳା ଲହୁଲୁହାଣ ହେଉଛନ୍ତି। ରାଜଧାନୀରେ ଦିନ ଦ୍ୱିପ୍ରହରେ ଖୁଲମ୍ଖୁଲା ଭାବେ ଏଭଳି ଲୁଟ୍ ଚାଲିଥିଲେ ବି ପୁଲିସ୍ ନିଷ୍କ୍ରିୟ ସାଜିଛି। ଗତ କିଛିଦିନ ତଳେ ପାତ୍ରପଡ଼ାର ଅଧ୍ୟାପିକା ସ୍ମିତା ମିଶ୍ର ଲୁଟ୍ର ଶିକାର ହୋଇ ବେଡରେ ଚିକିତ୍ସାଧିନ ଅଛନ୍ତି। ସ୍ମିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ […]
ବ୍ରହ୍ମପୁର: ଏଣିକି ଆଉ ଅଳିଆ ଆବର୍ଜନା ଖୋଲାରେ ପଡ଼ି ଦୁର୍ଗନ୍ଧ ହେବନି। କାହିଁକି ନା ଖୁବ୍ଶୀଘ୍ର ଦେଖିବାକୁ ମିଳିବ ସେନ୍ସର୍ ସିଷ୍ଟମ୍ ଲାଗିଥିବା ଅଣ୍ଡର୍ ଗ୍ରାଉଣ୍ଡ୍ ଡଷ୍ଟବିନ୍। ଏହି ସ୍ମାର୍ଟ ସିଷ୍ଟମ୍ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଆରମ୍ଭ ହେବାକୁ ଯାଉଛି। ଫଳରେ ସହରର ଆବର୍ଜନା ମାଟି ତଳେ ହୋଇଥିବା ଡଷ୍ଟବିନ୍ରେ ପଡ଼ିବ। ପ୍ରାୟ ୫ କୋଟି ବ୍ୟୟରେ ଆରମ୍ଭ ହେଉଥିବା ଏହି ପ୍ରକଳ୍ପକୁ ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ଏଥିପାଇଁ ବ୍ରହ୍ମପୁର […]
ଛତିଶଗଡ଼: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା ବର୍ଡରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ସୀମାନ୍ତବର୍ତ୍ତୀ ୮ ଜିଲ୍ଲା ଉପରେ ନଜର ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ନିର୍ବାଚନ ସମୟରେ ବର୍ଡର ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହିତ କମ୍ବିଂ ଅପରେସନ୍ ବି ଜୋରଦାର୍ କରାଯାଇଛି। ଗୋଟିଏ ପଟେ ଛତିଶଗଡ, ଅନ୍ୟପଟେ ଓଡିଶା ପୁଲିସ୍ର ଜୋରଦାର ଚେକିଂର ଦୃଶ୍ୟ ଦେଖିବାକୁ […]
ନିମାପଡ଼ା: ବୟସ ମାତ୍ର ୨୪ ବର୍ଷ। କାମ କରୁଥିବା ବେଳେ ପଡ଼ିଯାଇ ବେକର ମେରୁଦଣ୍ଡ ଭାଙ୍ଗି ଯିବାରୁ ଏବେ ଶଯ୍ୟାଶାୟୀ। ହାତଗୋଡ଼ କାମ କରୁନାହିଁ। ଚିକିତ୍ସା ପାଇଁ ଯାହା କିଛି ଥିଲା ସବୁ ବିକି ଭାଙ୍ଗି ଦେଇଛନ୍ତି ମାଆ। ଦିନକୁ ଦିନ ଅସହ୍ୟ ହେଉଛି ଯନ୍ତ୍ରଣା। ଏପରି ସ୍ଥିତିରେ ବଞ୍ଚିବାକୁ ମୋହ ତୁଟାଇ ସାରିଛନ୍ତି ଏହି ଯୁବକ। ଆଉ ତାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି। ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବରୁଣ […]
ଭୁବନେଶ୍ୱର: ଟଙ୍କିକିଆ କଏନ୍ ଅଚଳ ହୋଇଯିବାର ଗୁଜବରେ ଏବେ ଲୋକେ ହଇରାଣ ହେଉଛନ୍ତି। ବିଶେଷ କରି ଖୁଚୁରା କାରବାର ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥିବା ବେଳେ ଉଭୟ ଗ୍ରାହକ ଏବଂ ଦୋକାନୀଙ୍କର ଚିନ୍ତା ବଢ଼ିବାରେ ଲାଗିଛି। କଟକ ଜିଲ୍ଲା ସାଲେପୁର , ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ଅଂଚଳରେ ଲୋକଙ୍କୁ ଘାରିଛି ଟଙ୍କିକିଆ ମୁଦ୍ରା ଅଚଳ ହେବାର ଭୟ। ଫଳରେ ଯାହା ପାଖରେ ଟଙ୍କିକିଆ କଏନ୍ ରହିଛି, ସେମାନେ ଏହାକୁ ବଦଳି କରିବାକୁ ସାଲେପୁର ସହରକୁ ଚାଲିଆସୁଛନ୍ତି। […]
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ୍ ରାମପୁର ଗ୍ରାହକ ସେବା କେନ୍ଦ୍ରରେ ଠକେଇ ଅଭିଯୋଗ। ଏଠାରେ ଦୀର୍ଘ ୫ବର୍ଷ ହେବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଂଘିଯୁବା ଶାଖା ଦ୍ୱାରା ଅନୁମୋଦିତ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଥିଲା। ବିରାଜିନୀ ପ୍ରଧାନ ନାମକ ଜଣେ ମହିଳାଙ୍କ ଠିକଣାରେ ଏକ ଭଡ଼ା ଘରେ ଏହି ଗ୍ରାହକ ସେବା କେନ୍ଦ୍ର ଖୋଲିଥିଲା। ତେବେ ଜମାକାରୀଙ୍କ ୩୦ରୁ ୪୦ ଲକ୍ଷ ଟଙ୍କା ନେଇ କେନ୍ଦ୍ରର ପରିଚାଳିକା ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି […]
ନୂଆଦିଲ୍ଲୀ : ସର୍ଜିକାଲ୍ ଷ୍ଟ୍ରାଇକ୍କୁ ପୂରିଛି ଦୁଇ ବର୍ଷ । ଏହି ଅବସରରେ ଅାଜି ଦେଶ ପାଳନ କରୁଛି ପରାକ୍ରମ ପର୍ବ । ରାଜଧାନୀ ଦିଲ୍ଲୀ ସମେତ ୫୧ଟି ସହରରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପରାକ୍ରମ ପର୍ବ ପାଳନ ପାଇଁ ଦିଲ୍ଲୀ ଇଣ୍ଡିଅା ଗେଟ୍ ସମ୍ମୁଖରେ ସେନା ଉଦ୍ଦେଶ୍ୟରେ ବିଭିନ୍ନ ସ୍ମାରକୀ ପ୍ରସ୍ତୁତ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ […]
ନୂଆଦିଲ୍ଲୀ : ୪୦ ବର୍ଷ ପୂର୍ବେ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ତାଙ୍କ ପେଟରେ ରହିଯାଇଥିଲା ଏକ ଡିମିରି ଫଳର ମଞ୍ଜି। ଯାହା ପର ମୁହୂର୍ତ୍ତରେ ଏକ ବିଶାଳ ଗଛର ରୂପ ନେଇଛି। ଏଇ ଦୁଇଧାଡ଼ି ପଢ଼ିସାରିବା ପରେ କଥାଟା ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ କାହାଣୀଟି ସମ୍ପୂର୍ଣ୍ଣ ସତ। ପୂରା ଘଟଣା କ’ଣ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ। ଏହି ଘଟଣା ହେଉଛି ସାଇପ୍ରସ୍ ଆଇସ୍ଲାଣ୍ଡ୍ର। ୧୯୭୪ ମସିହାର କଥା। ସେତେବେଳେ ଗ୍ରୀକ୍ ଓ […]