• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

surgical
ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଛି ଦୁଇ ବର୍ଷ

ନୂଆଦିଲ୍ଲୀ : ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଛି ଦୁଇ ବର୍ଷ । ଏହି ଅବସରରେ ଅାଜି ଦେଶ ପାଳନ କରୁଛି ପରାକ୍ରମ ପର୍ବ । ରାଜଧାନୀ ଦିଲ୍ଲୀ ସମେତ ୫୧ଟି ସହରରେ ଅାୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପରାକ୍ରମ ପର୍ବ ପାଳନ ପାଇଁ ଦିଲ୍ଲୀ ଇଣ୍ଡିଅା ଗେଟ୍ ସମ୍ମୁଖରେ ସେନା ଉଦ୍ଦେଶ୍ୟରେ ବିଭିନ୍ନ ସ୍ମାରକୀ ପ୍ରସ୍ତୁତ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ […]

  • Tuesday, 20 July 2021
otv
ବିଶାଳ ଗଛରେ ଭାଇଙ୍କ ଖବର ପାଇଲେ ଭଉଣୀ

ନୂଆଦିଲ୍ଲୀ : ୪୦ ବର୍ଷ ପୂର୍ବେ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ତାଙ୍କ ପେଟରେ ରହିଯାଇଥିଲା ଏକ ଡିମିରି ଫଳର ମଞ୍ଜି। ଯାହା ପର ମୁହୂର୍ତ୍ତରେ ଏକ ବିଶାଳ ଗଛର ରୂପ ନେଇଛି। ଏଇ ଦୁଇଧାଡ଼ି ପଢ଼ିସାରିବା ପରେ କଥାଟା ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ କାହାଣୀଟି ସମ୍ପୂର୍ଣ୍ଣ ସତ। ପୂରା ଘଟଣା କ’ଣ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ। ଏହି ଘଟଣା ହେଉଛି ସାଇପ୍ରସ୍‌ ଆଇସ୍‌ଲାଣ୍ଡ୍‌ର। ୧୯୭୪ ମସିହାର କଥା। ସେତେବେଳେ ଗ୍ରୀକ୍‌ ଓ […]

  • Tuesday, 20 July 2021
HOCKY-1
ବାର୍ସିଲୋନାରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ପହଞ୍ଚିଛି ହକି ବିଶ୍ୱକପ୍‌ର ଯାତ୍ରା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ହେଉଥିବା ହକି ବିଶ୍ୱକପ୍‌ ହେଉଛି ମହାକୁମ୍ଭର ଚତୁର୍ଦ୍ଦଶ ସଂସ୍କରଣ। ୧୯୭୧ରେ ସ୍ପେନର ବାର୍ସିଲୋନାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଭୁବନେଶ୍ୱରରେ ପହଞ୍ଚିଛି। ତେବେ ଏହି ଅବସରରେ ଆସନ୍ତୁ  ଜାଣିବା ହକି ମହାସମରର ଦୀର୍ଘ ୪୭ ବର୍ଷର ଇତିହାସ ବିଷୟରେ। ୧୯୭୧ ମସିହାରେ ପାକିସ୍ତାନର ତତ୍କାଳୀନ ଏୟାର୍ ଚିଫ୍ ମାର୍ଶାଲ୍ ନୁର୍‌ ଖାନ୍‌ ପ୍ରଥମେ ଏଭଳି ଏକ ପରିକଳ୍ପନା କରିଥିଲେ। ତାଙ୍କର ଏହି ପ୍ରସ୍ତାବ ହକି ୱାର୍ଲଡ୍‌ ମ୍ୟାଗାଜିନ୍‌ ଜରିଆରେ ଅନ୍ତର୍ଜାତୀୟ ହକି […]

  • Tuesday, 20 July 2021
Symposium
ଭୁବନେଶ୍ୱରରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ। ଭୁବନେଶ୍ୱର ଡେଭଲ୍‌ପମେଣ୍ଟ୍‌ ଅଥରିଟି ଓ ଆନପିକ୍‌ ବା ଆଟିଷ୍ଟ ନେଟ୍‌ଓ୍ୱାର୍କ ପ୍ରମୋଟିଂ ଇଣ୍ଡିଆନ୍‌ କଲ୍‌ଚର୍‌ର ମିଳିତ ସହଯୋଗରେ କଳିଙ୍ଗନଗରଠାରେ ଏହି ପାର୍କ ନିର୍ମାଣ କରାଯାଉଛି। ଆସନ୍ତା ୨୦ ତାରିଖରେ ଏହି ପାର୍କର ଉଦ୍‌ଘାଟନ କରାଯିବ। ରିଡିୟୁସ୍, ରିୟୁଜ୍ ଏବଂ ରିସାଇକଲ୍ ଏବଂ ଏଭଳି ଥିମ୍‌କୁ ନେଇ ଏହି ଏହି ସଂଗ୍ରହାଳୟ ବା ପାର୍କ ନିର୍ମାଣ କରାଉଛି। ହେଲେ ଏହି ପାର୍କରେ ଘାସ ଗାଲିଚା କି ଅନ୍ୟ […]

  • Tuesday, 20 July 2021
soldier
ସହିଦ ସ୍ୱାମୀଙ୍କଠାରୁ ଅନୁପ୍ରାଣିତ ହୋଇ ଲେଫ୍ଟନାଣ୍ଟ ବନିଲେ ପତ୍ନୀ

ନୂଆଦିଲ୍ଲୀ: କୌଣସି ମହିଳା କମ୍‌ ବୟସରୁ ବିଧବା ହୋଇଯିବାର ଦୁଃଖ କେବଳ ସେହି ମହିଳାଙ୍କୁ ହିଁ ଜଣା । କେମିତି ବିତେଇବାକୁ ହୁଏ ଏକାକୀ ଜୀବନ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସ୍ୱାମୀ ସେନା ବାହିନୀରେ ଥିଲେ । ୨୦୧୫ ମସିହାରେ ସେ ସହିଦ ହୋଇଯାଇଥିଲେ । ସତେ ଯେମିତି ମୁଣ୍ଡ ଉପରେ ପାହାଡ ପଡିଯିବା ପରି ମନେହୋଇଥିଲା ସେହି ମହିଳାଙ୍କୁ । ଜୀବନଟା ଲାଗିଥିଲା ଅନ୍ଧକାର ଭଳି । କିନ୍ତୁ […]

  • Tuesday, 20 July 2021
cancer patient
ସ୍ୱାମୀଙ୍କୁ ପକ୍ଷାଘାତ ,ସ୍ତ୍ରୀଙ୍କୁ ହୋଇଛି କର୍କଟ ରୋଗ

କଟକ : ରୋଗଶଯ୍ୟାରେ ଦିନ କାଟୁଛନ୍ତି ପତିପତ୍ନୀ । ସ୍ୱାମୀ ପକ୍ଷାଘାତ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ କର୍କଟରେ ଅାକ୍ରାନ୍ତ । ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ସେପଟେ ସରକାରଙ୍କ ସବୁ ଯୋଜନା ଯେମିତି ଏମାନଙ୍କ ପାଇଁ ସାତସପନ ପାଲଟିଛି  ନାଁ ଅଛି ଇନ୍ଦିରା ଅାବାସ , ନାଁ ଅଛି ପାଇଖାନା । ଭଙ୍ଗା କୁଡିଅାରେ ଅଭାବ ଅନଟନରେ ଦିନ କାଟୁଛନ୍ତି । ବୟସର ଅପରାହ୍ନରେ ଦାଉ ସାଧିଛି ରୋଗ । ସରକାରଙ୍କ ଯୋଜନା […]

  • Tuesday, 20 July 2021
debaduta
ଦେବଦୂତ ସାଜିଲେ ଜିଆର୍‌ପି କନଷ୍ଟେବଲ୍‌

ଭୁବନେଶ୍ୱର : ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଜିଆର୍‌ପି କନେଷ୍ଟବଳ ବଳରାମ ସିଂହ। ଉପସ୍ଥିତ ବୁଦ୍ଧି ସହ ପୁଲିସ୍‌ ଟ୍ରେନିଂ ବେଳେ ଆହରଣ କରିଥିବା ଜ୍ଞାନକୁ କାମରେ ଲଗାଇ ବଳରାମ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଜଣେ ଯାତ୍ରୀ ଟ୍ରେନ୍‌ରେ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ହଠାତ୍‌ ତାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ଯାହାଫଳରେ ସେ ଅଚେତ୍‌ ହୋଇ ଷ୍ଟେସନ୍‌ରେ ପଡ଼ି ରହିଥିଲେ। ବଳରାମ୍‌ ସିଂହ ଡ୍ୟୁଟି ସାରି ଅଫିସ୍‌ରୁ […]

  • Tuesday, 20 July 2021
mihir patel story
ସେ ଜଣେ ମୃତ୍ୟୁବିଜୟୀ; ୪ ଜଣଙ୍କୁ ଜୀବନ ଦେଇ ନିଜେ ଚାଲିଗଲେ

ସୁରତ/ନୂଆଦିଲ୍ଲୀ: ଜୀବନ ଅଛି ତ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ କିଛି ଲୋକ ମୃତ୍ୟୁ ପରେ ବି ସମସ୍ତଙ୍କ ହୃଦୟରେ ଜୀବିତ ଥାନ୍ତି। କାରଣ କର୍ମ ହିଁ ତାଙ୍କୁ ସମସ୍ତଙ୍କ ହୃଦୟରେ ଜୀବିତ ରଖିଥାଏ। ତାଙ୍କୁ ହିଁ ପ୍ରକୃତରେ ମୃତ୍ୟୁବିଜୟୀ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ସେହିଭଳି ମୃତ୍ୟୁବିଜୟୀ ଯୁବକଙ୍କ କଥା କହିବୁ। ଯାହାଙ୍କ କାହାଣୀ ଜାଣିଲେ ଆପଣ ବି ସାଲ୍ୟୁଟ୍‌ ନ କରି ରହିପାରିବେନି। ଏହି କାହାଣୀ ହେଉଛି ସୁରତ୍‌ର ୧୮ ବର୍ଷିୟ ମିହିର ପଟେଲ୍‌ଙ୍କର। […]

  • Tuesday, 20 July 2021
lakha
ହକି ବିଶ୍ୱକପ୍‌ ଲାଗି ନିର୍ମାଣ ଚାଲିଛି ୭୦୦ ଲାଖ ବାକ୍ସ

ନବରଙ୍ଗପୁର: ବିଶ୍ୱ ଦରବାରରେ ନବରଙ୍ଗପୁର ଜିଲ୍ଲାର ଲାଖଶିଳ୍ପର ସ୍ୱତନ୍ତ୍ର ସ୍ଥାନ ରହିଛି। ଆସନ୍ତା ମାସରେ  ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପରେ ଖେଳାଳିଙ୍କୁ ଲାଖରେ ତିଆରି ଉପହାର ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ସେଥିପାଇଁ ଲାଖରେ ତିଆରି ବାକ୍ସ ନିର୍ମାଣରେ ଲାଗିପଡ଼ିଛନ୍ତି ନବରଙ୍ଗପୁର ଶଙ୍ଖାରୀ ସାହିର କାରିଗରମାନେ। କାରିଗରମାନେ ମିଳିମିଶି ବାଉଁଶ ତିଆରି ବାକ୍ସରେ ସୁନ୍ଦର ସୂତା କାମରେ ଲାଗିପଡ଼ିଛନ୍ତି।। ଅଙ୍ଗାର ନିଆଁରେ ସେକି ଲାଖରେ ତିଆରି ସୂତାକୁ ଜୀବନ୍ତ ରୂପ ଦେଉଛନ୍ତି କାରିଗର। ବିଶ୍ୱ […]

  • Tuesday, 20 July 2021
train 5
ରେଳ ବଗି ସଦୃଶ ନିର୍ମାଣ ହୋଇଛି ଶ୍ରେଣୀ ଗୃହ

ମାଲକାନଗିରି : କୁନି କୁନି ପିଲା ପଢୁଛନ୍ତି ରେଳ ଡବା ଭିତରେ। ପୁଣି ରେଳ ଡବାର ଡୋର ନିକଟରେ ପିଲାମାନେ ଭିଡ଼ ଜମାଇ ଥିବା ଭଳି ଜଣାପଡୁଛି। ଏହା ଭ୍ରମ ସୃଷ୍ଟି କରୁଥିଲେ ବି ପ୍ରକୃତରେ ଏହା ହେଉଛି ଶ୍ରେଣୀ ଗୃହ। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ  ଏଭଳି। ବିଦ୍ୟାଳୟର କ୍ଲାସ୍‌ ରୁମକୁ ରେଳ ଡବା ଭଳି ଚିତ୍ରଣ କରାଯାଇଛି। କୁନି କୁନି ପିଲାମାନେ ରେଳ ଡବା ସଦୃଶ […]

  • Tuesday, 20 July 2021
computer
କମ୍ପ୍ୟୁଟର୍‌ ପାଇଁ ଖୁବ୍‌ ଦରକାରୀ ଏହିସବୁ ଶର୍ଟକଟ୍

ଭୁବନେଶ୍ୱର: କମ୍ପ୍ୟୁଟର୍‌ କିମ୍ବା ଲ୍ୟାପ୍‌ଟପ୍‌ ବ୍ୟବହାର କଲାବେଳେ କୌଣସି କାମକୁ ଶୀଘ୍ର ସାରିବା ପାଇଁ ଆମେ ସେଥିରେ ଥିବା ଶର୍ଟକଟ୍ ‘କି’ର ବ୍ୟବହାର କରିଥାଉ। ଯାହାଦ୍ୱାରା ଖୁବ୍‌ ସହଜରେ ଓ କମ୍ ସମୟରେ ଆମେ ଅଧିକ କାମ କରିପାରି ଥାଉ। ତେବେ କଟ୍‌, କପି-ପେଷ୍ଟକୁ ଛାଡ଼ିଦେଲେ କମ୍ପ୍ୟୁଟର୍‌ରେ ଏମିତି ଅନେକ ଦରକାରୀ ଶର୍ଟକଟ୍ ‘କି’ ରହିଛି, ଯାହାକୁ ଜାଣିଲେ ଆପଣଙ୍କ କାମ ଆହୁରି ସହଜ ହୋଇଯିବ।   ୧.ଶର୍ଟକଟ୍‌ରେ ପେଜ୍ ଅପ୍‌ ଓ ପେଜ୍‌ ଡାଉନ୍: କମ୍ପ୍ୟୁଟର୍‌ରେ […]

  • Tuesday, 20 July 2021
ganesh puja
ରାତି ପାହିଲେ ଗଣେଶ ପୂଜା

ଭୁବନେଶ୍ୱର : ସୁଦୃଶ୍ୟ ତୋରଣ, ଅାକର୍ଷଣୀୟ ସାଜସଜ୍ଜା। ଚିକ୍‌ମିକ୍ ଲାଇଟ୍‌ରେ ଝଲସୁଛି ତୋରଣ। ରାତି ପାହିଲେ ଅଗ୍ରଗଣ୍ୟଙ୍କ ପୂଜା। ଅାଉ ତା ପୂର୍ବରୁ ସଜେଇ ହୋଇଛି ଜଟଣୀ ସହର। ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଜଟଣୀରେ ଏ ବର୍ଷ ଛୋଟବଡ଼଼ ପ୍ରାୟ ୨୦୦ଟି ମଣ୍ଡପରେ ପୂଜା ପାଇବେ ବିଘ୍ନ ବିନାଶକ। ଏଥିପାଇଁ ପୂଜା କମିଟି ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି। ଶିଳ୍ପ ନଗରୀ ତାଳଚେରରେ ବି ୧୩ ଦିନ ଧରି ମହାସମାରୋହରେ ଚାଲିବ […]

  • Tuesday, 20 July 2021
DAKTRA KA BARABARA
ତ୍ରିକୋଣୀୟ ପ୍ରେମକୁ ନେଇ ଡାକ୍ତରଙ୍କ ବର୍ବରକାଣ୍ଡ

ବ୍ରହ୍ମପୁର: ବୀଭତ୍ସ, ବର୍ବର, ଭୟଙ୍କର ଏହି ହତ୍ୟାକାଣ୍ଡ । ଖଣ୍ଡ ବିଖଣ୍ଡିତ ମୃତଦେହରୁ ହତ୍ୟାକାଣ୍ଡର ସୁରାଗ୍ ଖୋଜୁଛି ପୁଲିସ। ପରିତ୍ୟକ୍ତ ସ୍ଥାନରୁ ମୃତଦେହ ଉଦ୍ଧାର କରି ପୁଲିସ ଚଳାଇଛି ଛାନ୍‌ଭିନ୍‌। ୨୫ ଦିନର ନିଖୋଜ ପରେ ବ୍ରହ୍ମପୁର ଆମ୍ବପୁଆ ନିକଟ ବଡ଼ଗୁମୁଳାରେ ମାଟି ତଳୁ ମିଳିଛି ଗଳିତ ମୃତଦେହ। ବିଷ୍ଣୁପ୍ରସାଦଙ୍କୁ ହତ୍ୟା କରି ପୋତି ଦିଅାଯାଇଥିଲା। ପୁଲିସର ପ୍ରାଥମିକ ତଦନ୍ତରୁ ଏହା ତ୍ରିକୋଣୀୟ ପ୍ରେମର ପରିଣତ ବୋଲି ଅାଶଙ୍କା କରାଯାଉଛି। ଅାଉ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ହତ୍ୟା […]

  • Tuesday, 20 July 2021
golden
ପ୍ରତିଦିନ ସୁନା ଟିଫିନ୍‌ରେ ଖାଉଥିଲା ଚୋର

ହାଇଦ୍ରାବାଦ୍‌ : ଚୋର ବ୍ୟବହାର କରୁଥିଲା ସୁନା ଟିଫିନ୍ । ପ୍ରତିଦିନ ସୁନା ଟିଫିନ୍‌ରେ ଖାଉଥିଲା ଚୋର। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ କଥା। ହାଇଦ୍ରାବାଦ୍‌ର ଏକ ଚୋର ପାଖରୁ ଏଭଳି ତଥ୍ୟ ମିଳିଛି। ନିଜାମଙ୍କ ସଂଗ୍ରହାଳୟରୁ ଚୋରି ହୋଇଥିବା ସୁନା ଟିଫିନ୍‌ର ରହସ୍ୟ ଭେଦ କରିଛି ପୁଲିସ। ନିଜାମଙ୍କ ଏହି ବହୁ ମୂଲ୍ୟ ଟିଫିନ୍‌କୁ ନିଜାମ କେବେ ବ୍ୟବହାର କରିନଥିଲେ। କିନ୍ତୁ ଚୋରି ପରେ ଏହାକୁ ଚୋର ଖାଇବା ପାଇଁ ବ୍ୟବହାର କରୁଥିଲା। […]

  • Tuesday, 20 July 2021
biek
ଟ୍ରକ୍‌ ଚକ ମଝିରେ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଟିକେ ଅସବଧାନତା ଯୋଗୁ ଅନେକଙ୍କ ଜୀବନ ଚାଲିଯାଉଥିବାର ଘଟଣା ଦେଖିବାକୁ ମିଳୁଛି। ତେବେ ଏହାର ପ୍ରମୁଖ କାରଣ ହେଉଛି ବେପରୁଆ ଗାଡ଼ି ଚାଳନା। ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ସେମିତି ଏକ ଅବିଶ୍ୱସନୀୟ ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଘଟଣାଟି ଘଟିଛି ଚାଇନାର ଏକ ସହରରେ। ଭିଡିଓରେ ଦେଖାଯାଉଛି ଜଣେ ମହିଳା ସ୍କୁଟି […]

  • Tuesday, 20 July 2021
jagannatha
ହାତ ପାଇଲେ ଜଗନ୍ନାଥ

କିଛି ଦିନ ତଳେ ଦିବ୍ୟାଙ୍ଗର ପରିଚୟ ନେଇ ଜୀବନ ବିତାଉଥିଲେ ଜଗନ୍ନାଥ। ସାଧାରଣ ଜୀବନ ବିତାଇବା ତାଙ୍କୁ ଯେମିତି ବୋଝ ଲାଗୁଥିଲା। ଏବେ କିନ୍ତୁ ନିଜ ଜୀବନକୁ ନେଇ ସେ ବହୁତ ଖୁସି। କାରଣ ଦୁର୍ଘଟଣାରେ ହରାଇଥିବା ଗୋଟିଏ ହାତର ସ୍ଥାନ ନେଇଛି କୃତ୍ରିମ ହାତ। ଏହାକୁ ନେଇ ଜଗନ୍ନାଥଙ୍କ ଖୁସିର ସୀମା ନାହିଁ। ୧୫ ବର୍ଷ ତଳେ ଏକ ଦୁର୍ଘଟଣାରେ ହାତ ହରାଇଥିଲେ କବିସୂର୍ଯ୍ୟନଗରର ଜଗନ୍ନାଥ ନାହକ। ବ୍ରହ୍ମପୁର ବଡ଼ ମେଡିକାଲରେ ଆୟୋଜିତ ସକ୍ଷମ ଶିବିରରୁ […]

  • Tuesday, 20 July 2021
42230611_10155777108581966_8289789766115786752_o
ହାତରେ ଲେଖିଥିଲେ ବାୟୋଡାଟା, ଛୁଟିଲା ଚାକିରିର ଲମ୍ବା ସୁଅ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି। ଆଉ ଏହିସବୁ ଘଟଣାଗୁଡ଼ିକ ଭାଇରାଲ୍‌ ହେବା ପରେ ଖୁବ୍‌ ଚର୍ଚ୍ଚା ମଧ୍ୟ ସାଉଁଟୁଛି। କିଛିଦିନ ହେବ ସୋଶାଲ୍ ମିଡିଆରେ ଏମିତି ଏକ ହାତଲେଖା ବାୟୋଡ଼ାଟା ବା ରିଜ୍ୟୁମେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ଆପଣ ଭାବୁଥିବେ ପ୍ରିଣ୍ଟ୍ଆଉଟ୍‌ ଯୁଗରେ ଏହି ହାତଲେଖା ବାୟୋଡାଟାଟି କାହିଁକି ଭାଇରାଲ୍‌ ହେଉଛି ? ପ୍ରକୃତ କଥା ହେଲା […]

  • Tuesday, 20 July 2021
whatsapp-up
ହ୍ୱାଟ୍‌ସଆପ୍‌ ବ୍ୟବହାର କରିବାରୁ ଯୁବତୀଙ୍କ ଭାଙ୍ଗିଲା ବାହାଘର

ଲକ୍ଷ୍ନୌ: ସୋଶାଲ୍‌ ମିଡିଆର ବ୍ୟବହାର ଫଳରେ ଯୁବପିଢ଼ୀମାନେ ବିଭିନ୍ନ ସୁବିଧା ସୁଯୋଗ ହାତ ପାହନ୍ତାରେ ପାଇପାରୁଛନ୍ତି। ହେଲେ ଏହି ସୋଶାଲ ମିଡ଼ିଆ ବ୍ୟବହାର ଦ୍ୱାରା ହିଁ ସେମାନଙ୍କ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ବୋଲି ଅଭିଭାବକମାନେ ଅନେକ ସମୟରେ ଚିନ୍ତିତ ଥାନ୍ତି। ଏହାର ବ୍ୟବହାରକୁ ବି କିଛି ବାପା ମାଆ ନାପସନ୍ଦ କରିଥାନ୍ତି। ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରେ। ସୋଶାଲ ମିଡ଼ିଆ ବ୍ୟବହାର ଯୋଗୁ ପୁଅ ପାଇଁ ଠିକ୍‌ ହୋଇଥିବା ବାହାଘର ଭାଙ୍ଗିଦେଇଛନ୍ତି ଏକ […]

  • Tuesday, 20 July 2021
school3
କେତେ ଅାଦର୍ଶ, ନୂଅାପଡା କେଶରାଜପୁର ଅାଦର୍ଶ ବିଦ୍ୟାଳୟ ?

ନୂଅାପଡ଼ା : ବ୍ଲକ୍ ସ୍ତରରେ ଅାରମ୍ଭ ହେବ ଅାଦର୍ଶ ବିଦ୍ୟାଳୟ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ମିଳିବ ଉନ୍ନତ ଶିକ୍ଷା। ଏପରିକି ପିଲାଙ୍କୁ ଦିଅାଯିବ ଅାବାସିକ ବ୍ୟବସ୍ଥା। କିନ୍ତୁ ସରକାରଙ୍କର ଏହି ସ୍ୱପ୍ନ ଓ ବାସ୍ତବତା ଭିତରେ ଏବେ ଦେଖାଦେଇଛି ଢେର୍ ଦୂରତା। ଏହାର ଏକ ଉଦାହରଣ ନୂଅାପଡ଼ା ଜିଲ୍ଲା ବେଡେନ୍ ବ୍ଲକ୍ କେଶରାଜପୁରରେ ଥିବା ଅାଦର୍ଶ ବିଦ୍ୟାଳୟ । ବ୍ଲକ୍‌ର ଅନୁସୂଚିତ ଜାତି, ଜନଜାତିର ମେଧାବୀ ପିଲାଙ୍କୁ ସିବିଏସ୍‌ଇ ପ୍ୟାଟର୍ଣ୍ଣରେ ପାଠ ପଢା ସହ […]

  • Tuesday, 20 July 2021
ocen-up
ସମୁଦ୍ରରୁ ଅାବର୍ଜନା ସଫା ପାଇଁ ଅଭିନବ ପ୍ରୟାସ

ଅାମେରିକା  : ସଫା ହେବ ସମୁଦ୍ର। ସମୁଦ୍ରର ଅତଳ ଗହ୍ୱରରୁ ଖୋଜି ଅାଣିବ ଅଳିଅା। ଏଥିପାଇଁ ଅାରମ୍ଭ ହୋଇଛି ମିଶନ୍  ଓସନ କ୍ଲିନ ଅପ୍। ଅାମେରିକାର ସାନ୍‌ ଫ୍ରାନ୍‌ସିସ୍କୋ ସହର ନିକଟ ସମୁଦ୍ର ଗର୍ଭରେ ଏଥିପାଇଁ ୨ହଜାର ଫୁଟ ଲମ୍ବର ପାଇପ୍‌ ବିଛାଯାଇଛି। ପାଇପ୍‌ର ଅାଗରେ ପାଖାପାଖି ୧୦ଫୁଟ ଚଉଡାର ସ୍କ୍ରିନ ରହିଛି। ଏଥିରେ କ୍ୟାମେରା, ସେନସର ସହ ସାଟେଲାଇଟ ଅାଣ୍ଟିନା ଖଞ୍ଜାଯାଇଛି। ଅାଉ ଏଥିପାଇଁ ସୌରଶକ୍ତିର ବ୍ୟବହାର କରାଯାଉଛି।  ଅାଣ୍ଟିନାରୁ ନିୟମିତ ବ୍ୟବଧାନରରେ ସୂଚନା ମିଳିବ। […]

  • Tuesday, 20 July 2021
dhokra-up
ଅବହେଳିତ ଢେଙ୍କାନାଳ ଜିଲ୍ଲାର ଢୋକ୍ରା କାରିଗର

ଢେଙ୍କାନାଳ : ଦୁର୍ଦ୍ଦିନରେ ଢେଙ୍କାନାଳ ଜିଲ୍ଲାର ଢୋକ୍ରା କାରିଗର। ନିଜ ହାତର ଯାଦୁଗରୀରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡୋକ୍ରା ଶିଳ୍ପୀ ଏବେ ଦୟନୀୟ ଅବସ୍ଥାରେ। ରହିବା ପାଇଁ ନା ଘର ଅଛି, ନା ବିଜୁଳି କିମ୍ବା ପାନୀୟ ଜଳ ବ୍ୟବସ୍ଥା। ସରକାରଙ୍କ ଅଣଦେଖା କାରଣରୁ ଏବେ ନିଜ ଜୀବିକା ହରାଇବାକୁ ବସିଲେଣି ଏହି କାରିଗରମାନେ। ଝାଟିମାଟିର କାନ୍ଥ ଉପରେ ଜରିପାଲ ଟାଣି ରହୁଥିବା ଏହି ଗାଁର ଚିତ୍ର ହିଁ ବୟାନ କରେ କିଭଳି […]

  • Tuesday, 20 July 2021
biju-ligacy
କାହା ପାଇଁ ସେ ଥିଲେ ଝଡ଼ର ଇଗଲ। କାହା ପାଇଁ ଥିଲେ ପୁଣି ଧରଣୀର କୃଷ୍ଣସାର।

କାହା ପାଇଁ ସେ ଥିଲେ ଝଡ଼ର ଇଗଲ। କାହା ପାଇଁ ଥିଲେ ପୁଣି ଧରଣୀର କୃଷ୍ଣସାର। କିଏ ତାଙ୍କୁ କହୁଥିଲା କଳିଙ୍ଗ ସମ୍ରାଟ। କିଏ ପୁଣି କହୁଥିଲା କ୍ଷୁଧିତ ଖାରବେଳ। ଅନେକଙ୍କ ପାଇଁ ସେ ଥିଲେ ସ୍ୱପ୍ନର ସୌଦାଗର, ସ୍ୱାଭିମାନର ସଂଗ୍ରାମୀ। ପୁଣି କିଛି ଲୋକଙ୍କ ପାଇଁ ସେ ଥିଲେ ମେଗାଲୋମାନିଆକ୍‌, ମେଫିଷ୍ଟୋଫେଲିସ୍‌। ସେ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ, ସଂକ୍ଷେପରେ ବିଜୁ ପଟ୍ଟନାୟକ, ଲୋକମୁଖରେ ବିଜୁବାବୁ। ଆଡ୍‌ଭେଞ୍ଚର ସ୍ପୋର୍ଟସ, ସାଇକ୍ଲିଂ, ପୋଲ୍‌ ଭଲ୍‌ଟ, ପାଇଲଟିଂ, ଏଣ୍ଟ୍ରପ୍ରେନ୍ୟୁରଶିପ୍‌, ଟ୍ରେଡିଂ, […]

  • Tuesday, 20 July 2021
1
ଜାଲରେ ପଡ଼ିଲା ଅଦ୍ଭୁତ ମାଛ

ଥିରୁବନନ୍ତପୁରମ୍‌: କେରଳର ସମୁଦ୍ର ତଟରୁ ମତ୍ସ୍ୟଜୀବୀମାନେ ଏକ ନିର୍ଦ୍ଦିଷ୍ଟ ବିଲୁପ୍ତପ୍ରାୟ ପ୍ରଜାତିର ସାର୍କ ଧରିଛନ୍ତି। ଗତ ଶୁକ୍ରବାର ଦିନ ଥିରୁବନନ୍ତପୁରମର ସଙ୍ଗୁମୁଗମ ବିଚ ନିକଟରେ ଏହି  ବିରଳ ପ୍ରଜାତିର ସାର୍କ ଧରାପଡ଼ିଥିଲା। ପାଣିପାଗ ବିଭାଗର ପରାମର୍ଶ ଅନୁସାରେ ମତ୍ସ୍ୟଜୀବୀମାନେ ଝଡ଼ର ଭୟାବହତାକୁ ଲକ୍ଷ୍ୟକରି ସମୁଦ୍ରକୁ ନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେମାନେ ସମୁଦ୍ର କୂଳରେ ମାଛ ଧରୁଥିଲେ। ଯେତେବେଳେ ସେମାନେ ଜାଲ ଫିଙ୍ଗି ଜାଲକୁ ଟାଣିଲେ, ସେତେବେଳେ ଏକ ସାର୍କ ଫସି ରହିଥିବାର ଦେଖିଥିଲେ। […]

  • Tuesday, 20 July 2021
13
ମରିବା ପୂର୍ବରୁ ପଡ଼ୋଶୀଙ୍କ ନାମରେ କରିଗଲେ ୫୫ କୋଟିର ସମ୍ପତ୍ତି

ସାଧାରଣତଃ ଯଦି କୁହାଯାଏ ପରିବାରରେ କେଉଁ କାରଣକୁ ନେଇ ଅଧିକ ଝଗଡ଼ା ହୁଏ, ତେବେ ଏହାର ଉତ୍ତର ସମ୍ପତ୍ତି ବିବାଦ ହିଁ ହେବ। କୌଣସି ବ୍ୟକ୍ତି ଏକ ଇଞ୍ଚ ଜମି ବା ଗୋଟିଏ ଟଙ୍କା କାହାକୁ ଦେବାକୁ ଚାହାଁନ୍ତି ନାହିଁ। କିନ୍ତୁ ଜର୍ମାନୀରେ ଜଣେ ମହିଳା ପଡ଼ୋଶୀଙ୍କ ନାମରେ ୫୫ କୋଟି ମୂଲ୍ୟର ସମ୍ପତ୍ତି କରି ଦେଇଛନ୍ତି। ବର୍ତ୍ତମାନ ଆପଣ ଭାବିବେ ଯେ ଖାସ୍‌ ମୁଁ ସେ ମହିଳାଙ୍କ ପଡ଼ୋଶୀ ହୋଇଥାନ୍ତି କି! ମୋ ନାମରେ ମଧ୍ୟ […]

  • Tuesday, 20 July 2021
malnutrition
ନଗଡ଼ା ପରେ ଏବେ ମନୋହରପୁରରେ ଅପପୁଷ୍ଟି ଘଟଣା

ଯାଜପୁର  : ଗୋଟେ ପଟେ ଖାଦ୍ୟାଭାବ , ଅନ୍ୟପଟେ ଛପର ନଥିବା ଘରେ ପଡିରହିଛନ୍ତି ୩ ଶିଶୁ । ଶୁଖିଲା ମୁହଁ, ଭୋକିଲା ପେଟ ବଖାଣୁଛି ଏମାନଙ୍କ ଦୁର୍ଦ୍ଦଶାର କାହାଣୀ। ଯାଜପୁର ଦାନଗଦୀ ବ୍ଲକ୍ ମନୋହରପୁର ଗାଁରେ ଏଇ ବେସାହାରା ପିଲାଙ୍କ ଅବସ୍ଥା ଦୋହରାଇଛି ନଗଡାର ଅପପୁଷ୍ଟି ଘଟଣାର ଚିତ୍ର। ଗାଁର ବେଣୁଧର ଦଳେଇ ଏବଂ ମିନତୀ ଦଳେଇଙ୍କ ପରିବାରର ଏମିତି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ବେଣୁଧର ଘର ଛାଡି ଚାଲିଯାଇଥିବାବେଳେ ମିନତୀଙ୍କ ମାନସିକ ସ୍ଥିତି […]

  • Tuesday, 20 July 2021