• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

cyclone
ଓଡ଼ିଶାକୁ ବାତ୍ୟା ଭୟ ଅଛି କି ? ତଥ୍ୟ ରଖିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ର ପୂର୍ବାନୁମାନ କରିଥିଲା।  ଗତକାଲି ଏ ନେଇ ସୂଚନା ଦେଇ କୁହାଯାଇଥିଲା,  ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହୁଏ ତା’ହେଲେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ପ୍ରଦେଶରେ ହିଟ୍‌ କରିପାରେ । ହେଲେ ଆଜି ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଅଇଏମଡି […]

liqure
ମଦ ବିକ୍ରି ଉପରେ ଲାଗିଲା ସ୍ୱତନ୍ତ୍ର କରୋନା ଫି

ନୂଆଦିଲ୍ଲୀ: ଦୀର୍ଘଦିନ କଟକଣା ପରେ ମଦ ଦୋକାନ ଖୋଲିବାକୁ ଗତକାଲି ଅନୁମତି ମିଳିବା ପରେ ମଦପାଇଁ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲେ। ମଦ କିଣିବା ପାଇଁ ଏତେ ଭିଡ ଜମିଥିଲା ଯେ, ଲୋକେ କରୋନା ଗାଇଡ୍‌ଲାଇନ ବି ଭୁଲି ଯାଇଥିଲେ। କେତେକ ଜାଗାରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଯାହା ବି ହେଉ, ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ନିୟମିତ ମଦ୍ୟପାନ କରୁଥିବା ଲୋକେ ଖୁସି ହୋଇ ଯାଇଥିଲେ। ତେବେ ଆଜି […]

jio
ଜାନୁଆରୀ-ମାର୍ଚ୍ଚରେ ଜିଓର ନିଟ‌୍‍ ଲାଭ ୧୭୭.୫ ପ୍ରତିଶତକୁ ବୃଦ୍ଧି

ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ  ୨୦୨୦) ନିଟ‌୍‍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟିରେ ପହଞ୍ଚିଛି। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକ ସଂଖ୍ୟାରେ ଘଟିଥିବା ଦ୍ରୁତ  ବୃଦ୍ଧି କାରଣରୁ କଂପାନି ଏଭଳି ସଫଳତା ହାସଲ କରିଛି। ଏହି ତିନି ମାସରେ ଜିଓର ନିଜସ୍ୱ ରାଜସ୍ୱ ୧୪,୮୩୫ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ତୁଳନାରେ ୨୬.୬ ପ୍ରତିଶତ […]

liqure-1
ମଦ କିଣିବା ପାଇଁ ଲମ୍ବାଧାଡ଼ି

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିଛି। କେତେକ ରାଜ୍ୟ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ମଦ ଦୋକାନା ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି କଥା ଜାଣିବା ପରେ ମଦ କିଣିବା ପାଇଁ ଆଜି ସକାଳୁ ବିଭିନ୍ନ ଦୋକାନ ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ବିଶେଷ କରି ଦିଲ୍ଲୀ, କର୍ଣ୍ଣାଟକା ଓ ଛତିଶଗଡ଼ରେ ଲୋକମାନେ ମଦ ପାଇଁ ପ୍ରବଳ ଭିଡ଼ ଜମାଇଥିଲେ। କେତେକ ସ୍ଥାନରେ  ମଦ ପାଇଁ ଦେଢ କିଲୋମିଟରର […]

Railways
‘ରେଳବାଇ ପକ୍ଷରୁ ଶ୍ରମିକଙ୍କଠାରୁ ଟଙ୍କା ଆଦାୟ କରାଯାଉନାହିଁ ’

ନୂଆଦିଲ୍ଲୀ: ଘରକୁ ଫେରୁଥିବା ଶ୍ରମିକମାନଙ୍କ ସମସ୍ତ ରେଳଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି କହିବା ପରେ ଏ ନେଇ ପ୍ରତିକ୍ରିୟା ରଖିଛି ରେଳ ମନ୍ତ୍ରାଳୟ । ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି,   ଶ୍ରମିକଙ୍କ ଠାରୁ ଟିକେଟ୍ ବାବଦରେ କୌଣସି ଟଙ୍କା ଆଦାୟ କରାଯାଉନାହିଁ।  କେବଳ ଯାହା ଯାତ୍ରୀଙ୍କ ସମୁଦାୟ ଯାତ୍ରା ଖର୍ଚ୍ଚର ୧୫ ପ୍ରତିଶତ ଟଙ୍କା ରାଜ୍ୟ ସରକାରଙ୍କଠାରୁ ନିଆ ଯାଉଛି।  ରାଜ୍ୟ ଯେଉଁ ଶ୍ରମିକଙ୍କ ତାଲିକା ଦେଉଛି, ସେହି ତାଲିକା ଅନୁଯାୟୀ ରେଳ ବିଭାଗ ଶ୍ରମିକମାନଙ୍କୁ […]

asu-1
ଅଲିଅଳି ଝିଅ ସହ ବାକି ରହିଗଲା ଅନେକ କଥା..

ନୂଆଦିଲ୍ଲୀ:ଝିଅକୁ ବହୁତ ଭଲ ପାଉଥିଲେ। ଝିଅ ଥିଲା ତାଙ୍କର ଦିଲ୍‌, ଧଡକନ୍….ସବୁକିଛି। ସହକର୍ମୀଙ୍କ ସହ କଥା ହେଲାବେଳେ ଆଉ କିଛି ନୁହେଁ, କେବଳ ଝିଅ କଥା ହିଁ କୁହନ୍ତି କର୍ଣ୍ଣଲ ଆଶୁତୋଷ। ଅନେକ କଥା ଥିଲା ଅଲିଅଳି ଝିଅକୁ କହିବା ପାଇଁ। ଝିଅର ବି ଅନେକ ବରାଦ ଥିଲା ବାପାଙ୍କ ପାଖରେ । ହେଲେ ସବୁକିଛି ଅଧା ରହିଗଲା….।  ହିନ୍ଦୱାରା ଏନ୍‌କାଉଣ୍ଟରରେ ସହୀଦ ହୋଇଥିବା ବାହାଦୁର କର୍ଣ୍ଣଲ ଆଶୁତୋଷ ଶର୍ମା (Colonel Ashutosh Sharma) ଙ୍କୁ ମନେ […]

sonia
ଘରବାହୁଡ଼ା ଶ୍ରମିକଙ୍କ ରେଳ ଖର୍ଚ୍ଚ ବହନ କରିବ କଂଗ୍ରେସ

ନୂଆଦିଲ୍ଲୀ: ଦେଶରେ କରୋନା ବିପତ୍ତି ବଢି ବଢି ଚାଲିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ଏବେ ବିଳମ୍ବରେ ହେଉ ପଛେ କଂଗ୍ରସ କରୋନା ବିପତ୍ତିର ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ଘୋଷଣା କରିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ରେଳଯାତ୍ରାର ସମସ୍ତ ଖର୍ଚ୍ଚ କଂଗ୍ରେସ ବହନ କରିବ। ଏ ନେଇ କଂଗ୍ରେସ ପକ୍ଷରୁ […]

who
କେଉଁଠୁ ଆସିଲା କରୋନା ଭାଇରସ-ସ୍ପଷ୍ଟ କଲେ WHO ଡାକ୍ତର

ୱାଶିଂଟନ: କରୋନା ଭାଇରସର ଉତ୍ପତି କେଉଁଠି ହେଲା ଏବଂ କିପରି ହେଲା ତାକୁ ନେଇ ଏ ଯାଏ କୌଣସି ସ୍ପଷ୍ଟ ତଥ୍ୟ ମିଳିନି। ତେବେ ଚୀନର ଉହାନରୁ ଏହି ଭାଇରସରୁ ସୃଷ୍ଟି ଏବଂ ଏହା କୃତ୍ରିମ ବୋଲି ଆମେରିକା ଅଭିଯୋଗ କରି ଆସୁଛି ଆମେରିକା । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଖଣ୍ଡନ କରିଛି। WHOର ଡାକ୍ତର ମାଇକେଲ ରାୟନ କହିଛନ୍ତି, କରୋନା ଭାଇରସ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବେ ସୃଷ୍ଟି ହୋଇଛି। ନିକଟରେ ଆମେରିକା ରାଷ୍ଟ୍ରପତି […]

police
ବନେଟ ଉପରେ ପୋଲିସକୁ ଝୁଲାଇ ପଳାଇ ଯାଉଥିଲେ ଡ୍ରାଇଭର, ତା’ ପରେ....

ଅମ୍ରିତସର: ଚିନ୍ତା ବଢାଉଛି କରୋନା। କରୋନା ସଂକ୍ରମଣ ରୋକିବା ପାଇଁ ୨ୟ ପର୍ଯ୍ୟାୟ ଳକ୍‌ଡାଉନ ଅବଧି ଶେଷ ହେବା ପୂର୍ବରୁ  ସାରାଦେଶରେ ଜାରି କରି ଦିଆଯାଇଛି ୧୪ ଦିନିଆ ୩ୟ ପର୍ଯ୍ୟାୟ ଲକ୍‌ଡାଉନ। ହେଲେ ଅମାନିଆ ଲୋକଙ୍କର ସେଥିକି ଖାତିର ନାହିଁ। ସେମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ଯେମିତି ପୋଲିସକୁ ଘାରିଛି।  ସେଥିପାଇଁ ଏହି ଲକ୍‌ଡାଉନ ନିୟମ ପାଳନ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ୁଛି। ପଞ୍ଜାବର ଜଳନ୍ଧର ଇଲାକାରେ ଅମାନିଆ ଲୋକଙ୍କ ଜଗିଛି ପୋଲିସ। ତଥାପି ଲୋକେ […]

virys
ଦେଶରେ ବଢୁଛି କରୋନା; ୨୪ ଘଣ୍ଟାରେ ୧୯୯୩ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି କରୋନା। ୨ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ଦିନକ ପରେ ଶେଷ ହେବାକୁ ଯାଉଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି।  ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ ନୂଆ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛ ଏବଂ ୧୧ ଶହ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୬୪ […]

test
କରୋନା ମୁକାବିଲା ପାଇଁ ଆଶାର କିରଣ ‘ରେମେଡ୍‌ସିଭିର୍’-ମଞ୍ଜୁରୀ ଦେଲା FDA

ୱାଶିଂଟନ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମଡ୍‌ସିଭିର୍। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ୍-FDA ଗତକାଲି ଏହାକୁ ମଞ୍ଜୁରୀ ଦେଇଛି ଏହାକୁ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବିଧିବଦ୍ଧ ଭାବେ  ଘୋଷଣା କରିଛନ୍ତି। ପରୀକ୍ଷା ପରେ ଜଣାଯାଇଛି, କମ୍‌ ସମୟରେ କରୋନା ରୋଗୀଙ୍କୁ ଭଲ କରିବାରେ ଏହି ଔଷଧ ଫଳପ୍ରଦ ହୋଇ ପାରିଛି। ପ୍ରଥମ ଥର ପାଇଁ କୌଣସି ଔଷଧ ଫଳପ୍ରଦ ହୋଇଥିବାରୁ କରୋନା ବିରୋଧରେ ଲଢିବା ପାଇଁ ଏହା ଚିକିତ୍ସକମାନଙ୍କୁ ସାହସ ଯୋଗାଇଛି। […]

corona
ଆମେରିକାରେ କରୋନା; ୨୪ ଘଣ୍ଟାରେ ନେଲା ୨୨ ଶହରୁ ଅଧିକ ଜୀବନ

ୱାଶିଂଟନ: ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ।  ଗତ ୨୪ ଘଣ୍ଟାରେ ଆମେରିକାରେ ୨୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋଭିଡ୍-୧୯ । ଏଥିସହିତ ଦେଶରେ ମୃତ୍ୟୁସଂଖ୍ୟା ୬୫ ହଜାର ୭୨୪ରେ ପହଞ୍ଚିଛି । ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁ ସଂଖ୍ୟା ୨୮ ହଜାର ଟପି ଥିବା ବେଳେ ବ୍ରିଟେନ, ସ୍ପେନ, ଓ ଫ୍ରାନସରେ ସ୍ଥିତି ପୂର୍ବପରି ଅତି ସଂଗୀନ ରହିଛି।  ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୨୭ ହଜାର ପାଖାପାଖି […]

shaharukh
ଦଙ୍ଗା ମାମଲାରେ ଶାହରୁଖଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ:ଉତ୍ତର ପୂର୍ବାଞ୍ଚଳରେ ହୋଇଥିବା ଦଙ୍ଗା ମାମଲାରେ ପ୍ରଥମ ଚାର୍ଜସିଟ ଦାଖଲ ହୋଇଛି। ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ଫାୟାରିଂ କରିବା ଏବଂ ପୋଲିସକୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଶାହରୁଖ ପଠାନ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ପୋଲିସ ଏହି ମାମଲାରେ ଶାହରୁଖଙ୍କ ସହ ଥିବା ଆଉ ୨ ଜଣ ଅଭିଯୁକ୍ତ ଏହି ଘଟଣାରେ ସାମିଲ ଥିବା କହିଛି। କଡ଼କଡ଼ଡୁମା କୋର୍ଟରେ ଶୁକ୍ରବାର ୩୫୦ ବିଶିଷ୍ଟ ଚାର୍ଜସିଟ ଦାଖଲ ହୋଇଛି। ଫେବ୍ରୁଆରୀ ୨୪ ତାରିଖ ସିଏଏକୁ ବିରୋଧ […]

rainfall
ଦାନା ବାନ୍ଧୁଛି ଲଘୁଚାପ ! ମେ’୫ ଯାଏ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗର ଉପରେ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍‌ରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି IMD ପକ୍ଷରୁ ସୂଚନା ମିଳିଛି। IMD ପକ୍ଷରୁ କୁହାଯାଇଛି, ଦକ୍ଷିଣ ଆଣ୍ଡାମାନ ସାଗର […]

train
ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ବାହାରିଲା ସ୍ୱତନ୍ତ୍ର ଟ୍ରେନ

ହାଇଦ୍ରାବାଦ: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଶହ ଶହ ଶ୍ରମିକ। ଏହି ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଚାଲିଛି ଉଦ୍ୟମ।  ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ତେଲେଙ୍ଗାନା ହାଇଦ୍ରାବାଦରୁ ବାହାରିଛି । ଏହି ସ୍ୱତନ୍ତ୍ର ଟ୍ରେନ ୧୨୦୦ ଶ୍ରମିକଙ୍କୁ ନେଇ  ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି। ଏହି ଟ୍ରେନ୍‌ ହାଇଦ୍ରାବାଦ ଲିଙ୍ଗମପଲ୍ଲୀ ଷ୍ଟେସନରୁ ଝାଡ଼ଖଣ୍ଡର ହଟିଆକୁ ଯାତ୍ରା କରିବ । ଟ୍ରେନ୍ରେ ୨୪ଟି ବଗି ଥିବାବେଳେ ସାମାଜିକ ଦୂରତ୍ୱକୁ ପାଳନ କରି […]