• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

obama
ଓବାମାଙ୍କୁ ଅଯୋଗ୍ୟ ରାଷ୍ଟ୍ରପତି କହିଲେ ଟ୍ରମ୍ପ

ୱାଶିଂଟନ୍: ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଭୟଙ୍କର ଭାବେ ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଏପରି ପରିସ୍ଥିତିରେ ଟ୍ରମ୍ପ ପ୍ରଶାସନ କଡ଼ା ସମାଲୋଚନାର ଶିକାର ହେଉଛି। ଏ ନେଇ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଛନ୍ତି ଟ୍ରମ୍ପ। ଶନିବାର ଛାତ୍ରମାନଙ୍କ ସହ ଏକ ଭିଡିଓ ଲିଙ୍କରେ ଆଲୋଚନା ସମୟରେ ଓବାମା ଟ୍ରମ୍ପ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ,‘ଏମିତି ଅନେକ ଅଛନ୍ତି […]

who
କରୋନା ମୁକାବିଲାରେ WHOର ଭୂମିକା: ଯାଞ୍ଚ ପାଇଁ ଆସିବ ଚିଠା ପ୍ରସ୍ତାବ

ନୂଆଦିଲ୍ଲୀ: କରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୂମିିକାକୁ ନେଇ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଭାରତ, ଅଷ୍ଟ୍ରେଲିଆ ଓ ୟୁରୋପିଆନ୍ ୟୁନିୟନ୍ ସମେତ ୬୨ ଟି ଦେଶ ସ୍ୱତନ୍ତ୍ର ଯାଞ୍ଚ୍ ପାଇଁ ଆହ୍ୱାନ ଦେଇଛନ୍ତି । ଆଜିଠାରୁ ଜେନେଭାରେ ଆରମ୍ଭ ହେଉଥିବା ୭୩ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ବୈଠକରେ ଏ ନେଇ ଆସିବ ଚିଠା ପ୍ରସ୍ତାବ। ଏଥିରେ କରୋନା ସଙ୍କଟର ନିରପେକ୍ଷ, ସ୍ୱତନ୍ତ୍ର ଓ ବ୍ୟାପକ ଯାଞ୍ଚ କରିବା ପାଇଁ ପ୍ରସ୍ତାବ ରହିଛି । […]

india-china
ଭାରତ ହାତରେ ସୁଯୋଗ; ଅଜହର ମାମଲାରେ ଚୀନ ସହ ହେବ ହିସାବ ନିକାଶ

ନୂଆଦିଲ୍ଲୀ:କରୋନାସଂକ୍ରମଣକୁ ରୋକିବା ଦିଗରେ ଚୀନ ଉଚିତ୍‌ ପଦକ୍ଷେପ ନେଇ ନାହିଁ। ଚୀନର ଏହି ସାମାନ୍ୟ ଅବହଳା ଆଜି ବିଶ୍ୱବାସୀଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଆଉ ଏଥିପାଇଁ ଆମେରିକା ସମେତ ଅନେକ ରାଷ୍ଟ୍ର ଚୀନକୁ ଘେରିଛନ୍ତି। ଆଗକୁ ଚାଇନା ପାଇଁ ଆହୁରି କଠିନ ସମୟ ଆସୁଛି। କାରଣ ମେ’ ୨୨ ତାରିଖରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେୟାରମ୍ୟାନ ପଦ ସମ୍ଭାଳିବାକୁ ଯାଉଛି। ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଏହାର ତଦନ୍ତ ପାଇଁ ଅନୁମତି ଦେଇପାରେ। […]

covid-1
କରୋନା ଚିନ୍ତା ବଢିଲା; ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇସରସ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି । ଦେଶରେ ଲକ୍‌ଡାଉନ ୪.୦ ଲାଗୁ ହୋଇଯାଇଛି। ୪ର୍ଥ ପର୍ଯ୍ୟାୟର ଏହି ଲକ୍‌ଡାଉନ୍‌ରେ କଟକଣା କୋହଳ କରାଯାଇଥିବାବେଳେ ଆଜି ପ୍ରଥମ ଦିନରେ ସର୍ବାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୋମବାର ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୯୬,୦୦୦ ଅତିକ୍ରମ କରିସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ […]

lock
୩୧ ମେ’ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ ୪.୦: କୋହଳ ହୋଇପାରେ ଏସବୁ କଟକଣା

ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସାରା ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ୩.୦ରବିବାର ଶେଷ ହେବ। ଏତେ ଦିନର ଲକଡାଉନ ସତ୍ତ୍ୱେ କରୋନା ଭାଇରସକୁ ନିୟନ୍ତ୍ରଣ କରାଯାଇ ନାହିଁ। ବରଂ ଏହାର ସଂଖ୍ୟା ଆହୁରି ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ ଅବଧି ବଢିବା ନେଇ ସ୍ପଷ୍ଟ ଆଭାସ ମିଳୁଛି। ତା ଛଡା ପ୍ରଧାନମନ୍ତ୍ରୀ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ସମ୍ପର୍କରେ ସଙ୍କେତ ଦେଇ ସାରିଛନ୍ତି। ତେବେ ଯାହା ଅନୁମାନ କରାଯାଉଛି ଲକ୍‌ଡାଉନ ଅବଧି ୩୧ ମେ’ […]

dandi yatra
ଆଖି ବୁଜିଲେ ଐତିହାସିକ ‘ଦାଣ୍ଡି ଯାତ୍ରା’ର ଶେଷ ସାକ୍ଷୀ

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କ ଐତିହାସିକ ଦାଣ୍ଡି ଯାତ୍ରାର ଶେଷ ସାକ୍ଷୀ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଗୁରୁବାର ଜୋହାନ୍ସବର୍ଗରେ ତାଙ୍କର ମୃତ୍ୟୁ ଘଟିଛି। ୯୬ ବର୍ଷ ବୟସ୍କ ଏହି ଶେଷ ସାକ୍ଷୀ ହେଉଛନ୍ତି ଛୋଟୁ ଭାଇ ମାକନ। ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକାର ଅନ୍ତିମ ଜୀବିତ ବ୍ୟକ୍ତି ଥିଲେ ଛୋଟୁ ଭାଇ। ସେ ଦକ୍ଷିଣ ଆଫ୍ରିକାର ପୁରୁଣା ଟ୍ରାନ୍ସବାଲ୍ଡ ପ୍ରବିନ୍ସର ହିନ୍ଦୁ ସମାଜ ସେବାର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରୁଥିଲେ। ଗାନ୍ଧିବାଦୀ ନେତା […]

ajit
ଆତଙ୍କବାଦୀ ଲଢେଇରେ ଭାରତକୁ ବଡ଼ ସଫଳତା, ୨୨ ଉଗ୍ରବାଦୀ ପ୍ରତ୍ୟର୍ପଣ କଲା ମ୍ୟାମାର

ନୂଆଦିଲ୍ଲୀ: ଆତଙ୍କବାଦୀ ଲଢେଇରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। NSA (National Security Advisor) ଅଜିତ୍‌ ଡୋଭାଲଙ୍କ  ତତ୍ତ୍ୱାବଧାନରେ ଚାଲିଥିବା ଏକ ଗୁପ୍ତ ଅଭିଯାନ ଅନୁଯାୟୀ ମ୍ୟାଁମାର ୨୨ ଉଗ୍ରବାଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ଏପରି ବ୍ୟାକ୍‌ଡୋର ଡିପ୍ଲୋମାସିର ଫଳ ମିଳିଛି। ଏହି ଆତଙ୍କବାଦୀଙ୍କୁ ପ୍ରତ୍ୟର୍ପଣ କରି ମ୍ୟାଁମାର ଆତଙ୍କବାଦ ଲଢେଇରେ ଭାରତ ସହ ଅଛି ବୋଲି ସ୍ପଷ୍ଟ କରିଛି। ଏହି ମିଶନ ସମ୍ପୂର୍ଣ୍ଣ ଭାବେ NSA (National Security […]

bhrta
୨୪ ଘଣ୍ଟାରେ ୧୦୩ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨,୭୫୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୯୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୯୪୦ ଛୁଇଁଲାଣି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଲାଣି। ବର୍ତ୍ତମାନସୁଦ୍ଧା ୫୩ […]

trumph
ଟ୍ରମ୍ପଙ୍କ ଆଶ୍ୱାସନା-ଚଳିତବର୍ଷ ଶେଷସୁଦ୍ଧା ଉପଲବ୍ଧ ହେବ କରୋନା ଭାକ୍ସିନ

ନ୍ୟୁୟର୍କ: କରୋନା ଭାଇରସରୁ ମୁକ୍ତି ପାଇବା ଆଶା ମଉଳି ଯାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ଆଶ୍ୱାସନା। ଭାରତୀୟ-ଆମେକରିକୀୟ ବୈଜ୍ଞାନିକଙ୍କୁ‌ ମହାନ ଏବଂ ଅନୁସନ୍ଧାନକର୍ତ୍ତା ବୋଲି ଦର୍ଶାଇ ଟ୍ରମ୍ପ ଶୁକ୍ରବାର କହିଛନ୍ତି, ଭାରତ ଏବଂ ଆମେରକା ବୈଜ୍ଞାନିକମାନେ ମିଳିତ ଭାବେ କରୋନା ଭାଇରସ୍ ଟିକା ବିକଶିତ କରିବା ପାଇଁ ଲାଗି ପଡ଼ିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏହି ଭାକ୍‌ସିନ ଉପଲବ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଆହୁରି କହିଛନ୍ତି, ଭାକ୍ସିନ ପାଇଁ ଉଭୟ ଭାରତ […]

01223
‘ମୋବାଇଲରେ ରହିଛି କରୋନା ସଂକ୍ରମଣର ଭୟ’

ନୂଆଦିଲ୍ଲୀ:  ମୋବାଇଲ୍ କରୋନାର ବାହାକ ହୋଇପାରେ। ଏମିତି ଚେତାବନୀ ଦେଇଛନ୍ତି ଏମ୍ସର ଡାକ୍ତର। ତେଣୁ ମୋବାଇଲ ବ୍ୟବହାର ବିଶେଷକରି ହସ୍ପିଟାଲରେ ମୋବାଇଲ୍ ବ୍ୟବହାର ଉପରେ ରୋକ୍ ଲାଗିବା ଦରକାର ବୋଲି ଏମ୍ସ ରାୟପୁରର କିଛି ଡାକ୍ତର କହିଛନ୍ତି। ବିଏମଜି ଗ୍ଲୋବାଲ ହେଲଥ ଜୋର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ମୋବାଇଲ ଫୋନକୁ ସମସ୍ତେ ହାତରେ ଧରିଥାନ୍ତି। ଫୋନରେ କଥା ହେବା ବେଳେ ଏହା ଶରୀରର ସଂସ୍ପର୍ଶରେ ମଧ୍ୟ ଆସିଥାଏ। ତା ଛଡ଼ା ଫୋନ କଲ ଆସିଲେ ହାତ […]

haridwar
ସୁରତ୍‌ରୁ ଆସୁଥିବା ୧୬୭ ଯାତ୍ରୀ ହରିଦ୍ୱାର ଷ୍ଟେସନରୁ ନିଖୋଜ

ହରିଦ୍ୱାର:ହରିଦ୍ୱାର ଷ୍ଟେସନରେ ୧୬୭ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି।  ଏହି ଯାତ୍ରୀମାନେ  ସୁରତରୁ ହରିଦ୍ୱାର ଆସୁଥିଲେ। ସୁରତରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଯାଇଥିଲା।  ଏଥିରେ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳର ଶ୍ରମିକମାନେ ଫେରୁଥିଲେ । ସୁରଟ ପ୍ରଶାସନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୧୩୪୦ ଜଣ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମେ‘ ୧୨ ତାରିଖ ସୁରଟରୁ ବାହାରିଥିଲା। ହେଲେ ହରିଦ୍ୱାରରେ ପହଞ୍ଚିବା ପରେ […]

supreme
ବାତିଲ ହେଲା ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ

ନୂଆଦିଲ୍ଲୀ: ଏଥର ବାତିଲ ହେବ ସୁପ୍ରିମ୍‌କୋର୍ଟ ଗ୍ରୀଷ୍ମ ଛୁଟି । ଶୁକ୍ରବାର ଏକ ଫୁଲ କୋର୍ଟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିବ। ସୂଚନାଥାଉ କି, ମେ’ ୧୮ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟ ଗ୍ରୀଷ୍ମ ଅବକାଶ ଘୋଷଣା ହେବାର ଥିଲା । ହେଲେ ଏହି ଛୁଟି ହେବ ନାହିଁ ବୋଲି ଆଜିର ବୈଠକ ପରେ ସ୍ପଷ୍ଟ ହୋଇଛି। ମେ’ ୧୮ରୁ ଜୁନ୍ ୧୯ ପର୍ଯ୍ୟନ୍ତ ଖରାଛୁଟି […]

nirab
ଭାରତ ପ୍ରତ୍ୟାର୍ପଣ ନେଇ ନୀରବ ମୋଦି ଓକିଲଙ୍କ ଅଜବ ଯୁକ୍ତି: କହିଲେ, ଜେଲ୍‌ରେ ମୂଷା ଅଛନ୍ତି

ନୂଆଦିଲ୍ଲୀ:ବ୍ୟାଙ୍କ ମହାଠକେଇ କରି ଲଣ୍ଡନ ପଳାଇଥିବା ନୀରବ ମୋଦିଙ୍କ ଭାରତ ପ୍ରତ୍ୟାର୍ପଣ ନେଇ ଅଦାଲତରେ ଆଜି ଶୁଣାଣି ହୋଇଥିଲା। ନୀରବଙ୍କ ଓକିଲ ପ୍ରଥମେ ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଉପରେ ଅଦାଲତଙ୍କୁ ଜଣାଇ ମୁମ୍ବାଇ ଆର୍ଥର ରୋଡ ଜେଲରେ ମାନସିକ ରୋଗୀଙ୍କ ପାଇଁ ଡାକ୍ତର ନ ଥିବା କହିଥିଲେ। ଏବେ ଏକ ନୂଆ ବାହନା କରିଛନ୍ତି। ନୀରବଙ୍କୁ ବଞ୍ଚାଇବା  ଲାଗି ତାଙ୍କ ଓକିଲ କହିଛନ୍ତି, ଆର୍ଥର ରୋଡ ଜେଲ୍‌ରେ ମୂଷା ଥିବା ନେଇ ଏକ […]

china-america
କୋଭିଡ-୧୯ ପାଇଁ ଚୀନ-ଆମେରିକା ମୁହାଁମୁହିଁ, ନିବେଶ ପ୍ରତ୍ୟାହାର କରିବ ଟ୍ରମ୍ପ ପ୍ରଶାସନ

ଏଜେନ୍ସି: କରୋନା ଭାଇରସ ସଂକ୍ରମଣକୁ ନେଇ ଆମେରକା-ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରିଛନ୍ତି। ତଥ୍ୟ ଲୁଚାଇବା ଏବଂ କରୋନା ମୁକାବିଲା ପାଇଁ ସହଯୋଗ ନ କରିବା ନେଇ ଚୀନ୍ ଉପରେ ଅଭିଯୋଗ ଆଣିଛନ୍ତି। ଇତି ମଧ୍ୟରେ ଆମେରିକାର ଏକ ଶୀର୍ଷ ସାଂସଦ ଚୀନ୍‌ ସରକାରକୁ କୋଭିଡ-୧୯ ପାଇଁ ଚୀନ୍‌କୁ ଦୋଷ ଦେବା ସହ ମିଛ କହିବା, ସାରା ବିଶ୍ୱକୁ ଠକିବା, ତଥ୍ୟ ଲୁଚାଇବା ପରି ୧୮ଟି  ଅଭିଯୋଗ […]

pak airforce
ପିଓକେରେ ପାକିସ୍ତାନର ସେନା ଏୟାରେବେସ, ସାଟେଲାଇଟ୍‌ ଚିତ୍ର କଲା ଖୁଲାସା

ଇସଲାମା‌ବାଦ: ଭାରତ ବିରୋଧରେ ନିଜର ଯୁଦ୍ଧ ପ୍ରସ୍ତୁତିକୁ ଆହୁରି ମଜବୁତ୍‌ କରିବା ପାଇଁ ପାକ୍‌ ସେନା ସ୍କାର୍ଦ୍ଦୁରେ ଏକ ନୂଆ ଏୟାରବେସ ତିଆରି କରୁଛନ୍ତି। ପାକ୍‌ ଏୟାରଫୋର୍ସ ଭାରତ ବିରୋଧରେ ଏହି ଏୟାରେବେସ୍‌କୁ ବ୍ୟବହାର କରିପାରେ। ଭାରତୀୟ ଗୁଇନ୍ଦା ବିଭାଗ ସାଟେଲାଇଟ ଦ୍ୱାରା ନିଆଯାଇଥିବା ଫଟୋରେ ଏହି ନୂଆ ଏୟାରବେସ୍‌କୁ ଚିହ୍ନଟ କରାଯାଇଛି। ଏହି ଫଟୋ ଓପେଟ ସୋର୍ସ ଇଣ୍ଟେଲିଜେନ୍ସ ଏନାଲିଷ୍ଟ Detresfa ଜାରି କରିଛି। ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପାକିସ୍ତାନର ନିଦ ହଜାଇ ଦେଇଛି। କାଳେ […]

gujrat
ମହାରାଷ୍ଟ: ୨ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୧୦୦

ମୁମ୍ବଇ: ମହାରାଷ୍ଟ୍ରରେ କରୋନା ଗମ୍ଭୀର ରୂପ ନେଉଛି। ଏଠାରେ କରୋନା ଯୋଗୁ ପ୍ରତି ୨ ଦିନରେ ୧୦୦ ଲୋକଙ୍କର ମୃତ୍ୟୁ ଘଟୁଛି। ରାଜ୍ୟରେ କୋଭିଡ-୧୯ରେ ୨୭ ହଜାର ୫୨୪ ଆକ୍ରାନ୍ତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଏକ ହଜାର ପାର କରିସାରିଲାଣି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୧୯ । ଏପରି ସ୍ଥିତିକୁ ଦେଖି ହଟ ସ୍ପଟ ଇଲାକାରେ ମେ’ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ବଢାଇ ଦିଆଯାଇଛି। ମହାରାଷ୍ଟ୍ରରେ ଲକ୍‌ଡାଉନ ସତ୍ତ୍ୱେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ […]

pmmodi
କରୋନା ପାଇଁ ବିଶ୍ୱ ଚିନ୍ତିତ, ହେଲେ ଇମ୍ରାନଙ୍କ ଚିନ୍ତା ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା କିପରି କରିବେ ସେ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ  ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡରେ କିନ୍ତୁ ଗୋଟିଏ ଚିନ୍ତା। ଆଉ ସେ ହେଉଛି ଭାରତ। ଇମ୍ରାନଙ୍କ ଟ୍ୱିଟକୁ ଦେଖିଲେ ଲାଗୁଛି ଯେମିତି ସେ ଭାରତ ବିରୋଧୀ ପ୍ରଚାରରେ ମାତିଛନ୍ତି।  ଏପରି ବିପତ୍ତି ସମୟରେ ମଧ୍ୟ ସେ ଭାରତ ବିରୋଧୀ ଫେକ୍‌ ଭିଡିଓ ଓ ଫଟୋକୁ ଶେୟାର କରି ଚାଲିଛନ୍ତି । ଭାରତୀୟ ସୁରକ୍ଷା ଏଜେନ୍ସି ଏବଂ ଗୋଇନ୍ଦା […]

lockdown
ଲକଡାଉନ ୪.୦: ନିର୍ଦ୍ଦିଷ୍ଟ ଅଞ୍ଚଳରେ ମିଳିପାରେ ବସ୍‌ ଓ ବିମାନ ସେବା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇଁ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରାଯିବାର ଆଭାସ ମିଳିଲାଣି। ଆଉ ୨ ଦିନ ପରେ ଅର୍ଥାତ୍‌ ମେ’ ୧୭ ରାତିରେ ଶେଷ ହେବ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ। ତେବେ ୪ର୍ଥ ପର୍ଯ୍ୟାୟ ଲକ୍‌ ଡାଉନ ଅନ୍ୟ ପର୍ଯ୍ୟାୟଠାରୁ ଭିନ୍ନ ହେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସୂଚନା ଦେଇ ସାରିଛନ୍ତି। ଆହୁରି ୧୪ ଦିନ ପାଇଁ ଲକଡାଉନ ବଢାଇ ଦିଆଯାଇ ପାରେ ବୋଲି ସୂଚନା ମିଳିଛି। ତେବେ […]

insect
ପଶି ଆସିଲେ ହଜାର ହଜାର ଦୁର୍ଗନ୍ଧଯୁକ୍ତ ପୋକ, ଘର ଛାଡ଼ି ପଳାଇଲେ ପରିବାର ଲୋକେ

ବ୍ୟାଙ୍କକଂ: ଗତକିଛି ଦିନ ତଳେ ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ଝିଣ୍ଟିକା ଯୋଗୁ ଲକ୍ଷାଧିକ ହେକ୍ଟର ଜମିର ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ଚାଷୀମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଏବେ ଆଉ ଏକ ପୋକ  ଥାଇଲାଣ୍ଡରେ ଆତଙ୍କ ସୃଷ୍ଟି କରିଛି। ସବୁଠାରୁ ଦୁଃଖର କଥା ହେଉଛି, ଏହି ପୋକ ଏତେ ଦୁର୍ଗନ୍ଧମୟ ଯେ, ଲୋକମାନେ ଅତିଷ୍ଠ  ହୋଇ ପଡ଼ୁଛନ୍ତି। ଏମାନେ ଫସଲ ଉପରେ ନୁହେଁ, ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ଏମାନଙ୍କ […]

child
ସୁଟ୍‌କେଶ ଉପରେ ଶୋଇଛି ଭୋକିଲା ପୁଅ, ସୁଟ୍‌କେଶକୁ ଟାଣି ଟାଣି ଚାଲୁଛନ୍ତି ମା‘

ଆଗ୍ରା: ପେଟରେ ଭୋକ, ହେଲେ ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ।  ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ ଚାଲି ଚାଲି ଫେରୁଛନ୍ତି । ଜଣେ କି ଦୁଇ ଜଣ ନୁହେଁ ହଜାର ହଜାର ଲୋକ ନିଜ ଜୀବନକୁ ବିପଦରେ ପକାଇ ଚାଲୁଛନ୍ତି। ଏମିତି ଏକ  ହୃଦୟ […]

army
ସେନାରେ ଯୋଗ ଦେଇପାରିବେ ବେସାମରିକ ନାଗରିକ !

ନୂଆଦିଲ୍ଲୀ:ଏଣିକି ବେସାମରିକ ନାଗରିକ ତଥା ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ କର୍ମଚାରୀ ସେନାରେ ଯୋଗ ଦେଇପାରିବେ। ସେନାରେ କାମ କରିବା ପରି ଦକ୍ଷତା ରଖିଥିବା ବ୍ୟକ୍ତିମାନେ ୩ ବର୍ଷ ଯାଏ ସେନାରେ କାମ କରିପାରିବେ। ଏହାପରେ ସେମାନେ ପୁଣି ନିଜ ନିଜ ପ୍ରଫେସନକୁ ଫେରିପାରିବେ। ଏହି ବେସାମାରିକ ନାଗରିକମାନଙ୍କୁ ସମାନଙ୍କ ଦକ୍ଷତା ଓ ଯୋଗ୍ୟତା ଅନୁସାରେ ସେନାରେ ଅଫିସର, ଲଜିଷ୍ଟିକ ଓ ଫ୍ରଣ୍ଟ ଲାଇନ ଫର୍ମେସନ ଭଳି ରାଙ୍କରେ ରଖାଯିବ। ଏନେଇ ସେନା ପକ୍ଷରୁ ଏକ ପ୍ରସ୍ତାବ ଆଗତ […]

maobadi
ଘଞ୍ଚ ଜଙ୍ଗଲରେ ବୁଲି ସ୍ୱାମୀଙ୍କୁ ଖୋଜିଲେ, ଶେଷରେ ମାଓବାଦୀଙ୍କ କବ୍‌ଜାରୁ ଉଦ୍ଧାର କଲେ

ବିଜାପୁର: ଡିଉଟିରେ ଥିବାବେଳେ ସଉଦା ଆଣିବାକୁ ଯାଇଥିଲେ ସ୍ୱାମୀ । ଆଉ ଘରକୁ ଫେରିଲନି। ପତ୍ନୀ ଶୁଣିବାକୁ ପାଇଲେ ମାଓବାଦୀମାନେ ଅପହରଣ କରି ନେଇଛନ୍ତି। ବିଶ୍ୱାସ କରିପାରିଲେନି ପତ୍ନୀ। ଶେଷରେ ନିଜେ ବାହାରିଲେ ସ୍ୱାମୀଙ୍କୁ ଖୋଜିବାକୁ। ଚାରିଦିନ ବଣଜଙ୍ଗଲରେ ଖୋଜିବା ପରେ ଶେଷରେ ସ୍ୱାମୀଙ୍କ ପାଖରେ ପହଞ୍ଚିଥିଲେ ଆଉ ମାଓବାଦୀଙ୍କୁ ବୁଝାଇ ସ୍ୱାମୀଙ୍କୁ ମୁକୁଳେଇଥିଲେ। ‘ରୋଜା’ ଫିଲ୍ମ ପରି ଲାଗୁଥିବା ଏହି କାହାଣୀ ଆଉ କୌଣସି ନୂଆ ଫିଲ୍ମର ନୁହେଁ। ଏକଦମ୍ ଅଙ୍ଗେନିଭା କଥା।  ଛତିଶଗଡ଼ର ଜଣେ […]