• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

factory
ରବର ଗୋଦାମରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ସିରସାପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ରବର ଗୋଦାମରେ ନିଆଁ ଲାଗି ଯାଇଥିଲା। ୨୬ଟି ଦମକଳ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଚାହୁଁ ଚାହୁଁ ନିଆଁ ପୂରା ଗୋଦାମରେ ବ୍ୟାପି ଯାଇଥିଲା। ହେଲେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ନିଆଁ ଲାଗି କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

plane1
ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଲା ବିଶ୍ୱର ସର୍ବବୃହତ ବିମାନ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ବିମାନ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି। ଆମେରିକାର କାଲିଫର୍ଣ୍ଣିଆରୁ ଏହି ବିମାନ ଯାତ୍ରା ଆରମ୍ଭ କରି ମୋଜାବେ ମରୁଭୂମି ଉପରେ ଉଡ଼ିଥିଲା। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଏହା ଉଡ଼ାଣ କରିଥିଲା। ଉଡ଼ାଣ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୦୪ କିଲୋମିଟର ଥିଲା। ବିମାନଟି ପ୍ରାୟ ୧୭ହଜାର ଫୁଟ୍‌ ଉଚ୍ଚତାରେ ମଧ୍ୟ ଉଡ଼ାଣ କରିଥିଲା। ଫୁଟ୍‌ବଲ ପଡ଼ିଆର ଲମ୍ବଠାରୁ ଏହି ବିମାନର ଚଉଡ଼ା ଅଧିକ ରହିଛି। ବିମାନର ୱିଙ୍ଗ୍ ସ୍ପାନ […]

modi
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ୍ ପ୍ରଚାର

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏବେ ଫୋକସ୍‌ରେ ଦ୍ୱିତୀୟ ପର୍ଯ୍ୟାୟ। ହାତରେ ମାତ୍ର ଅଳ୍ପ ସମୟ ଥିବାରୁ ଏହି ସୁଯୋଗକୁ କୌଣସି ଦଳ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି। ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ ବି ପ୍ରଚାରକୁ ଜୋରଦାର୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାରାଥନ୍ ପ୍ରଚାର କରିବେ। ଜମ୍ମୁର କାଠୁଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୋଦି ପ୍ରଚାର କରିବେ। ତେଣୁ କଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ ହୋଇଛି। ଶ୍ରୀନଗର […]