ଶ୍ରୀନଗର: ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ। ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଟେକେନ୍ ଗାଁର ଏକ ଘରେ ଲୁଚି ରହିଥିଲେ। ଏନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରୁ ଗୋଳାବାରୁଦ ଜବତ କରାଯାଇଛି। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀ ଏହାର କଡ଼ା ଜବାବ ଦେଇଥିଲେ।
ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରତିବାଦରେ ଆଜି କଂଗ୍ରେସ ସାରା ଦେଶରେ କଳା ଦିବସ ପାଳନ କରୁଛି। ବିଭିନ୍ନ ରାଜ୍ୟରେ ଥିବା ରିଜର୍ଭ ବ୍ୟାଙ୍କର ଶାଖା ଅଫିସ୍ ଆଗରେ ଦଳ ପକ୍ଷରୁ ପ୍ରତିବାଦ ସଭା କରିବା ସହିତ ଧାରଣା ମଧ୍ୟ ଦିଆଯାଇଛି। ମୁମ୍ବାଇ, ଚେନ୍ନାଇ ସହିତ ଦେଶର ସବୁ ବଡ଼ ବଡ଼ ସହରରେ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ କର୍ମୀମାନେ ଧାରଣା ଦେଇଛନ୍ତି। ଓଡ଼ିଶା କଂଗ୍ରେସ ମଧ୍ୟ ଏହାର ପ୍ରତିବାଦରେ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଆଗରେ ଧାରଣା ଦେଇଛି। […]
ନୂଆଦିଲ୍ଲୀ: କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ସାରା ଦୁନିଆରେ ଏହି ମହାମାରୀ ତା’ର କାୟା ବିସ୍ତାର କରିବାରେ ଲାଗିଛି ଏବଂ ୨୪ ଘଣ୍ଟାରେ ପୁଣିଥରେ ରେକର୍ଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ଦିନକ ମଧ୍ୟରେ ସମଗ୍ର ବିଶ୍ୱରେ ୨ଲକ୍ଷ ୩୦ହଜାର କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ମାମଲାରେ ଆମେରିକା ପୁଣିଥରେ ଏକ ନମ୍ବର ସ୍ଥାନରେ ରହିଛି, ଯେଉଁଠାରେ ଗତ ୨୪ ଘଣ୍ଟା ଭିତରେ ରେକର୍ଡ ୬୬ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ […]
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କିନ୍ତୁ ଏହା ମଧ୍ୟରେ ଗୁଗଲ୍ ବଡ଼ ପଦକ୍ଷେପ ଉଠାଇ ଭାରତରେ ୧୦ ବିଲିୟନ୍ ଡଲାର୍ ଅର୍ଥାତ୍ ୭୫ହଜାର କୋଟି ଟଙ୍କାର ନିବେଶ କରିବା ନେଇ ଘୋଷଣା କରିଛି। ଗୁଗଲର ସିଇଓ ସୁନ୍ଦର ପିଚାଇ ସୋମବାର ‘ଗୁଗଲ୍ ଫର୍ ଇଣ୍ଡିଆ’ ବାର୍ଷିକ କାର୍ଯ୍ୟକ୍ରମରେ ଏହି ବଡ଼ ଘୋଷଣା କରିଛନ୍ତି। Today at #GoogleForIndia we announced a new $10B digitization fund to […]