ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି କୂଟନୈତିକ ସହାୟତା ମିଳିଥିବା ଜଣାପଡ଼ିଛି। ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ କନସୁଲାର ଆକ୍ସେସ୍ ମିଳିଥିଲା। ଅର୍ଥାତ ଭାରତୀୟ ଦୂତାବାସର ଅଧିକାରୀ କୂଲଭୂଷଣଙ୍କୁ ଭେଟିବାର ସୁଯୋଗ ଦିଆଯାଇଥିଲା। ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ପାକିସ୍ତାନ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟରେ ଭାରତୀୟ ଦୂତାବାସ ଅଧିକାରୀ କୁଲଭୂଷଣଙ୍କୁ ଭେଟିଥିବା ଖବର ମିଳିଛି। ଏହା ପୂର୍ବରୁ ଭାରତୀୟ ଦୂତାବାସ ଅଧିକାରୀ […]
ମାଞ୍ଚେଷ୍ଟର୍: କୋଭିଡ୍ ପ୍ରୋଟୋକଲ ଉଲ୍ଲଙ୍ଘନ କରିବା ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କୁ ମହଙ୍ଗା ପଡ଼ିଛି। ୨୪ ବର୍ଷୀୟ ଏହି ଡାହାଣହାତୀ ପେସ୍ ବୋଲର କୋଭିଡ୍ ନିୟମ ଭାଙ୍ଗିବାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏବେ ତାଙ୍କୁ ପାଞ୍ଚଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହା ମଧ୍ୟରେ ତାଙ୍କର ଦୁଇଟି କୋଭିଡ୍-୧୯ ପରୀକ୍ଷା କରାଯିବ। କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ଏହି ସିରିଜ୍ ଜାରି ରହିଛି। ସାଉଥମ୍ପଟନରେ ଖେଳାଯାଇଥିବା ସିରିଜ୍ ପ୍ରଥମ ଟେଷ୍ଟରେ କୌଣସି […]
ଭୁବନେଶ୍ୱର (ପ୍ରସନ୍ନ ସାହୁ): କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତିନିଟି ପ୍ରମୁଖ ରାଜ୍ୟରେ ସରକାର ଗଢି କମ୍ବ୍ୟାକ୍ର ଆଭାସ ଦେଇଥିଲା କଂଗ୍ରେସ। ହେଲେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଓ ତା ପରବର୍ତ୍ତୀ ସମୟରେ ଦଳୀୟ କନ୍ଦଳ କଂଗ୍ରେସର ପୁର୍ନଜୀବନ୍ୟାସ ନେଇ ଉଙ୍କୁରୁଥିବା ଆଶାକୁ ମୂଳରୁ ମାରି ଦେଇଛି। ତେବେ କଣ ପାଇଁ ଗୋଠକୁ ଏକାଠି ରଖିବାରେ ବିଫଳ ହେଉଛି କଂଗ୍ରେସ? ୨୦୧୪କୁ ଯିବାର ଆବଶ୍ୟକତା ନାହିଁ, ଯଦି ଗଲା କିଛି ମାସର […]
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କରୋନା ଯୋଗୁ ପ୍ରାୟ ୪ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ୍ ଜାରି ରହିଛି। ଲକଡାଉନ୍ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଫିଲ୍ମ ବନ୍ଦ ରହିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡ଼ିତ କଳାକାର ଓ ନିର୍ଦ୍ଦେଶକ ପାଇଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ଆମେ ଏମିତି ଜଣେ ନିର୍ଦ୍ଦେଶକଙ୍କ କଥା କହିବା, ଯିଏ ନିଜର ଆର୍ଥିକ ସମସ୍ୟା ଦୂର କରିବା […]
ନୂଆଦିଲ୍ଲୀ: ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ ଭାରତର ପୂର୍ବତନ ଫୁଟବଲର୍ ସୟଦ ଶାହିଦ୍ ହକିମ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି। ୧୯୬୦ ରୋମ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ୮୧ ବର୍ଷୀୟ ହକିମ୍ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୬ଦିନ ତଳେ ମୋର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ଆସିଥିଲା ଏବଂ ବର୍ତ୍ତମାନ ମୁଁ ହାଇଦ୍ରାବାଦର ଏକ ହୋଟେଲରେ ଅଛି, ଯାହାକୁ ରାଜ୍ୟ ସରକାର କ୍ୱାରେଣ୍ଟିନ ସେଣ୍ଟରରେ ପରିଣତ […]
ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ଆର୍ଆଇଏଲ୍)ର ୪୩ତମ ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମେଡ୍ ଇନ୍ ଇଣ୍ଡିଆ ୫ଜି ସଲ୍ୟୁସନ୍ସ ସେବା ନେଇ ଘୋଷଣା କରିଛନ୍ତି, ଯାହା ଭାରତରେ ବିଶ୍ୱସ୍ତରୀୟ ୫ଜି ସର୍ଭିସ୍ ପ୍ରଦାନ କରିବ। ୫ଜି ନେଟୱାର୍କ ଆରମ୍ଭ ବ୍ୟତୀତ ଆଜିର ବୈଠକରେ କମ୍ପାନୀ ଆଉ କିଛି ବଡ଼ ଘୋଷଣା ମଧ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]
ମୁମ୍ବାଇ: ମହଙ୍ଗା ପଡ଼ିଲା ଦଳ ବିରୋଧୀ କାମ। ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା’ଙ୍କୁ ସସପେଣ୍ଡ କରିଛି। Sanjay Jha has been suspended from Congress party with immediate effect "for anti-party activities and breach of discipline." pic.twitter.com/ZLIkHvyn0A — ANI (@ANI) July 14, 2020 […]
ନୂଆଦିଲ୍ଲୀ: ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି। Connecting India 🌉: Magnificent Anji Khad Bridge, India's 1st […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଫିଲ୍ଡର ସୁରେଶ ରାଇନା ନିଜର ଶାନ୍ତସ୍ୱଭାବ ଆଚରଣ ପାଇଁ ଖୁବ୍ ପରିଚିତ। ଗୋଟିଏ ପରେ ରାଇନା କ୍ରିକେଟ୍ ମଇଦାନରେ କମାଲ୍ କରୁଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ ସମାଜରେ ନିଜର ମହତ କାମ ପାଇଁ ସବୁବେଳେ ଚର୍ଚ୍ଚିତ ଥାନ୍ତି। ଉଭୟ ରାଇନା ଓ ପ୍ରିୟଙ୍କା ନିଜ ଝିଅ ନାଁରେ ଏକ ଫାଉଣ୍ଡେସନ୍ କରିଛନ୍ତି, ଯେଉଁଥିରେ ହଜାର ହଜାର ଗରିବ ଉପକୃତ ହେଉଛନ୍ତି। ଏହି ଫାଉଣ୍ଡେସନରେ ପ୍ରିୟଙ୍କାର ଅଧିକ […]
ପାଟଣା: ବିହାରରେ କରୋନାଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ଏହି ମହାମାରୀ ବିଜେପି କାର୍ଯ୍ୟାଳୟରେ ଏଣ୍ଟ୍ରି ମାରିଛି। ବିହାରର ବିଜେପି ମୁଖ୍ୟାଳୟରେ କର୍ମକର୍ତ୍ତାଙ୍କ ସମେତ ୭୫ଜଣ ନେତା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସୋମବାର ମୁଖ୍ୟାଳୟର ପ୍ରାୟ ୧୦୦ ନେତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ତେବେ ଆଜି ବାହାରିଥିବା ରିପୋର୍ଟରେ ୭୫ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ୍। ସେ କହିଛନ୍ତି, […]
ନୂଆଦିଲ୍ଲୀ: ଦୁନିଆରେ କିଛି ଲୋକ ନିଜର ପ୍ରଫେସନାଲ କ୍ୟାରିଅରକୁ ନେଇ ଚିନ୍ତାରେ ଥାନ୍ତି। କେଉଁଭଳି ବର୍ତ୍ତମାନର ପ୍ରଫେସନକୁ ଛାଡ଼ି ଅନ୍ୟ ଏକ ପ୍ରଫେସନ ଆପଣାଇବେ ସେଥିପାଇଁ ଅସ୍ତବ୍ୟସ୍ତ ହୋଇଥାନ୍ତି। ଆଉ କିଛି ଲୋକ ନିଜ କାମକୁ ନେଇ ଖୁସିରେ ଥାନ୍ତି। ସେମାନେ ନିଜ କାମକୁ ଏତେ ଭଲ ପାଆନ୍ତି ଯେ କିଛି ନା କିଛି ଅଜବ କରିବସନ୍ତି। ଏମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। Ravi Hongal a #photographer from Belgaum […]
ଭୁବନେଶ୍ୱର: ପ୍ରଖ୍ୟାତ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ଲିଡ୍ ରୋଲରେ ସୁଯୋଗ ଦେଇଛନ୍ତି। କିନ୍ତୁ ଏହି ଫିଲ୍ମରେ ରାମ ଗୋପାଳ ବର୍ମା ଆଉ ଜଣେ ଓଡ଼ିଆଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଖୋଦ୍ ରାମ ଗୋପାଳ ବର୍ମା ଟ୍ୱିଟ୍ ଏହାର ସୂଚନା ଦେଇଛନ୍ତି। ଏହି ଓଡ଼ିଆ ଯୁବ କଳାକାରଙ୍କ ନାଁ ହେଉଛି ରକି କାଚ୍ଚି। In the two lead actors from THRILLER […]
ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୀତିକ ହାଇଡ୍ରାମା ମଧ୍ୟରେ ଏବେ ସଚିନ୍ ପାଇଲଟ୍ ନିଜର ଟ୍ୱିଟର୍ ପ୍ରୋଫାଇଲରେ ବଡ଼ ପରିବର୍ତ୍ତନ କରି କଂଗ୍ରେସକୁ ଜବାବ ଦେଇଛନ୍ତି। କଂଗ୍ରେସ ପାର୍ଟିରୁ ବରଖାସ୍ତ ହେବା ପରେ ସଚିନ୍ ପାଇଲଟ୍ ନିଜର ଟ୍ୱିଟର୍ ଆକାଉଣ୍ଟରୁ କଂଗ୍ରେସକୁ ହଟାଇ ଦେଇଛନ୍ତି। ପାଇଲଟ୍ ନିଜର ଟ୍ୱିଟର୍ ପ୍ରୋଫାଇଲରେ ଏବେ କେବଳ ଟଙ୍କ ବିଧାୟକ ଉଲ୍ଲେଖ କରିଛନ୍ତି। ଏହାସହ ସେ ଆଇଟି, ଟେଲିକମ୍ ଓ କର୍ପୋରେଟ୍ ବ୍ୟାପାରର ପୂର୍ବତନ ମନ୍ତ୍ରୀ, ଭାରତ ସରକାର ମଧ୍ୟ ଲେଖିଛନ୍ତି। ଟ୍ୱିଟରରେ […]
ମହିଳା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା ମନ୍ତ୍ରୀ ପୁଅଙ୍କୁ ତାଗିଦ୍। କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅ ପ୍ରକାଶ କନନୀ ଓ ତାଙ୍କୁ ଦୁଇ ସାଙ୍ଗ ଗିରଫ ହେବା ପରେ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା କନଷ୍ଟେବଳ ସୁନୀତା ଯାଦବଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେବେ ବଦଳି ହେବା ନେଇ କନଷ୍ଟେବଲ ସୁନୀତା ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ଏବେ ସେ ଟ୍ୱିଟରରେ ଟ୍ରେଣ୍ଡିଂ କରୁଛନ୍ତି। #Gujarat. […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାସ୍ତାରେ ରାଜସ୍ଥାନ ରାଜନୈତିକ ଡ୍ରାମା। ଉପ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟଙ୍କ ବିଦ୍ରୋହ ଘୋଷଣା ପରେ ସରକାର ବଞ୍ଚାଇବାକୁ ଲାଗି ପଡିଛି କଂଗ୍ରେସ। ସୋନିଆ ଓ ରାହୁଲ, ସଚିନଙ୍କ ସହ ସିଧାସଳଖ କଥା ହୋଇନଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ରଖାଯାଇଥିବା କଂଗ୍ରେସ କହିଛି। ଏଣେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ନିଜ ଘରେ ବିଧାୟକଙ୍କ ବୈଠକ ଡାକିବା ସହ ତାଙ୍କ ନିକଟରେ ପର୍ଯ୍ୟାପ୍ତ ବହୁମତ ଥିବା ଦାବି କରିଛନ୍ତି। […]
ହାଇଦ୍ରାବାଦ: ଭୟରେ କେହି ଛୁଇଁଲେନି। ଶେଷରେ କରୋନା ମୃତକଙ୍କୁ ଶ୍ମଶାନ ନେଲେ ଡାକ୍ତର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ପେଡ୍ଡାପଲୀ ଜିଲ୍ଲାରେ। ଜିଲ୍ଲାର ସରକାରୀ ହସ୍ପିଟାଲରେ ଜଣେ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ତାଙ୍କର ମୃତଦେହ ସେଠାରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା। ତାଙ୍କ ମୃତଦେହକୁ ନେବା ପାଇଁ କେହିବି ଆସିଲେ ନାହିଁ। ଏପରିକି ନଗର ନିଗମର ଡ୍ରାଇଭର୍ ମଧ୍ୟ ମୃତଦେହକୁ ଶ୍ମଶାନ ନେବା ପାଇଁ ଅରାଜି ହୋଇଥିଲେ। ତେବେ ଏହା […]