ଥିରୁଅନନ୍ତପୁରମ୍: କେରଳ ବନ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ଦିଆଯିବ। ଏହା ପୂର୍ବରୁ ଅଗଷ୍ଟ ୧୨ରେ ଗୃହମନ୍ତ୍ରୀ ରାଜନାଥ ସିଂ ୧୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ସେହିପରି ବିହାର […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ୍ କୁହାଯାଉଥିବା ଆମେରିକୀୟ ଅଭିନେତା ତଥା ପପ୍ ଷ୍ଟାର ନିକ୍ ଜୋନ୍ସଙ୍କ ଏନ୍ଗେଜ୍ମେଣ୍ଟ୍ ବା ନିର୍ବନ୍ଧ ଖୁବ୍ ଶୀଘ୍ର ହେବାକୁ ଯାଉଛି। ତାହା ବି ପୁଣି ଆଜି। ବର୍ତ୍ତମାନର ତାଜା ଖବର ମୁତାବକ, ଆଜି ସନ୍ଧ୍ୟାରେ ମୁମ୍ବାଇରେ ଏକ ରୋକା ସେରିମୋନିରେ ସେମାନଙ୍କ ନିର୍ବନ୍ଧ ହେବ। ଆଉ ଏଥିପାଇଁ ଦେଶୀଗର୍ଲ ପ୍ରିୟଙ୍କାଙ୍କ ଘରକୁ ସକାଳୁ ଲୋକଙ୍କ ଯାଆସ ଲାଗି ରହିଛି। ଏପରିକି ପ୍ରିୟଙ୍କାଙ୍କ କଜିନ୍ ପରିଣୀତି ଚୋପ୍ରାଙ୍କୁ […]
ଇସ୍ଲାମାବାଦ୍: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଖାନ୍ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ଇସ୍ଲାମାବାଦ୍ରେ ଆଜି ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ମାମୁନ୍ ହୁସେନ୍ ତାଙ୍କୁ ଶପଥ ପାଠ କରାଇଥିଲେ। ଶପଥଗ୍ରହଣ ଉତ୍ସବରେ ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂହ ସିଦ୍ଧୁ ଯୋଗ ଦେଇଥିଲେ। ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ଅନେକ ଭାରତୀୟ ଗ୍ରହଣ କରି ପାରିନାହାନ୍ତି। ଏଥିପାଇଁ ସୋଶାଲ୍ […]
କେରଳ : କେରଳରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବୋଲି କୁହାଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ଅାଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ସେନାର ଯବାନଙ୍କ ସହ ଏନ୍ଡିଅାରଏଫ୍ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି। ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି […]
ଭୁବନେଶ୍ୱର : ଅଟଳଙ୍କ ବିୟୋଗରେ କେବଳ ଭାରତ ନୁହଁ ଅନ୍ୟ ଦେଶରେ ବି ପାଳନ ହେଉଛି ଶୋକ । ମରିସସ୍ ସରକାର ଅଟଳଙ୍କ ବିୟୋଗକୁ ରାଷ୍ଟ୍ରୀୟ ଶୋକ ଭାବେ ପାଳନ କରୁଛନ୍ତି। ମରିସସ୍ର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। Joining us in our moment of grief! In an unprecedented gesture, the Government of #Mauritius has decided that both Indian and Mauritian flag will fly half-mast on […]
ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଭାରତୀୟ ରାଜନୀତିର ଅଜାତଶତ୍ରୁ ତଥା ଭାରତୀୟ ଜନତା ପାର୍ଟିର ବିଶିଷ୍ଟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମସ୍ତ ବୈଦିକ ରୀତୀନିତି ସହ ଶେଷ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା। PM Narendra Modi pays last respects to former PM #AtalBihariVajpayee at Smriti […]
ଟେକ୍ କମ୍ପାନୀ ଗୁଗଲ୍ ନିଜର Gmailକୁ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ଫିଚର ‘ କନ୍ଫିଣ୍ଡେସିୟଲ୍ ମୋଡ୍’ ଜାରି କରିଛି। ଏହାକୁ ଅନ୍ କରିବା ପରେ ଜଣଙ୍କର ଇ-ମେଲ୍କୁ ଅନ୍ୟ କେହି ପଢ଼ିପାରିବେ ନାହିଁ ଏବଂ ଏହା ସହ ସେଣ୍ଡର ମଧ୍ୟ ସ୍ଥିର କରିପାରିବ ଇମେଲ୍ରେ ଦିଆଯାଇଥିବା ଆଟାଚ୍ମେଣ୍ଟ ରିସିଭର ଡାଉନ୍ଲୋଡ୍ , ଫରୱାର୍ଡ ବା କପି କରିପାରିବ ନାହିଁ। ଏହି ଫିଚରକୁ ଡେକ୍ସଟପ୍ ଭର୍ସନ ସହ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ମଧ୍ୟ ଜାରି କରାଯାଇଛି। […]