ନୂଆଦିଲ୍ଲୀ: ମୋଦି ସରକାର ଧାରା ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ କଂଗ୍ରେସର କିଛି ନେତା ବିରୋଧ କରୁଥିବା ବେଳେ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂହଙ୍କ ପୁଅ କରଣ ସିଂହ କିନ୍ତୁ ଏହାକୁ ଦୃଢ଼ ସମର୍ଥନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, “ମୋଦି ସରକାରଙ୍କ ଜମ୍ମୁ-କାଶ୍ମୀର ନୀତିକୁ ଅନ୍ଧ ଭାବେ ସଂପୂର୍ଣ୍ଣ ବିରୋଧ କରିବା ଠିକ୍ ନୁହେଁ। ଲଦାଖକୁ କେନ୍ଦ୍ର ସରକାର ଏକ କେନ୍ଦ୍ର […]
ଗଞ୍ଜାମ: ନକଲି ଗୁଟ୍ଖା କାରଖାନା ଜବତ କରିଛି ବ୍ରହ୍ମପୁର ପୁଲିସ୍। ଆଜି ବଡ଼ବଜାର ଥାନାପୁଲିସ ପକ୍ଷରୁ ଚଢାଉ କରାଯାଇ ଏହି କାରଖାନା ଠାବ କରାଯାଇଛି। ପୁଲିସ ସେଠାରୁ ୧୧୦ବସ୍ତା ନକଲି ଗୁଟ୍ଖା ସହ ୫ବସ୍ତା ଗୁଟ୍ଖା ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ପୁଲିସର ସୂଚନା ଅନୁସାରେ ଦୀର୍ଘଦିନ ଧରି ପାଣିଗ୍ରାହୀ ପେଣ୍ଠସାହିରେ ଦୁଇ ଭାଇ ଏହି କାରଖାନା ଚଳାଇ ଆସୁଥିଲେ। ଏମାନେ ନକଲି ଗୁଟ୍ଖାକୁ ଆଣି ପୁଣିଥରେ ଭେଜାଲ […]
ଲକ୍ଷ୍ନୌ: ଗୋଟିଏ ଛେଳିର ଦାମ୍ କେତେ ହୋଇଥାଇପାରେ? ସାଧାରଣତଃ ଦୁଇ ଚାରି ହଜାର ହୋଇଥିବ ବୋଲି ଜଣେ ଅନୁମାନ କରିବ। କିନ୍ତୁ ଉତ୍ତର ପ୍ରଦେଶ ହମିରପୁରର ଏକ ଛେଳିର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଆଜ୍ଞାଁ ହଁ ଏହି ଛେଳିର ଦାମ ଦୁଇ ଚାରି ହଜାର କି ୮-୧୦ ହଜାର ନୁହେଁ। ଏହାର ଦାମ୍ ଏକାଥରକେ ୮ ଲକ୍ଷ ଟଙ୍କା। ଗୁଜର୍ ପ୍ରଜାତିର ଚିତ୍ରା ବିଚିତ୍ରାର ଏହି ଛେଳିକୁ ମାଲିକ ରାଜସ୍ଥାନରୁ କିଣିଥିଲେ। ଏହାର ଲାଳନ […]
ଇସ୍ଲାମାବାଦ: ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍ ନେତ୍ରୀ ମାରିୟମ ଶରିଫ। ତାଙ୍କୁ ପାକିସ୍ତାନ ଏନ୍ଏବି ପକ୍ଷରୁ ଲାହୋର କୋଟ ଲାଖପଟ ଜେଲ୍ ରୋଡ୍ ଉପକଣ୍ଠରୁ ଗିରଫ କରାଯାଇଛି। ସେ ତାଙ୍କ ବାପା ନୱାଜ ଶରିଫଙ୍କୁ କୋଟ ଲାଖପଟ ଜେଲ୍ରେ ଦେଖା କରିବାକୁ ଯାଇଥିବା ବେଳେ ଗିରଫ ହୋଇଛନ୍ତି। ଚୌଧୁରୀ ସୁଗାର ମିଲ୍ ଦୁର୍ନୀତି ମାମଲାରେ ତାଙ୍କୁ ଏନଏବି ବ୍ୟକ୍ତିଗତ ଭାବେ ହାଜର ହେବାକୁ […]
ଇସ୍ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳେଇ ଉଠିଛି ପାକିସ୍ତାନ। ଯେନତେନ ପ୍ରକାର ଭାରତକୁ ହଇରାଣ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଆଜି ଗୋଟିଏ ଦିନରେ ୩ଟି ସେବା ବନ୍ଦ କରିଛି ପାକିସ୍ତାନ। ପ୍ରଥମେ ସମଝୌତା ଏକ୍ସପ୍ରେସ୍ ବନ୍ଦ କରିବା ପରେ ୩ଟି ଆକାଶ ପଥ ବନ୍ଦ କରିଥିଲା। ଆଉ ଏବେ ଭାରତୀୟ ସିନେମା ରିଲିଜ୍ ଉପରେ ବ୍ୟାନ୍ ଲଗାଇଛି ପାକ୍। ଫଳରେ ଭରତର କୌଣସି ଫିଲ୍ମ ଆଉ ପାକିସ୍ତାନରେ ରିଲିଜ୍ ହୋଇପାରିବନି। ଏ ନେଇ ପାକିସ୍ତାନର […]
ମୁମ୍ବାଇ: ମହାରାଷ୍ଟ୍ରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବିଶେଷ କରି ସାଙ୍ଗଲି ଜିଲ୍ଲାରେ ବନ୍ୟା ଯୋଗୁ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଜି ନିୟୋଜିତ ହୋଇଥିବା ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି। ବନ୍ୟା ପାଣିରେ ୩୦ରୁ ୩୨ ଜଣ ଲୋକଙ୍କ ନେଇ ସୁରକ୍ଷିତ ସ୍ଥାନକୁ ଆସୁଥିବା ଡଙ୍ଗାଟି ଅଧ ବାଟରେ ଓଲଟି ପଡ଼ିଥିଲା। ଏଥିଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ […]
ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ସରକାର ଏବେ ଭୀଷଣ ବିଚଳିତ ହୋଇପଡ଼ିଛନ୍ତି। ଗତକାଲି ଭାରତ ସହ କୂଟନୀତିକ ଓ ବାଣିଜ୍ୟକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏବେ ରେଳ ପଥ ମଧ୍ୟ ବନ୍ଦ କରିଦେଇ ଥିବା ସୂଚନା ମିଳିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯାତାୟାତ କରୁଥିବା ସମଝୌତା ଏକ୍ସପ୍ରେସକୁ ଇସ୍ଲାମାବାଦ ପକ୍ଷରୁ ବନ୍ଦ କରିଦିଆଯାଇଛି। ପୂର୍ବ ସୂଚନା ନ ଦେଇ ପାକିସ୍ତାନ ସରକାର ସମଝୌତା ଏକ୍ସପ୍ରେସର ଚଳାଚଳକୁ […]
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଗୁଇନ୍ଦା ରିପୋର୍ଟ ଅନୁସାରେ ଦେଶର ୭ଟି ରାଜ୍ୟକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି। ନିକଟରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ କହିଥିଲେ ଭାରତରେ ପୁଲଓ୍ୱାମା ଶୈଳୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ଗୁଇନ୍ଦା ରିପୋର୍ଟ ଅନୁଯାୟୀ […]
ନୂଆଦିଲ୍ଲୀ: ୱିଂ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀର ଚକ୍ର ଉପାଧି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ଅଭିନନ୍ଦନଙ୍କ ସମେତ ଆଉ ୫ଜଣ ଯବାନଙ୍କୁ ମଧ୍ୟ ‘ବାୟୁ ସେନା ମେଡାଲ୍’ ମିଳିବ ବୋଲି କୁହାଯାଉଛି। ଅଭିନନ୍ଦନଙ୍କ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ସେହିଭଳି ବାଲାକୋଟ୍ ଏୟାରଷ୍ଟ୍ରାଇକ୍ରେ ପାକିସ୍ତାନର ଅନୁପ୍ରବେଶକାରୀ ବିମାନ F-16କୁ ଗୁଳି କରି ଖସାଇ ଦେଇଥିବା ଏହି ୫ ଜଣ ଯବାନ ପାଇଲ୍ଟଙ୍କୁ ବାୟୁ ସେନା ମେଡାଲ୍ […]
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବେ ଦଳୀୟ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବା ପାଇଁ କହିଛନ୍ତି। ନଚେତ୍ ଦଳରୁ ନିଲମ୍ୱିତ ହେବେ। ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ପ୍ରକାଶ ପାଇଛି। ମେହବୁବା ମୁଫତି ଯେତେବେଳ ଗେଷ୍ଟ ହାଉସକୁ ସ୍ଥାନାନ୍ତର ହେଉଥିଲେ ସେହି ସମୟରେ ତାଙ୍କ ସହଯୋଗୀଙ୍କୁ ଦଳୀୟ ସାଂସଦଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଯେତେବଳେ ଗୃହ ମନ୍ତ୍ରୀ ଅମିତ ଶାହ […]
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୮ଟା ବେଳେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଓ ଧାରା-୩୭୦କୁ ଉଚ୍ଛେଦ କରିବା ବିଷୟରେ ଅଭିଭାଷଣ ରଖିପାରନ୍ତି। ତେବେ ଗତକାଲି, ମାନେ ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସୁଷମା ସ୍ୱରାଜଙ୍କ ଦେହାନ୍ତ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ହଠାତ୍ ରେଡିଓରେ ମୋଦିଙ୍କ ଅଭିଭାଷଣ ଦେବାକୁ ନେଇ ଏକ […]
ନୂଆଦିଲ୍ଲୀ: ଟ୍ରକ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଥିବା ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ଆଇନଜୀବୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏବେ ଉଭୟ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟରରେ ରହିଥିବା ଡାକ୍ତର କହିଛନ୍ତି। ଜୁଲାଇ ୨୯ ତାରିଖରେ ଉତ୍ତର ପ୍ରଦେଶ ରାଏବରେଲି ଜିଲ୍ଲାରେ ପୀଡ଼ିତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାର ଭିତରେ ଥିବା ତାଙ୍କ ମାଉସୀ ଏବଂ ଖୁଡ଼ୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ସେ ଓ ତାଙ୍କ ଓକିଲ ଗୁରୁତର ହୋଇ […]
ଓ୍ୱାଶିଂଟନ: ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ୬ ତାରିଖରେ କହିବା ପରେ ଆମେରିକାର ସାସଂଦ ତଥା ବୈଦେଶିକ କମିଟିର ଦୁଇ ଅଧିକାରୀ ପାକିସ୍ତାନକୁ ଶାନ୍ତି କାଏମ ରଖିବା ପାଇଁ ଅପିଲ୍ କରିଛନ୍ତି। ଆମେରିକାର ବୈଦେଶିକ ବ୍ୟାପାର କମିଟିର ଦୁଇ ସଦସ୍ୟ ସିନେଟର ରବର୍ଟ ମେନେନଡେଜ ଏବଂ ଏଲିଅଟ୍ ଏନଜେଲ୍ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଉପରେ ପାକିସ୍ତାନକୁ ନଜର ରଖିବାକୁ କହିବା ସହ ନିଜ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]
ଗାଏନା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଛକା ମାରି ଟିମ୍ ଇଣ୍ଡିଆକୁ ଜିତାଇଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକ ନୂଆ ମାଇଲଖୁଣ୍ଟ ନିଜ ନାମରେ କରିଛନ୍ତି। ୪୨ ବଲରେ ୬୫ ରନର ଇନିଂସ୍ ଖେଳିଥିବା ପନ୍ତ ଭାରତର ପ୍ରଥମ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଏହି ଛୋଟିଆ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଧୋନି ୨୦୧୭ରେ ବେଙ୍ଗାଲୁରୁରେ ଇଂଲଣ୍ଡ ବିପକ୍ଷ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ଦୁଇଟି ଲାଭଜନକ ପଦବୀ(କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ)ରେ ଥିବା ଅଭିଯୋଗରେ ବିସିସିଆଇ ରାହୁଲ ଡ୍ରାଭିଡଙ୍କୁ ନୋଟିସ୍ ପଠାଇଛି। ବିସିସିଆଇର ଏଭଳି ନୋଟିସକୁ ନୂଆ ଫ୍ୟାଶନ ବୋଲି କହି ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗଲି ଟ୍ୱିଟ୍ କରି ଆଜି ବିସିସିଆଇକୁ କଡ଼ା ସମାଲୋଚନା କରିଛନ୍ତି। ନିକଟରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ମହାରାଷ୍ଟ୍ର ସରକାର ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଉଭୟ ଜମ୍ମୁ-କଶ୍ମୀର ଓ ଲଦାଖରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମହାରାଷ୍ଟ୍ର ସରକାର ଆକର୍ଷଣୀୟ ରିଜର୍ଟ ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଧାରା ୩୭୦ ଯୋଗୁ ବାହାର ରାଜ୍ୟର ସରକାର କିମ୍ବା ବ୍ୟକ୍ତି ବିଶେଷ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଜମ୍ମୁ-କଶ୍ମୀରରେ ଖୋଲି ପାରୁ ନଥିଲା। କିନ୍ତୁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ […]
ୱାଶିଂଟନ୍: ପାକିସ୍ତାନର ଭାଷା କହିଛି ଆମେରିକା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ନିଷ୍ପତ୍ତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଆମେରିକାକୁ ଜଣାଇଥିଲେ ହେଁ ୱାଶିଂଟନ୍ ଏହାକୁ ବାଏଁବାଏଁ ଉଡ଼ାଇ ଦେଇଛି। ଆମେରିକା ପକ୍ଷରୁ ଆଜି କୁହାଯାଇଛି, ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ପୂର୍ବରୁ ଆମକୁ ଏ ବିଷୟରେ କୌଣସି ସୂଚନା ଦେଇ ନଥିଲେ। ଏ ସମ୍ପର୍କରେ ଆମ ସହ ପୂର୍ବରୁ କୌଣସି ବିଚାରବିମର୍ଶ ମଧ୍ୟ କରି ନଥିଲେ। ମିଡିଆରେ […]