• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

trumpd68c50
ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ଆମେରିକାର ନଜର

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ସତର୍କ ଦୃଷ୍ଟି ରଖିଛି ଆମେରିକା। ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦକୁ ନେଇ କୌଣସି ଆପତ୍ତି ଉଠାଇନି ୟୁଏସ୍ଏ। ତେବେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆମେରିକା ବୈଦଶିକ ବିଭାଗ ମୁଖପାତ୍ର ମର୍ଗାନ ଅର୍ଟାଗସ। ଜମ୍ମୁ-କଶ୍ମୀର ବାସୀଙ୍କ ଅଧିକାରକୁ ସମ୍ମାନ ଏବଂ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ […]

bb
ଏସିଆନ୍‌ ରଗବୀ ସେଭେନ୍ସ ଟ୍ରଫି; ଭାରତୀୟ ମହିଳା ଦଳରେ ୪ ଓଡ଼ିଆ

ଭୁବନେଶ୍ୱର: ଏସିଆନ୍‌ ରଗବୀ ସେଭେନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଲେ ୪ ଜଣ ଓଡ଼ିଆ ଖେଳାଳି। ମହିଳା ଦଳରେ ଓଡ଼ିଶାରୁ ଶୁଭଲକ୍ଷ୍ମୀ ବାରିକ୍,  ସୁମିତ୍ରା ନାୟକ, ହୁପି ମାଝି ଏବଂ ମୀରାରାଣୀ ହେମ୍ବ୍ରମ ସ୍ଥାନ ପାଇଛନ୍ତି।  ଆସନ୍ତା ୧୦ ଓ ୧୧ତାରିଖରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏହି ଟୁର୍ଣ୍ଣାମେଣ୍ଟ ହେବ। ଏଥିପାଇଁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ରଗବୀ ଫେଡରେସନ୍ ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ଦଳ  ଘୋଷଣା […]

31Steyn
ଅବସର ନେଲେ ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନ୍‌

କେପ୍ ଟାଉନ୍: ଟେଷ୍ଟ କ୍ରିକେଟରେ ଆଉ ଦେଖିବାକୁ ମିଳିବନି ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନଙ୍କ ସୁଇଂ ଓ ପେସ୍। କାରଣ ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ମହାନ ପେସ୍ ବୋଲର ଷ୍ଟେନ୍ ସୋମବାର ଆନୁଷ୍ଠାନିକ ଭାବେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏକ ବିଜ୍ଞପ୍ତି ଦ୍ୱାରା ଷ୍ଟେନ୍ କହିଛନ୍ତି, “ପୁଣିଥରେ ଟେଷ୍ଟ କ୍ରିକେଟ୍ ନଖେଳିବାର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟଦାୟକ। ଏବେ ମୁଁ […]

wi_vs_inda_630_630
ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।  ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍‌ଜା କରିସାରିଛି ବିରାଟ ବାହିନୀ।  ପ୍ରଥମ ମ୍ୟାଚରେ ୪ ଓ୍ୱିକେଟରେ ଜିତିବା ପରେ ଦ୍ୱିତୀୟ ମ୍ୟାଚକୁ ଡିଏଲ୍ ନିୟମରେ ୨୨ ରନରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ। ଅନ୍ୟପଟେ ଶେଷ ମ୍ୟାଚ୍ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋରଦାର ଉଦ୍ୟମ […]

delhi
ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ; ୫ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଜାକିରନଗର ଅଞ୍ଚଳରେ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ୮ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ବି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଦିଲ୍ଲୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। […]

syria
୩ ବର୍ଷୀୟ ଶିଶୁର ସେଇ ଶେଷ କଥା; ଥରାଇଦେଇଥିଲା ସାରା ବିଶ୍ୱର ହୃଦୟ

ଏଥର ଫଟୋ ପଛର କାହାଣୀ- ‘ମୁଁ ଯାଉଛି, ଠାକୁରଙ୍କ ପାଖରେ ସବୁ କହିଦେବି।’ ଲେଖାଟି ପଢ଼ିଲା ମାତ୍ରେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠୁଥିବ ନିଶ୍ଚୟ। ତେବେ ଏହି କଥା ଆମେ କହୁନୁ, ଆପଣ ଦେଖୁଥିବା ସିରିଆର ଗୃହଯୁଦ୍ଧରେ ଯନ୍ତ୍ରଣାରେ ଛଟ୍‌ପଟ୍ ହୋଇ କାନ୍ଧୁଥିବା ଏକ ନିଷ୍ପାପ ଶିଶୁର ଏ ହେଉଛି ଶେଷ କଥା। ମରିବା ପୂର୍ବରୁ ୩ ବର୍ଷ କୋମଳମତି ଶିଶୁର ଏଇ କେଇପଦ କଥା ସେତେବେଳେ ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଶେଷ ସମୟରେ ତା’ […]

ff
କ୍ରିକେଟ୍‌ ଷ୍ଟାର୍‌ଙ୍କ ଫ୍ରେଣ୍ଡ୍‌ସିପ୍‌...ଏ ଦୋସ୍ତି ହମ୍‌ ନହିଁ ଛୋଡେଙ୍ଗେ

ଯେମିତି ପାର୍ଟନର୍‌ସିପ୍‌ ଭଲ ହେଲେ ପଡ଼ିଆରେ କ୍ରିକେଟ୍‌ ମ୍ୟାଚ୍‌ ଖୁବ୍‌ ଜମେ, ସେମିତି ବନ୍ଧୁତ୍ୱ ଭଲ ହେଲେ ଲାଇଫ୍‌ର ମ୍ୟାଚ୍‌ ବି ଖୁବ୍‌ ଜମେ। ଆପଣ ଭାବୁଥିବେ ବନ୍ଧୁତ୍ୱ ଦିବସରେ ଆମେ ହଠାତ୍‌ କ୍ରିକେଟ୍‌ କଥା କାହିଁକି କହିଲୁ। ଏହାର କାରଣ ହେଲା, ଆମେ ଆଜି କ୍ରିକେଟ୍‌ ଷ୍ଟାର୍‌ଙ୍କ ଫ୍ରେଣ୍ଡସିପ୍‌ ବିଷୟରେ କହିବୁ। ଯାହାଙ୍କ ଫ୍ରେଣ୍ଡସିପ୍‌ କ୍ରିକେଟ୍‌ ପଡ଼ିଆରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ତିଷ୍ଠି ରହିଛି। ଆସନ୍ତୁ ଜାଣିବା କ୍ରିକେଟ୍‌ ଦୁନିଆର ଏହି ହ୍ୟାପି ଫ୍ରେଣ୍ଡ୍‌ମାନଙ୍କ ସମ୍ପର୍କରେ […]

EBEBITLUcAYpmWH
ପ୍ରଥମ ଟି-୨୦ ଭାରତ ଜିତିଲା

ଫ୍ଲରିଡା: ବୋଲରଙ୍କ ଦମରେ ପ୍ରଥମେ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌କୁ ୪ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିଥିବା ନଭଦୀପ ସାଇନ୍‌ଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ମାତ୍ର ୯୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୯୬ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଶେଷରେ ୧୬ ବଲ୍‌ ପୂର୍ବରୁ ବିଜୟ ଲାଭ କରିଛି। ୪ ଓଭର୍‌ରେ ୧୭ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବା […]

WESTINDIES
ଭାରତ ବିପକ୍ଷରେ ଶହେ କରିପାରିଲାନି ୱେଷ୍ଟ ଇଣ୍ଡିଜ୍‌; ୯୫ରେ ଆଉଟ୍

ଫ୍ଲୋରିଡା: ଡେବ୍ୟୁଟାଣ୍ଟ ନଭଦୀପ ସାଇନ୍‌ଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଣ୍ଡିଜ୍‌ ଟିମ୍‌କୁ ୯୫ ରନ୍‌ରେରେ ସୀମିତ ରଖିଛି। ଅଭିଜ୍ଞ କାଏରନ୍‌ ପୋଲାର୍ଡ ଶେଷ ଯାଏ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ ୧୦୦ ପାର କରାଇବାରେ ବିଫଳ ହୋଇଛନ୍ତି। ଫଳରେ ଆମେରିକାର ଫ୍ଲୋରିଡାରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚ୍‌କୁ ଜିତିବା ପାଇଁ ଭାରତକୁ ୯୬ ରନ୍‌ର ଟାର୍ଗେଟ ମିଳିଛି।  ପୋଲାର୍ଡଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ ଭାରତୀୟ ବୋଲରଙ୍କୁ […]

19encounter2
ପାକିସ୍ତାନ ପଟୁ ବେଆଇନ୍‌ ଅନୁପ୍ରବେଶକାରୀଙ୍କୁ ବିନାଶ କରୁଛି ସେନା: ୫ ଟଳିଲେଣି

ନୂଆଦିଲ୍ଲୀ: ପାକିସ୍ତାନର ବର୍ଡର ଆକସନ୍‌ ଟିମ୍‌ ଏଲ୍‌ଓସି ଦେଇ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ଯବାନଙ୍କ ଘନ ଘନ ଆକ୍ରମଣ ଏହାକୁ ପଣ୍ଡ କରିଛି। ଏଥିରେ ୫ ଜଣ ଅନୁପ୍ରବେଶକାରୀ ନିପାତ ହୋଇଛନ୍ତି। କେରନ୍‌ ସେକ୍ଟରରେ ଏଭଳି ଘଟଣା ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ସେନା ପକ୍ଷରୁ କିଛି ଫଟୋ ମଧ୍ୟ ଜାରି କରାଯାଇଛି ଯେଉଁଥିରେ ଏହି ବେଆଇନ ଅନୁପ୍ରବେଶକାରୀମାନେ ଭାରତର ସୀମା ଭିତରେ ପଡ଼ିରହିଛନ୍ତି। ଗତ ୩୬ ଘଣ୍ଟା ଧରି ଜମ୍ମୁକଶ୍ମୀରରେ ସୁରକ୍ଷା କଡ଼ା […]

HD-Kumaraswamy-1-750x400
ରାଜନୀତି ଛାଡ଼ିଦେବେ କୁମାରସ୍ୱାମୀ !

ହାସନ୍‌: ପୂର୍ବତନ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି ସେ ରାଜନୀତି ଛାଡ଼ିବାକୁ ଚିନ୍ତା କରୁଛନ୍ତି। କଂଗ୍ରେସ ସହିତ ତାଙ୍କ ଦଳ ଜେଡିଏସ୍‌ର ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ମଧ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ୧୪ ମାସର ଏହି ସରକାର ବିଧାନସଭାରେ ଆସ୍ଥା ଭୋଟ୍‌ରେ ପରାଜୟ ଲାଭ କରିବା ପରେ ଭାଙ୍ଗିଯାଇଥିଲା। ଏହା ପୂର୍ବରୁ ବେଶ୍ କିଛି ସପ୍ତାହ ଧରି କର୍ଣ୍ଣାଟକାରେ ରାଜନୀତିକ ସଙ୍କଟ ଲାଗି ରହିଥିଲା। ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଏସବୁରୁ ଦୂରେଇ […]

kashmir
ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସାପୋରରେ ଆଜି ଭୋରରୁ ଆରମ୍ଭ ହୋଇଥିବା ସେନାର ଅପରେସନକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୨ଜୈସ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ଏକେ ରାଇଫଲ ସମେତ ବହୁ ମାରଣାସ୍ତ୍ର ଜବତ ହୋଇଛି। ଏହି ଅପରେସନରେ ଜଣେ ସେନା ଯବାନ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଯବାନଙ୍କ ଅବସ୍ଥା ସ୍ଥିର ରହିଥିବା ସେନା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ସୋପିଆନରେ ସେନା ଏନକାଉଣ୍ଟରରେ […]

ff
ଝଡ଼ ପୂର୍ବର ନିରବତା ଏବେ କଶ୍ମୀରରେ; ଫେରୁଆସୁଛନ୍ତି ପର୍ଯ୍ୟଟକ, ନିଜ ଦେଶର ପର୍ଯ୍ୟଟକଙ୍କୁ ଫେରିଯିବାକୁ କହିଲେଣି ବ୍ରିଟେନ୍‌ ଓ ଜର୍ମାନୀ

ଶ୍ରୀନଗର: ବ୍ୟାପକ ସୁରକ୍ଷାକର୍ମୀ ନିୟୋଜନ, ସରକାରଙ୍କ ନିର୍ଦ୍ଦେଶ ଏବଂ ଜମ୍ମୁକଶ୍ମୀରର ଆଞ୍ଚଳିକ ଦଳଙ୍କ ଚେତାବନୀ ଭିତରେ ବିଭିନ୍ନ ଆଶଙ୍କା ମଧ୍ୟରେ ରହିଛନ୍ତି କଶ୍ମୀରବାସୀ। ଆଗକୁ କ’ଣ ପଦକ୍ଷେପ ରହିବ ଏବଂ କାହିଁକି ଏପରି ମିଲିଟାରୀ ଆୟୋଜନ, ସେନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଅନ୍ୟପକ୍ଷରେ ସମ୍ଭାବ୍ୟ ଅଘଟଣ ନେଇ ସରକାରଙ୍କ ସତର୍କବାଣୀ ପରେ କଶ୍ମୀର ଛାଡ଼ିବାକୁ ବ୍ୟାକୁଳ ହେଉଥିବା ପର୍ଯ୍ୟଟକ ଏବଂ ଅମରନାଥ ଶ୍ରଦ୍ଧାଳୁ ଘରକୁ ଫେରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷେ, […]