ଭୁବନେଶ୍ୱର: ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ। ବିଜ୍ଞାପନ ଲାଗି ରାଜ୍ୟପାଳଙ୍କ ସଚିବଙ୍କୁ ଅନୁମତି ପତ୍ର ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଅଧ୍ୟାଦେଶ ଜରିଆରେ ବିଶ୍ୱବିଦ୍ୟାଳୟ ଆଇନ୍-୧୯୮୯ର ସଂଶୋଧନ ହୋଇଛି। ସଂଶୋଧିତ ଆଇନ୍ରେ କୁଳପତିଙ୍କ ବୟସ, କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି। ତେଣୁ ଏହି ଅନୁସାରେ ପଦବୀ ପୂରଣ ପାଇଁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। କୁଳପତି ପଦବୀ ପୂରଣ ପାଇଁ ଗଠିତ ସର୍ଚ୍ଚ କମିଟିକୁ ଅନେକ ଆବେଦନପତ୍ର ଆସିଛି। ହସ୍ତଗତ […]
ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ଯୁବତୀ ଚିନ୍ମୟୀ ମହାପାତ୍ର ଏକ ନୂଆ ଖୁଲାସା କରିଛନ୍ତି। ଚିନ୍ମୟୀ କହିଛନ୍ତି, ଆଦିତ୍ୟ ଓ ତାଙ୍କ ଭିତରେ ପ୍ରେମ ସଂପର୍କ ଥିଲା। ୨୦୧୯ ଡିସେମ୍ବର ଯାଏ ଆଦିତ୍ୟ ତାଙ୍କୁ ବିବାହ କରିବା ଲାଗି ରାଜି ହୋଇଥିଲେ। ହେଲେ ୨୦୨୦ ଜାନୁଆରୀରୁ ଆଦିତ୍ୟ ତାଙ୍କଠାରୁ ଦୂରେଇବାକୁ ଆରମ୍ଭ କରିଥିଲେ। ସେ ଆହୁରି କହିଛନ୍ତି, ପ୍ରଥମେ ଫେସବୁକ୍ରୁ ସେମାନଙ୍କର ବନ୍ଧୁତା ଓ ପରେ ଭଲ ପାଇବା ଆରମ୍ଭ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ। ଅପରାହ୍ଣ ୪ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପ୍ରକାଶ କରିବେ। ଛାତ୍ରଛାତ୍ରୀମାନେ CHSE ୱେବ୍ସାଇଟ୍ରେ ରେଜଲ୍ଟ ପାଇପାରିବେ। ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ […]
ଖୋର୍ଦ୍ଧା: ଦୁର୍ଘଟଣା ପରେ ଜଳିଗଲା ଟ୍ରଲର୍। ଖୋର୍ଦ୍ଧା-ବ୍ରହ୍ମପୁର ଜାତୀୟ ରାଜପଥ-୧୬ର ନାଚୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଏକ ଟ୍ରକ୍କୁ ଅନ୍ୟ ଏକ ଟ୍ରଲର୍ ପଛପଟୁ ଧକ୍କା ଦେବା ଫଳରେ ଟ୍ରଲର୍ରେ ନିଆଁ ଲାଗି ଯିବା ସହ ଟ୍ରଲର୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆଜି ସକାଳୁ ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିବା ଏକ ଟ୍ରକ୍କୁ ଅନ୍ୟ ଏକ ଟ୍ରଲର୍ ନାଚୁଣୀ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଏହାପରେ ତତ୍କ୍ଷଣାତ ଟ୍ରଲର୍ରେ ନିଆଁ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପାର୍ଥିବ ଶରୀରକୁ ହାଜିପୁର ଓ ବାଲିଆ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ନିଆ ଯାଇଥିଲା। ସେଠାରେ ଶେଷଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ବାଲିଆ ସ୍ଥିତ ବାସଭବନରେ ରଖାଯାଇଛି। ଆଜି ଗାଁ ଶ୍ମଶାନରେ ରବୀନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ରବୀନ୍ଦ୍ର ନାଥ ୨୦୦୯ […]
ଭୁବନେଶ୍ୱର: ଜଣେ ସିନେମାଟୋଗ୍ରାଫରଙ୍କ ବିରୋଧରେ ତାଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି।ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ପୁଅକୁ ମଧ୍ୟ ନିର୍ଯାତନା ଦେଉଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ସିନେମାଟୋଗ୍ରାଫର ମନୋଜ କୁମାର ଖଟେଇଙ୍କ ପତ୍ନୀ। ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ନେଇ ମନୋଜଙ୍କ ପତ୍ନୀ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସ୍ୱାମୀ(ମନୋଜ) ତାଙ୍କ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୫୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୬୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୩୮୨ ରହିଛି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଖୋର୍ଦ୍ଧାରୁ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର, ବଲାଙ୍ଗିର, କଟକ, ଗଞ୍ଜାମ, ଖୋର୍ଦ୍ଧା, ମାଲକାନଗିରି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ, ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୩୮ ହୋଇଛି। ୨୪ ଘଣ୍ଟାରେ ଓଡ଼ିଶାରେ ୩,୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ(BMC) ଥିବା ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଜାରି ନୂଆ SOP ଜାରି ହୋଇଛି। ଏଣିକି ହୋମ୍ ଓ ପେଡ୍ ଆଇସୋଲେସନ୍ରେ ଥିବା ବ୍ୟକ୍ତିଙ୍କ ଉପରେ BMC ପକ୍ଷରୁ କଡ଼ା ନଜର ରଖାଯିବ। ସେମାନଙ୍କୁ ୨୪ ଘଣ୍ଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ନେଇ BMC ପକ୍ଷରୁ ବ୍ୟବସ୍ଥା ହୋଇଛି। ହୋମ୍ ଆଇସୋଲେସନ୍ରେ ଥିବା ଲକ୍ଷଣ ବିହୀନ ଓ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ଥିତିକୁ ଦେଖି ସେବା […]