ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଟେଷ୍ଟିଂ ମାତ୍ରାରେ ବୃଦ୍ଧି ପାଇଛି। ଏହିକ୍ରମରେ ରାଜ୍ୟରେ ଦିନକରେ ୪୦ ହଜାରରୁ ଅଧିକ କରୋନା ଟେଷ୍ଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ କହିଛନ୍ତି। ରାଜ୍ୟରେ ଗୋଟିଏ ଦିନରେ ମୋଟ ୪୦ ହଜାର ୭୧୧ ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର। ଗତକାଲି ସରକାର ଘୋଷଣା କରିଥିଲେ ଯେ, ଦିନକୁ ୫୦ ହଜାର ଟେଷ୍ଟ […]
ଭୁବନେଶ୍ୱର: ଯୁକ୍ତ ୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ ହୋଇଛି। ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଏନେଇ ନୋଟିସ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। କାହିଁକି ଶୂନ ରେଜଲ୍ଟ ହେଲା, ସେନେଇ ୭ ଦିନ ଭିତରେ ଜବାବ ରଖିବାକୁ ନୋଟି କରି ନିର୍ଦ୍ଦେଶ ଦିଆଯାଇଛି। ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନହେବ, ସେଥିପାଇଁ କାରଣ ଦର୍ଶାଇବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ଏଥିସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନହେବ […]
ଭୁବନେଶ୍ୱର: ଉତ୍ତର–ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଦୁଇ ଜିଲ୍ଲା ହେଉଛି- ମାଲକାନଗିରି ଓ କୋରାପୁଟ। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ […]
ଭୁବେନଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପିପୁଲ୍ସ ଫର ସେବା ସଂଗଠନର କର୍ମକର୍ତ୍ତା। କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନେ ସନ୍ତୁଷ୍ଟ ନଥିବା କହିଛନ୍ତି। ଘଟଣା ଘଟିବାର ୪୫ ଦିନ ପରେ ବି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟିନାହିଁ। ତେଣୁ ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମାନବ ପିପୁଲ୍ସ ଫର ସେବା ସଂଗଠନର ସଦସ୍ୟମାନେ ଦାବି କରିଛନ୍ତି। ଆଜି ରାଜଧାନୀରେ ସଂଗଠନର ସଦସ୍ୟମାନେ ପ୍ଲାକାର୍ଡ ଧରି ବିକ୍ଷୋଭ […]
ଭୁବନେଶ୍ୱର: ରାଜ୍ୟରେ ସେରୋଲୋଜିକାଲ ସର୍ଭେ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ଏନେଇ ସେ କହିଛନ୍ତି, ବ୍ରହ୍ମପୁରରେ ସେରୋଲୋଜିକାଲ ସର୍ଭେ ଶେଷ ହୋଇଛି। ବ୍ରହ୍ମପୁରରେ ୨୮୩୦ ଲୋକଙ୍କ ଠାରୁ ସାମ୍ପଲ ନିଆଯାଇଥିଲା। ୩୧ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ବିକଶିତ ହୋଇଥିବା ରେଜଲ୍ଟରେ ଜଣାପଡ଼ିଛି। ସେହିଭଳି ସହରାଞ୍ଚଳ ବସ୍ତିରେ ୪୦% ଲୋକଙ୍କ ଠାରେ ଆଣ୍ଟିବଡି ମିଳିଥିଲା। ହିସାବକୁ ଦେଖିଲେ ଦେଢ଼ ଲକ୍ଷ ଲୋକଙ୍କ ଠାରେ ଆଣ୍ଟିବଡି ବିକଶିତ ହେଲାଣି ବୋଲି […]
ଉଦଳା: ମୟୂରଭଞ୍ଜରେ ଏକ ଅନ୍ଧବିଶ୍ୱାସର ଚିତ୍ର ଦେଖିବାକୁ ମିଳୁଛି। ଡାଆଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣାଟି କପ୍ତିପଦା ଥାନା ତୋଟାସାହି ଗାଁର। ଖବର ଅନୁଯାୟୀ, ଜଣେ ମହିଳାଙ୍କୁ ଡାଆଣୀ ସନ୍ଦେହ କରି ତାଙ୍କ ଦିଅର ଓ ଦେଢଶୁର ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ମହିଳାଙ୍କ ପରିବାର ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ କରାଯାଇଛି। ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ […]
ବାଲେଶ୍ୱର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଲୋକେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଦାଣ୍ଡପଳସା ଗାଁରେ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ବାଣ୍ଟିବା ପାଇଁ ଯାଇଥିବାବେଳେ ଲୋକେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକାଇଥିଲେ। ଗାଁରେ ଗରିବଶ୍ରେଣୀର ଲୋକଙ୍କୁ ଇନ୍ଦିରାଆବାସ ଦିଆନଯାଇ ଧନୀ ଶ୍ରେଣୀର ଲୋକଙ୍କୁ ଦିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ସରକାରୀ ଯୋଜନା ଆବଣ୍ଟନରେ ପାତରଅନ୍ତର ହୋଇଥିବାରୁ ଏହାର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକ […]
ଯାଜପୁର: କରୋନାର ଭୟାବହତାକୁ ଲକ୍ଷ୍ୟ କରି ଚଳିତ ବର୍ଷ ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡପରେ ହେବାକୁ ଥିବା ଗଣେଶ ପୂଜାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଭିନ୍ନ ମଣ୍ଡପରେ ଲୋକମାନଙ୍କ ଭିଡ଼ ଜମିବା ଯୋଗୁଁ କରୋନା ବ୍ୟାପିବାର ଅଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ […]
ଜଗତସିଂହପୁର: ସ୍ୱାମୀକୁ ହାଣି ମାରି ଦେଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ । ମୃତକ ଜଣକ ହେଲେ ସୁଶାନ୍ତ ସାମଲ। ତାଙ୍କ ସ୍ତ୍ରୀଙ୍କ ନାଁ କବିତା ସାମଲ। ପୋଲିସର ଖବର ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ କବିତା ସ୍ୱାମୀଙ୍କ ଉପରେ ଜୋରେ ରାଗି ଯାଇଥିଲେ। ତେଣୁ ସୁଶାନ୍ତ ଶୋଇବା ପରେ କବିତା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା […]
ଭୁବନେଶ୍ୱର: ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀର ରାଜଲକ୍ଷ୍ମୀ ଦାସଙ୍କୁ ଆଜି ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହି ତିନିଜଣ ମହିଳାଙ୍କ ସୁରଜ ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମାନରେ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛନ୍ତି […]