• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

loot
ବନ୍ଧୁକ, ଛୁରୀ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଗହଣା

କଟକ: କଟକର ଏକ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସିଡିଏ ସେକ୍ଟର-୬ରେ ଥିବା ଏହି ଗହଣା ଦୋକାନରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ୩ଜଣ ଯୁବକ ଗହଣା କିଣିବା ପାଇଁ ଗହଣା ଦୋକାନକୁ ଆସିଥିଲେ। ଏହି ସମୟରେ ଦୋକାନ ବାହାରେ ଏକ କାର୍‌ରେ ଆଉ ୨ଜଣ ସେମାନଙ୍କୁ ଅପେକ୍ଷା କରିଥିଲେ। ଦୁର୍ବୃତ୍ତମାନେ ଦୋକାନ ଭିତରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ ଗହଣା […]

  • Monday, 12 July 2021
puri
ଆଜି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ

ପୁରୀ: ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ ଆଜି ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ସାଧାରଣ ଦର୍ଶନ କରିପାରିବେ। ଏହାପରେ ସାଧାରଣ ଦର୍ଶନ ବନ୍ଦ ରହିବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁଲିସ୍‌ କଣ୍ଟ୍ରୋଲ ରୁମ୍‌ ନିକଟରୁ ସ୍ୱତନ୍ତ୍ର ବାରିକେଡ୍‌ କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ଯିବେ ଏବଂ ନାକଚଣା ଦ୍ୱାର ପଟେ ପ୍ରସ୍ଥାନ କରିବେ। ଦର୍ଶନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭାବେ ଗୁରୁତ୍ୱ ଦିଆଯାଇଥିବା ଏସ୍‌ପି କହିଛନ୍ତି। […]

  • Monday, 12 July 2021
murder
ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼ (ବିଜୟ ବରୁଆ): ସାମାନ୍ୟ ବଚସାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ସୁନ୍ଦରଗଡ଼ ସଦର ଥାନା ସୁବଳୟାରେ ହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁଶୀଲା। ତାଙ୍କ ସ୍ୱାମୀ ନାଁ ଉଦିତ୍‌ ବାଗ୍। ସୂଚନା ଅନୁଯାୟୀ, ଉଦିତ୍‌ ଓ ସୁଶୀଲା ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ଛୁଆ ଅଛନ୍ତି। ଅନେକ ସମୟରେ ଉଦିତ୍‌ ମଦ ପିଇ ସୁଶୀଲାଙ୍କ ସହ ଝଗଡ଼ା କରନ୍ତି। ଦୁଇ ଦିନ ତଳେ ଉଭୟଙ୍କ ମଧ୍ୟରେ […]

  • Monday, 12 July 2021
nitu
କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍‌ ହାତରେ ପଥର ଖଣି ମାଫିଆ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ ଜଣେ ପଥର ଖଣି ମାଫିଆକୁ କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍‌ ଗିରଫ କରିଛି। ତାଙ୍କ ନାଁ ନିତୁ ମାନସିଂହ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ନିତୁ ମାନସିଂହଙ୍କୁ ଖୋର୍ଦ୍ଧା ପୁଲିସକୁ ହସ୍ତାନ୍ତର କରିଛି। ଅଟକ ନିତୁଙ୍କ ନାଁରେ ଏକାଧିକ ମାମଲା ରହିଛି। ତାଙ୍କ ନାଁରେ ଦୁଇଟି ଗୁଳିମାଡ଼ ସହ ବୋମାମାଡ଼ ମାମଲା ଥିବା ସୂଚନା ମିଳିଛି। ଗତ ୨୯ ତାରିଖରେ ଖୋର୍ଦ୍ଧା ସହର ସ୍ଥିତ ଏଲ୍ଆଇସି ପଡ଼ିଆ ନିକଟରେ ଖଣି ଓ ଡ୍ରଗ୍ ମାଫିଆଙ୍କ ସହ […]

  • Monday, 12 July 2021
cloudy
ଏହିସବୁ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୬ଟି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼ ଓ ଖୋର୍ଦ୍ଧା। ଏହିସବୁ ଜିଲ୍ଲାବାସୀଙ୍କୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021
naveen
ନବୀନ ନିବାସରେ ପାଟକୁରା ପଲିଟିକ୍ସ

ଭୁବନେଶ୍ୱର: ନବୀନ ନିବାସରେ ପାଟକୁରା ପଲିଟିକ୍ସ। ପାଟକୁରା ନିର୍ବାଚନକୁ ନେଇ ଚାଲିଛି ଗେମ୍ ପ୍ଲାନ୍। ପାଟକୁରାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକ୍‌ରେ ବିଜେଡିର ବିବାଦକୁ ନେଇ ଆଲୋଚନା […]

  • Monday, 12 July 2021
accident
ନୟାଗଡ଼ରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କାଳିଆପଡା ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଟି କାର୍‌ ମଧ୍ୟରେ ଦୁର୍ଘଟଣା ଘଟି ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କଣ୍ଟିଲୋ ନିକଟସ୍ଥ ବିଜିପୁରରୁ ବାହାଘର ସାରି ୨ଟି କାର୍‌ରେ ବରଯାତ୍ରୀ ଦଶପଲ୍ଲା ହାଟସାହିକୁ ଫେରୁଥିଲେ। ଏହି ସମୟରେ କାଳିଆପଡା ନିକଟରେ ସାମ୍ନା […]

  • Monday, 12 July 2021
firing
୨ ଭାଇଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଲିଙ୍କ ରୋଡ୍‌ରେ ୨ ଭାଇଙ୍କୁ ଗୁଳିମାଡ଼। ଦୁଇ ଭାଇ ହେଲେ ଦୟାଶଙ୍କର ସାଏ ଓ ଗୌରୀଶଙ୍କର ସାଏ। ଏମାନେ ଧାନ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ  ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି। ସୂଚନା ଅନୁସାରେ, ଆଜି ସକାଳ ସାଢେ ୭ଟାରେ ଦୁଇ ଭାଇ ନିଜ ଧାନ ଗୋଦାମରେ […]

  • Monday, 12 July 2021
matric exam
ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ ସେଣ୍ଟର ଭାବେ ବୋର୍ଡ ଚିହ୍ନଟ କରିଛି। ଅନ୍ୟପକ୍ଷରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ […]

  • Monday, 12 July 2021
trafficking
ସୁନ୍ଦରଗଡ଼ର ନାବାଳିକାଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଗାଁର ଜଣେ ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଚାକିରି ଦେବା କହି ରାଜ୍ୟ ବାହାରକୁ ନେବା ପରେ ଦଲାଲ ଜଣକ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଏକ ଅଗରବତୀ କାରଖାନାରେ ଚାକିରି କରାଇ ଦେବାକୁ କହି ଜଣେ ଦଲାଲ ସମ୍ପୃକ୍ତ ନାବାଳିକାଙ୍କୁ ରାଜ୍ୟ ବାହାରକୁ  ନେଇଥିଲେ। ହେଲେ ଚାକିରି ବଦଳରେ ଦଲାଲ ଜଣକ ଉକ୍ତ ନାବାଳିକାଙ୍କୁ ମଧ୍ୟପ୍ରଦେଶର କଟନୀରେ […]

  • Monday, 12 July 2021
matric
ଆସନ୍ତାକାଲିଠାରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍‌ ସେଣ୍ଟର ଭାବେ ଚିହ୍ନଟ କରିଛି ବୋର୍ଡ। ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର […]

  • Monday, 12 July 2021
koraput
ଏଣିକି ଟାଙ୍କିରେ ପାଣି ସରିଲେ ଆପେ ଆପେ ଭର୍ତ୍ତି ହୋଇଯିବ

ଜୟପୁର: ଜଳ ହିଁ ଜୀବନ। କେଉଁଠି ପାଣି ମୁନ୍ଦାଏ ପାଇଁ ଲୋକେ ମାଇଲ ମାଇଲ ବାଟ ଯାଉଛନ୍ତି ତ ଆଉ କେଉଁଠି ପାଣି ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଏଭଳି କ୍ଷେତ୍ରରେ ଜୀବନ ବଞ୍ଚିବା ପାଇଁ ଜଳ କେତେ ଯେ ଆବଶ୍ୟକ ଏହାକୁ ବୁଝି ପାରିଛନ୍ତି କୋରାପୁଟର ଜଣେ ଯୁବକ। କୋଟପାଡ଼ ଅଞ୍ଚଳର ଶ୍ରୀକୁମାର ଶତପଥୀ ଏକ ସ୍ମାର୍ଟ କିଟ୍‌ ତିଆରି କରିଛନ୍ତି। ଯାହାକୁ ସ୍ମାର୍ଟ ୱାଟର ଆଣ୍ଡ୍‌ ଇଲେକ୍ଟ୍ରିକ୍‌ ସେଭର୍‌ କୁହାଯାଉଛି। ଏହାକୁ ବ୍ୟବହାର କରିବା ଫଳରେ ଘରେ ଆଉ […]

  • Monday, 12 July 2021
petrol rate hike
୬୦% ୟୁଜର୍ସ କହିଲେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଲୋକପ୍ରିୟତାକୁ ହ୍ରାସ କରିବ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ବଜେଟ୍‌ରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହୋଇଥିବା ବେଳେ, କିଛି ମହଙ୍ଗା ହୋଇଛି। ମହଙ୍ଗା ଜିନିଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ରହିଛି। ପେଟ୍ରୋଲ ଦାମ ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଛି। ବଜେଟ୍‌ରେ ପେଟ୍ରୋଲ ଓ ଡିଜେଲ୍ ଉପରେ […]

  • Monday, 12 July 2021
representational image
ଦୋକାନରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଜାତୀୟ ରାଜପଥ ୧୬ କଡ଼ରେ ଥିବା ଏକ ଦୋକାନ ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ସାହୁ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଦୋକାନ ବାହାର ପଟୁ ତାଲା ପଡ଼ିଥିବାରୁ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ରବୀନ୍ଦ୍ର ନିଜ ସ୍ତ୍ରୀକୁ ମାରପିଟ୍‌ […]

  • Monday, 12 July 2021
rain
ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ କେତେକ  ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝାଡ଼ଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ଲୋ ପ୍ରେସରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପଶ୍ଚିମ ବିହାର ଓ ଝାଡ଼ଖଣ୍ଡ ଉପରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି ବୋଲି  ଆଞ୍ଚଳିକ […]

  • Monday, 12 July 2021
aprajita
ଆଇଆଇଏଫ୍‌ଟି ପ୍ରତିଷ୍ଠା ଲାଗି ମାଗଣା ଜମି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱରରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫରେନ୍‌ ଟ୍ରେଡ୍‌ (ଆଇଆଇଏଫ୍‌ଟି) ପ୍ରତିଷ୍ଠା ଲାଗି ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଓ ଭିତ୍ତିଭୂମି ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ଗତ ୩ ତାରିଖରେ ଅପରାଜିତା ଷଡ଼ଙ୍ଗୀ ଏନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ଆଲୋଚନା କରିଥିବା ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଇଆଇଏଫ୍‌ଟି ଭଳି ପ୍ରେଷ୍ଚିଜିୟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ […]

  • Monday, 12 July 2021
puri
ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି

ପୁରୀ: ମାଉସୀ ବାଡ଼ିରେ ତିନି ଦିଅଁଙ୍କର ଆଜି ବନକ ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକ ଲାଗି ହେବ। ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ୮ରୁ ୧୦ ଜଣ ଦତ୍ତମହାପାତ୍ର ସେବକ ମିଶି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ। ପହୁଡ଼ ଆଳତି ପରେ ଦୁଆର ପଡ଼ିବ। ଏହାପରେ ସେବାୟତମାନେ କସ୍ତୁରୀ, କେଶର, […]

  • Monday, 12 July 2021
salepur
ରାସ୍ତା ପାଇଁ ଖୋଳି ଦେଲେ କେନାଲ, ଚାଷ ଜମିକୁ ମାଡ଼ୁନି ପାଣି

ଭୁବନେଶ୍ୱର: ଗମନାଗମନର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଗଲା। ହେଲେ ଏହି ରାସ୍ତାକୁ ଲାଗିଥିବା ଜଳସେଚନ ବିଭାଗର କେନାଲକୁ ବି ଖୋଳି ଦିଆଗଲା। ଏଭଳି ଭାବେ ଖୋଳି ଦିଆଗଲା ଯେ,  କେନାଲରେ ପାଣି ଆସିଲେ ବି ଚାଷୀ ଏହାର ଫାଇଦା ପାଇ ପାରୁ ନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ଚାଷୀମାନେ । ସାଲେପୁର ବ୍ଲକ୍‌ର ବୋଦାମୁଣ୍ଡେଇଠାରୁ ଝରମୁହଁ ଯାଏ ପ୍ରାୟ ୩ କି.ମି. ରାସ୍ତା। ଦୀର୍ଘ ଦିନର […]

  • Monday, 12 July 2021
jackfruit
ଖୁବ୍ ଶୀଘ୍ର ଓଡ଼ିଶା ମାର୍କେଟକୁ ଆସିବ ପଣସ ଚିପ୍ସ

କୋରାପୁଟ: ଖୁବ୍ ଶୀଘ୍ର ଓଡ଼ିଶା ମାର୍କେଟକୁ ଆସିବ ପଣସ ଚିପ୍ସ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ର କେଲାରବାସୀ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଓରମାସ ଓ ସ୍ୱେଚ୍ଛାସେବୀ ସଂଗଠନ ୱାର୍ଡର ମିଳିତ ପ୍ରୟାସରେ ମହିଳାମାନଙ୍କୁ ତାଲିମ ଦିଆଯାଇଛି। ଦର ପାଚିଲା ପଣସରୁ କିପରି ଚଟ୍‌ପଟା ସ୍ୱାଦିଷ୍ଟ ଚିପ୍ସ ତିଆାରି କରାଯାଇ ପାରିବ ସେନେଇ ଲକ୍ଷ୍ମୀପୁର ବ୍ଲକ୍‌ର ସୋରିଷପଦର, କେଲାର ଓ ଡୋଲିଆମ୍ବ ଗାଁର ମହିଳାମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି। ଏହି ଚିପ୍ସ ପ୍ରସ୍ତୁତ କରିବାରେ କୌଣସି […]

  • Monday, 12 July 2021
Puri-Jagannath
ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ ଆରମ୍ଭ

ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ASI, ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି। ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ ଅର୍ଥାତ୍‌ ଭେଣ୍ଟିଲେସନ୍ ଏବଂ ନାଟ ମଣ୍ଡପ ଉପରେ ବିଶେଷ ଗୁରୁତ୍ୱ […]

  • Monday, 12 July 2021
allegation against police
ଲୋକଙ୍କୁ ପଚରାଉଚରା ବାହାନାରେ ପୁଲିସ୍‌ର ମାଡ଼ ଓ ଧମକ ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ୍‌ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ସୁନ୍ଦରଗଡ଼ କନିକା ଫାଣ୍ଡି ଭଙ୍ଗାରୁଜା ମାମଲାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଦମନଲୀଳା ଚଳାଇଥିବା ଅଭିଯୋଗ ହୋଇଛି। ଗତ ୪ ତାରିଖ ରାତିରେ ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ବାହାନାରେ ଲୋକଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ଖୋଦ୍ ଏସ୍‌ପି ଘଟଣାସ୍ଥଳରେ ଜଣେ ଗର୍ଭବତୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। […]

  • Monday, 12 July 2021
raceller
ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ଯୁବକ ଭକ୍ତରାମ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କଥାରେ ଅଛି ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବପର ହୋଇଥାଏ। ଏହାକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଆର୍‌ଏସ୍‌ସି-୦୪ ଗାଁର ଭକ୍ତରାମ ଦୋସ୍ତି। ଆସନ୍ତା ୯ ରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭକ୍ତରାମ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ଗତ ଜାନୁଆରୀ ୨୦ରୁ ସେ ପଞ୍ଜାବ ପଟିଆଲା ସ୍ଥିତ ଜାତୀୟ […]

  • Monday, 12 July 2021
milk atm
ଖୋଲିଲା ରାଜ୍ୟର ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର

ବ୍ରହ୍ମପୁର: ବ୍ରହ୍ମପୁର ସହରର ଗେଟ୍ ବଜାର ନିକଟରେ ଖୋଲିଲା ରାଜ୍ୟର ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର। ବ୍ରହ୍ମପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଉଦ୍‌ଘାଟନ କରିଛନ୍ତି।  ଏଠାରେ ୧୦ରୁ ୪୦ ଟଙ୍କାରେ ଲୋକେ କ୍ଷୀର ପାଇପାରିବେ। ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ କାଉଣ୍ଟର ଆରମ୍ଭ କରାଯାଇଥିବା ବେଳେ ଆଗକୁ ସହରରେ ୧୦ଟି କାଉଣ୍ଟର ଖୋଲାଯିବ। ୨୦୧୪ରୁ ଚାଷୀଙ୍କ ନିକଟରୁ କ୍ଷୀର କିଣିବା ଦର ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି। ଫଳରେ ସିଧାସଳଖ ମାର୍କେଟରେ କ୍ଷୀର ବିକ୍ରି […]

  • Monday, 12 July 2021
baripada
ବାରିପଦାରେ ମହିଳାମାନେ ଟାଣିବେ ସୁଭଦ୍ରାଙ୍କ ରଥ

ବାରିପଦା(ମାଣିକ ଲାଲ ପାଣି): ବାରିପଦା ରଥଯାତ୍ରାର ରହିଛି ଅନନ୍ୟ ପରମ୍ପରା। ସବୁଠି ଗତକାଲି ରଥ ଟଣାଯାଇଥିବା ବେଳେ ବାରିପଦାରେ ଆଜି ଟଣାଯିବା ରଥ । ନୀତି ଓ ପରମ୍ପରା ଅନୁଯାୟୀ, ଗତକାଲି ଏଠାରେ ରଥ ପ୍ରତିଷ୍ଠା କରାଯାଇଥିଲା। ମା’ ଅମ୍ବିକାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ଶ୍ରୀ ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ […]

  • Monday, 12 July 2021
allegedly rape
ଦୁଇ ଭଉଣୀଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ!

ସୋର: ଦୁଇ ନାବାଳିକା ଭଉଣୀଙ୍କୁ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ଏନେଇ ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏତଲାରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଚକୋଲେଟ୍ ଲୋଭ ଦେଖାଇ ସେମାନଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ଦୁଇ ଭଉଣୀ ଅସୁସ୍ଥ ହେବାରୁ ଘଟଣା ସମ୍ପର୍କରେ ଘରେ ଜଣାଇଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦାବି ହୋଇଛି।   […]

  • Monday, 12 July 2021