ସୋର: ପୁଲିସ୍କୁ ଚକ୍ମା ଦେଖାଇ ଛୁ ମାରିଲା ଲୁଟେରା। ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହୀରା ଓ ସୁନା ଅଳଙ୍କାର ଲୁଟିଥିବା ଜଣେ ଲୁଟେରା ଦିଲ୍ଲୀ ପୁଲିସ୍କୁ ଚକ୍ମା ଦେଇ ବାଲେଶ୍ୱର ଷ୍ଟେସନରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ଜଣେ ବ୍ୟକ୍ତି ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟବୟାସୀଙ୍କ ଘରେ କାମ କରୁଥିଲେ। ହେଲେ ଗତ କିଛିଦିନ ତଳେ ଉକ୍ତ ବ୍ୟକ୍ତି ଜଣକ ବ୍ୟବସାୟୀଙ୍କ ଘରୁ ଚୋରି […]
ଭୁବନେଶ୍ୱର: ଓଟିଭି ଲୋଗୋ ଥିବା ନକଲି ଭିଡିଓ ଭାଇରାଲ୍ ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଟ୍ୱିଟ୍ କରି ବୈଜୟନ୍ତ ପଣ୍ଡା କହିଛନ୍ତି, ଏହା କେବଳ ନକଲି ଖବର ନୁହେଁ, ପାଟକୁରା ନିର୍ବାଚନ ପୂର୍ବରୁ ମତଦାତାଙ୍କ ଉପରେ ପ୍ରଭାବ ପକାଇବା ଉଦ୍ଦେଶ୍ୟରେ ଏକ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ। ବିଜୟ ମହାପାତ୍ରଙ୍କୁ ପୂର୍ଣ୍ଣ ସମର୍ଥନ ସହ ତାଙ୍କ ପାଇଁ କ୍ୟାମ୍ପେନିଂ କରିଥିବା ନେଇ ରାଜ୍ୟ ରାଜନୀତିରେ ଧାରଣା ଥିବା ସମସ୍ତେ ଜାଣନ୍ତି। ଏଥିସହ […]
ପାଟକୁରା: ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ୍ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ନିର୍ଦ୍ଧାରଣ କରୁଛନ୍ତି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍ରେ ମକ୍ପୋଲ ହେବା ପରେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ […]
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ର ସୀମାନ୍ତ ବୀରାଭରମ୍ ଗାଁର ଦୁଇ ଜଣଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି। ମୃତକଦ୍ୱୟ ହେଲେ ପାଙ୍ଗି ସତିବାବୁ ଓ ଗାମେଲା ଭାସ୍କର। ଘରୁ ଡାକି ନେଇ ମାଓବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଗାଁକୁ ଆସି ଉଭୟଙ୍କୁ ଘରୁ ଡାକି ଅତି ନକିଟରୁ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୁଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ହତ୍ୟାକାଣ୍ଡ […]
ଭୁବନେଶ୍ୱର: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଧାନସଭା ହୁଲ୍ସ୍ତୁଲ୍। ବିଧାନସଭାରେ ଆଜି ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ଗୃହକୁ ୩ଟା ଯାଏ ବାଚସ୍ପତି ମୁଲତବି ରଖିଛନ୍ତି। ଶୂନ୍ୟକାଳରେ ଗୃହରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଏସ୍ପି ଯେମିତି ମାଡ଼ ମାରିବାକୁ ଉଦ୍ୟମ କରିଥିଲେ, ତାହା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ଏସ୍ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନଚେତ ତାଙ୍କୁ ନିଲମ୍ବନ କରାଯାଉ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁରେ ଯୁବକଙ୍କୁ ହତ୍ୟା ପରେ ପୋଡ଼ି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣ ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ହେଲେ ଗୋତିସାହି ପଞ୍ଚାୟତର ସରପଞ୍ଚଙ୍କ ପୁଅ ଜ୍ୟୋର୍ତିମୟ ମହାନ୍ତି ଓରଫ କାଳୁ। ପୂର୍ବରୁ ଏହି ଘଟଣାରେ ପୁଲିସ ବାଳକୃଷ୍ଣ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ଜୁନ୍ ୧୪ତାରିଖରେ ରବି ନିଖୋଜ ହୋଇଯାଇଥିଲେ। ୧୫ ତାରିଖରେ ରବିଙ୍କ ମାଆ ଶରଣକୁଳ ଥାନାରେ ଅଭିଯୋଗ […]
ଭୁବନେଶ୍ୱର: ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ବୋଲି କହିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ଆଜି ଏପରି କିଛି ଢଙ୍ଗରେ ନିରଞ୍ଜନ ପୂଜାରୀଙ୍କୁ ପ୍ରଦୀପ ମହାରଥୀ ଜବାବ ଦେଇଛନ୍ତି। ଗତକାଲି ବିଧାନସଭା ଗୃହରେ ମହାରଥୀଙ୍କୁ ନିରଞ୍ଜନ ପୂଜାରୀ ସମାଲୋଚନା କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। ହେଲେ ତାହା ଏବେ ୪୮କୁ ଖସି ଆସିଛି। ଯାହାକୁ ନେଇ ମହାରଥୀ ଆଜି କଡ଼ା ଜବାବ ରଖିଛନ୍ତି। ନିଜ ଚିରାଚରିତ […]
ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ରେ ୧ ଲକ୍ଷ ୮୮ ହଜାର ୨୨୨ ଛାତ୍ରଛାତ୍ରୀଙ୍କ ନାଁ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ୍ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଯୁକ୍ତ ୩ରେ ନାମ ଲେଖା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୮ହଜାର ୨୨୨ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥର କଟ୍ ଅଫ୍ରେ ବିଜେବି କଲେଜ ଆଗରେ ରହିଛି। ବିଜେବି […]
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବସ୍ତିରେ ବ୍ରାଉନ ସୁଗର ବିକ୍ରି କରିବା। ବସ୍ତି ବାସିନ୍ଦା ଜଣେ ବେପାରୀଙ୍କୁ ଧରି ନିର୍ଧୂମ ମାଡ଼ ମାରିବା ସହ ପୁଲିସ୍ ଜିମା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳଚକ୍ର ବସ୍ତିରେ ଆଜି ସକାଳେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖିଛି। ତେବେ ବିକ୍ରି ଉଦ୍ଦେଶ୍ୟରେ ନୁହେଁ ଖାଇବା ପାଇଁ ଆଣିଥିଲେ ବୋଲି ଅଭିଯୁକ୍ତ କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ରାତିରେ ମଧ୍ୟ ବସ୍ତି ବାସିନ୍ଦା ଜଣେ ଯୁବକଙ୍କୁ […]
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ମଧ୍ୟ ମାରିବ। ଏଥିସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ି ହେଲା- ମାଲକାନଗିରି, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କନ୍ଧମାଳ ଓ ନୟାଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତା ୪୮ ଘଣ୍ଟା […]
ଭଦ୍ରକ: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଯାଜପୁରର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ପ୍ରେମୀ ଯୁଗଳ ୧୦ଦିନ ତଳେ ଫେରାର ହୋଇ ଯାଇଥିଲେ। ଏନେଇ ଝିଅ ଘର ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ୍ ଉଭୟଙ୍କ ଫୋନ୍ ଟ୍ରାକିଂ କରି ସେମାନେ ଭଦ୍ରକରେ ରହୁଥିବା ଜାଣିବାକୁ ପାଇଥିଲା। ଏହାପରେ ଉଭୟଙ୍କୁ ଧରିବାକୁ ପୁଲିସ୍ […]
ବାରିପଦା(ମାଣିକ ଲାଲ୍ ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ହୁଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୫ଟି ଜାଗାରେ ଚଢ଼ଉ ଚାଲିଛି। ଭୁବନେଶ୍ୱରରରେ ଏକ ଫ୍ଲାଟ୍, ବାରିପଦାରେ ଥିବା ଦୁଇ ମହଲା ଘର, ମୟୂରଭଞ୍ଜ କପ୍ତିପଦାରେ ପୈତୃକ ଘର ଏବଂ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଏବଂ ହୁଦେଶ୍ୱରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଉଛି। ଜମି ଜମା ସଂପର୍କିତ ବହୁ କାଗଜପତ୍ର, ଏକ କାର୍ ଓ […]
ଭୁବନେଶ୍ୱର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ ଉଚ୍ଚ ଗଳାରେ କଥା ହୋଇଥିଲେ ବୋଲି ଏସ୍ପି କହିଛନ୍ତି। ସେ ଆହୁରି କହିଛନ୍ତି, ସାମ୍ବାଦିକଙ୍କୁ ମୁଁ ଯଥେଷ୍ଟ ସମ୍ମାନ ଦିଏ। କେବେବି ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରେ ନାହିଁ। ସୂଚନାଥାଉ କି, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ଖବର […]
ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ୍ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ଏଥିସହ ଶ୍ରମିକମାନଙ୍କୁ ସାଙ୍ଗରେ ନେଉଥିବା ୨ ଦଲାଲଙ୍କୁ ପୁଲିସ୍ ଅଟକ ରଖିଛି। ଉଦ୍ଧାର ଶ୍ରମିକଙ୍କ ଘର ଉମରକୋଟ, ତେନ୍ତୁଳିଖୁଣ୍ଟି ବ୍ଲକ ଓ କଳାହାଣ୍ଡି ଜିଲ୍ଲାରେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଛକ ନିକଟରେ ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ମାନେ ସ୍ଥାନୀୟ ବାଲିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ଏକ ଅଟୋରେ ୨ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା […]
ପାଟକୁରା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଆଜି ପ୍ରଚାରର ଶେଷ ଦିନ ଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜି ଜାନ୍ ଲଗାଇବେ। ବିଜେଡିର ପୁରା ପଲ୍ଟନ୍ କିଛି ଦିନ ଧରି ପାଟକୁରାରେ ଡେରା ପକାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କରିଥିଲେ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, […]
ଭୁବନେଶ୍ୱର: ନବୀନ ନିବାସ ଆଗରେ ଆଜି ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏହି ସମୟରେ ପୁଲିସ୍ ତାଙ୍କୁ ଅଟକାଇଥିଲା। ଯୁବକ ଜଣକ ପ୍ରତିକ୍ରିୟା ରଖି କହିଛନ୍ତି, ‘ଯଦି ଆଜି ଭିତରେ ରେଜଲ୍ଟ ପ୍ରକାଶ ନକରନ୍ତି, ତେବେ ମୁଁ ଆତ୍ମହତ୍ୟା କରିବି।’ ସୂଚନା ଅନୁସାରେ, […]
ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଆଜି ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ବିଜେପି ଶାସକ ଦଳକୁ ଟାର୍ଗେଟ କରିଛି। ଶାସକ ଦଳ ପାଇଁ ପାଟକୁରା ନିର୍ବାଚନ ଆଗ ନା, ଗୃହ ଆଗ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନ ପ୍ରଚାର ସମୟରେ ବାର୍ଦ୍ଧକ୍ୟ ଭତ୍ତା ଓ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ରଖାଯିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ କରିଛି। ଏଥିସହ ଏହା ଉପରେ […]
ଭୁବନେଶ୍ୱର: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କଟକ ବଡ଼ ମେଡିକାଲ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଗତକାଲି ଅନୁଗୁଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ […]
ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଚାର କରୁଥିବା ବେଳେ ଅଧିକାଂଶ ବିଧାୟକ, ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି। ଫଳରେ ବିଧାନସଭାରେ ଆଜି ଅଧିକାଂଶ ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ ଅଛନ୍ତି। ଶାସକ ଦଳ ସଦସ୍ୟ ବସୁଥିବା ଅନେକ ଚେୟାର ଖାଲି ପଡ଼ିଛି। ଏପରିକି ମନ୍ତ୍ରୀମାନଙ୍କର ନିଜ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଅଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ ମନ୍ତ୍ରୀମାନେ ଗୃହରେ ଉତ୍ତର ରଖୁଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର […]
କୋଲକାତା/ଭୁବନେଶ୍ୱର: କୋଲକାତା ଧୂଲାଗଡ଼ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଭଦ୍ରକର ମନୋଜ ମହାନ୍ତି ଓ ଦିଗବିଜୟ ଦାସ। ସୂଚନା ଅନୁସାରେ, ଗତକାଲି ଏକ ଇନୋଭା ଗାଡ଼ିରେ […]
କଟକ: ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା ମିଳିବ। ସଂସ୍ଥାର ଜମା ଥିବା ୬୩ କୋଟି ୫୫ ଲକ୍ଷ ୪୯ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ କଟକର ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ହାଇଟେକ୍ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ୨୧ ହଜାର ୭ ଶହ ଜମାକାରୀଙ୍କୁ ଏହି ଟଙ୍କା ତୁରନ୍ତ ଫେରାଇ ଦେବାକୁ କଟକର ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ତଥା ଏଡିଏମ୍ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇଟଟେକ୍ କମ୍ପାନୀ […]
ବଲାଙ୍ଗିର: ବଲାଙ୍ଗିରରେ ପୁଲିସ୍ କନଷ୍ଟେବଲଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜମି ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ଥାନାରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବଲାଙ୍ଗିର ଟାଉନ୍ ଥାନାରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କନଷ୍ଟେବଲଙ୍କ ସମେତ ଆଉ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ କନଷ୍ଟେବଲ୍ଙ୍କ ନାଁ ଅଞ୍ଜନ ପ୍ରଧାନ। ସେହିଭଳି ଗିରଫ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁ ବିକାଶ ଜୈନ। ଅଭିଯୋଗ […]
ଜୟପୁର(ଟି.ଗୌରିଶଙ୍କର): ଜୟପୁର ଟାଉନ ଥାନା ଅନ୍ତର୍ଗତ ହାତୀଶାଳ ଛକରେ ପୁଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କାବୁଲ୍ ଖରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ସମୟରେ ଏହି ଏନକାଉଣ୍ଟର ହୋଇଥିଲା। କାବୁଲ୍ ନିକଟରୁ ଗୋଟିଏ ପିସ୍ତଲ ଓ କାର୍ ଜବତ କରାଯାଇଛି। ତା’ ନାଁରେ ଜୟପୁର ଟାଉନ, ଜୟପୁର ସଦର, ବୋରିଗୁମ୍ମା ଓ ନବରଙ୍ଗପୁର ଥାନାରେ ମାମଲା ରହିଛି। ସେ […]
ଭୁବନେଶ୍ୱର: ରାଜ୍ୟର ଦୁଇଟି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହା ସହିତ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦୁଇ ଜିଲ୍ଲା ହେଉଛି- ଗଞ୍ଜାମ ଓ ଗଜପତି। ଦୁଇ ଜିଲ୍ଲାବାସୀଙ୍କୁ ସକାଳ ସାଢ଼େ ୧୦ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।