ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୪୨ ଥରରେ ମାଟ୍ରିକ୍ ପାସ୍, ୧୦ ଥରରେ ଦ୍ୱାଦଶ। ୮ ବର୍ଷର ପାଠକୁ ପଢ଼ିବାକୁ ଲାଗିଛି ପ୍ରାୟ ୫୦ ବର୍ଷ। ଫେଲ୍ ହେଲେ ପୁଣି ପରୀକ୍ଷା ଦେଉଥିଲେ। ଥରେ ନହେଲେ ପୁଣି ଆଉ ଥରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପାଠ ପଢ଼ିବାକୁ ଯେ କେବଳ ବୟସ କିମ୍ବା ଅର୍ଥ ଆବଶ୍ୟକ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ୍ ପାରିଖେଦା ଗାଁର ତ୍ରିଲୋଚନ। ବିଫଳତା ସଫଳତାର ସୋପାନ। ବାରମ୍ବାର ବିଫଳ […]
ଭୁବନେଶ୍ୱର: ଭୁବନେଶ୍ୱରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ଓମ୍ଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ହଠାତ୍ ଫାଟି ଯିବା ଫଳରେ ଏହା ନିକଟରେ ଥିବା ଏକ ଜଳଖିଆ ଦୋକାନର ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଏହାସହ ଦୋକାନରେ କାମ କରୁଥିବା ଅନ୍ୟ ଦୁଇଜଣ ମଧ୍ୟ ପୋଡ଼ି ହୋଇଯାଇଛନ୍ତି। ପୋଲିସ୍ ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। […]
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।
ନବରଙ୍ଗପୁର: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ସୋମପେଟା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ସହ ବସ୍ଟି ଧକ୍କା ହେବା ଯୋଗୁ ଘଟଣାସ୍ଥଳରେ ବସ୍ ହେଲ୍ପର୍ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ‘ତ୍ରିପାଠୀ’ ନାମକ ଏହି ବସ୍ଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ସୋମପେଟା […]
ଭୁବନେଶ୍ୱର: ଏବେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଅତିଷ୍ଠ ହେଉଛି ଜୀବନ। ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଓଡ଼ିଶାରେ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି। ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ନ୍ତି। ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ହେଲେ ଯଦି କୌଣସି କାମରେ ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ପ୍ରଶ୍ନର ସଠିକ୍ ଉତ୍ତର ନଦେଇ ପାରିବାରୁ ପାଇପ୍ରେ ଛାତ୍ରଙ୍କୁ ଟିଉସନ୍ ସାର୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ର ଦ୍ୱୟ ତୃତୀୟ ଶ୍ରେଣୀରେ ପଢ଼ନ୍ତି। ମାଡ଼ ମାରିଥିବା ଟିଉସନ୍ ସାର୍ଙ୍କ ନାଁ ରାଜେନ୍ଦ୍ର ରାଉତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ରବିବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ୍ ରାଜେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ମାନବାଦିତ୍ୟ ଦାସ(୯) ଓ ଅଭିଷେକ ପରିଡ଼ା(୯)ଙ୍କୁ ରାଜେନ୍ଦ୍ର ଏକ ପ୍ରଶ୍ନ ପଚାରିଥିଲେ। […]
ଭୁବନେଶ୍ୱର: ରାଜ୍ୟକୁ ମହାମାରୀ କରୋନା ପ୍ରବେଶ କରିବାର ବର୍ଷେ ପୁରିଛି। ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରର ଯୁବକ ଇଟାଲୀରୁ ଦିଲ୍ଲୀ ହୋଇ ମାର୍ଚ୍ଚ ୧୨ରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ମାର୍ଚ୍ଚ ୧୪ରେ ସେ ନିଜ ଆଡୁ କରୋନା ଟେଷ୍ଟ କରାଇଥିଲେ ଓ ମାର୍ଚ୍ଚ ୧୫ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ଅନେକ ସାମାଜିକ କଟକଣାରେ ରହିବା ସହ ସାମାଜିକ ବିଦ୍ୱେଷର ସାମ୍ନା […]
ଭୁବନେଶ୍ୱର: ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ପ୍ରେସ୍ମିଟ୍ରେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏହି ସୂଚନା ଦେଇଛନ୍ତି। ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ସ୍ପେଶାଲ ସ୍କ୍ୱାଡ୍ ପୋଲିସ୍ ପୁନେରୁ ବିକ୍ରମାଦିତ୍ୟଙ୍କୁ ଗିରଫ କରିଛି। ସେ ପୁନେରେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ସେ ବେଳେବେଳେ […]
ବ୍ରହ୍ମପୁର/ଗୁଣପୁର: ଗୋଟିଏପଟେ ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣି ଥିବାବେଳେ ଆଉ ଜଣେ ଯୁବକ ଶୋଇଥିବା ବେଳେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଛି। ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକ ବନ୍ଥପଲ୍ଲୀ ଗାଁ ବାଲିସାହିର ପଞ୍ଚୁ ଭୂୟାଁ। ସୂଚନା ଅନୁସାରେ, ଆଜି ସକାଳେ ପଞ୍ଚୁ ନିକଟସ୍ଥ ନାଳକୁ […]
କେନ୍ଦୁଝର: ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଶୁକ୍ରବାର ରାତିରେ ସମ୍ପୃକ୍ତ ମହିଳା କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଡବିଲ ଥାନା ଅନ୍ତର୍ଗତ ରୋଇଡ଼ା ଛକ ନିକଟରେ ଡମ୍ପରରେ ଲିଫ୍ଟ ଦେଇ ଘରେ ଛାଡ଼ି ଦେବେ ବୋଲି ଡମ୍ପରର ଦୁଇ ଜଣ ଡ୍ରାଇଭର କହିଥିଲେ। କିନ୍ତୁ ଲିଫ୍ଟ ଦେବା ପରେ ଦୁର୍ବୃତ୍ତମାନେ ଡମ୍ପର ଭିତରେ ରାତି ସାରା ମହିଳାଙ୍କ […]
ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଯୁବକଙ୍କ ଉପରକୁ ଗୁଳି ଚଳାଇଲେ ଅବସରପ୍ରାପ୍ତ ପ୍ରଫେସର। ବାଲେଶ୍ଵର ଗଡ଼ଗଡ଼ିଆ ଛକ ନିକଟରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ସାମାନ୍ୟ ବଚସାରୁ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଯୁବକ ଜଣକ ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ଅବସରପ୍ରାପ୍ତ ପ୍ରଫେସରଙ୍କ ନାଁ ଲକ୍ଷ୍ମଣ ବେହେରା। ଆହତ ଯୁବକଙ୍କ ନାଁ ଆନନ୍ଦ ସିଂ। ଆନନ୍ଦ ଏକ ଇଲୋକଟୋନିକ୍ସ ଦୋକାନର ମାଲିକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଗଡ଼ଗଡ଼ିଆ ଛକ ନିକଟରେ ଥିବା […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ ଜବତ ହୋଇଥିବା ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନାର ଜଣେ ଇନ୍ସପେକ୍ଟର। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍ମିଟ୍ରେ ଏହି ସୂଚନା ଦେଇଛନ୍ତି। ପୋଲିସ କମିଶନର କହିଛନ୍ତି, କାର୍ ଭିତରୁ ମହିଳାଙ୍କ ମୃତଦେହ ମିଳିବା ସମ୍ବେଦନଶୀଳ ଘଟଣା। ଫେବୃଆରୀ ୧୨ରେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପଦକ୍ଷେପ ନିଆ ଯାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ମହିଳାଙ୍କର ଯକ୍ଷ୍ମାରେ ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା […]
କେନ୍ଦୁଝର/ନୀଳଗିରି: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ମା’କୁ ନିର୍ଯାତନା ଦେଉଥିବା ବେଳେ ଆଉ କେଉଁଠି ପୁଅ ମା’କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନାହିଁ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାବାଳକ ଥିବା ବେଳେ ବାପାକୁ ହତ୍ୟା କରିଥିବା ପୁଅ ଏବେ ନିଜ ମା’କୁ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଗାଢ଼ ହଟିଂ ଅଞ୍ଚଳରେ ଏହି […]
ବିଜୁଳି ପାଇଁ କଂପିବ ! ବିଜୁଳି ଦରବୃଦ୍ଧିକୁ ନେଇ ଆଜି ସରଗରମ ହୋଇପାରେ ବିଧାନସଭା ସରକାରଙ୍କୁ ଗୃହରେ ଟାର୍ଗେଟ୍ କରିପାରନ୍ତି ବିରୋଧୀ ଗତ ୨୭ରେ ୟୁନିଟ ପିଛା ୩୦ ପଇସା ବଢିଛି ବିଜୁଳି ଦର ଗତ ଅୋବରରେ ୟୁନିଟ ପିଛା ବଢିଥିଲା ୨୦ ପଇସା ଯାଜପୁରରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ ବି ଉଠିପାରେ ଭୁବନେଶ୍ୱର: ବିଜୁଳି ଦରବୃଦ୍ଧି ଓ ଯାଜପୁରରେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି କମ୍ପିପାରେ ବିଧାନସଭା […]
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ପେଟରେ ଟ୍ୟୁମର ସହ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ । କଷ୍ଟ ଓ ଯାତନାରେ ବିତୁଛି ଜୀବନ ନିଜେ ଚଳିବାକୁ ଅକ୍ଷମ , ରୋଜଗାର ବି ନାହିଁ । ଏଭଳି ସ୍ଥିତିରେ ବଞ୍ଚିବାକୁ ଆକୁଳ ନିବେଦନ କରିଛନ୍ତି ଯାଜପୁର ନୀଳକଣ୍ଠ ପାତ୍ର ଭୁବନେଶ୍ୱରରେ ରହିଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏବେ ସରକାରୀ ସହାୟତା ପାଇଁ ଚାତକ ପରି ଅପେକ୍ଷା କରି ରହିଛନ୍ତି। ଯାଜପୁର ଦାମୋଦରପୁର ମାଟିଆକଣ ଗାଁର ୩୫ ବର୍ଷୀୟ ନୀଳକଣ୍ଠ […]
ରାଉରକେଲା: NIT କ୍ୟାମ୍ପସ୍ ଛାଡ଼ିବାକୁ ପିଲାଙ୍କୁ ନିର୍ଦ୍ଦେଶ । ରାଉରକେଲା NITର ୧୪ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ NIT କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ ପରେ ନେଗେଟିଭ ଚିହ୍ନଟ ହୋଇଥିବା ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପିଲା ହଷ୍ଟେଲରେ ରହିବେ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ସେହିପରି ଆଜିଠାରୁ ବାକି ପିଲାଙ୍କର କୋଭିଡ୍ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଉଛି ବୋଲି ରାଉରକେଲା NIT […]
ବାଲିଗୁଡ଼ା(ଅଜିତ କୁମାର ନାୟକ): ସୁନ୍ଦର ସ୍ୱାସ୍ଥ୍ୟ ରେସ୍ରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କଲେ ହୋମ୍ଗାର୍ଡ। ପ୍ରତିକୂଳ ପରିସ୍ଥିତି ସହ କଠିନ ପରିଶ୍ରମ ଯୋଗୁ ଏଭଳି ସଫଳତା ପାଇଛନ୍ତି ବାଲିଗୁଡା ଥାନାରେ କାର୍ଯ୍ୟରତ ଦିଲୀପ କୁମାର ପାତ୍ର। କେବଳ ପୋଲିସ ଡିପାର୍ଟମେଣ୍ଟରେ ନୁହେଁ ବରଂ ସାରା ଜିଲ୍ଲାରେ ତାଙ୍କୁ ନେଇ ଚର୍ଚ୍ଚା। ଜିମ୍ରେ ଚାଲିଛି ୱାର୍କ ଆଉଟ୍। ବଡି ବିଲଡିଂ ପାଇଁ କଠିନ ପରିଶ୍ରମ। ଆଉ ଏହି କଠିନ ପରିଶ୍ରମ ହିଁ ଆଣି ଦେଇଛି ସଫଳତା। […]
ଚାକିରି ପାଇଁ ନଦୌଡ଼ି ସ୍ୱାବଲମ୍ବୀ ହେଲେ ଯୁବକ ଟ୍ରେନିଂ ନେଇ ତିଆରି କରୁଛନ୍ତି ଛତୁ ମଞ୍ଜି ଛତୁ ଚାଷ କରି ରୋଜଗାର କରୁଛନ୍ତି ଘନଶ୍ୟାମ କେନ୍ଦ୍ରାପଡ଼ା,ବିନିକା(ମନୋଜ ସ୍ୱାଇଁ,ଦିଲ୍ଲୀପ ସାହୁ):ଲୋକେ ଆଜିକାଲି ଚାକିରି ପଛରେ ଧାଇଁ ଧାଇଁ ବାହାରକୁ ଚାଲିଯାଉଛନ୍ତି । କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଛତୁ ମଞ୍ଜି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଷୋତ୍ତମପୁର ଗାଁର ଗଣେଶ ବେହେରା । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସଫଳ ଛତୁ ଚାଷୀ […]
ବିଜୟ, ଅମରେଶଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ବିଜୟ ୨୫ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି ବଡ଼କୋଟ ଗାଁ ବାହାରେ ୧୨ ବର୍ଷର ଉଦ୍ୟମରୁ ଜଙ୍ଗଲ ସୃଷ୍ଟି କରିଛନ୍ତି ଆଜି ଏହି ଜଙ୍ଗଲ ଗାଁକୁ ବାତ୍ୟାରୁ ସୁରକ୍ଷା ଦେଉଥିବା କହିଲେ ପ୍ରଧାନମନ୍ତ୍ରୀ ପାରାଦୀପର ଯନ୍ତ୍ରୀ ଅମରେଶ ସାମନ୍ତ ମଧ୍ୟ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି ସେହିପରି ଟିକାକରଣକୁ ନେଇ ସମସ୍ତଙ୍କ ଉତ୍ସାହ ବିଷୟରେ ଚିଠି ଲେଖଥିଲେ ପୁଷ୍ପା ନୂଆଦିଲ୍ଲୀ: ଜଙ୍ଗଲ ସୃଷ୍ଟି ପାଇଁ […]
ଗଡ଼ିଗାଁ ହସ୍ପିଟାଲରେ ଖାମଖିଆଲି ଚିକିତ୍ସା ଔଷଧ ବଦଳରେ ଏସିଡ୍ ବ୍ୟବହାର କରାଯାଇଥିବା ଅଭିଯୋଗ ! ମହିଳାଙ୍କୁ ବାରିପଦା ପିଆର୍ ମେଡିକାଲ ସ୍ଥାନାନ୍ତର ବାରିପଦା(ମାଣିକଲାଲ ପାଣି): ମୟୂରଭଂଜ ଜିଲ୍ଲା ଖୁଣ୍ଟା ବ୍ଲକ ଗଡ଼ିଗାଁ ହସ୍ପିଟାଲରେ ଖାମଖିଆଲି ଚିକିତ୍ସା । ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳା । ଜଣେ ମହିଳାଙ୍କ ଚିକିତ୍ସା ବେଳେ ଓଷଧ ବେଳେ ଏସିଡ୍ ପରି କିଛି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ଚିକିତ୍ସା ପାଇଁ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ […]
ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଚମତ୍କାର ଗୀତ ଗାଉଛନ୍ତି ସଫେଇବାଲା । ସୁମଧୁର କଣ୍ଠର ଯାଦୁରେ ଲୋକଙ୍କ ହୃଦୟ ଜିଣୁଛନ୍ତି । ପ୍ରସିଦ୍ଧ ଗାୟକ କୈଲାସ୍ ଖେରଙ୍କ ପରି ଅବିକଳ ଗୀତ ଗାଉଛନ୍ତି। କଣ୍ଠରେ ସତେ ଯେପରି ବିରାଜମାନ କରିଛନ୍ତି ମାଆ ସରସ୍ୱତୀ । ମୋବାଇଲରୁ ଗୀତ ଶୁଣି ସଙ୍ଗୀତ ସାଧନା ଜାରି ରଖିଛନ୍ତି । ଆମ ଆଖପାଖରେ ଏମିତି କିଛି ପ୍ରତିଭାବାନ ଲୋକ ଥାଆନ୍ତି, କିନ୍ତୁ ସେମାନେ ନିଜ ପ୍ରତିଭା ସମ୍ପର୍କରେ ଅଜ୍ଞ ଥାଆନ୍ତି। ହେଲେ ହଠାତ ସେମାନଙ୍କ […]
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଟିଟିଲାଗଡ଼ରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ। ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ଯାତ୍ରୀବାହୀ ବସ୍ । ଫଳରେ ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇବା ପରେ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଟିଟିଲାଗଡ଼ରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଜଣଙ୍କର ମୃତ୍ୟୁ, ୨୦ ଗୁରୁତର। […]
ଭୁବନେଶ୍ୱର: ନା ପୋଲିସ୍ ପାଖରେ ଥିଲା ଫଟୋ, ନା ଠିକଣା। କେବଳ ପୋଲିସ୍କୁ ସେମାନଙ୍କର ନାଁ ହିଁ ଜଣାଥିଲା। ଆଉ ଶେଷରେ ପୋଲିସ୍କୁ ସଫଳତା ମିଳିଥିଲା। ଗଞ୍ଜେଇ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୁଜରାଟ ସୁରତ ପୋଲିସ୍ ଗିରଫ କରିଛି। ତାଙ୍କ ନାଁ ସୁନୀଲ ପାଣ୍ଡି। ଖବ୍ରୀ ଓ ମୋବାଇଲ୍ ସର୍ଭେଲାନ୍ସ ସହାୟତାରେ ଚଢ଼ାଉ କରି ପୋଲିସ୍ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଗିରଫ ପରେ ଗୁଜରାଟ ପୋଲିସ୍ ସୁନିଲଙ୍କୁ ଓଡ଼ିଶାରୁ […]