ମାଲକାନଗିରି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁ ଥିବାରୁ ଏହାକୁ ରୋକିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ କଡ଼ା କଟକଣା ଲାଗୁ କରିଛି। ରାଜ୍ୟ ବାହାରୁ ଯେଉଁ ବ୍ୟକ୍ତି ମାଲକାନଗିରିକୁ ଆସିବେ ସେମାନେ ନୋଡାଲ୍ ଅଫିସରଙ୍କୁ ଜଣାଇବା ସହ ସେମାନଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିବ। ଏପରିକି ଯେଉଁମାନେ ରାଜ୍ୟ ବାହାରକୁ ଯିବେ, ସେମାନେ ମଧ୍ୟ ନୋଡାଲ ଅଫିସରଙ୍କୁ ଜଣାଇବେ। ଓଡ଼ିଶା-ଛତିଶଗଡ଼ ଚାଲାନଗୁଡ଼ାରେ ଚେକିଂ ମଧ୍ୟ କରାଯାଉଛି। ବଡ଼ଯାତ୍ରା ଆରମ୍ଭ ହୋଇଥିବାରୁ ଗତକାଲିଠୁ ଆସନ୍ତା ୩୧ […]
ଭୁବନେଶ୍ୱର : କୋଭିଡ୍ ନିମୟ ମାନୁନଥିବା ଅମାନିଆଙ୍କୁ ସାବାଡ଼ କରିବାକୁ ଗଠନ ହେଲା ସ୍ୱତନ୍ତ୍ର ଟିମ୍ । ପୋଲିସ ଆଖିରେ ଧୂଳି ଦେଇ ମାସ୍କ ପିନ୍ଧୁନଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଲୋକେ ଆଉ ରକ୍ଷା ପାଇବେ ନାହିଁ । ସିସିଟିଭି ଆଧାରରେ ଅମାନିଆଙ୍କ ନିକଟରେ ପହଞ୍ଚିବା ସହ ତାଙ୍କ ଠାରୁ ଫାଇନ୍ କଟାଯିବ । ସଂକ୍ରମଣ ବଢ଼ୁଥିବା ବେଳେ ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ମିଳିବ ନାହିଁ । ତେବେ ନୂଆ ନିୟମ […]
ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଗେଷ୍ଟ୍ ହାଉସ୍ରୁ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ କଟକ ଉରାଳି ଅଞ୍ଚଳର ଅଭିଷେକ ନାୟକ। ଗତ ୨ ଦିନ ହେବ ସେ ଏହି ଗେଷ୍ଟ୍ ହାଉସ୍ରେ ରହୁଥିଲେ ବୋଲି ସୂଚନା ମିଳିଛି। ବାଣିଜ୍ୟରେ ତୃତୀୟ ବର୍ଷର ଛାତ୍ର ଅଭିଷେକ ୧୨ ତାରିଖରୁ ସେ ନିଖୋଜ ଥିଲେ। ତେବେ ଗତକାଲି ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଗେଷ୍ଟ୍ ହାଉସ୍ରୁ ତାଙ୍କର […]
ନୀଳଗିରି(ବିଶ୍ୱମ୍ବର ଦାସ): ଯୁବତୀଙ୍କୁ ବାହାର ରାଜ୍ୟକୁ ବିକ୍ରି କରିବା ଅଭିଯୋଗରେ ଯାତ୍ରା ପାର୍ଟି ମାଲିକାଣୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଦାସରଥୀପୁର ଗାଁରେ ପଡ଼ିଥିବା ଏହି ଯାତ୍ରା ପାର୍ଟିର ମାଲିକାଣୀଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ରାଉଳଖୁଣ୍ଟା ଗାଁର ଜଣେ ଯୁବତୀ ଲକ୍ଡାଉନ୍ ପରେ ଏକ ଯାତ୍ରା ପାର୍ଟିର ମାଲିକାଣୀଙ୍କ ଜରିଆରେ ବିହାରକୁ ଡାନ୍ସର ଭାବେ ଯାଇଥିଲେ। ହେଲେ ତାଙ୍କୁ ସେଠାରେ ଯାତ୍ରା ପାର୍ଟିର ମାଲିକାଣୀ ବିକ୍ରି କରି […]
ପାରଳାଖେମୁଣ୍ଡି : ଦର୍ଶକ ମାନିଲେନି ସାମାଜିକ ଦୂରତା । ପୁଣି ଦୁଇ ସିନେମା ହଲ୍ ସିଲ୍ । ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ସିଲ୍ କରାଯାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଶାସନ ଏପରି କଡ଼ା ନିଷ୍ପତ୍ତି ନେଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ […]
ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ କୋଭିସିଲଡ ଟିକା ପହଞ୍ଚିବା ପରେ ଏଗୁଡିକୁ ସବୁ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଟିକା ଉତ୍ସବ ପାଳନ ହେବ ଏବଂ ସବୁ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଅଢ଼େଇ ଲକ୍ଷ ଟିକା ଆସିଥିବା ବେଳେ ଟିକା ପର୍ଯ୍ୟା ୟ କ୍ରମେ ଆସିବ ବୋଲି ସେ କହିଛନ୍ତି […]
ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମ୍ୟୁଟେସନ୍ କେସ୍ର ତଦନ୍ତ ରିପୋର୍ଟ ଦେବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ। ସୂଚନା ଅନୁସାରେ, ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋ ରାଜସ୍ୱ ନିରୀକ୍ଷକ ମନୋଜ କୁମାର ନାୟକ ଗୋଡିକିଲୋ ଗାଁର ତ୍ରିନାଥ ଛୁଆଳସିଂଙ୍କ ଜମିର ମ୍ୟୁଟେସନ୍ କେସ୍ର ରିପୋର୍ଟ ଦେବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ସେ ଖୋର୍ଦ୍ଧା ଭିଜିଲାନ୍ସ […]
ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ମାର୍ଚ୍ଚ ୩୦ରୁ ଗଡ଼ିବ ପାସେଞ୍ଜର ଟ୍ରେନ୍। ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ MEMU ଟ୍ରେନ୍ ଚଳାଚଳ କରିବ। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଭୁବନେଶ୍ୱର-କେନ୍ଦୁଝରଗଡ଼ MEMU ଟ୍ରେନ୍ ମାର୍ଚ୍ଚ ୩୦ରୁ ଅପରାହ୍ଣ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ। କେନ୍ଦୁଝରଗଡ଼-ଭୁବନେଶ୍ୱର MEMU ଟ୍ରେନ୍ ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ଦିନ ୧୧ଟା […]
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କଲରା ଚାଷ ଦେଇଛି ପରିଚୟ। ବୌଦ୍ଧ ଜିଲ୍ଲାର ଜଣେ ଚାଷୀ ଜୈବିକ ପଦ୍ଧତିରେ କଲରା ଚାଷ କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଯୁବଚାଷୀ ରଶ୍ମୀ ରଞ୍ଜନ । ଏକ ଏକର ଜମିକୁ ସବୁଜ ରଙ୍ଗରେ ରଙ୍ଗୀନ କରିଛନ୍ତି ଚାଷୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ କୁଇଲିସୁତା ଗ୍ରାମର ଯୁବଚାଷୀ ରଶ୍ମୀ ରଞ୍ଜନ ବାଘ। ଗୋଟିଏ ଏକର ଚାଷ ଜମିରେ ଜୈବିକ […]
ସୁବର୍ଣ୍ଣପୁର: କରୋନା ବଦଳାଇଦେଲା ସ୍କୁଲର ଚିତ୍ର । ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ । ଶିକ୍ଷକଙ୍କ ପ୍ରୟାସ କ୍ରମେ ଶିକ୍ଷାନୁଷ୍ଠାନ ଏବେ ପାଲଟି ଯାଇଛି ମନୋରମ ଉଦ୍ୟାନ । ଭଳିକି ଭଳି ଫୁଟ ଫୁଟିଛି, ପନିପରିବା ବି ଫଳିଛି । ସ୍କୁଲ ପାଚେରୀରେ ଅଙ୍କା ହୋଇଛି ଆଖି ଲାଖି ଗଲା ପରି ଚିତ୍ର । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରିବା ସହିତ ମନୋରମ ପରିବେଶକୁ ଉପଭୋଗ କରି ସଚେତନତାର ବାର୍ତ୍ତା ପାଇବେ […]
ଭୁବନେଶ୍ୱର: ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ। ହେଲେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ । ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ । ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇ ପାରିବ ସେ ନେଇ ଅନୁରୋଧ କରାଯାଇଥିଲା । ନିଷ୍ପତ୍ତି ଅନୁସାରେ […]
ଭୁବନେଶ୍ୱର: ବିଚ୍ ରାସ୍ତାରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା। ପ୍ରଥମେ କଥାବାର୍ତ୍ତା ପରେ ରାଗରୁଷା, ଶେଷରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ଯୁବତୀ ଏ ଦୃଶ୍ୟ କେଉଁ ପିଲ୍ମର ନହେଁ, ସତ ଘଟଣା। ରାଜଧାନୀ ଭୁବନେଶ୍ୱରର ବିଚ୍ ରାସ୍ତାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୋମବାର ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ଭରତପୁର ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲା। ରାସ୍ତା ଉପରେ ଯୁବକ-ଯୁବତୀ କଥାବାର୍ତ୍ତା ହେଉଥିଲେ। ହେଲେ ଏହି ସମୟରେ ହଠାତ୍ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ […]
ଶରୀରରୁ ସିନା ଦିବ୍ୟାଙ୍ଗ, ହେଲେ ମନରୁ ପୂର୍ଣ୍ଣାଙ୍ଗ ଶିକ୍ଷାଦାନ ତାଙ୍କର ପେଶା ନୁହେଁ, ଏହା ତାଙ୍କ ନିଶା ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଚର୍ଚ୍ଚାରେ ସୁବର୍ଣ୍ଣପୁର ବିନିକା ଅରିଗାଁର ଦୟାନିଧି ନାଏକ ବିନିକା(ଦିଲ୍ଲୀପ ସାହୁ) : ଦିବ୍ୟାଙ୍ଗ ସାର୍ ଦୟାନିଧି ନାଏକଙ୍କୁ ଶତ ଶତ ପ୍ରଣାମ । ଜଣେ ନିସ୍ୱାର୍ଥପର ମଣିଷର ମହତ ପ୍ରୟାସ । ସେ ଧନୀ ନୁହନ୍ତି, ହେଲେ କୌଣସି ଦାନୀଠୁ ବି କମ୍ ନୁହନ୍ତି । ଶିକ୍ଷାଦାନ ତାଙ୍କର ପେଶା […]
ଭୁବନେଶ୍ୱର: ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ସରକାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ହାଇ ପାଓ୍ୱାର କମିଟିର ସୁପାରିଶ ଅନୁସାରେ ବିଧାନସଭାରେ ସଂକଳ୍ପ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ ଆଗତ କରିଥିଲେ। ସରକାରୀ ସ୍କୁଲରେ ପଢ଼ିବା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିଛି ମାସ […]
ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମାର୍ଚ୍ଚ ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏପ୍ରିଲ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ ୧୭ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ […]
ରାତିରେ କ୍ଲବ ଓ ପାର୍ଟିରେ ଗହଳି ରୋକିବାକୁ ନାଇଟ୍ କର୍ଫ୍ୟୁ ଦରକାର
ସମ୍ବଲପୁର(ସଞ୍ଜୟ ଜେନା): ବୁର୍ଲା ଭୀମସାର୍ରେ MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଗିଂ ଘଟଣାରେ MBBS ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି। ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ ଦିଆଯାଇଥିବା ଭୀମସାର୍ ଡିନ୍ ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି। ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ଏହି ୧୮ ଜଣ ଛାତ୍ରଙ୍କଠାରୁ ଅଣ୍ଡରଟେକିଂ ମଧ୍ୟ ନିଆଯାଇଛି। ଏହାସହ ମେଡିକାଲ […]
ମହେନ୍ଦ୍ରତନୟାର ସ୍ରୋତ ଶୁଖିବା ଯୋଗୁଁ ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା ଆଗକୁ ସ୍ଥିତି ଉତ୍କଟ ହେବା ସମ୍ଭାବନା ଗଜପତି(ଆଦର୍ଶ ଦାଶ): କଷ୍ଟ ଦେଉଛି ଶୁଖିଲା ନଈ । ପାରଳାଖେମୁଣ୍ଡି ସହରବାସୀ, ଗୋଷାଣି ଓ ରାୟଗଡ ବ୍ଲକର ଲାଇଫଲାଇନ୍ ମହେନ୍ଦ୍ରତନୟା ନଦୀ ଏବେ ଶୁଖିଲା ପଡିଛି । ଫଳରେ ଏସବୁ ଅଂଚଳରେ ବିଶେଷ କରି ପାରଳାଖେମୁଣ୍ଡି ସହର ଲୋକେ ନିକଟ ଭବିଷ୍ୟତରେ ଘୋର ଜଳ ସଙ୍କଟର ସମ୍ମୁଖୀନ ହେବା ନିଶ୍ଚିତ ହୋଇଯାଇଛି । ପାନୀୟ ଜଳ ତ […]
କଟକ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଛି। ଭୁବନେଶ୍ୱର XIMBରୁ ୪୫ ଜଣ ପଜିଟିଭ ଚିହ୍ନଟ ପରେ ଶିକ୍ଷନୁଷ୍ଠାନକୁ ସିଲ୍ କରି ଦିଆଯାଇଥିବା ବେଳେ କଟକର ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ଉକ୍ତ ଶିକ୍ଷାନୁଷ୍ଠାନରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର କଣ୍ଟାକ୍ଟ୍ ଟ୍ରେସିଂ କରାଯିବା ପରେ ଗତକାଲି ଶିକ୍ଷାନୁଷ୍ଠାନର ଆଉ ୩ ଜଣ […]
ମାଲକାନଗିରି: ପୁଣି ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହାକୁ ରୋକିବା ପାଇଁ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରା ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି। ଜରୁରୀ କାମ ନଥିଲେ ଲୋକଙ୍କୁ […]
ଓଡିଆ ଯବାନ୍ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପୈତୃକ ଗାଁରେ ଶୋକାକୁଳ ପରିବେଶ ନକ୍ସଲ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ସୁବାସ ବିଜାପୁର ନକ୍ସଲ ଅପରେସନରେ ସହିଦ ହୋଇଥିଲେ ୨୨ ଯବାନ କୋକସରା : ମୋର ଗୋଟିଏ ପୁଅ ଥିଲା । ମୁଁ ଦେଖି ପାରିଲିନି ବାବୁ । ପୁଅ ମୋର ସବୁଦିନ ପାଇଁ ଚାଲିଗଲା ବାବୁ । ଘରୁ କାମକୁ ଫେରିବା ବେଳେ ମୋ ପୁଅ ମୋତେ ମୁଣ୍ଡିଆ ମାରି ଯାଇଥିଲା । ଛୁଆଙ୍କୁ ବାଏ ବାଏ […]
କଟକ : ଏସସିବିକୁ ଦଲାଲମୁକ୍ତ କରିବାକୁ କମିଶନରେଟ ପୋଲିସର ମିଶନ ଜୋରଦାର । ଗତ କିଛି ଦିନ ଭିତରେ ଏସସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସଂହୋମକୁ ସିଲ୍ କରାଯାଇଛି । ରବିବାର ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ହସ୍ପିଟାଲ ନାଁରେ ଥାନାରେ ରୋଗୀ ଶୋଷଣର ଅଭିଯୋଗ ହୋଇଥିଲା । ଝାଡ଼ଖଣ୍ଡ ଅଞ୍ଚଳର ଜଣେ ମହିଳା ଗତ ୩୦ ତାରିଖରେ ଗୁରୁତର ଅବସ୍ଥାରେ ଏସସିବି କାଜୁଆଲିଟିରେ ଭର୍ତ୍ତି ହୋଇଥିଲୋ […]
ବ୍ରହ୍ମପୁର: ପୁଣି କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି। ହଟ୍ସ୍ପଟ୍ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯିବ। ବାହାର ରାଜ୍ୟରୁ ଗଞ୍ଜାମ ଆସିଲେ RTPCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ। ନହେଲେ ଏଠାକୁ ଆସିଲା ପରେ ସେମାନେ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା […]
ସମ୍ବଲପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଲାଠି ମାଡ଼ । ବିଶ୍ୱ ବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା ପରେ ପୋଲିସର ଲାଠି ମାଡ଼ । +୩ ତୃତୀୟ ସେମିଷ୍ଟର ପରୀକ୍ଷା ଅଫଲାଇନରେ ହେବାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ କୁଳପତିଙ୍କ ଅଫିସରେ ଧସେଇ ପଶିଛନ୍ତି । ଆଉ ସେତିକି ବେଳେ ଲାଠି ଚାଳନା କରିଛି ପୋଲିସ୍ । ବିଶ୍ୱ ବିଦ୍ୟାଳୟ ସମେତ କୁଳପତିଙ୍କ ଅଫିସର ବହୁ ଜିନିଷ ଭଙ୍ଗାରୁଜା ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(BMC) ଦୋଳ ମେଲଣ ପାଇଁ ପୂର୍ବରୁ ଜାରି କରିଥିବା କଟକଣାକୁ ଆହୁରି କଡ଼ାକଡ଼ି କରିଛି। ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଥିବା ବେଳେ ଦୋଳ ବିମାନ ନେବା ବେଳେ ଶୋଭାଯାତ୍ରା ଓ ସାଉଣ୍ଡ ସିଷ୍ଟମ ବାରଣ କରାଯାଇଛି। ଏହାସହ ବିମାନ କାନ୍ଧେଇଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ। ସେହିପରି ମେଲଣରେ ସାମାଜିକ ଦୂରତ୍ୱ ବଜାୟ ରଖିବା […]