ଭୁବନେଶ୍ୱର: ଆର୍ଆର୍ବି(Railway Recruitment Board) ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟିନ୍ ମନା। ଆଜିଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ RRB ପରୀକ୍ଷା ହେବ। ତେବେ ପରୀକ୍ଷାର୍ଥୀଙ୍କ ପାଇଁ ହୋମ୍ କ୍ୱାରେଣ୍ଟିନ୍ କଟକଣା ଲାଗୁ ହେବ ନାହିଁ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ରେଲ୍ୱେ ଏବଂ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖି ଏସମ୍ପର୍କରେ ଜଣାଯାଇଛି। ପ୍ରାୟ ୧୦,୫୦୦ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ […]
ବୀରମିତ୍ରପୁର(ରାକେଶ ସାହୁ): ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ଗାଁରେ ପାନୀୟ ଜଳ ସୁବିଧା ବି ନାହିଁ। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ। ଅଭିଶପ୍ତ ଭାବେ ଦୀର୍ଘ ୭୪ ବର୍ଷ ହେବ କାଳ କାଟୁଛନ୍ତି ରଚାକୋନା ଗ୍ରାମର ଅଧିବାସୀ I ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଚେଇଁ ଶୋଇଛନ୍ତି l ସରକାରୀ […]
ସୋର (ଶଶିକାନ୍ତ ବେହେରା): ଅଜଣା ରାଇଜରେ ହଜିଯାଇଛି ପ୍ରାଣପ୍ରିୟା ସ୍ତ୍ରୀ । ତଥାପି ଅଫେରା ରାସ୍ତାକୁ ଅପଲକ ନୟନରେ ଚାହିଁ ବସିଛନ୍ତି। ଇନ୍ଦ୍ରଧନୁ ପରି ପ୍ରେମ ଜୀବନକୁ କେବେ ସାତ ରଙ୍ଗରେ ରଙ୍ଗେଇ ଦିଏ ତ, ଆଉ କେତେ ବେଳେ ଦୁଃଖର ସାଗରରେ ଭସାଇ ଦିଏ। ଏପରି ହୋଇଛି ଉପେନ୍ଦ୍ର ମଳିକଙ୍କ କ୍ଷେତ୍ରରେ। ପ୍ରାଣପ୍ରିୟା ସ୍ତ୍ରୀର ମୃତ୍ୟୁ ପରେ ଆଜି ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଆଲୋକକୁ ନଆସି ଅନ୍ଧାରେ କ’ଣ ସବୁ କହିଯାଉଛନ୍ତି। ଅନ୍ଧାରୀ […]
ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ପରିଚୟ ସ୍ୱତନ୍ତ୍ର। ଏହାର ଲୋକପ୍ରିୟତାକୁ ଆହୁରି ସୁଦୂର ପ୍ରସାରିତ କରିଛି ଆମର ପଖାଳ ଭାତ। ସେଇଥି ପାଇଁ ତ ଯିଏ ଓଡ଼ିଶା ଆସେ ପଖାଳ ନ ଖାଇଲେ ତା ମନ ବୁଝେ ନାହିଁ। ଏମିତି କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଖାଳ ଭାରି ପସନ୍ଦ। ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ […]
କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଖଟିଖିଆର ଭାତ ହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ଚାହିଦା। ଟେଷ୍ଟି ପାଇଁ ପଖାଳ ସହିତ ଏକାଧିକ ରୁଚି ପୂର୍ଣ୍ଣ ଉପାଦାନ ଯୋଡା ଯାଇଥିଲେ ବି କେବେ ହେଲେ ଏହା ନିଜର ମୌଳିକତା ହରାଇ ନାହିଁ। ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ […]
ଭୁବନେଶ୍ୱର: ଗଞ୍ଜାମକୁ ଫେରିଥିବା ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ଶରୀରରେ ଥିବା ଭୂତାଣୁର ଅନୁଧ୍ୟାନ ପାଇଁ ILS ପଠା ଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ସୂଚନା ମିଳିଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ଭୂତାଣୁର ଅନୁଧ୍ୟାନ ପାଇଁ ILS ପଠାଯାଇଥିଛି। ତେବେ ରିପୋର୍ଟ ଆସିବା ପରେ ଷ୍ଟ୍ରେନ୍ ନେଇ […]
କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ ମେଳଣ ପଡ଼ିଆରେ ୨ଶହରୁ ଅଧିକ ଲୋକଙ୍କ ପ୍ରବେଶ ନେଇ କଟକଣା ଲାଇଟ ଓ ଜନଗହଳିକୁ ବାରଣ ଏକାଠି ହୋଲି ଖେଳିବା ମନା ଜନଗହଳି ସ୍ଥାନରେ ଗୀତ, ନାଚ, ଡିଜେ ଆଦି ବଜାଇବା ଉପରେ ବାରଣ କଟକ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଅଞ୍ଚଳରେ ଦୋଳ ଯାତ୍ରା ଲାଗି ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ଆଜି କଟକ ଡିସିପି ସମସ୍ତ […]
ଭୁବନେଶ୍ୱର: ଓଡ଼ିଆ ଜାତିର ଗର୍ବ ପଖାଳ। ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ପଖାଳ । ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ବ୍ୟଞ୍ଜନ ପଖାଳ। ଖରା ହେଉ କି ଶୀତ ସବୁଦିନ ମନ ମୋହେ ପଖାଳ । ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ । ଆଃ, କହିଦେଲେ ମୁହଁରେ ପାଣି ଆସିଯାଉଛି। ଖରାରେ ଆସି ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି […]
ମାଲକାନଗିରି: ଅଭିନବ ଷ୍ଟାଇଲ୍ରେ ଲୁଟ୍। ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ ଜଣେ ସୁନା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା। ଲୁଟ୍ ପାଇଁ ୩ ମାସ ପୂର୍ବରୁ ଲୁଟେରାମାନେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ସବୁଠାରୁ ବଡ଼ କଥା, ଲୁଟ୍ କରିଥିବା ଲୁଟେରା ଆଉ କେହି ନୁହଁନ୍ତି ବରଂ ସୁନା ବ୍ୟବସାୟୀଙ୍କ ଘରେ ରହୁଥିବା ଭଡ଼ାଟିଆ। ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ଏହି ଲୁଟ୍ ହୋଇଛି। ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ […]
ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ତୁମୁଳକାଣ୍ଡ। କଲେଜ ଛାତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏଭଳି ଅଭିଯୋଗ ଆସିଛି। ବାଲୁଗାଁ ସାମନ୍ତରାପୁର ବେହେରା ସାହିରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଅପରାହ୍ଣ ୪ଟା ବେଳେ ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ ଗାଁର ବିନାୟକ ବେହେରା ନାମକ ଜଣେ ଯୁବକ ସମ୍ପୃକ୍ତ […]
କଟକ: ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ। ଏହି ବ୍ରିଜ ଦୀର୍ଘ ଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଏହାର ମରାମତି ପାଇଁ ଆଜିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବ। କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ସୂଚନା ଦିଆଯାଇଛି। ଏହି ବ୍ରିଜ୍ ମରାମତି ହେବାକୁ ଥିବାରୁ ଏହା ବ୍ରିଜ୍ ଉପରେ କୌଣସି ଯାନବାହନ ଚଳାଚଳ ହେବ ନାହିଁ। ଭୁବନେଶ୍ୱର ପଟୁ […]
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ। ଧାନ କ୍ରୟ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ୍ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ । #ସବୁ_ପଞ୍ଜୀକୃତ_ଚାଷୀଙ୍କ_ଧାନ_କିଣାଯିବ ଧାନ କିଣା ନେଇ ବିଧାନସଭାରେ ଉତ୍ତର ରଖିଲେ […]
ସମ୍ବଲପୁର: ସମ୍ବଲପୁର ବୁର୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲ୍ ଅନ୍ତେବାସୀଙ୍କ ପାଇଁ କର୍ତ୍ତୃପକ୍ଷ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।ବାହାରକୁ ଯଦି କୌଣସି ଛାତ୍ର ଯାଆନ୍ତି, ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଫେରି ଆସିବାକୁ ହଷ୍ଟେଲ୍ ୱାର୍ଡେନ୍ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଛାତ୍ରୀମାନେ ମଧ୍ୟ ହଷ୍ଟେଲ୍କୁ ଫେରି ଆସିବାକୁ ୱାର୍ଡେନ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରକ୍ଷା […]
ପିଲାଚୋର ସନ୍ଦେହରେ ପ୍ରବଳ ମାଡ଼ ଖାଇଲେ ଦୁଇ ଯୁବକ କମର୍ଦ୍ଧା ଥାନା ରସଲପୁର ଗାଁରେ ଘଟିଛି ଘଟଣା ୨ ଯୁବକଙ୍କୁ କମର୍ଦ୍ଧା ପୋଲିସକୁ ଦେଲେ ଜିମା ଘଟଣାର ତଦନ୍ତ କରୁଛି ପୋଲିସ କମର୍ଦ୍ଦା : ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଯୁବକଙ୍କୁ ଛେଚିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ରସଲପୁର ଗାଁରେ ଘଟିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ୪ ଜଣ ଯୁବକ ଏକ କାରରେ ରସଲପୁର ଗାଁକୁ ଆସିଥିଲେ ଏବଂ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ୍ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍ଟି କଟକ ଅଭିମୁଖେ ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ ବସ୍ଟି ପାଖାପାଖି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି ସୁନିତି ବେଣାକନ୍ଦାରୁ କଟକ ଅଭିମୁଖେ ବାହାରିଥିଲା। ଏହି […]
ବେଲପାହାଡ଼: ବେଲପାହାଡ଼ରେ କେବିସି ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବିହାରର ନିରଜ କୁମାର ବୋଲି ଜଣାପଡ଼ିଛି, ତାକୁ ଝାରସୁଗୁଡ଼ା ପୋଲିସ ଟ୍ରାନଜିଟ୍ ରିମାଣ୍ଡରେ ଆଣୁଛି । ଅଭିଯୁକ୍ତ ନିକଟରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଠାବ ହୋଇଛି ।ଏହି ଅଭିଯୁକ୍ତ ଏକାଧିକ ସାଇବର ଲୁଟରେ ସଂପୃକ୍ତ । ସେ ପାଖାପାଖି ୩ କୋଟିରୁ ଅଧିକ ଠକେଇ କରିଥିବା ପୋଲିସ ସୂଚନା ପାଇଛି […]
ଧାରଣାରତ ବିଜେପି ସଦସ୍ୟଙ୍କ ପାଖକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଗେଟ୍ ସାମ୍ନା ଧାରଣା ସ୍ଥଳକୁ ଆସିଲେ ଧାରଣାରତ ବିଜେପି ସଦସ୍ୟଙ୍କ ସହ କଥା ହେଲେ ଭିତରକୁ ଯାଇ ଆଲୋଚନା କରିବାକୁ ଡାକିଲେ ମୁଖ୍ୟମନ୍ତ୍ରୀ ବିଜେପି ସଦସ୍ୟମାନଙ୍କୁ ନବୀନ ନିବାସ ଭିତରକୁ ଡାକିନେଲେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ-ବିଜେପି ସଦସ୍ୟ ଆଲୋଚନା ଜାରି ଭୁବନେଶ୍ୱର : ବାହାରକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ବିଧାୟକଙ୍କ ଜିଦ୍ ଆଗରେ ନଇଁ ଆଲୋଚନା କରିବାକୁ ନିଜେ ନବୀନ ନିବାସରୁ […]
ଭୁବନେଶ୍ୱର : ପ୍ରକୃତରେ ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ବିଧାନସଭା ଚାଲି ପାରୁନଥିବା ନେଇ ଅଭିଯୋଗ କରିବା ପାଇଁ ଯାଇଥିଲେ ତ ? କାରଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ବିଜେଡି ବିଧାୟକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବାଉଳା ହୋଇ ଯାଉଛନ୍ତି କି ବିଧାୟକ ? କ’ଣ କହୁଛନ୍ତି ନିଜେ ଜାଣି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରସଙ୍ଗରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବେସର୍ବା, ଗୃହର ସର୍ବମାନ୍ୟ ନେତା । ବିଧାନସଭା […]
୨ ଟଙ୍କାରେ ବି ନେଲେନି, ମାଗଣାରେ ବାଣ୍ଟିଲେ ଟମାଟୋ ଟମାଟୋ ବିକ୍ରି ନ ହେବାରୁ ମାଗଣାରେ ବାଣ୍ଟିଦେଲେ ଚାଷୀ ସୁନ୍ଦରଗଡ ବୀରମିତ୍ରପୁର ବଜାରର ଘଟଣା ବୀରମିତ୍ରପୁର(ରାକେଶ କୁମାର ସାହୁ): ଟମାଟୋର ଅଭାବୀ ବିକ୍ରି। ୨ ଟଙ୍କାରେ ବି କେହି ନେଲେନାହିଁ, ମାଗଣାରେ ଟମାଟୋ ବାଣ୍ଟିଦେଲେ ଚାଷୀ। ଆଜି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ବଜାରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । କିଛି ଚାଷୀ ଲୋକଙ୍କୁ ମାଗଣାରେ ଟମାଟୋ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ବଜାରରେ ଟମାଟୋ ବିକ୍ରି […]
କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳାଙ୍କ କୋଳକୁ ଫେରିଲା ଧୋଡ଼ ଜଙ୍ଗଲରେ ବୁଲୁଥିବା ବେଳେ ଧୋଡ଼କୁ ଧରି ଘରକୁ ଆଣିଲେ କୁନ୍ତଳା ସପ୍ତାହେ ହେଲା ଢୁଡକୁ ନେଇ ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ କେନ୍ଦୁଝର : ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ .. ମୋ ଧନ. . . ଏତେ ଦିନ ହେଲା କିଛି ଖାଇନି ଲୋ . . ତୋତେ ଆଉ ଆମ ଠାରୁ କେହି ନେବେନି । […]
ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଗୃହ କାର୍ଯ୍ୟ ଆରମ୍ଭ ପରେ ମଧ୍ୟଭାଗରେ ବିଜେପି, କଂଗ୍ରେସର ହଟ୍ଟଗୋଳ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ଶାସକ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି ଭୁବନେଶ୍ୱର: ଲଗାତାର ୫ ଦିନ ହେଲା ଚାଲିପାରୁନି ବିଧାନସଭା । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଓ ଶାସକ ଦଳ ସଦସ୍ୟ ହଟ୍ଟଗୋଳ କରିବାରୁ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଘୋଷଣା […]
ଭୁବନେଶ୍ୱର: ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିପାରେ। ଖରା ପାଇଁ ସମସ୍ୟା ହେଉଥିବାରୁ ଆଗାମୀ ଦିନରେ ସମୟ ପରିବର୍ତ୍ତନ ନେଇ ତର୍ଜମା ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳ ୭ରୁ ଦିନ ୧ଟା ଯାଏ ସ୍କୁଲ୍ ଆରମ୍ଭ ହୋଇଛି। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି […]
ବରା ବିକ୍ରେତାରୁ ସଫଳ ବଡି ବିଲ୍ଡର ମିଷ୍ଟର ଓଡ଼ିଶା ଟାଇଟଲ ଜିଣିଲେ ରଶ୍ମି ରଂଜନ ସାହୁ ୧୨ ବର୍ଷର ସଂଘର୍ଷ ପରେ ସଫଳତା ପୂର୍ବରୁ ରାଜଧାନୀ ରାସ୍ତା କଡ଼ରେ ବିକୁଥିଲେ ବରା ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି) : ସଂଘର୍ଷରୁ ସଫଳତା। ବରା ବିକାଳୀ ଆଜି ବଡି ବିଲ୍ଡର । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଜି ସେ ସ୍ଥିର କରିଥିବା ନିଜ ଲକ୍ଷ୍ୟକୁ ହାସଲ କରିନେଇଛନ୍ତି । ଦିନେ ରାଜଧାନୀ ରାସ୍ତା କଡରେ ବରା ପିଆଜି […]
କଟକ: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଆଗତ ଏକ ମାମଲାର ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ। ଘଟଣାରେ ସିବିଆଇ ତଦନ୍ତର ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ୧୯ ବର୍ଷ ତଳେ ନିଜେ ଅଞ୍ଜନା ମିଶ୍ର କରିଥିବା ଏକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏହାର ପରିସମାପ୍ତି ଘଟାଇଛନ୍ତି। ୨୦୦୨ ମସିହାରେ ଅଞ୍ଜନାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ଏଥିରେ ସେ […]
ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁଗୁଳ ଓ ବୌଦ୍ଧରେ କମ୍ ଟିକାକରଣ ହୋଇଛି, ଧୀରେ ଧୀରେ ଠିକ୍ ହୋଇଯିବ ଦୈନିକ ୧ ଲକ୍ଷ ବୟସ୍କଙ୍କୁ ଟିକାକରଣ ପାଇଁ ୯୨୭ କେନ୍ଦ୍ର କରାଯାଇଛି ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକାକରଣ ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି ନୂଆ ଷ୍ଟ୍ରେନରେ ମଧ୍ୟ କାମ କରିବ ଭୁବନାଶ୍ୱର: ରାଜ୍ୟରେ ଟିକାକରଣକୁ କିଭଳି ଭାବେ […]