ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଜଣେ କୋଭିଡ୍ ୧୯-କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ ନମୂନା ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ ହେଉଛି ୩୨ ବର୍ଷ। New #COVID19 Case in #Odisha One 32 Years Male from Kendrapada Returned From Dubai on 24th March is confirmed positive for COVID-19 Today New Positive Case: 01 Total Positive Case in […]
ଭୁବନେଶ୍ୱର: ବାହାରକୁ ଗଲେ ମୁହଁରେ କପଡ଼ା ଦେବା ଜରୁରୀ। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ଏଣିକି ସମସ୍ତେ ମାସ୍କ ପିନ୍ଧିବାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଆସନ୍ତା ୯ ତାରିଖ ସକାଳ ୭ଟାରୁ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ। ଫଳରେ ଏଣିକି ଘରୁ ବାହାରିଲେ ମାସ୍କ […]
ଭୁବନେଶ୍ୱର: ଏଣିକି ବଜାରକୁ କାର୍ ଓ ବାଇକ୍ ନେବା ମନା। ବଜାରକୁ ଗଲେ ସାଇକେଲ କିମ୍ବା ଚାଲିକରି ଯିବେ ବୋଲି କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ଏହି ନିୟମ ଆଗରୁ ହୋଇଥିଲେ ବି କାଲିଠୁ ଆହୁରି କଡ଼ାକଡ଼ି କରାଯିବ। ଲକ୍ଡାଉନ୍ ପିରିୟଡ୍ରେ ହୋଲସେଲ ମାର୍କେଟକୁ ଯାଇପାରିବେନି। ସାଧାରଣ ଲୋକେ ସଉଦା ପାଇଁ ବଜାରକୁ ଗଲେ ବାଇକ୍ ଓ କାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯଦି କେହି ବ୍ୟକ୍ତି ଗ୍ରୋସରି କିମ୍ବା ପରିବା କିଣିବାକୁ […]
ଭୁବନେଶ୍ୱର: ଖୁବ୍ ଶୀଘ୍ର ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ଆରମ୍ଭ ହେବ କରୋନା ଟେଷ୍ଟ। ୫ଦିନ ମଧ୍ୟରେ ଦୈନିକ ଟେଷ୍ଟ ହେବ ୧ ହଜାର ସାମ୍ପଲ(ନମୂନା)। ଏହି ୨ ମେଡିକାଲରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟେଷ୍ଟ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ […]
ପୁରୀ: କୋଭିଡ୍-୧୯ ଆଇସୋଲେସନ ସେଣ୍ଟରରେ ଥିବା ବେଡ୍ ଉପରେ ବସି ଗପସପ କରିବା ଓ ପରିସରରେ ବସି ମଦ ପିଇବା ହେଲା କାଳ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ଼ଡା ପଦକ୍ଷେପ ଗ୍ରହଣ କରାଯାଇଛି। ଘଟଣାରେ ସଂମ୍ପୃକ୍ତ ଜିଆର୍ଏସ୍ଙ୍କୁ ଚାକିରିରୁ ବହିଷ୍କାର କରିଥିବାବେଳେ ପଞ୍ଚାୟତ ଅଫିସରଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂ। ଏହାସହ ବାହାରେ ମଦ ପିଉଥିବା ବ୍ୟକ୍ତିଙ୍କ […]
ଜଗତ୍ସିଂହପୁର: ଜଗତସିଂହପୁରରେ ଲକ୍ଡାଉନ୍କୁ ଅଧିକ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଓ ହାଟ ୧୧ଟା ପରେ ବନ୍ଦ ରହିବ। ସେହିପରି ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ କଟକଣା କରାଯାଇଛି। ଦିନ ଗୋଟାଏ ପରେ ସାଧାରଣ ଉପଭୋକ୍ତାଙ୍କୁ ପେଟ୍ରୋଲ ମିଳିବନି ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ। ତେବେ କେବଳ ଜରୁରୀ ସେବା ପ୍ରଦାନକାରୀଙ୍କୁ ଦିନ ଗୋଟାଏ ପରେ ପେଟ୍ରୋଲ […]
ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ୫ ଫୁଟ ଅନ୍ତରରେ ଗାର ଟାଣିବେ ଦୋକାନୀ। ନହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍ ଲାଇସେନ୍ସ ରଦ୍ଦ ହେବ। ଦୋକାନୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି କହଛିନ୍ତି ବିଏମସି କମିଶନର ଓ ଟ୍ୱିନସିଟି ପୋଲିସ କମିଶନର। କଟକ ଓ ଭୁବନେଶ୍ୱର ସହରରେ ଥିବା ଦୋକାନୀମାନଙ୍କ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ଲକ୍ଡାଉନ୍ ପରେ ବି ବଜାୟ ରହିବ ସାମାଜିକ ଦୂରତା ରକ୍ଷା। ଏ ସମ୍ପର୍କରେ ଆଜି ଏକ ପ୍ରେମିସିଟରେ ସୂଚନା […]
ବ୍ରହ୍ମପୁର: ବାହାରକୁ ଆସିଲେ ମୁହଁରେ ମାସ୍କ, ରୁମାଲ୍ କିମ୍ବା କପଡ଼ା ପିନ୍ଧିବା ବାଧ୍ୟତାମୂଳକ। ନହେଲେ ଦୋବାକୁ ପଡ଼ିବ ଜୋରିମାନା ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍ ରଖାଯିବ ବୋଲି ସେ କହିଛନ୍ତି। ବଜାରକୁ ଆସୁଥିବା ଲୋକମାନେ ମୁହଁରେ ମୁସ୍କ କିମ୍ୱା ରୁମାଲ୍ ବାନ୍ଧୁନଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ଏପରି ଚିତ୍ର ଦେଖିବା ପରେ ଜିଲ୍ଲାପାଳ କଠୋର ହୋଇଛନ୍ତି। ମୁହଁରେ ମାସ୍କ କିମ୍ବା ରୁମାଲ ନବାନ୍ଧିଲେ ଫାଇନ୍ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦ ହାଉସିଂ ବୋର୍ଡର କଲୋନୀରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ସଂକ୍ରମଣ ରୋକିବାକୁ ସୁନ୍ଦରପଦା ଅଞ୍ଚଳକୁ ବିଏମସି ସିଲ୍ କରିଦେଇଛି। ଭୁବନେଶ୍ୱର ମହାନଗର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦ ଓ ଏବରଙ୍ଗକୁ କଣ୍ଟେନ୍ମେଣ୍ଟ(ସଂକ୍ରମଣ) ଅଞ୍ଚଳ ଘୋଷଣା କରାଯାଇଛି। ସୁନ୍ଦରପଦା ମୁନସିପାଲଟି ହସ୍ପିଟାଲ କାଳୁଆସୁଣି ମନ୍ଦିର, ସେହିପରି କାଳୁଆସୁଣି ମନ୍ଦିରରୁ ଟାଟା ପ୍ରୋଜେକ୍ଟ ଯାଏ ସିଲ୍ କରାଯାଇଛି। ସେହିପରି […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ଦୁଇ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୭୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ୨୯ ବର୍ଷର ଯୁବକ। ବୃଦ୍ଧ ଜଣକ ହେଉଛନ୍ତି କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର। ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରି ଗତ ୨୨ ତାରିଖରେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ। Two more COVID POSITIVE cases in Bhubaneswar. One 70 years old male of Kapila Prasad Housing […]
ଭୁବନେଶ୍ୱର: ସୂର୍ଯ୍ୟନଗର କେସ୍ଟି କୋଲକାତା ଆସିଥିଲା ଓ ବମିଖାଲ୍ କେସ୍ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି। କରୋନାକୁ ନେଇ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି। ଏହାସହ ଆଜି ରାତି ୮ଟାରେ ୩ ସହରର ସଟ୍ଡାଉନ୍ ସରିବ ବୋଲି କହିଛନ୍ତି। ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍ ଡାଉନ୍ କରାଯାଇଥିଲା। ଉଭୟଙ୍କ କେସ୍ ବାହାର ରାଜ୍ୟର ଲିଙ୍କ୍ ରହିଛି। ଭୁବନେଶ୍ୱରରେ କରୋନା ଗୋଷ୍ଠୀ ସଂକ୍ରମଣକୁ ନେଇ ଠୋସ୍ […]
କଟକ: କଟକ କେଶପୁରରରେ ପୋଲିସ ଉପରକୁ କିଛି ଲୋକେ ଢେଲା ଓ ପଥରମାଡ଼ କରିଛନ୍ତି। ଏହାର ଜବାବରେ ପୋଲିସ୍ ଲାଠିଚାର୍ଜ କରିଥିଲାବେଳେ କିଛି ଲୋକଙ୍କୁ ଅଟକ ରଖାଯାଇଛି। ଆଜି ସଟ୍ଡାଉନ୍ର ଦ୍ୱିତୀୟ ତଥା ଅନ୍ତିମ ଦିନରେ ପୋଲିସ୍ ପାଟ୍ରୋଲିଂ କରୁଥିବାବେଳେ କେଶରପୁର ଅଞ୍ଚଳରେ କିଛି ଲୋକ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା। ତେବେ ପୋଲିସ୍ ପଦକ୍ଷେପ ନେବାରୁ ଉଲ୍ଲଘଂନକାରୀମାନେ ପୋଲିସ୍ ଉପରକୁ ଢେଲା ଓ ପଥରମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ଲାଠିଚାର୍ଜ କରିଥିଲା। ଏମାନଙ୍କ […]
ଭୁବନେଶ୍ୱର: କରୋନା ବିରୋଧରେ ଲକ୍ଡାଉନ୍ ଯେତିକି ଇଂପାକ୍ଟ ପଡ଼ିଥିଲା, ତାକୁ ବଳିଯାଇଛି ସଟ୍ଡାଉନ୍ର ପ୍ରଭାବ। ଭୁବନେଶ୍ୱର, କଟକ ଏବଂ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟ୍ଡାଉନ୍ର ପ୍ରଥମ ଦିନରେ ହିଁ ଲୋକେ କରୋନାକୁ ହରାଇବାର ଦୃଢ଼ ସକଳ୍ପର ପ୍ରମାଣ ଦେଇଛନ୍ତି। ହାଟ ବଜାର, ଗଳି କନ୍ଦି, ଛକ ସବୁ ଶୁନ୍ଶାନ୍ ଥିବା ବେଳେ ନିର୍ଜନ ପାଲଟି ଯାଇଥିଲା ସହର। କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତି କିମ୍ବା ଯାନବାହନକୁ କାଁ ଭାଁ ଦେଖିବାକୁ ମିଳିଥିଲା। ତେବେ କିଛି […]
ଭୁବନେଶ୍ୱର: ଓଡ଼ିଶା ଫେରିଲେ ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ାରେ କାମ କରୁଥିବା ସାଲେପୁରର କିଛି ଓଡ଼ିଆ ହୋଟେଲ କର୍ମଚାରୀ। ତେବେ କାମ ଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ। ଏହା ପରେ ସେମାନେ ସେମାନେ ଓ଼ଡ଼ିଶା ଅଭିମୁଖେ ବାହାରିଥିଲେ। ଗତ ୨୫ ତାରିଖରେ ଆନ୍ଧ୍ର ପୋଲିସ ସେମାନଙ୍କୁ ଧରି ନେଇ ୧୦ ଦିନ ପାଇଁ କ୍ୱାରେଣ୍ଟିନ୍ରେ ରଖିଥିଲେ। ଏହାପରେ ସେମାନଙ୍କୁ ଓଡ଼ିଶା ଫେରାଇବାର ବ୍ୟବସ୍ଥା କରିଥିଲା ପୋଲିସ। ଆଜି ସେମାନଙ୍କୁ ଭୁବନେଶ୍ୱର ସହିଦ ନଗର ଥାନାରେ […]
ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଏକା ଥରକେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ଏହି ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହ ଅଗ୍ନିଶମ ବାହିନୀ ବମିଖାଲ ଅଞ୍ଚଳକୁ ବିଶୋଧନ କରୁଛି। ସିଲ୍ ହୋଇଥିବା ଏକାମ୍ର ହଲ୍ ପାଖ କାଫେ କଫି ଡେରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡ୍ରୁ ଝାରପଡ଼ା ଦୁର୍ଗା ମଣ୍ଡପ ଏବଂ ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍ର […]
ପୁରୀ,ଯାଜପୁର: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଦାନଗହିର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ନେଇଛି। ପିପିଲି ବ୍ଲକର ଦାନଗହିର ସମେତ ୩ଟି ସ୍ଥାନକୁ ୧୪ଯାଏଁ ସଟ୍ଡାଉନ ଘୋଷଣା କଲେ ଜିଲ୍ଲାପାଳ। ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକ ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ୍ ଜୋନ୍ ଘୋଷଣା କରାଯିବା ସହ ଏହି ୩ଟି ଅଞ୍ଚଳକୁ ଆଜି ସକାଳ ୭ଟାରୁ ୧୪ ତାରିଖ ମଧ୍ୟରାତ୍ର ଯାଏ ସଟ୍ ଡାଉନ୍ ଘୋଷଣା […]
ଭୁବନେଶ୍ୱର: ମରକଜ୍ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଲୋକେ ନିଜ ଆଡ଼ୁ ଆସି ତଥ୍ୟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦୪ରେ ତୁରନ୍ତ ଯୋଗାଯୋଗ କରି ୨୪ ଘଣ୍ଟାରେ ଟେଷ୍ଟ କରିବାକୁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଚଳିତ ସପ୍ତାହ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ସଟ୍ଡାଉନ୍କୁ ମାନିଲେ କରୋନା କଣ୍ଟାକ୍ଟ ଟ୍ରେସିଂ ଭଲ ଭାବରେ କରିହେବ। କୌଣସି ପ୍ରକାରରେ ନଡରି, ନିଜେ ଓ ନିଜ […]
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଆଉ ବୋର୍ ହେବାକୁ ପଡ଼ିବ ନାହିଁ। ଘରେ ବସି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇ ୧ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଘରେ ବସି ମନୋରଞ୍ଜନ ଓ ଟଙ୍କା ରୋଜଗାରର ଏଭଳି ସୁଯୋଗ ଆଣିଛି ପରିବହନ ବିଭାଗ। ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ସଡକ ସୁରକ୍ଷା ସଂପର୍କିତ କୁଇଜ୍ ଓ ଲର୍ଣ୍ଣର ଲାଇସେନ୍ସ ମକ୍ ଟେଷ୍ଟ୍ରେ ଭାଗ ନେଇ ଘରେ ବସି ଏକ ହଜାର ଟଙ୍କାର ପୁରସ୍କାର […]
ଭୁବନେଶ୍ୱର: ଭୁବନେଶ୍ୱରରେ ସଟ୍ଡାଉନ୍ କଟକଣା ଭାଙ୍ଗିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି। ଏହା ସହିତ ୬୪ଜଣ ଅଟକ ଅଛନ୍ତି। ପୋଲିସ ମୁଖ୍ୟ ରାସ୍ତା ସହ ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ଘରୁ ବାହାରିଲେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯିବ ବୋଲି ଭୁବନେଶ୍ୱର ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତି ପୋଲିସ କମିଶନର ଅନୁପ ସାହୁ କହିଛନ୍ତି। କରୋନା ମୁକାବିଲା ପାଇଁ ଗତ […]
ଭଦ୍ରକ: ସକାଳ ଆରମ୍ଭ ହେବା ମାତ୍ରେ ହିଁ ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି। ବିନା କାରଣରେ ବାହରେ ବୁଲୁଥିବାରୁ ପୋଲିସ୍ ହାବୁଡରେ ଧରାପଡ଼ି ୯ ଜଣ ବନ୍ଧା ହେବା ସହ କ୍ୱାରେଣ୍ଟାଇନ୍ରେ ରହିଛନ୍ତି। ସଟ୍ଡାଉନ୍ ହୋଇଥିବା ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି ନିୟମ ଖିଲାପ କରି ବାହାରକୁ ବାହାରିଥିବା ଏହି ସମସ୍ତଙ୍କୁ ଜିଲ୍ଲା ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଥିବା […]
ରାଉରକେଲା: ରାଜ୍ୟରେ କରୋନା ସ୍ଥିତି ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରାଯାଉଛି। ରାଜ୍ୟରେ ୨ କୋଭିଡ୍ ହସ୍ପିଟାଲ ଖୋଲାଯାଇ ଥିବାବେଳେ ଆଉ ଏକ ହସ୍ପିଟାଲରେ ରାଉଲକେଲାରେ ଖୋଲାଯାଇଛି। ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍-୧୯ ହସ୍ପିଟାଲ୍। ୨୦୦ ବେଡ୍ ବିଶିଷ୍ଟ ଏହି ହସ୍ପିଟାଲ୍ରେ ସମସ୍ତ ବ୍ୟବସ୍ଥା ରହିଛି। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସମେତ ଅନ୍ୟ ଷ୍ଟାଫ୍ ମଧ୍ୟ ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ଓ ଏହାର ଆଖପାଖ […]
ଭୁବନେଶ୍ୱର: ଗୋଟିଏ ଦିନରେ ଟ୍ୱିନ୍ ସିଟିରେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏ ନେଇ ରାଜ୍ୟ ସରକାର ଶଟ୍ ଡାଉନ୍ ପରି କଠୋର ପଦକ୍ଷେପ ନେଇଛନ୍ତି। ଉଭୟ ଭୁବନେଶ୍ୱର ଓ କଟକ ମହାନଗର ଅଞ୍ଚଳ ସମେତ ଭୁବନେଶ୍ୱର ଉପକଣ୍ଠରେ ଥିବା ୧୮ଟି ପଞ୍ଚାୟତରେ ଶଟଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୪୮ଘଣ୍ଟା ମଧ୍ୟରେ ଉଭୟ କଟକ ଓ ଭୁବନେଶ୍ୱର ସହର […]
ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଶଟ୍ ଡାଉନ୍ କରି ଦିଆଯାଇଛି। ଏହି ସମୟରେ ଲକଡାଉନ୍ ଥିବାବେଳେ ଓଡ଼ିଶା ସରକାର ଆଜି ସନ୍ଧ୍ୟା ୮ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ମହାନଗର ସମେତ ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ୱର ଉପକଣ୍ଠର ୧୮ଟି ପଂଚାୟତରେ ସମ୍ପୂର୍ଣ୍ଣ ବନ୍ଦ […]
ଭୁବନେଶ୍ୱର: ରାଜ୍ୟର ପଞ୍ଚମ ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଓ ସେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ବାସିନ୍ଦା। ସେ ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ ସେ ପୁଣି ଥରେ ସେହି କ୍ଲିନିକକୁ ଯାଇଥିଲେ। ମାର୍ଚ୍ଚ ୨୭ ତରିଖ ଅପରାହ୍ନରେ ସେ ସମ୍ ହସ୍ପିଟାଲ OPD ଯାଇଥିଲେ। ମାର୍ଚ୍ଚ ୨୮ ତାରିଖରେ ଏମ୍ସ OPD ଯାଇ ଘରକୁ […]
ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ରାଜ୍ୟବାସୀଙ୍କୁ ସତେ ଯେପରି ସ୍ଥାଣୁ କରିଦେଇଛି। ଲକ୍ଡାଉନ୍ ହେବା ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି। ରାଜ୍ୟର ବିଭିନ୍ନ ସହରମାନଙ୍କରେ ଘର ଭଡ଼ା ରହିଥିବା ଗରିବ ଓ ଶ୍ରମିକମାନଙ୍କ ରୋଜଗାରଶୂନ୍ୟ ହୋଇଯାଇଛି। ଏପରି ସ୍ଥିତିରେ ଘର ଭଡା ନମାଗି ବିଶ୍ୱରେ ଉଦାହରଣ ସୃଷ୍ଟି କରିବା ପାଇଁ ଘର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ନିଜର ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା […]