ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଛି ଜିଲ୍ଲା କୋଭିଡ ହସ୍ପିଟାଲ୍। ସରକାରୀ ଆଇଟିଆଇକୁ କୋଭିଡ ସେଣ୍ଟର ଭାବେ ପରିଣତ କରାଯାଇଛି। ଏଠି ୨ ଶହ ବେଡ୍ର ବ୍ୟବସ୍ଥା କରାଯାଇଥିବାବେଳେ ୪୬ ଜଣ କ୍ଷମତା ବିଶିଷ୍ଟ ଆଇସୋଲେସନ ରଖିବାର ବ୍ୟବସ୍ଥା ହୋଇଛି। ସେହିଭଳି ୫୦ଟି ଅକ୍ସିଜେନର ବ୍ୟବସ୍ଥା ବି ଏଠାରେ କରାଯାଇଛି। ସେହିପରି ୪ ଜଣ ଡାକ୍ତର, ୧୦୫ ନର୍ସ, ୩୪ ଜଣ ପାରା ମେଡିକାଲ୍ ଷ୍ଟାପ୍ ରହିଛନ୍ତି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ କାର୍ଯ୍ୟକ୍ଷମ […]
ଭୁବନେଶ୍ୱର: ବଦଳିଲା ଦଶମ ଶ୍ରେଣୀ ବହି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୮ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକଙ୍କ ସୂଚନା ଦେଲେ। ୨୦୨୦-୨୧ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବହି ପଢ଼ିବେ। ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଛି। ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଲକଡାଉନ ବେଳେ ଓଡ଼ିଶାରେ ବି ଘରୋଇ ହିଂସା ମାମଲା ଘଟିବା ଆଶଙ୍କା ଥିବାରୁ ଏଭଳି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ନୂଆ ନିମୟମାବଳି ଜାରି କରାଯାଇଛି। ପୋଲିସ ଡିଜି ଓଡ଼ିଶାରେ ଏଭଳି ଅପରାଧ ବଢୁଥିବାର ନଜିର ନଥିଲେ ବି ଏଥିପାଇଁ ପୋଲିସ ବାହିନୀ ସତର୍କ ରହିବ। ଉକ୍ତ ମାମଲାକୁ ଅଧିକ ଗୁରୁତ୍ୱର ସହ ନେବ। ପୋଲିସ ଷ୍ଟେସନ ହେଲପଲାଇନ୍ ଓ ଜିଲ୍ଲା କଣ୍ଟ୍ରୋଲ ରୁମକୁ ମିଶାଇ ୬୦୦ ହେଲପ […]
ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି। ଏହି ପରିସ୍ଥିତିରେ ଓଡ଼ିଶାରେ ଥିବା ଯବାନମାନେ ରକ୍ତଦାନ କରିବା ପରି ମହତ୍ ଉଦ୍ୟମ କରିଛନ୍ତି। ଭୁବନେଶ୍ୱର ୧୨୦ ବାଟାଲିୟନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧିକାରୀ ଓ ଯବାନଙ୍କୁ ମିଶାଇ ୫୦ଜଣ ରକ୍ତଦାନ କରିଥିଲେ। ସାରା ଦେଶରେ ଭାରତୀୟ ସେନା ପକ୍ଷରୁ ଚାଲିଥିବା ଅପରେସନ ନମସ୍ତେ କରୋନା ଚିକିତ୍ସା ପାଇଁ ଦେଶରେ […]
ଭୁବନେଶ୍ୱର: ଝାରପଡ଼ାର ୬୦ ନମ୍ବର ସମେତ ୫୭, ୫୮, ୫୯ନଂ ‘କରୋନା’ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୬୦ ନମ୍ବର ଆକ୍ରାନ୍ତ ଜଣକ ୨୨ ମାର୍ଚ୍ଚରୁ ୧୩ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ନୀଳାଦ୍ରିନଗର ସ୍ଥିତ ଘରେ ରହିଥିଲେ। ପରିବା ଓ ଗ୍ରୋସରୀ ପାଇଁ ସେ ପଳାଶୁଣି, ରସୁଲଗଡ଼ ଓ କେସୁରା ହାଟ ଯାଇଥିଲେ। ଆଜି ସାମ୍ପଲ ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କ […]
ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଘୁଞ୍ଚିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE)। ଆସନ୍ତା ମେ ପ୍ରଥମ ସପ୍ତାହରେ ଚଳିତ ବର୍ଷର ଓଜେଇଇ ହେବାର ଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବା ପରେ ଓଜେଇଇକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ। ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱର ବମିଖାଲ ଅଞ୍ଚଳର। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଲା। ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି […]
ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍ଡାଉନ୍ ହେବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି। ଏନେଇ ସମସ୍ୟା କିପରି ଦୂର ହେବ, ସେନେଇ ପଦକ୍ଷେପ ନେବେ ସରକାର। ସେଥିପାଇଁ ପିଲାମାନଙ୍କ ଘରେ ପାଠ୍ୟପୁସ୍ତକ ପହଞ୍ଚାଇବେ ଶିକ୍ଷକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଘରେ ଶିକ୍ଷକ ବହି ପହଞ୍ଚାଇବେ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବହି ବ୍ଲକ ଓ ସ୍କୁଲରେ ପହଞ୍ଚି ସାରିଛି। […]
ଭୁବନେଶ୍ୱର: ଆସନ୍ତା ୧୫ରୁ ରାଜ୍ୟରେ ଲାଗୁ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ। ତେବେ କରୋନା ସଂକ୍ରମଣ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିବା ବି ନିହାତି ଜରୁରୀ। ସେଥିଲାଗି ରାଜ୍ୟ ସରକାର ଲକ୍ଡାଉନ୍ରେ ଅନେକ ଅତ୍ୟାବଶ୍ୟକ କାର୍ଯ୍ୟକୁ କୋହଳ କରିଛନ୍ତି। ତେବେ କୃଷି କାର୍ଯ୍ୟକୁ ସମ୍ପୂର୍ଣ୍ଣ କୋହଳ କରାଯାଇଥିବାବେଳେ ସାମାଜିକ ଦୂରତ୍ୱ କଟକଣା ସହ ଆଦୌ ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଜାଣନ୍ତୁ, କେଉଁ କେଉଁ ଦିଗ ପ୍ରତି […]
ଭୁବନେଶ୍ୱର: ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି ତାତି। ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧. ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଭୁବନେଶ୍ୱର ସହ ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୧. ୫ ଡିଗ୍ରୀ ରେକର୍ଡ ହୋଇଛି। ଏହି ଦୁଇ ସହର ସହ ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିର ସର୍ବାଧିକ ତାପମାତ୍ରା ୪୦. ୭ ଡିଗ୍ରୀ, କଟକର ୪୦. ୧, ଅନୁଗୁଳ ୪୦. ୭ ଡିଗ୍ରୀ ଏବଂ […]
ଭୁବନେଶ୍ୱର: ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇ ଦିଆଯାଇଛି। ଏଠାରେ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତ ନେଗେଟିଭ୍ ରିପୋର୍ଟ ଆସିବା ପରେ ବିଏମ୍ସି ପକ୍ଷରୁ ଏହି କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଏହି ସ୍ଥାନରେ ଲକ୍ଡାଉନ୍ ବଳବତ୍ତର ରହିବ। ଭୁବନେଶ୍ୱର ମହାନଗର ନଗମ (ବିଏମ୍ସି) ଅଞ୍ଚଳର କପିଳପ୍ରସାଦ ଅଞ୍ଚଳରେ ଜଣେ ‘କରୋନା’ ଚିହ୍ନଟ ପରେ ସୁନ୍ଦରପଦା ଓ ଯଦୁପୁରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଏପରିକି ଉକ୍ତ ଅଞ୍ଚଳର ପ୍ରବେଶ ଓ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ୫୫କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ। ଆକ୍ରାନ୍ତଙ୍କ ବୟସ ବୟସ ୩୫ ବର୍ଷ ହେବ। ସେ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବାଗ୍ଚୀ ସୂଚନା ଦେଇଛନ୍ତି। ଏହାସହ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ସେ […]
କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଗୋଟିଏ ଗାଁ ଏବଂ ସାଲେପୁର ତହସିଲର ୨ଟି ଗାଁ କଣ୍ଟେନମେଣ୍ଟ ଜୋନ ମୁକ୍ତ। ନିଶ୍ଚିନ୍ତକୋଇଲର ଜୟୀରାମପୁର ପଞ୍ଚାୟତର ୧ ନମ୍ବର ଓ୍ୱାର୍ଡ ଓ ସାଲେପୁର ବ୍ଲକ ମିର୍ଜାପୁରର ୧୨ ନମ୍ବର ଓ ୧୩ ନମ୍ବର ଓ୍ୱାର୍ଡରୁ କଟକଣା ଉଠିଲା। କରୋନା ଆକ୍ରାନ୍ତ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଜିଲ୍ଲା ପ୍ରଶାସନ ନେଲା ନିଷ୍ପତ୍ତି। କଟକ ଜିଲ୍ଲାପାଳ ୨ ଅଞ୍ଚଳରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କରିଛନ୍ତି ସିଡିଏମ୍ଓ […]
କଟକ: କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇଲା ସିଏମ୍ସି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଟ୍ଟାପୋଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ତେବେ ସେହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏବଂ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେଠାରେ ସ୍ଥାନୀୟ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ହୋଇଛି। ତେଣୁ ଗତ ୪ ତାରିଖରୁ ଆବଦ୍ଧାଞ୍ଚଳ ଭାବେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିଛି। କଟକ ମହାନଗର […]
ଭୁବନେଶ୍ୱର: ବିଶ୍ୱକୁ ଘାରିଛି ମହାମାରୀ ଚିନ୍ତା। ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି କରୋନା ସଂକ୍ରମଣ। ଦିନକୁ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ପାଖାପାଖି ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶେଷ କରି ଆମେରିକା, ସ୍ପେନ, ଇଟାଲୀ ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତି […]
ଭୁବନେଶ୍ୱର: ଅସହ୍ୟ ତାତିରେ ସାରା ରାଜ୍ୟ କଲବଲ। ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼। ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଏଥିସହ ଭୁବନେଶ୍ୱରରେ ୪୦ .୨, କଟକରେ ୪୦, ଚାନ୍ଦବାଲିରେ ୪୦.୮, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୦.୫, ବୌଦ୍ଧରେ ୪୦. ୫, ସୋନପୁରରେ ୪୦.୨, ତାଳଚେରରେ ୪୦. ୧ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଛି। ୬ଟି […]
ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ୪ ନୂଆ କରୋନା ପଜିଟିଭଙ୍କ ଟ୍ରାଭେଲ ବିବରଣୀ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ୍। ୨ ଜଣ ଯାକ ସୁନ୍ଦରଗଡ଼ର। ଆଜି ସେମାନଙ୍କ ସହ ମୋଟ ୫ଜଣଙ୍କ ଗସ୍ତ ବିବରଣୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯିବା ପରେ ଏନେଇ ସ୍ପଷ୍ଟ ହୋଇଛି। ୫୧ ନମ୍ବର ଆକ୍ରାନ୍ତ ସୁନ୍ଦରଗଡ଼ ବିଶ୍ରାର ଜଣେ ୬୭ ବର୍ଷୀୟ ବୃଦ୍ଧ। ସେ ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସରେ […]
ନବରଙ୍ଗପୁର: କରୋନା ମୁକାବିଲା ପାଇଁ ନବରଙ୍ଗପୁର ହିରଲି ଗ୍ରାମ ସ୍ଥିତ ବିଇଡି କଲେଜ ଠାରେ ଦୁଇ ଶହ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ଼ ଚିକିତ୍ସାଳୟ ସ୍ଥାପନ ହେବ। ଏଥିଲାଗି ତୃତୀୟ ପକ୍ଷ ଭାବେ ସମସ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ସହ ଚୁକ୍ତି ସ୍ୱାକ୍ଷର କରିଛି। ଦାମନଯୋଡି ସ୍ଥିତ ନାଲକୋ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱିତୀୟ ପକ୍ଷ ଥିବା ଖ୍ରୀଷ୍ଟିଆନ ହସ୍ପିଟାଲକୁ ଏହାର ଦାୟିତ୍ୱ ଦେଇଛି। MOU ସ୍ୱାକ୍ଷର ହେଲା ପରେ ଜିଲ୍ଲାପାଳ ଡକ୍ଟର ଅଜିତ […]
ଭୁବନେଶ୍ୱର: ଆଜିଠାରୁ ଟୁଇନ୍ ସିଟିରେ ଉପଲବ୍ଧ ହେବ ଓଲା କ୍ୟାବ୍ସ ସେବା। ଲକ୍ଡାଉନ୍ ସମୟରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଓଲାକୁ ପାସ୍ ମିଳିଛି। ଭୁବନେଶ୍ୱର ଓ କଟକ ପାଇଁ ୧୦୦ଟି ଓଲା କାରକୁ ପାସ୍ ଦିଆହୋଇଛି। କେବଳ ମେଡିକାଲ ଏମର୍ଜେନ୍ସି ଲୋକଙ୍କୁ ନେଇପାରିବେ। ସାମାଜିକ ଦୂରତ୍ୱ ନିୟମ ମାନି କାରରେ କେବଳ ୨ ଜଣ ଯାତ୍ରୀ ପରିବହନ କରିପାରିବେ। ଭୁବନେଶ୍ୱର ଡିସିପିଙ୍କ ଅଫିସ୍ ଏହି ସ୍ୱତନ୍ତ୍ର ଏମର୍ଜେନ୍ସି ଓଲା ପାସ୍ ଦିଆହୋଇଛି। […]
ଗଞ୍ଜାମ: କରୋନା ପାଇଁ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡ ମେଳଣ ଆୟୋଜନ ଉପରେ ରୋକ ଲଗାଇବା ପରେ ଦଣ୍ଡଯାତ୍ରା ବନ୍ଦ ରହିଛି। ଆସନ୍ତାକାଲି ମେରୁ ସଂକ୍ରାନ୍ତି ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରି ମନ୍ଦିର ଭିତରେ ବନ୍ଦ ହୋଇ ରହିଥିବା ପାଟ ଭୋକ୍ତାଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ମେରୁ ଖୁଣ୍ଟର ଅଗ୍ନିକୁଣ୍ଡରେ ଝୁଲାଇଥାନ୍ତି। କିନ୍ତୁ ଏଥର […]
ଭୁବନେଶ୍ୱର: ରାଜଧାନୀରେ କରୋନା ସ୍ଥିତି ଉଦ୍ବେଗଜନକ ରହିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୪୨ ଜଣ ରାଜଧାନୀ ଭୁବନେଶ୍ୱରର। ଗତକାଲି ଚିହ୍ନଟ ହୋଇଥିବା ୪ ନୂଆ କରୋନା ସଂକ୍ରମିତଙ୍କ ଭିତରୁ ଜଣେ ରାଜଧାନୀର ଥିବାରୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ରାଜଧାନୀର ସହିଦ ନଗର, ସତ୍ୟନଗରରୁ, ବମିଖାଲ, ଝାରପଡ଼ା, ସୂର୍ଯ୍ୟନଗର, ବିଜେବି ନଗରର ବଡ଼ଗଡ଼ ଗାଁ, କପିଳ ପ୍ରସାଦ, ୟୁନିଟ୍ ୪, ୟୁନିଟ୍ ୫ ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ଗରିବ ଲୋକେ ଯେପରି ଅସୁବିଧା ସମ୍ମୁଖୀନ ନହୁଅନ୍ତି। ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ମିଳିବ ୫ କେଜି ଚାଉଳ। ଏପ୍ରିଲ, ମେ ଓ ଜୁନ ମାସ ପାଇଁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ପ୍ରଦାନ କରାଯିବ। ପିଡିଏସ୍ ଚାଉଳ ସହିତ ଅତିରିକ୍ତ ଭାବେ ବିନା ମୂଲ୍ୟରେ ଏହି ଚାଉଳ ମିଳିବ। ସେହିପରି ୩ ମାସ ପାଇଁ ପରିବାର ପିଛା […]
ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ସାମନାକୁ ଆସିଛି। ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ ନମ୍ବର ଆକ୍ରାନ୍ତ ଜଣଙ୍କ ୩୫ ବର୍ଷୀୟ ମହିଳା ହୋଇଥିବାବେଳେ ତାଙ୍କ ଘର ଭୁବନେଶ୍ୱର ୟୁନିଟ୍-୪ ମଧୁସୁଦନ ନଗର ଅ଼଼ଞ୍ଚଳର। ଏହି ମହିଳା ଜଣକ ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ। ଏହି ମହିଳା ମାର୍ଚ୍ଚ ୨୦ରୁ ଏପ୍ରିଲ ୩ […]
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ବି ଚାଲିବ ଚାଷ କାମ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଚାଷୀକୁ ଆଶ୍ୱସ୍ତ ତ କରିଛି ହେଲେ ବାସ୍ତବରେ, ଅମଳ ହେଉ କି ମଣ୍ଡିରେ ଧାନ ବିକ୍ରି, ପାଦେ ପାଦେ ସମସ୍ୟାରେ ଧନ୍ଦି ହେଉଛି ଚାଷୀ। ଏପରିକି କିଛି ସ୍ଥାନରେ ପୋଲିସର ମାଡ଼ ଭୟରେ ଏଯାଏଁ ବିଲକୁ ଯିବାକୁ ବି ସାହସ କରିପାରୁନି ଚାଷୀ। ତେଣୁ ଏଭଳି ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି […]
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ। କରୋନାର କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ବିନା ଲକ୍ଷଣରେ ମଧ୍ୟ ଶରୀରରେ କରୋନା ଥିବା ସନ୍ଦେହ କରାଯାଉଥିବାରୁ ଏବେ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଥିବା ସେ ସୂଚନା ଦେଇଛନ୍ତି। ଏବେ ଦୈନିକ ୩ ଶହରୁ ୪ଶହ ଟେଷ୍ଟ କରାଯାଉଛି ଏବଂ […]