ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ତେଣୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଲୋକସେବା ଭବନ କନଭେନସନ୍ ହଲରେ ଏବେ ବିଧାନସଭା କାର୍ଯ୍ୟ ହେବ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନଭେନସନ ହଲରେ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର କରାଯାଇଛି। ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ […]
ଭୁବନେଶ୍ୱର: ରାଜ୍ୟର ୯୪ ଲକ୍ଷ ପରିବାରକୁ ମିଳିବ ୧ ହଜାର ଟଙ୍କା ସହାୟତା। ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ମିଳିବ ୪ ମାସର ଭତ୍ତା। ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ‘କରୋନା’ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି। ଭିଡିଓ ଜରିଆରେ ପ୍ୟାକେଜ ଘୋଷଣା କରି […]
ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ମହାମାରୀର ଷ୍ଟେଜ- ଥ୍ରୀର ଆଶଙ୍କା ଦେଖାଦେଇଛି। ଏଭଳି କଥା କହିଛନ୍ତି ରାଜ୍ୟସରକାରଙ୍କ କୋଭିଡ୍-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ। ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସଂକ୍ରମଣ ସମ୍ଭାବନା ଅଧିକ କୁହାଯାଉଥିଲା ଏବେ ଦିଲ୍ଲୀ, ହରିୟାଣାରୁ ଫେରି ସଂକ୍ରମଣର ଶିକାର ହୋଇଛନ୍ତି। ଫଳରେ ସାମାଜିକ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଥିବା ବାଗଚୀ କହିଛନ୍ତି ତେଣୁ […]
କଟକ: ରାଜଧାନୀର ଏକ ନମ୍ବର ହାଟ ପରେ କଟକ ଛତ୍ରବଜାର ଖୁଚୁରା ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଛି। କରୋନା ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା ତଥା ହାଟରେ ଅତ୍ୟଧିକ ଭିଡ଼କୁ ଏଡାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। କଟକ ଛତ୍ରବଜାର ଖୁଚୁରା ହାଟକୁ ବାଦାମବାଡ଼ି-ମଧୁପାଟଣା ରାସ୍ତାର ଉଭୟ ପାର୍ଶ୍ୱକୁ ସ୍ଥାନାନ୍ତର କରାଯିବ। ରାସ୍ତାର ଦୁଇ ପାଖରେ ବସିବେ ପରିବା ଦୋକାନୀ। ପ୍ରତି ପରିବା ଦୋକାନ ମଧ୍ୟରେ ୬ ଫୁଟର ଦୂରତା ରହିବ। ଦୋକାନୀ ଓ […]
ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି କରୋନା ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରରେ ହୋଇଥିବା ସୂଚନା ମିଳିଛି। ଏଯାବତ ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ହୋଇଥିବା ଜଣାପଡିଛି। ତେବେ ସେ ଅନ୍ୟ ଦେଶରୁ ଆସିଛନ୍ତି ନା ଅନ୍ୟ […]
ଭୁବନେଶ୍ୱର: କରୋନାକୁ ନେଇ ଆଜିବି ଅନେକ ଲୋକ ଲକଡାଉନ ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୪୦୪ଟି ମାମଲା ରୁଜୁ ହୋଇଛି। ଲକ୍ ଡାଉନ ଉଲ୍ଲଂଘନରେ ୩୮୦, ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି ୧୦ଟି ଏବଂ କୋଭିଡ୍-୧୯ ନିୟମ ଉଲ୍ଲଂଘନରେ ୧୪ଟି ମାମଲା ରୁଜୁ ହୋଇଥିବା ବାଗଚୀ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ଅନେକ ସ୍ଥାନରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି। କେଉଁଠି ଲାଠି […]
ଭୁବନେଶ୍ୱର: କରୋନା ପାଇଁ ଲକଡାଉନ ଲାଗୁ ହୋଇଥିବାରୁ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କରିଛନ୍ତି। ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକି ଚିଠି ଲେଖି ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ଚିଠିରେ ନବୀନ ଅପିଲ୍ କରିଛନ୍ତି ଯେ, ତାଙ୍କ ରାଜ୍ୟରେ ଫସିଥିବା ଓଡ଼ିଆ ଲୋକଙ୍କୁ ସମ୍ପୃକ୍ତ ରାଜ୍ୟ ସହାୟତାର ହାତ ବଢାଉ । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା […]
ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆମ ପାଇଁ ସଂକ୍ରମଣର ବିପଦ କେତେ ରହିଛି ତାହା ଜାଣିବା ମୁସ୍କିଲ ହୋଇପଡିଛି। କିନ୍ତୁ ଏପରି ଏକ ଆପ୍ସ ଯାହା ଭାଇରସ୍ ସମ୍ପର୍କିତ ସବିଶେଷ ତଥ୍ୟ ଆପଣଙ୍କୁ ଦେବ। ରିଲାଏନ୍ସ ଜିଓ ପକ୍ଷରୁ ମାଇଁ ଜିଓ ଆପ୍ସରେ କରୋନା ଭାଇରସ୍ ସୂଚନା ଓ ଟୁଲ୍ସ ଆରମ୍ଭ କରାଯାଇଛି। ଏହା ମଧ୍ୟରେ ରହିଛି କରୋନା ଭାଇରସ୍ ସିମ୍ପଟମ୍ ଚେକର୍ । ଯାହା ଆମକୁ ସାରା ଭାରତରେ ରହିଥିବା […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟର ୨ ଘରୋଇ ହସ୍ପିଟାଲରେ ନିର୍ମାଣ ହେବ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ୱାର୍ଡ। ଏନେଇ ୨ ଘରୋଇ ମେଡିକାଲ ସହ ଏମ୍ଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର। ଏଥିପାଇଁ ଭୁବନେଶ୍ୱରରେ ଥିବା କିମ୍ସ ଓ ସମ୍ ହସ୍ପିଟାଲ ସହ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ‘କରୋନା’ ମୁକାବିଲା ପାଇଁ ସମ୍ରେ ୫୦୦ ଶଯ୍ୟା ଓ ୨୦ ICU ବ୍ୟବସ୍ଥା କରାଯିବ। ସେହିପରି କିମ୍ସରେ ୪୫୦ ଶଯ୍ୟାର କୋଭିଡ୍ ୱାର୍ଡ ପାଇଁ ଏମ୍ଓୟୁ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଗୃହ ବିଭାଗ ଏକ କଣ୍ଟ୍ରୋଲ ରୁମ୍ ଖୋଲିଛି। ଏହି କଣ୍ଟ୍ରୋଲ୍ ରୁମ୍ ନଂ: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ରହିଛି। ଗୃହ ବିଭାଗ ଅଧୀନରେ ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ପରିଚାଳନା କରାଯିବ। ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ। ଏହି କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ରହିବେ IG ଅପରେସନ୍ ଅମିତାଭ ଠାକୁର। ଲକ୍ ଡାଉନ୍ ଓ ବାହାରେ ଥିବା ଓଡ଼ିଆଙ୍କ କଥା ବୁଝିବ ଏହି କଣ୍ଟ୍ରୋଲ୍ ରୁମ୍।
ଭୁବନେଶ୍ୱର: ବିଦେଶରୁ ଫେରି ଆଜିସୁଦ୍ଧା ପଞ୍ଜିକୃତ କରିଥିବା ମୋଟ ୩୮୬୧ଜଣ ଲୋକଙ୍କ ମଧ୍ୟରୁ ୧୦୦ଜଣଙ୍କ ଦେହରେ କୋଭିଡ-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ରହିଥିବା ସରକାର ଆଶଙ୍କା କରୁଛନ୍ତି। ସ୍ଥିତି ଅଣାୟତ୍ତ ହେଲେ ମେ’ ୩୧ତାରିଖ ବେଳକୁ ଅତିକମରେ ଓଡ଼ିଶାରେ ୨୩୪୫ଜଣ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଲୋକେ ସଚେତନ ନହେଲେ ଆଗାମୀ ଦିନରେ ସ୍ଥିତି ବିସ୍ଫୋରକ ରୂପ ଧାରଣ କରିପାରେ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ […]
ଭୁବନେଶ୍ୱର: ୫୦ବର୍ଷ ବୟସରୁ ଉର୍ଦ୍ଧ୍ୱ କର୍ମଚାରୀମାନେ ବିନା ଡାକ୍ତରୀ ପ୍ରମାଣପତ୍ରରେ ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତିତ ଛୁଟି ନେଇପାରିବେ। ଏଥିପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟସ୍ଥଳ ଛାଡ଼ି ୧୪ଦିନ ପାଇଁ ଘରୋଇ କ୍ୱାରେଣ୍ଟାଇନରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ ସରକାରୀ କର୍ମଚାରୀମାନଙ୍କ ନିମନ୍ତେ ରାଜ୍ୟ ସରକାର ନିୟମକୁ କେତେକ କୋହଳ କରିଛନ୍ତି। ଏହାବ୍ୟତୀତ […]
ଭୁବନେଶ୍ୱର: ସାରା ରାଜ୍ୟରେ ଲକଡାଉନ୍ ଜାରି ହୋଇଥିଲେବି କେତେକ ବ୍ୟକ୍ତିବିଶେଷ ମାନୁନାହାଁନ୍ତି। ଏପରି ହେଲେ କରୋନା ବ୍ୟାପିବାର ଭୟ ସୃଷ୍ଟି ହୋଇଛି। ତେବେ କରୋନା ମୁକାବିଲା ଓ ସଚେତନ କରିବା ନେଇ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ପିଲାଛୁଆ ଓ ବାପାମାଆଙ୍କ ନାଁରେ ଶପଥ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ‘କରୋନା’ ମୁକାବିଲା ପାଇଁ ‘ମୋ ଜୀବନ’ ଯୋଜନା ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଏବେ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବନ୍ଦ ହେଲା ଆହାର କେନ୍ଦ୍ର। ଆସନ୍ତା ମାର୍ଚ୍ଚ ୨୯ ଯାଏଁ ସମସ୍ତ ଆହାର କେନ୍ଦ୍ର ବନ୍ଦ ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ତେବେ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିବ। ରାଜ୍ୟରେ ଥିବା ସମସ୍ତ ସର୍ବସାଧାରଣ ପାର୍କ ମଧ୍ୟ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ସବୁଦୋକାନ […]
ଭୁବନେଶ୍ୱର: ଲକଡାଉନ ସମୟରେ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି ପାଇଁ ପାସ୍ ଜରୁରୀ। ଅତ୍ୟାବଶ୍ୟକ କାମ ପାଇଁ ଯାଉଥିବା ଲୋକ ଜଣାଇଲେ ପୁଲିସ ପାସ୍ ଦେବ। ଅନ୍ୟ ସମସ୍ତ ଅନୁମତିପ୍ରାପ୍ତ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ପାସ୍ ଜରୁରୀ। ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ, ହସ୍ପିଟାଲ, ଗଣମାଧ୍ୟମ ପାଇଁ ପାସ୍ ଲାଗୁ ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି। କରୋନା ପାଇଁ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ କଟକଣା ଜାରି କରିଛନ୍ତି ରାଜ୍ୟ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଅଧୀନ କୋଭିଡ୍-୧୯ ଫଣ୍ଡକୁ ଦାନ କରିଛନ୍ତି।। କେବଳ ସେତିକି ନୁହେଁ, ବିପର୍ଯ୍ୟୟ ସମୟରେ ଅନ୍ୟମାନେ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ପ୍ରତିକ୍ରିୟା ଜରୁରୀ। କୋଭିଡ୍ -୧୯ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ […]
ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକଡାଉନର ଆଜି ଥିଲା ଦ୍ୱିତୀୟ ଦିନ। ୫ ଜିଲ୍ଲା, ୮ ସହର ସମେତ ଜିଲ୍ଲା ସ୍ତରରେ ଆଉ କିଛି ସହରରେ କଡ଼ା କଟକଣା ଲାଗିଥିଲା। ହେଲେ କିଛି ସ୍ଥାନରେ ଢିଲା ମାରିଦେଲେ ଜନତା। ଯାହାର ଅତି ଆବଶ୍ୟକ ସିଏ ବାହାରିଲେ। ବିନା କାରଣରେ ନାନା ଆଳ ଦେଖାଇ କିଛି ଲୋକେ ରାସ୍ତାକୁ ବାହାରିଲେ। ଫଳରେ ରାସ୍ତା ଓ ବଜାର ଯୋଉ ଭିଡ଼କୁ ସେଇ ଭିଡ଼। ଯାହାକୁ ନେଇ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଦିନରାତି ଏକ କରିଦେଇଛନ୍ତି। ସଂକ୍ରମଣ କିପରି ନ ବ୍ୟାପିବ ସେନେଇ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏମାନଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲାଗିବା ନିଷ୍ପତ୍ତି ନିଆଯାଇଛି। ଯେକୌଣସି ବ୍ୟକ୍ତି ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ ତଥା ଗୃହ ପୃଥକୀକରଣରେ ରଖାଯାଉଛି। […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍ ତାଲିକାରେ ସାମିଲ ହୋଇଥିବା ଜିଲ୍ଲାଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ପୂର୍ବରୁ ୫ଟି ଜିଲ୍ଲା ଗଂଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଲାଗି ଲକଡାଉନ୍ ଘୋଷଣା ହୋଇଥିଲା। ଏହି ସମସ୍ତ ୧୪ଟି ଜିଲ୍ଲାରେ ଆସନ୍ତାକାଲି(ମଙ୍ଗଳବାର) ୭ଟାରୁ ୨୯ ମାର୍ଚ୍ଚ […]
ଭୁବନେଶ୍ୱର: ଆଜି ଅପରାହ୍ଣରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅପରାହ୍ଣ ୪ଟାରୁ ଏହି ବର୍ଷା ପବନ ଆରମ୍ଭ ହେବ। ଏନେଇ ଅନେକ ଜିଲ୍ଲାକୁ ସତର୍କ କରାଯାଇଛି। ଅନେକ ଅଞ୍ଚଳରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି। Dangerous Thunderstorm and Lightning alert for Marsaghai, Mahakalpada, Kendrapada, Pattamundai, Aul and Rajkanika blocks of Kendrapada dist; Binjharpur and Dasarathpur […]
ଭୁବନେଶ୍ୱର: କରୋନା ଯୋଗୁଁ ଡାକସେବା ପ୍ରଭାବିତ ହୋଇଛି। ‘କରୋନା’ ପାଇଁ ଘୋଷଣା ହୋଇଥିବା ଲକଡାଉନ୍, ଟ୍ରେନ ଓ ବିମାନ କଟକଣା ଯୋଗୁଁ ଏହା ପ୍ରଭାବିତ ହୋଇଛି। ଆସନ୍ତାକାଲିଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ରାଞ୍ଚ ପୋଷ୍ଟ ଅଫିସ ବନ୍ଦ ରହିବ। ବ୍ରାଞ୍ଚ ଓ ବି, ସି ବର୍ଗର ପୋଷ୍ଟ ଅଫିସ ବନ୍ଦ ରହିବ। ତେବେ ମୁଖ୍ୟ ଅଫିସ ଓ ଅନ୍ୟ ବଡ଼ ବ୍ରାଞ୍ଚ ୫୦ ପ୍ରତିଶତରୁ କମ୍ କର୍ମଚାରୀରେ ଚାଲିବ। ସମସ୍ତ RMC ବନ୍ଦ ରହିବା […]
ଭୁବନେଶ୍ୱର: କରୋନା ଲଢ଼େଇରେ ଜାଗ୍ରତ ଯୋଦ୍ଧା ସାଜିଛି ଓଡ଼ିଶା। ସଫଳ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଅକ୍ଷରେ ଅକ୍ଷରେ ପାଳନ ହୋଇଛି କରୋନା ଭାଇରସକୁ ମାତ ଦେବାର ଅଭିଯାନ। ବାଲେଶ୍ୱରରୁ ବ୍ରହ୍ମପୁର, ରାଉରକେଲାରୁ ରାଜଧାନୀ ସାରା ରାଜ୍ୟରେ ଆଜି ଜନତା କର୍ଫ୍ୟୁକୁ ମିଳିଛି ସ୍ୱତଃ ସମର୍ଥନ। ଜନଶୂନ୍ୟ ଜନଗହଳିପୂର୍ଣ୍ଣ ରାସ୍ତା, ଚାରିଆଡେ ଖାଁ ଖାଁ। ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକ, ଜୟଦେବ ବିହାର ଓଭର ବ୍ରିଜ୍ ଓ ରାମ ମନ୍ଦିର ଛକରେ ଜଣେ ଲୋକଙ୍କୁ ବୁଲିବାର ଦେଖିବାକୁ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳି ବଜାଇବା ସହ ବେଲଣା ପଟା ବାଡ଼େଇ କୋଭିଡ୍-୧୯ ମୁକାବିଲା ପାଇଁ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୋଦ୍ଧାଙ୍କୁ ନିଜ କୃତଜ୍ଞତା ଜଣାଛନ୍ତି। ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀ, ପରିବହନ କର୍ମଚାରୀ, ପୋଲିସ, ମିଡିଆ କର୍ମୀ ଏବଂ ଅନ୍ୟ ସହଯୋଗୀ ବ୍ୟକ୍ତିଙ୍କ ପାଇଁ ସେ ତାଳି ବଜାଇଥିବା ଟ୍ୱିଟ୍ କରିଛନ୍ତି। Deep gratitude to millions of frontline warriors working relentlessly to contain #COVID19. I […]
ଭୁବନେଶ୍ୱର: କରୋନା ଭଳି ଅଚାନକ ବର୍ହିଶତ୍ରୁର ବିପଦକୁ ଏଡ଼ାଇବାକୁ ସାଧାରଣ ଲୋକଙ୍କ ପାଇଁ ଲକ୍ ଡାଉନ୍ ଜରୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବର୍ହିଶତ୍ରୁଙ୍କ ଆଡ଼ୁ ବିପଦ ସମୟରେ ତାଙ୍କର ସେବକମାନେ ତାଙ୍କୁ ବର୍ଷବର୍ଷ ଧରି ଲକ୍ ଡାଉନ ଅବସ୍ଥାରେ ରଖୁଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯିିବା ସହ ସାଧାରଣ ଲୋକମାନେ ଏଥିରୁ ନୀତିଶିକ୍ଷା ଲାଭ କରି ପରସ୍ପରକୁ ସାହାସ ଦେବା ଓ ଶାନ୍ତ୍ୱନା ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୫ଟି ଜିଲ୍ଲା […]
ଭୁବନେଶ୍ୱର: କରୋନାକୁ ମୁକାବିଲା କରିବା ଲାଗି ଯେପରି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବ, ସେନେଇ ତ୍ୱରିତ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର। ୩୬୫ଜଣ ଡାକ୍ତରଙ୍କୁ ଆଜି ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦେଇଛନ୍ତି ସରକାର। ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ ଏହି ଡାକ୍ତରମାନେ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କୁ ମାସକ ମଧ୍ୟରେ ନିଜର ନୂଆ ଚାକିରିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆସିଷ୍ଟାଣ୍ଟ […]