• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

oas
ଓଏଏସ୍‌ ପାଇଲେ ପୁଲିସ୍‌ କନଷ୍ଟେବଳ

ମାଲକାନଗିରି : ପୁଲିସ କନଷ୍ଟେବଳଙ୍କ ସଫଳତା। ଅଙ୍ଗରକ୍ଷୀରୁ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ନିଳାଦ୍ରୀ ବିହାରୀ ଦାଡ଼ିଆ। OPSCରେ ୯୭ ରାଙ୍କ ପାଇ କୃତକାର୍ଯ୍ୟ ହୋଇଛନ୍ତି ନିଳାଦ୍ରୀ। ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ ୨୦୦୨ ମସିହାରେ ସେ କନଷ୍ଟେବଳ ଚାକିରିରେ ଯୋଗଦାନ କରିଥିଲେ। ୨୦୦୩ ମସିହାରେ ମାଓ ଦମନ ଲାଗି ହାଇଦ୍ରାବାଦରେ ଗ୍ରେହଣ୍ଟ ଟ୍ରେନିଂ ସାରି ମାଓବାଦୀ ଦମନ ଲାଗି ନକ୍ସଲ ଅପରେସନ ଆରମ୍ଭ କରାଯାଇଥିଲା। ପରେ ୨୦୦୯ରେ ସ୍ପେଶାଲ ସିକ୍ୟୁରିଟି ଉଇଙ୍ଗରେ ଯୋଗ ଦେବା […]

  • Friday, 16 July 2021
rto
ପୁଲିସ୍‌ ହାତରେ ଧରାପଡ଼ିଲେ ନକଲି ଆର୍‌ଟିଓ ଗ୍ୟାଙ୍ଗ୍‌

ରାଉରକେଲା: ନକଲି ଆରଟିଓ ଗ୍ୟାଙ୍ଗ୍‌ ରାଉରକେଲା ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ସୁନ୍ଦରଗଡ଼ କୋଇଡ଼ା ଥାନା ଅଞ୍ଚଳରେ ନକଲି RTO ସାଜି ଗାଡ଼ି ମାଲିକ ଏବଂ ଡ୍ରାଇଭର ମାନଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗରେ ରାଉରକେଲା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ ଗାଡ଼ି, ନଗଦ ୧୦ ହଜାର ଟଙ୍କା ଓ ଖାକି ପୋଷାକ ଜବତ କରିଛି। ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଫରେଷ୍ଟ ଗାର୍ଡ […]

  • Friday, 16 July 2021
online--1
ଅନ୍‌ଲାଇନ ଡେଲିଭରି ନାଁରେ ଠକେଇ

ବାରିପଦା  : ଅନ୍‌ଲାଇନ ଅର୍ଡର କରୁଥିଲେ ସାବଧାନ। କାରଣ ଆପଣ ମଧ୍ୟ ହୋଇପାରନ୍ତି ଠକେଇର ଶୀକାର। ଏଭଳି ଅନ୍‌ଲାଇନ୍‌ ଡେଲିଭରି ନାଁରେ ଅଭିନବ ଠକେଇର ଶୀକାର ହୋଇଛନ୍ତି ବାରିପଦାର ଜଣେ ଗ୍ରାହକ। କୋରିଅର ପ୍ୟାକେଟ୍‌ରେ ମୋବାଇଲ ବଦଳରେ ଗ୍ରାହକଙ୍କୁ ମିଳିଛି ସାବୁନ। ଅଭିଯୋଗ ଆଧାରରେ କୋରିଅର ସଂସ୍ଥାର ମ୍ୟାନେଜର ଅଭିଶେଖ ବେହେରା ଏବଂ ଡେଲିଭରି ବୟ ପ୍ରକାଶ ଚନ୍ଦ୍ର ନାୟକକୁ ଗିରଫ କରିଛି ପୁଲିସ। ଘଟଣା ଅନୁଯାୟୀ, ବାରିପଦାର ଜଣେ ବ୍ୟକ୍ତି ଅନ୍‌ଲାଇନ ମାଧ୍ୟମରେ ଏକ ଦାମିକିଆ […]

  • Friday, 16 July 2021
gold
ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ। କୁଆଲାଲୁମ୍ପୁରରୁ ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ମିଳିଲା ସୁନା। ଯାତ୍ରୀ ଜଣକ ମଳଦ୍ୱାରରେ ସେଲୋଟେପ୍ ଲଗାଇ ସୁନାକୁ ପାଉଡର କରି ଆଣୁଥିବା ବେଳେ କଷ୍ଟମ ବିଭାଗ ଖବର ପାଇ ମୋଟ ୨୫୪ ଗ୍ରାମ ସୁନା ଜବତ କରିଛି। ଜବତ ସୁନାର ମୂଲ୍ୟ ଆନୁମାନିକ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

  • Friday, 16 July 2021
up
ପାସ୍ ଫେଲ୍‌ର ବ୍ୟବସ୍ଥା ରହିବା ଉଚିତ୍ : ବଦ୍ରିନାରାୟଣ ପାତ୍ର

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାସ୍ ଫେଲ୍‌ର ବ୍ୟବସ୍ଥା ରହିବା ଉଚିତ୍। ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦକ୍ଷତାର ମୂଲ୍ୟାୟନ ହୋଇପାରିବ। ଏହି ଯୁକ୍ତି ବାଢିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଆଜି କଟକରେ ମାଧ୍ୟମିକ ଶିକ୍ଷା ବୋର୍ଡର ୬୩ତମ ପ୍ରତିଷ୍ଠା ଦିବସର ଯୋଗ ଦେଇ ମନ୍ତ୍ରୀ କହିଛନ୍ତି, ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ ହେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହେବା ସହ ବ୍ୟବସ୍ଥାରେ ସୁଧାର ଆସିପାରିବ। ସେହିପରି […]

  • Friday, 16 July 2021
abhisekh manu
'ରାଫେଲ୍ ଡିଲ୍ ହେଉଛି ଦେଶର ସବୁଠୁ ବଡ଼ ଦୁର୍ନୀତି’ : ଅଭିଷେକ ମନୁ ସିଂଘଭି

ଭୁବନେଶ୍ୱର : ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟ କ୍ଲିନ୍‌ଚିଟ୍ ଦେବା ପରେ ବି ଥମିନି ରାଜନୀତି। ଆଜି ରାଫେଲ୍ ଡିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି। ଦେଶର ସବୁଠୁ ବଡ଼ ଦୁର୍ନୀତି ହେଉଛି ରାଫେଲ୍। ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟରେ ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ ବୟାନ, ରାଫେଲ୍ ଯୁଦ୍ଧ ବିମାନ ମହଙ୍ଗାରେ କିଣା ହେଲା କାହିଁକି, ହାଲ୍‌କୁ ଡିଲ୍‌ରୁ କାହିଁକି ଅଲଗା […]

  • Friday, 16 July 2021
dadan-up
ପଶ୍ଚିମ ଓଡ଼ିଶାରେ ବଢ଼ି ଚାଲିଛି ଦାଦନ ନିର୍ଯାତନା

ବଲାଙ୍ଗିର : ଦାଦନ ସମସ୍ୟାର ନିରାକରଣ ଉଦ୍ଦେଶ୍ୟରେ ବର୍ଷକ ତଳେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିଲେ ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ପରେ ଆଶା କରାଯାଉଥିଲା ବଦଳିଯିବ ସବୁକିଛି। କିନ୍ତୁ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ବନ୍ଦେଇପଦର ଗାଁରେ କାମ ଧନ୍ଦା ଅଭାବରୁ ହାତବନ୍ଧି ବସିଛନ୍ତି ସ୍ଥାନୀୟ ଶ୍ରମିକ। ଗାଁର ଅନେକ ପରିବାର ଦାଦନ ଖଟିବାକୁ ଯାଇଥିବାରୁ ଘରେ ତାଟିକବାଟ ପଡିଛି। ବଳକା ଯେଉଁମାନେ ଅଛନ୍ତି, ଚାଷବେଉଷା ଉଜୁଡ଼ି ଯିବା ପରେ ଦାଦନ ସର୍ଦ୍ଦାରର ଅପେକ୍ଷାରେ ଅଛନ୍ତି। ପଡ଼ିଆ […]

  • Friday, 16 July 2021
j
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

କଟକ : ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ୍ ପଟ୍ଟନାୟକ ଝାଡ଼ଖଣ୍ଡ ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ଆସିଛନ୍ତି। ତାଙ୍କ ଶପଥ ପରେ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।  

  • Friday, 16 July 2021
oas
ଓଏଏସ୍ ପରୀକ୍ଷାରେ ପାନ ଚାଷୀଙ୍କ ପୁଅଙ୍କ ସଫଳତା

ପୁରୀ  : ଓଏଏସ୍ ପରୀକ୍ଷାରେ ପାନ ଚାଷୀଙ୍କ ପୁଅଙ୍କ ସଫଳତା। ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ ସମିଆଁ ଗାଁର ଶେଖ୍ ଜହରଙ୍କ ପୁଅ କୃତିତ୍ୱ ହାସଲ କରିଛନ୍ତି।   ଶେଖ୍ ଜହରଙ୍କ ପୁଅ ଶେଖ୍ ସଗିର୍ ୧୦ ନମ୍ବର ସ୍ଥାନରେ ରହି ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶେକ୍ ଜହର ପେସାରେ ଜଣେ ପାନ ଚାଷୀ। ସେ ପାନ ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ସ୍ୱଳ୍ପ ସମ୍ବଳ ସତ୍ତ୍ୱେ ତାଙ୍କ ପୁଅର ପାଠ ପଢାରେ କୌଣସି […]

  • Friday, 16 July 2021
mandi-up
ଖୋଲୁନି ମଣ୍ଡି, ତା'ଉପରେ କଟ୍‌ନୀଛଟ୍‌ନୀ ମାଡ଼

ଭୁବନେଶ୍ୱର : ଓଡ଼ିଶା ଚାଷୀଙ୍କ ଧାନ ଉପରେ ପଡ଼ୋଶୀ ରାଜ୍ୟର ବେପାରୀଙ୍କ ଆଖି। ଠିକ୍ ସମୟରେ ମଣ୍ଡି ନଖୋଲିବା, ଖୋଲିଥିବା ମଣ୍ଡିରେ ଶୋଷଣ ଏବଂ ଧାନର ଅଣ୍ଡର ରେଟ୍ ଭଳି ସମସ୍ୟାରେ ଧନ୍ଦି ହେଉଥିବା ଓଡ଼ିଶାର ଚାଷୀ ଏବେ ପଡ଼ୋଶୀ ରାଜ୍ୟର ମଣ୍ଡି ପ୍ରତି ଆକୃଷ୍ଟ ହେଉଛନ୍ତି। ଛତିଶଗଡ଼ ସରକାର ନିକଟରେ ଧାନ କୁଇଣ୍ଟାଲ ପିଛା ୨୫ଶହ ଟଙ୍କାକୁ ବଢ଼ାଇଥିବାବେଳେ ପଶ୍ଚିମବଙ୍ଗରେ ବି ରେଟ୍ ୧୭୫୦ଟଙ୍କା ରହିଛି। ତେଣୁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଚାଷୀମାନେ ଏବେ ପଡ଼ୋଶୀ ରାଜ୍ୟର […]

  • Friday, 16 July 2021
cm
‘ପିଠା’ ପରେ ‘କାଳିଆ’ ; କୃଷି ଋଣ ଛାଡ଼ ଚର୍ଚ୍ଚା ଭିତରେ ଚାଷୀଙ୍କୁ ନିର୍ବାଚନୀ ଥୋପ

ଭୁବନେଶ୍ୱର : ‘ପିଠା’ ପରେ ‘କାଳିଆ’। ରାଜ୍ୟର ଚାଷ ଓ ଚାଷୀଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ନୂଆ ଯୋଜନା- କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍‌ଲିହୁଡ୍ ଆଣ୍ଡ ଇନ୍‌କମ୍ ଅଗ୍‌ମେଣ୍ଟେସନ୍ (କାଳିଆ)। ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନୂଆ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ‘କାଳିଆ’ ଯୋଜନାରେ ରାଜ୍ୟ ଚାଷ କ୍ଷେତ୍ର, ଚାଷୀ ଓ ଭୂମିହୀନ ଶ୍ରମିକଙ୍କ ଲାଗି ଭିନ୍ନ ଭିନ୍ନ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଚାଷୀ, ଭାଗ ଚାଷୀ, କ୍ଷୁଦ୍ର ଏବଂ ନାମମାତ୍ର […]

  • Friday, 16 July 2021
p1
ବହୁଚର୍ଚ୍ଚିତ ଦିନାଡ଼ିଆରେ ୪ଜଣଙ୍କୁ ହତ୍ୟା ଘଟଣାରେ ଆଜି ମିଳିବ ଦଣ୍ଡ

ପୁରୀ: ବହୁଚର୍ଚ୍ଚିତ ଅସ୍ତରଙ୍ଗ ଥାନା ଦିନାଡ଼ିଆରେ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ଆଜି ଦୋଷୀଙ୍କୁ ଦଣ୍ଡ ମିଳିବ। ନିମାପଡ଼ାର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଗତ ୬ ତାରିଖରେ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୫ ସେପ୍ଟେମ୍ବର ୨୧ ତାରିଖରେ ଦିନାଡ଼ିଆର ଅବସରପ୍ରାପ୍ତ ଡିଆଇ ଦିନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ  ନିର୍ମଳା, ୧୨ ବର୍ଷର ଝିଅ ଶାଶ୍ୱତୀ ଏବଂ ୪ ବର୍ଷର ଝିଅ ପ୍ରଣତୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ […]

  • Friday, 16 July 2021
lopa
ଓଏଏସ୍ ପରୀକ୍ଷାରେ ଲୋପାମୁଦ୍ରା ସାମଲଙ୍କ ସଫଳତା

ଦେବଗଡ଼ : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍ ୨୦୧୬-୧୭ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଦେବଗଡ଼ର ଲୋପାମୁଦ୍ରା ସାମଲ। ସେ ପ୍ରଥମ ଥରରେ ଏହି ସଫଳତା ହାସଲ କରିଛନ୍ତି। ଲୋପାମୁଦ୍ରା ଓଏଏସ୍ ୨୦୧୬-୧୭ ପରୀକ୍ଷାରେ ୩୨ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ସଫଳତା ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଲୋପାମୁଦ୍ରା।ବାପା ଭବାନୀ ଶଙ୍କର ସାମଲ ଓ ମାଆ ଶକୁନ୍ତଳା ପ୍ରଧାନଙ୍କୁ ସେ ଏହି ସଫଳତାର ଶ୍ରେୟ ଦେଇଛନ୍ତି। ଲୋପାମୁଦ୍ରା ଦିଲ୍ଲୀରେ ରହି ସିଭିଲ ସର୍ଭିସ […]

  • Friday, 16 July 2021
bird flu
ଥମିବାର ନାଁ ନେଉନି ବାର୍ଡଫ୍ଲୁ

ପୁରୀ : ଥମିବାର ନାଁ ନେଉନି ବାର୍ଡଫ୍ଲୁ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବ୍ୟାପିଥିବା ବାର୍ଡଫ୍ଲୁ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅଷ୍ଟମ ଦିନରେ ବି ଜାରି ରହିଛି କୁକୁଡା ମରା ଅଭିଯାନ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଆଉ ଏକ ୧୦ ଜଣିଆ ଟିମ୍‌ ପହଞ୍ଚି ବଡସାହି,ସାନସାହି ଓ ବାଉରୀପଲ୍ଲିରେ କୁକୁଡାମରା ଅଭିଯାନ ଜାରି ରଖିଛନ୍ତି। ସେପଟେ ତିନିଦିନ ତଳେ ନବା ଓ ନନ୍ଦଳା ଗ୍ରାମର ଦୁଇଟି ଫାର୍ମରୁ କୁକୁଡା ମରୁଥିବା ଯୋଗୁଁ ନମୁନା […]

  • Friday, 16 July 2021
niranjan
କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଦୋହରାଇଲେ ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର : କୃଷି ଋଣ ଛାଡ଼ ଓ ଯୁବକଙ୍କୁ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବର୍ଷକୁ ଲକ୍ଷେ ଯୁବକଙ୍କୁ ଚାକିରୀ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସାଢ଼େ ୪ ବର୍ଷ ପରେ ବି ଏନେଇ ସାମାନ୍ୟ ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସ୍ୱପ୍ନ ଦେଖାଇଥିଲେ। ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ। ଏହାଛଡ଼ା […]

  • Friday, 16 July 2021
ayush
‘ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ହସ୍ପିଟାଲ ନିର୍ମାଣ ହୋଇପାରୁନି’ : କେନ୍ଦ୍ର ଆୟୁଷ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟରେ ଆୟୂଷ ହସ୍‌ପିଟାଲ ପ୍ରତିଷ୍ଠା ହୋଇ ପାରୁନାହିଁ ବୋଲି କହିଛନ୍ତି କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରୀପଦ ନାୟକ।  ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନାୟକ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପ୍ରତିଷ୍ଠା କାର୍ଯ୍ୟ ବିଳମ୍ବ ହେଉଛି। ବ୍ରହ୍ମପୁର ଓ ଢେଙ୍କାନାଳରେ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଖର୍ଚ୍ଚର ରିପୋର୍ଟ ଏଯାଏ ରାଜ୍ୟ […]

  • Friday, 16 July 2021
fir
ବ୍ୟାଙ୍କ୍‌ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼

ବଲାଙ୍ଗିର  :  ବ୍ୟାଙ୍କ୍‌ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଗୁଳି କରାଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ ଭିତରେ ଦୁର୍ବୃତ୍ତ ଗୁଳି କରିଥିବା ସୂଚନା ମିଳିଛି। ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି। ଗୁରୁତର ମ୍ୟାନେଜରଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି କିଛି ସ୍ପଷ୍ଟ ହୋଇନି। ଟିଟିଲାଗଡର ମୁଖ୍ୟରାସ୍ତାରେ ଚେକିଂକୁ […]

  • Friday, 16 July 2021
acidd
ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼

ରାଉରକେଲା : ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼। ପୀଡ଼ିତା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ। ଅଭିଯୋଗ ଅନୁସାରେ, ଏହି ଅଂଚଳର ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିଲା। ଏହାକୁ ତାଙ୍କ ପତ୍ନୀ ବିରୋଧ କରି ଆସୁଥିଲେ। ଆଜି ସଂପୃକ୍ତ ବ୍ୟକ୍ତି ଜଣକ ପ୍ରେମିକାଙ୍କ ସହ ଷ୍ଟେସନ ନିକଟରେ ଛିଡା ହୋଇଥିବାବେଳେ ରାଗରେ ତାଙ୍କ ପତ୍ନୀ ପ୍ରେମିକାଙ୍କ ଉପରକୁ ଏସିଡ୍ […]

  • Friday, 16 July 2021
d1
ଥମୁନି ଦାଦନ ଦୁଃଖ; ଦାଦନ ଖଟିବାକୁ ଯାଇ କିଏ ନିର୍ଯାତିତ ହେଉଛନ୍ତି ଆଉ କାହାର ଯାଉଛି ଜୀବନ

ସୁବର୍ଣ୍ଣପୁର: ଥମୁନି ଦାଦନ ଦୁଃଖ। ରୋଜଗାର କରିବା ଆଶାରେ ବାହାର ରାଜ୍ୟକୁ ଯାଇ କିଏ ନିର୍ଯାତନାର ଶିକାର ହେଉଛି ତ ଆଉ କାହାର ଜୀବନ ଯାଉଛି। ଅନେକ ସମୟରେ ବାହାର ରାଜ୍ୟରେ ଦାଦନ ନିର୍ଯାତିତ ହେଉଥିବାର ଖବର ମଧ୍ୟ ଆସୁଛି। କିନ୍ତୁ ପ୍ରଶାସନର ଏଥିପ୍ରତି ନିଘା ନାହିଁ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ହଲକାପାଲିପଡ଼ାର ମାୟାଧର ବରିହା ନାମକ ଜଣେ ବ୍ୟକ୍ତି ଅଧିକ ରୋଜଗାର ଆଶାରେ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରୁ ସେ ଆଉ ଜୀବିତ […]

  • Friday, 16 July 2021
m1
୧୨୯ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଗଜପତି: ଗଜପତିର ଚନ୍ଦ୍ରଗିରି ସ୍ଥିତ ଜିରାଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୭ କୋଟି ଟଙ୍କାର ୧୨୯ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେ ୧୪ କୋଟି ଟଙ୍କା ବ୍ୟୟରେ ୯୮ ଗୋଟି ପ୍ରକଳ୍ପର ଶିଳ୍ୟାନାସ କରିଛନ୍ତି। ଜିରାଙ୍ଗରେ ଆୟୋଜିତ ସମାବେଶରେ ନବୀନ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଜପତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

  • Friday, 16 July 2021
p1
ମେଡିକାଲ୍ ଠିକା କର୍ମଚାରୀ ସଂଘର ଆନ୍ଦୋଳନ ଡାକରା

ପୁରୀ: ୯ ଦଫା ଦାବିରେ ପୁରୀ ଜିଲ୍ଲା ମେଡିକାଲ୍‌ ଠିକା କର୍ମଚାରୀ ସଙ୍ଘ କର୍ମଚାରୀମାନେ କଳାବ୍ୟାଚ୍‌ ପରିଧାନ କରି ଆନ୍ଦୋଳନ ଡାକରା ଦେଇଛନ୍ତି। ଜିଲ୍ଲା ସଦର ଚିକିତ୍ସାଳୟ ସମ୍ମୁଖରେ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ଏଥିସହିତ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଦୀର୍ଘ ୧୦ମାସ ହେଲା ଦରମା ମିଳୁନଥିବାରୁ ପରିବାର ପ୍ରତିପୋଷଣ କରିବା ମୁସ୍କିଲ୍‌ ହୋଇପଡ଼ିଥିବା ଚିକିତ୍ସାକାରୀଙ୍କୁ ଗୁହାରି କରିଛନ୍ତି ସଙ୍ଘର କର୍ମକର୍ତ୍ତା। ଦାବି ପୂରଣ ନ ହେଲେ ଆଗାମୀ ୨୩ତାରିଖଠାରୁ କାର୍ଯ୍ୟବନ୍ଦ […]

  • Friday, 16 July 2021
farmer
ଋଣ ଭାର ସହି ନପାରି କୀଟନାଶକ ପିଇଲେ ଚାଷୀ

ଗଞ୍ଜାମ : ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଫସଲ କ୍ଷତି ସାଙ୍ଗକୁ ଋଣ ଭାର ଚିନ୍ତାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଟଙ୍କାଛାଇ ଗାଁର ଚାଷୀ ସନ୍ୟାସୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ତିତ୍‌ଲି ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟାରେ ସନ୍ୟାସୀଙ୍କ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଥିଲା। ତା ସାଙ୍ଗକୁ ଋଣ ଭାର […]

  • Friday, 16 July 2021
ଏଆଂ
ଭଡ଼ା ଘରେ ଚାଲିଥିବା ସେକ୍ସ ରାକେଟ୍‌

ବ୍ରହ୍ମପୁର : ବ୍ରହ୍ମପୁର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ସେକ୍ସ ରାକେଟ ଠାବ। ଏକ ଭଡ଼ା ଘରେ ଏହି ରାକେଟ ଚାଲିଥିବାବେଳେ, ପୁଲିସ ଅଚାନକ ଚଢାଉ କରି ଜଣେ ଯୁବତୀ ଓ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ଜଣେ ପୁରୀ ଅଂଚଳର। ତେବେ ଘଟଣା ସ୍ଥଳରୁ ସେକ୍ସ ରାକେଟର କିଙ୍ଗ୍‌ପିନ୍ ଫେରାର ହୋଇଯାଇଛି।  

  • Friday, 16 July 2021
birdflue
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର। ଆଠଟି ଟିମ୍ ଗଠନ କରାଯାଇ କୁକୁଡ଼ା ମରା ଚାଲିଛି। ମାଲୁଦ ଓ ପଥର ଘାଟିର ଦୁଇଟି ଫାର୍ମରୁ ୪ ଶହ କୁକୁଡ଼ା ଆଗରୁ ମରାଯାଇଛି। ବିଶୋଧକ ଦ୍ୱାରା ସେହି ଫାର୍ମଗୁଡ଼ିକର ଶୋଧନ କରାଯାଇଛି। ୧୫ ତାରିଖରୁ ଘରେ ଥିବା କୁକୁଡ଼ାଙ୍କୁ ମରାଯାଉଛି। ମାଲୁଦ, ବୁଡ଼ ସାହି, ସାନ ସାହି, ବୁଧିବର, ନୂଆ ସାହି ଆଦି ଗାଁରେ ଘରକୁ ଘର ଯାଇ କୁକୁଡ଼ା ମରାଯାଉଛି। […]

  • Friday, 16 July 2021
minor
୨ ନାବାଳକଙ୍କ ସଲିଳ ସମାଧି

ବାଲେଶ୍ୱର : ୨ ଜଣ ନାବାଳକଙ୍କ ସଲିଳ ସମାଧି। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଭୋଗରାଇ ବ୍ଲକ୍‌ ନାରୟଣପୁର ଗାଁରେ। ଗାଁ ପୋଖରୀରେ ବୁଡ଼ି ୨ ଜଣ ନାବାଳକ ମୃତ୍ୟୁ ହୋଇଛି। ପୋଖରୀ ନିକଟରେ ଖେଳୁଥିବା ବେଳେ ୨ଜଣ ସଂପର୍କୀୟ ଭାଇ ପୋଖରୀରେ ବୁଡିଯାଇଥିଲେ। ଆଜି ଅପରାହ୍ନରେ ଗାଁର ରାଜକୁମାର ସାହୁଙ୍କ ୩ ବର୍ଷ ପୁଅ ଓ ରଞ୍ଜନ କୁମାର ସାହୁଙ୍କ ୪ ବର୍ଷର ପୁଅ ଖେଳୁଥିବା ବେଳେ ଅଜାଣତରେ ପୋଖରୀରେ ବୁଡିଯାଇଥିଲେ। […]

  • Friday, 16 July 2021