Advertisment

ଆଜି ରେଜଲ୍ଟ ଡେ': ହରିୟାଣା ଓ ଜାମ୍ମୁ-କାଶ୍ମୀରରେ କିଏ ଗଢ଼ିବେ ସରକାର ?

ଆଜି ଆସିବ ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ । ଦୁଇ ରାଜ୍ୟରେ କିଏ ଗଢିବ ସରକାର ? ହରିୟାଣାରେ ହାଟ୍ରିକ୍ ମାରିବ ବିଜେପିର ନା କମ୍ ବ୍ୟାକ୍ କରିବ କଂଗ୍ରେସ ?

author-image
Sonali Ojha
ଅଦ୍ୟତନ ହୋଇଛି
Jammu and Kashmir Election Results 2024

Results today

ଆଜି ଆସିବ ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ । ଦୁଇ ରାଜ୍ୟରେ କିଏ ଗଢିବ ସରକାର । ହରିୟାଣାରେ ହାଟ୍ରିକ୍ ମାରିବ ବିଜେପିର ନା କମ୍ ବ୍ୟାକ୍ କରିବ କଂଗ୍ରେସ। ଜାମ୍ମୁ କାଶ୍ମୀରବାସୀଙ୍କ ଜନାଦେଶର କଣ ରହିବ ଫଳାଫଳ। ନିର୍ବାଚନର ଫଳାଫଳ ଉପରେ ରହିଛି ସାରା ଦେଶର ନଜର।

Advertisment

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍‌ ଗଣତି ହେବ। ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା । କାରଣ ଏହି ନିର୍ବାଚନ ଉଭୟ ଜମ୍ମୁ-କଶ୍ମୀର ଏବଂ ହରିୟାଣା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜମ୍ମୁ-କଶ୍ମୀରରେ ଗୋଟିଏ ଦଶନ୍ଧି ପରେ ଭୋଟ୍‌ ହୋଇଛି ଏବଂ ହରିୟାଣାରେ ମଧ୍ୟ ୧୦ ବର୍ଷ ପରେ କ୍ଷମତା‌ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ: ହରିୟାଣାରେ ବଦଳିଲା ଗଣିତ; ହାଟ୍ରିକ୍ ମାରିବ ବିଜେପି ନା କମ୍ ବ୍ୟାକ୍ କରିବ କଂଗ୍ରେସ ? ଜାଣନ୍ତୁ...

Advertisment

ଗତ ଲୋକସଭା ନିର୍ବାଚନ ପରେ ଏହା ଦେଶର ପ୍ରଥମ ବିଧାନସଭା ଫାଇଟ୍। ସେ ଦୃଷ୍ଟିରୁ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାଜନୈତି ଦଳଙ୍କ ଗୁରୁତ୍ବ ବଢ଼ିଛି। ତେବେ ବୁଥ୍ ବାହୁଡା ଜନମତ ସର୍ଭେରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଉଭୟ ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିବା ସହ ବିଜେପି ପଛରେ ରହିବା ନେଇ ଏକାଧିକ ସଂସ୍ଥା ପୂର୍ବାକଳନ କରିଛନ୍ତି । ଆଜି ସକାଳ ୮ ଟାରୁ ଆରମ୍ଭ ହେଉଥିବା ଭୋଟ୍ ଗଣତି ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ଉଲ୍ଲେଖ‌ଯୋଗ୍ୟ ଯେ ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି।

Haryana Jammu Kashmir Vote Counting
Advertisment
Advertisment