• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Pradeep panigrahi
ଜେଲରେ ଆଇନଜୀବୀଙ୍କୁ ଭେଟିପାରିବେ ପ୍ରଦୀପ ପାଣିଗ୍ରାହୀ

ଜେଲରେ ଓକିଲଙ୍କୁ ଭେଟିପାରିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କର ଆଲୋଚନା ହୋଇପାରିବ।

  • Wednesday, 14 July 2021
HighCourt
ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବା ଲାଗି ଦେଲେ ନିର୍ଦ୍ଦେଶ।

Pradeep
ଜେଲରୁ ମୁକୁଳି ପାରିବେ ନାହିଁ ପ୍ରଦୀପ ସେଠୀ

ଜେଲରୁ ଏବେ ବାହାରି ପାରିବେନି ଚିଟଫଣ୍ଡ ଦୁର୍ନୀତିର ଦୋଷୀ ସାବ୍ୟସ୍ତ ପ୍ରଦୀପ ସେଠୀ। ୭ବର୍ଷ ଜେଲରେ କଟାଇଥିବାରୁ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରି ପ୍ରଦୀପ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି।

  • Wednesday, 14 July 2021
pari
ଆଜି ସନ୍ଧ୍ୟାରେ ପକ୍ସୋ କୋର୍ଟରେ ହାଜର ହେବ ସରୋଜ ସେଠୀ

ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ।

  • Wednesday, 14 July 2021
bjp
ପରୀ ପାଇଁ ବିଜେପି ପଦଯାତ୍ରାର ଆଜି ଅନ୍ତିମ ଦିନ

ନୟାଗଡ଼ ପରୀ ପାଇଁ ବିଜେପିର ପଦଯାତ୍ରାର ଆଜି ଅନ୍ତିମ ପର୍ଯ୍ୟାୟ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଇଟାମାଟିରେ ପହଞ୍ଚିଛି। ଆଜି ଇଟାମାଟିରୁ ବିଜେପି ନେତା ଓ କର୍ମୀ ଯଦୁପୁର ଯିବେ। ଯଦୁପୁର ସିଦ୍ଧେଶ୍ୱର ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯିବ।

  • Wednesday, 14 July 2021
naxal
ଘରୁ ଡାକିନେଲେ, ହତ୍ୟା କଲେ

ନକ୍ସଲଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି ନକ୍ସଲ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ପେଦାବାଇଲୁ ଚିନ୍ତାଗୁରୁ ଗାଁର ସତୀଶ ବାବୁଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଛନ୍ତି।

  • Wednesday, 14 July 2021
vigilance
ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ବ୍ରହ୍ମପୁର, ଧରାକୋଟ, ପୁରୀ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଚଳାଇଛି। ସେପଟେ ଉଦ୍ଧବଙ୍କ ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ବି ଭିଜିଲାନ୍ସ ଖୋଳତାଡ଼ କରୁଛି।

  • Wednesday, 14 July 2021
Road Problem
ରାସ୍ତା ଅବସ୍ଥା ଏମିତି ଯେ, ରୁଟ ବଦଳାଇ ଦେଲେଣି ଯାତ୍ରୀବାହୀ ବସ

ସମ୍ବଲପୁର-କଟକ ୫୫ ନଂ ଜାତୀୟ ରାଜପଥ ପାଲଟିଛି ଯାତ୍ରୀଙ୍କ ପାଇଁ ମରଣଯନ୍ତା। ରାସ୍ତାରେ ୪ ଲେନ୍ ବିଶିଷ୍ଟ ରାସ୍ତା କାମ ଚାଲୁଥିବା ବେଳେ ପୁରୁଣା ରାସ୍ତାକୁ ମରାମତି କରୁନି ଠିକା ସଂସ୍ଥା। ସେପଟେ ପୁରୁଣା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଦୁର୍ଘଟଣା ବଢୁଥିବା ଅଭିଯୋଗ ମଧ୍ୟ ହୋଇଛି।

  • Wednesday, 14 July 2021
Waterfall
ମନମୋହୁଛି ପର୍ଯ୍ୟଟନସ୍ଥଳୀ କିନ୍ତୁ ଯିବାକୁ ନାହିଁ ରାସ୍ତା...

ପର୍ଯ୍ୟଟନସ୍ଥଳୀର ବିକାଶ ସହ ଏହାର ରକ୍ଷଣାବେକ୍ଷଣା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା। ଏନେଇ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି।  ହେଲେ ଆଜି ବି ଏମିତି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ରହିଛି ଯେଉଁଠି ସରକାରୀ ଯୋଜନା କୌଣସି କାମକୁ ଆସୁନି।

  • Wednesday, 14 July 2021
puri
ଆଜି ବି ଜଗା ଦର୍ଶନ କରିବେ ସେବାୟତ ପରିବାରର ସଦସ୍ୟ

ଗତକାଲି ଭଳି ଆଜି ମଧ୍ୟ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ। କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଛି ସ୍ୱତନ୍ତ୍ର ଏସ୍ଓପି  ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଛି।

  • Wednesday, 14 July 2021
winter
ଶୀତରେ ଥରୁଛି ସାରା ଓଡିଶା...

ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ। ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ସକାଳ ୯ଟା ନବାଜିଲେ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି। ଯଦି ବି ମିଳୁଛି ତେବେ କୋହଲା ପାଗ ଲାଗି ରହୁଛି। ସଂଧ୍ୟା ବେଳେ ଶୀତର ପରିମାଣ ଅଧିକ ଅନୁଭୂତ ହେଉଛି।

  • Wednesday, 14 July 2021
nuapada
ସରକାରୀ ସହାୟତାକୁ ବି ଚଳୁ କରିଦେଲେ

ଡ୍ୟାମ୍ ପାଇଁ ଲୋକେ ନିଜ ଜମିବାଡି ସବୁ ଦେଇଦେଲେ। ସରକାର ସହାୟତା ଅର୍ଥ ବି ମଂଜୁର କଲେ। ହେଲେ ସରକାର ଓ ବିସ୍ଥାପିତଙ୍କ ମଝିରେ ଟଙ୍କା ଖାଇଗଲେ ଦଲାଲ। ଏବେ ବି ପ୍ରକୃତ ବିସ୍ଥାପିତ ସହାୟତା ଅପେକ୍ଷାରେ ଥିବା ବେଳେ ମାଲାମାଲ ଦଲାଲ ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ବୁଡି ଅଂଚଳ ପେଣ୍ଡରାବନ ଗାଁ ଲୋକେ।

  • Wednesday, 14 July 2021
accident
ଦୁର୍ଘଟଣାରେ ୪ ମୃତ, ଜାଣନ୍ତୁ କେଉଁଠି ଘଟିଛି ଏମିତି ଘଟଣା

ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ଦୁର୍ଘଟଣା। ୧୪୩ ନମ୍ବର ଜାତୀୟ ରାଜପଥ ଚୁଟିଆଟୋଲା ଗାଁ ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଛି ଟ୍ରକ୍। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଇକରେ ଦୁଇ ଜଣ ବ୍ୟକ୍ତି ରାଉରକେଲା ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

  • Wednesday, 14 July 2021
corona-vaccine
ଭ୍ୟାକ୍ସିନ ବଣ୍ଟନ ଲାଗି କେତେ ପ୍ରସ୍ତୁତ ରାଜ୍ୟ ସରକାର?

ଭ୍ୟାକସିନ୍ ଆସିଲେ ବଣ୍ଟନ କିପରି ହେବ ? ଭ୍ୟାକସିନ୍ ରଖିବା ପାଇଁ କଣ ହୋଇଛି ବନ୍ଦୋବସ୍ତ? କେତେ ସଂଖ୍ୟାରେ ଏବଂ କାହାକୁ ମିଳିବ? ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ନେଇ କେନ୍ଦ୍ର ଗାଇଡ୍ଲାଇନ ଅନୁସାରେ ପ୍ରକ୍ରିୟା କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

  • Wednesday, 14 July 2021
farmer
ଚାଷୀଙ୍କୁ ସଚେତନ କରିବାକୁ ବିଜେପିର ପ୍ରୟାସ

ନୂଆ କୃଷି ଆଇନ ସଂପର୍କରେ ଚାଷୀଙ୍କୁ ସଚେତନ କରିବାକୁ ବିଜେପିର ପ୍ରୟାସ। ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ପାଇଁ କଟକ ଜିଲ୍ଲା ଆଠଗଡ଼ ମିନି ଷ୍ଟାଡିୟମରେ ବିଜେପି ପକ୍ଷରୁ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି

  • Wednesday, 14 July 2021
Pari
'ପରୀକୁ ତଣ୍ଟି ଚିପି ହତ୍ୟା ବେଳେ ନାକରୁ ବାହାରିଥିଲା ରକ୍ତ'

ଥମିବାରେ ନା ନେଉନାହିଁ ପରୀ ହତ୍ୟା ଘଟଣାର ଖିଅ। ଗୋଟିଏ ପରେ ଗୋଟିଏ ପ୍ରମାଣ ପାଉଛି ଏସଆଇଟି। ତେବେ ବର୍ତ୍ତମାନ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ପରୀ ନାକରୁ ରକ୍ତ ବାହାରିଥିବା ନେଇ ସୂଚନା ମିଳିଛି।

  • Wednesday, 14 July 2021
soroj mother
'ପୁଅ ଦୋଷୀ କି ନାହିଁ ମୁଁ କେମିତି କହିବି'?

ପରୀ ମୃତ୍ୟୁ ମାମଲାରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଖବର ଆସୁଛି। ତେବେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସେହି ଗାଁର ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

Bhubaneswar-Airport-718x430
ଭୁବନେଶ୍ୱର ଏୟାରପୋର୍ଟରେ ଜାରି ହେଲା ନୂଆ SOP

ଭୁବନେଶ୍ୱର ଏୟାରପୋର୍ଟରେ ଜାରି ହେଲା ନୂଆ SOP। ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ SOP ଜାରି ହୋଇଛି। ଲକ୍ଷଣ ଥିବା ୫୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ବିଦେଶ ଫେରନ୍ତା ଯାତ୍ରୀଙ୍କ ସୂଚନା ଦେବାକୁ ଏୟାରପୋର୍ଟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

  • Wednesday, 14 July 2021
puri mandira
ଶ୍ରୀମନ୍ଦିର ଯିବା ପୂର୍ବରୁ କି ନିୟମ ଜାରି କଲା ମନ୍ଦିର ପ୍ରଶାସନ? ଜାଣନ୍ତୁ...

ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି କରାଗଲା ଏସ୍ଓପି। ନିୟମ ଅନୁସାରେ, ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ମଧ୍ୟ ମନାକରାଯାଇଛି।

arun sahoo
ନାବାଳିକା ଦୁଷ୍କର୍ମ ମାମଲାରେ ଏମିତି କହିଲେ ମନ୍ତ୍ରୀ ଅରୁଣ ସାହୁ

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ପ୍ରତିକ୍ରିୟା ଦେଲେ ମନ୍ତ୍ରୀ ଅରୁଣ ସାହୁ। କହିଲେ, ସତ୍ୟ ଉନ୍ମୋଚନ ହେଉ, ପୀଡ଼ିତା ନ୍ୟାୟ ପାଉ । ଭଗବାନ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି, ପୀଡ଼ିତା ଅତିଶୀଘ୍ର ନ୍ୟାୟ ପାଉ। ତେବେ ନାବାଳିକା ଘଟଣାରେ ଦୋଷୀକୁ ଧରିବାକୁ ରାଜ୍ୟ ସରକାର ଏସଆଇଟିକୁ ଦାୟିତ୍ୱ ଦେଇଥିଲେ।

  • Wednesday, 14 July 2021
odisha-hight-court
ନାବାଳିକା ଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ମିସକେସ୍ ଦାୟର

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍‌କେସ୍‌ ଦାୟର କଲା ଭାରତୀୟ ବିକାଶ ପରିଷଦ। ଏଥିସହ ମାମଲାର ସିବିଆଇ ତଦନ୍ତ ଦାବି ଦୋହରାଇଲା। SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି ସହ ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରିଛି ପରିଷଦ।

  • Wednesday, 14 July 2021
arun-bothara
ଯଦୁପୁରରେ ପହଞ୍ଚି ଓଡ୍ରାଫ୍ ଟିମ ସହ ଆଲୋଚନା କରୁଛନ୍ତି ଅରୁଣ ବୋଥ୍ରା

ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍‌ସ ବାହାରିବା ପରେ ଯଦୁପୁରରେ ପହଞ୍ଚିଛନ୍ତି SIT ମୁଖ୍ୟ। ସେଠାରେ ପହଞ୍ଚିବା ପରେ ଓଡ୍ରାଫ୍ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ବୋଥ୍ରା। 

  • Wednesday, 14 July 2021
pari murder case
ସରକାରଙ୍କ ତଣ୍ଟିର କଣ୍ଟା କାଢିବାକୁ ଯାଇ ସରୋଜର ମୁଣ୍ଡ ଗଡାଇଲା କି SIT?

ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ସରୋଜ ସେଠୀର ଭଉଣୀଙ୍କ ବି ନିଜ ଭାଇକୁ ନିର୍ଦ୍ଦୋଷ ବୋଲି ବାରମ୍ବାର କହୁଛନ୍ତି। ମାଆ ବି କହୁଛନ୍ତି ପୁଅ ନିର୍ଦ୍ଦୋଷ। ସରୋଜ ସେଠୀର ଗିରଫଦାରୀ ପରଠୁ ଗୋଟିଏ କଥା ହିଁ କହିଆସୁଛନ୍ତି ଉଭୟେ।

pari murder case
ଯୌନ କ୍ଷୁଧାକୁ ମେଣ୍ଟାଇବାକୁ ଯାଇ ନାବାଳିକାକୁ ହତ୍ୟା କରିଥିଲା ଅଭିଯୁକ୍ତ?

ବର୍ବର, ଜଘନ୍ୟ, ବୀଭତ୍ସ ଓ ବିରଳ। ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ସାଙ୍ଘାତିକ ତଥ୍ୟ ପଦାକୁ ଆଣିଛି ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ, SIT। ପ୍ରେସମିଟରେ ଏହି ଜଘନ୍ୟ କାଣ୍ଡର ଅଡୁଆ ସୂତାକୁ ଫିଟାଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

  • Wednesday, 14 July 2021
sarna keonjhar
'ସାର୍ଣ୍ଣା ଧର୍ମକୁ ଦିଅ ସ୍ୱତନ୍ତ୍ର ସ୍ଥାନ'

କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଆଜି ସାର୍ଣ୍ଣ। ଧର୍ମକୁ ମାନ୍ୟତା ଦାବିକରି ଆଦିବାସୀମାନେ ବିରାଟ ରାଲି କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ବିଧାନ ଅଧିକାର ପାଇବା ଦାବି ସହ ଆସନ୍ତା ବର୍ଷଠାରୁ ଜନଗଣନାରେ ସାର୍ଣ୍ଣା ଧର୍ମକୁ ସ୍ୱତନ୍ତ୍ର ସ୍ଥାନ ଦେବା ଲାଗି ସେମାନେ ଦାବି କରିଛନ୍ତି।

  • Wednesday, 14 July 2021