• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

oca
୨ ବର୍ଷ ପାଇଁ ବାସନ୍ଦ ହେଲେ ଦୁଇ ଓଡ଼ିଆ କ୍ରିକେଟର

କଟକ: ନକଲି ବୟସ ପ୍ରମାଣପତ୍ର ଦେବା ଅଭିଯୋଗରେ ଫସିଲେ ୨ ଓଡ଼ିଆ କ୍ରିକେଟର। ସେମାନେ ହେଲେ- ସୋମେନ୍ ଚାନ୍ଦ ଓ ବିଶ୍ୱଜିତ୍ ମଲ୍ଲିକ। ଉଭୟ ବୟସ ଜାଲିଆତି କରି ୨୩ ବର୍ଷରୁ କମ୍ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରମାଣ ପାଇବା ପରେ ବିସିସିଆଇ ଉଭୟଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜାଲିଆତିରେ ଧରାପଡ଼ିବା ପରେ ଉଭୟ ସୋମେନ୍ ଓ ବିଶ୍ୱଜିତ୍‌ଙ୍କୁ କୋଲ୍‌କାତାରୁ ଫେରି ଆସିବାକୁ ପଡ଼ିଛି। ପୂର୍ବରୁ […]

  • Wednesday, 21 July 2021
dense fog
୨୨ ଓ ୨୩ରେ ଦେଖାଦେବ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ୨୨ ଓ ୨୩ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଏହି ଜିଲ୍ଲା ଗୁଡ଼ିକ ହେଲା-ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି କୋରାପୁଟ ଓ ମାଲକାନଗିରି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

  • Wednesday, 21 July 2021
odisha
ଗୋଟିଏ ମଞ୍ଚରେ ରବି-ତାରା

ଜୟପୁର: ଗୋଟିଏ ମଞ୍ଚରେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଓ ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦଙ୍କୁ ଦେଖିବାକୁ ମିଳିଛି। ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ରବି ଓ ତାରାଙ୍କ ମଧ୍ୟରେ ଆସନ ଲାଗି ଛକାପଞ୍ଝା ଚାଲିଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ପରସ୍ପର ପ୍ରତି ଥିବା ଶତ୍ରୁତାକୁ ଭୁଲି ଉଭୟ କୋରାପୁଟର ବିକାଶ ଲାଗି ଉଭୟ ଅଣ୍ଟା ଭିଡ଼ିଛନ୍ତି। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ […]

  • Wednesday, 21 July 2021
odisha
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ବେଟିଂ କାରବାର

ଜଳେଶ୍ୱର: ସେପଟେ ଚାଲିଥିଲା ମ୍ୟାଚ୍‌, ଆଉ ଏପଟେ ହେଉଥିଲା ବେଟିଂ କାରବାର। ଗତକାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବେଟିଂ କାରବାର ଚାଲିଥିବା ନେଇ ଜଳେଶ୍ୱର ପୁଲିସ୍‌କୁ ଖବର ମିଳିଥିଲା। ଖବର ପାଇ ପୁଲିସ୍‌ ଜଳେଶ୍ୱର ଗ୍ୟାରେଜ ବଜାରରେ ଚଢ଼ାଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାସପୁର ଅଞ୍ଚଳର ଶେଖ୍ ଅମିରୁଦ୍ଦିନ। ତା’ଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା […]

  • Wednesday, 21 July 2021
air india
ଏଣିକି ୨ ଘଣ୍ଟାରେ ସୁରତରେ ପହଞ୍ଚିବେ

ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଗୁଜରାଟର ସୁରତକୁ ବିମାନ ଚଳାଚଳ କରିବାକୁ ଥିବାବେଳେ ସୁରତରୁ ଭୁବନେଶ୍ୱରକୁ ଶୁକ୍ରବାର ଓ ରବିବାର ଦିନ ବିମାନ ଚଳାଚଳ କରିବ। ଏହି କ୍ରମରେ ଭୁବନେଶ୍ୱରରୁ ଆଜି ସକାଳ ୮ଟା ୪୦ରୁ ବିମାନ ସୁରତକୁ ଉଡ଼ାଣ ଭରିଛି। ଏହା […]

  • Wednesday, 21 July 2021
odisha
‘ମୋ ପୁଅ କେମିତି ଥିବ, ସେ କଥା ଖାଲି ଭଗବାନ ହିଁ ଜାଣିଥିବେ’

ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା): ପୁଣି ଚର୍ଚ୍ଚାରେ ସୁର ବାବା। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ସ୍ଥିତ ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ କାମ କରିବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ୯ ବର୍ଷ ହେଲା ପୁଅକୁ ନ ଦେଖି ପୁଅର ଫଟୋ ଧରି ଆଖିରୁ ଲୁହ ଗଡ଼ାଉଛି ମା’। ୨୦୧୧ ମାର୍ଚ୍ଚ ମାସଠାରୁ ପୁଅ ଯାଇଛି ଯେ ଯାଇଛି, ଆଉ ଘରକୁ ଫେରିନି। ଏନେଇ ପୁଲିସ୍‌ ବି କୌଣସି କାର୍ଯ୍ୟାନୁଷ୍ଠାନ […]

  • Wednesday, 21 July 2021
odisha
ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ: ଶେଷରେ ଘରକୁ ଫେରିଲେ ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ବି.ଟେକ୍‌ ଇଞ୍ଜିନିୟର ଗିରିଜା ଶଙ୍କର ମିଶ୍ର। ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିବା ସୂଚନା ମିଳିଛି। ତାଙ୍କ ଘର ଭୁବନେଶ୍ୱରରେ ଓ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସ୍‌ପି। ସବୁଦିନ ଭଳି ବଡ଼ଦାଣ୍ଡରେ ସେ ଭିକ୍ଷାବୃତ୍ତି କରୁଥିବା ବେଳେ ଗିରିଜାଙ୍କ ଆଗରେ ଜଣେ ରିକ୍ସା ଚାଳକ ତାଙ୍କ ରିକ୍ସାକୁ ରଖିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ହୋଇଥିଲା। ଉଭୟ […]

  • Wednesday, 21 July 2021
odisha
ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବର୍ଜନ ନେଇ ସଚେତନତା

ଭୁବନେଶ୍ୱର: ଏକକ ବ୍ୟବହୃତ ପ୍ଲାଷ୍ଟିକ(ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌) ବର୍ଜନ ନେଇ ନବୋଦୟ ଆଲୁମିନି ଆସୋସିଏସନ୍‌ (ଓଡ଼ିଶା) ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ କରାଯାଇଛି। ଗତକାଲି ସହିଦ ନଗର ଦୁର୍ଗାମଣ୍ଡପ ଠାରୁ ଏକ ରାଲି ବାହାରି ପିଏମ୍‌ଜିରେ ପହଞ୍ଚିଥିଲା। ସେଠାରେ ଏକ ସଭା ଆୟୋଜିତ ହୋଇଥିଲା। ରାଲିରେ ପ୍ରାୟ ୨୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ସାଧାରଣ ଜନତା ପ୍ରମୁଖ ଏହି ରାଲିରେ ସାମିଲ ହୋଇଥିଲେ। ପିଏମ୍‌ଜିରେ ଆୟୋଜିତ ଏହି ସଭାରେ […]

  • Wednesday, 21 July 2021
odisha
“ହେଲ୍‌ମେଟ୍‌ ପିନ୍ଧିଥିଲି, ହେଲେ ମୁହଁକୁ ଚାଲି ଆସୁଛି ତ...”

ବାଲେଶ୍ୱର: ଖାଲି ମୋଟରସାଇକେଲ୍‌ ଚଲାଉଥିବା ବ୍ୟକ୍ତି ନୁହେଁ ବରଂ ଗାଡ଼ି ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ। ମାର୍ଚ୍ଚ ୧ରୁ ଏହି ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ମଧ୍ୟ ଦେଇଛନ୍ତି। ହେଲେ କିଛି ଲୋକ ଏହି ନିୟମକୁ ମାନୁ ନ ଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଦେଖିବାକୁ ମିଳିଛି କେହି କେହି ଗାଡ଼ି ପଛରେ ୩ ଜଣଙ୍କୁ ବସାଇଛନ୍ତି, ନା ଗାଡ଼ି ଚଲାଉଥିବା ବ୍ୟକ୍ତି ହେଲ୍‌ମେଟ୍‌ […]

  • Wednesday, 21 July 2021
odisha
ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ସେ ମେଡିକାଲରେ ଚିକିତ୍ସାଧିନ ଥିଲେ। ଓଡ଼ିଶା ସଙ୍ଗୀତ ଏକାଡେମୀ ସହ ଅନେକ ଜାତୀୟ ସମ୍ମାନରେ ସୁନନ୍ଦା ସମ୍ମାନିତ ହୋଇଥିଲେ। ସୁନନ୍ଦାଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’ […]

  • Wednesday, 21 July 2021
boat
ସମୁଦ୍ରରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା

ବ୍ରହ୍ମପୁର: ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟ ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି। ଧକ୍କା ପରେ ଉଭୟ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ଦୁଇଟି ଯାକ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କେବଳ ସାମାନ୍ୟ ଆହତ ହୋଇଛନ୍ତି। ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା […]

  • Wednesday, 21 July 2021
rainfall
୨୨ ଓ ୨୩ ରେ ବର୍ଷା !

ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଆଜି ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୨ ଓ ୨୩ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ଅନୁଗୁଳ। ଏହାସହ କେନ୍ଦୁଝର […]

  • Wednesday, 21 July 2021
odisha
ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଧରାପଡ଼ିଲେ ୩ ଜଣ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଧରାପଡ଼ିଲେ ୩ ଜଣ ମୁଖ୍ୟ ଅଭିଯୁକ୍ତ। ସେମାନେ ହେଲେ ଚିଣ୍ଟୁ, ପ୍ରୀତମ୍ ଓ ଉଦିତ୍‌। ଗତକାଲି ରାତିରେ କ୍ୟାପିଟାଲ ଥାନା ପୁଲିସ୍‌ ଏହି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ୨୨ ଜଣ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୧୬ ଜଣ ନାବାଳକ ଏବଂ ଜଣେ ଡିଏସ୍‌ପିଙ୍କ ପୁଅ ମଧ୍ୟ ଥିଲେ। ତେବେ ଏବେ ସୁଦ୍ଧା ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୨୫ ଜଣଙ୍କୁ […]

  • Wednesday, 21 July 2021
onion
ବିଦେଶୀ ପିଆଜରେ ନାହିଁ ଟେଷ୍ଟ୍‌, ଚିନ୍ତାରେ ସରକାର

ଭୁବନେଶ୍ୱର: ଇଜିପ୍ଟରୁ ଆସିଥିବା ପିଆଜ ଲୋକେ ଖାଉ ନାହାନ୍ତି। କାହିଁକି ନା ଦେଶୀ ପିଆଜ ଭଳି ଇଜିପ୍ଟ ଓ ଅନ୍ୟ ଦେଶରୁ ଆସିଥିବା ଏହି ପିଆଜ ସୁଆଦିଆ ଲାଗୁନାହିଁ। ପିଆଜ ଦର ବୃଦ୍ଧି ପରେ ବିଦେଶରୁ ଆସିଥିବା ୩୪ ହଜାର ଟନ୍ ପିଆଜ ଏବେ ବିକ୍ରି ହେଉନାହିଁ। ଏହିସବୁ  ପିଆଜ ସୁଆଦିଆ ନ ଥିବାରୁ ଲୋକେ କିଣୁ ନାହାନ୍ତି। ନଭେମ୍ବର ଓ ଡିସେମ୍ବର ମାସରେ ପିଆଜ ସଙ୍କଟ ବେଳେ ତୁର୍କୀ ଓ ଇଜିପ୍ଟରୁ ଏହି ପିଆଜ ଆସିଥିଲା। […]

  • Wednesday, 21 July 2021
traffic
ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଏହି ଟ୍ରାଫିକ ନିୟମ

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଟ୍ରାଫିକ୍‌ର ଆଉ ଏକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ନିୟମଟି ହେଲା ମୋଟରସାଇକେଲ୍‌ ପଛରେ ବସୁଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବେ। ସେହିପରି କାର୍‌ରେ ସବୁ ଯାତ୍ରୀ ମଧ୍ୟ ସିଟ୍‌ ବେଲ୍ଟ ପିନ୍ଧିବେ। ଏହା ବାଧ୍ୟତାମୂଳକ ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ମାର୍ଚ୍ଚ ପହିଲାରୁ ଏହି ନିୟମ କାର୍ଯ୍ୟକାରୀ ହେବ। ସେପଟେ ୩ ମାସର ସମୟ ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି […]

  • Wednesday, 21 July 2021
odisha
ସମସ୍ତେ ଜାଣିଥିଲେ ସେ ଜଣେ ଭିକାରି, ହେଲେ ଜଣାପଡ଼ିଲା ସେ...

ପୁରୀ: ଆଜିକାଲି ଶିକ୍ଷିତ ଯୁବକଯୁବତୀମାନେ ଚାକିରି ନ ପାଇ କିଏ ଅଟୋ ଚଲାଇ ପରିବାର ଭରଣପୋଷଣ କରୁଛନ୍ତି ତ ଆଉ କିଏ ଚା’ ଦୋକାନ କରି। ଏମିତିରେ ବି ଭାଗ୍ୟର ବିଡ଼ମ୍ବନା କେତେବେଳେ ଯେ କାହାକୁ କେଉଁ ସ୍ଥିତିକୁ ନେଇ ଆସିବ ତାହା କେହି କହିପାରିବେ ନାହିଁ। ଏମିତି ଏକ ଘଟଣା ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି। ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତି। ବ୍ୟକ୍ତି ଜଣକ ସବୁଦିନ ଭଳି ଗତକାଲି […]

  • Wednesday, 21 July 2021
odisha
ପ୍ରକାଶ ପାଇଲା JEE ମେନ୍‌ ୨୦୨୦ ରେଜଲ୍ଟ: ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର

ଭୁବନେଶ୍ୱର: JEE ମେନ୍‌ ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଓଡ଼ିଶାରେ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ। ସେ ୯୯.୯୯% ମାର୍କ ରଖିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ। ସେ ୯୯.୯୮ ପ୍ରତିଶତ ମାର୍କ ରଖିଛନ୍ତି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା NTA ପକ୍ଷରୁ ପରୀକ୍ଷା ଫଳ ଘୋଷଣା ହୋଇଛି। jeemain.nic.inରେ ଆପଣମାନେ ରେଜଲ୍ଟ ଦେଖିପାରିବେ। ସର୍ବ ଭାରତୀୟ ସ୍ତରରେ ଏଥର ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର […]

  • Wednesday, 21 July 2021
prithviraj harichandan
‘ଅପରିଣାମଦର୍ଶୀ ଚିଠି ଲେଖିବାରେ ଓଡ଼ିଶା ସରକାରଙ୍କ କୌଣସି ପଟାନ୍ତର ନାହିଁ’

ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । 

wedding
କାଲି ବାହାଘର, ହେଲେ ତା’ପୂର୍ବରୁ ଖାଇଲେ ବ୍ଲେଡ୍‌ ମାଡ଼

ନୀଳଗିରି: କାଲି ବାହାଘର, ହେଲେ ତା’ପୂର୍ବରୁ ଖାଇଲେ ବ୍ଲେଡ୍‌ ମାଡ଼। ଏପରି କିଛି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରିବା ବାଟରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ନିଧୂର୍ମ ମାଡ଼ ମାରିଛନ୍ତି। ସୂଚନା ଅନୁସାରେ, ନୀଳଗିରି ଅଞ୍ଚଳର ମନୋଜ ବେହେରା ନାମକ ଜଣେ ଯୁବକ ଗତକାଲି ରାତି ପ୍ରାୟ ୧୧ଟା ସମୟରେ କାଳୀଝାଟି ଅଞ୍ଚଳକୁ ନିଜ ବିବାହ ନିମନ୍ତ୍ରଣ କାର୍ଡ […]

  • Wednesday, 21 July 2021
odisha
ହତ୍ୟା ପରେ ଜାଳିଦେଲେ !

ଆସିକା (ମନୋଜ ମୁନି): ଯୁବକଙ୍କୁ ହତ୍ୟା କରିବା ପରେ ପାଳ ପକାଇ ଜାଳିଦେଲେ ଦୁର୍ବୃତ୍ତ ! ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଜଣେ ବ୍ୟକ୍ତି ପୋଡ଼ି ଯାଉଥିବା ଦେଖି ଗାଁ ଲୋକେ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲା। ଅର୍ଦ୍ଧଦଗ୍ଧ ହୋଇଯାଇଥିବା ଯୁବକଙ୍କ ପାଟିରେ ରୁମାଲ ବନ୍ଧା ଯାଇଥିବା ବେଳେ ବେକରେ ଏକ ସୁନା ଚେନ୍ ମଧ୍ୟ […]

  • Wednesday, 21 July 2021
itish pradhan
‘ସତ କହିଲି ବୋଲି ସସ୍‌ପେଣ୍ଡ୍‌ କରିଦେଲେ’

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ଆଜି କଂଗ୍ରେସ ଭବନ ପରିସରରେ ଚାଲିଥିଲା। ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ଭବନରେ ଦୁର୍ବ୍ୟବହାର ପ୍ରତିବାଦରେ ସମର୍ଥକଙ୍କ ସହ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଧାରଣାରେ ବସିବା ସହ ନାରାବାଜି କରିଛନ୍ତି। ଭିତରେ ଓଡ଼ିଶା […]

  • Wednesday, 21 July 2021
EOcp2g_U0AE4AlG
ଘନ କୁହୁଡ଼ି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଯିବ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ଓ କୋରାପୁଟ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ତା’ ସହିତ ପୁରୀ, ଜଗତସିଂହପୁର, […]

  • Wednesday, 21 July 2021
odisha
ନଦୀ ମୁହାଣରେ ଯାଉଥିଲା, ରାସ୍ତା ଜାଣିନପାରି ସମୁଦ୍ର ଭିତରେ ପଶିଗଲା ଲଞ୍ଚ୍

ପଟ୍ଟାମୁଣ୍ଡାଇ: ଘନ କୁହୁଡ଼ି ଯୋଗୁ ବାଟବଣା ହେଲା ଯାତ୍ରୀବାହୀ ଲଞ୍ଚ୍। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆରୁ ଚାନ୍ଦବାଲି ଅଭିମୁଖେ ଯାତ୍ରା କରୁଥିବା ଏହି ଲଞ୍ଚ୍‌ଟି ବାଟବଣା ହୋଇ ସମୁଦ୍ର ଆଡ଼କୁ ଚାଲି ଯାଇଥିଲା। ସୂଚନା ଅନୁସାରେ, ଆଜି ସକାଳୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏହି ଲଞ୍ଚ୍‌ଟି ତାଳଚୁଆରୁ ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ ଘନ କୁହୁଡ଼ି ଯୋଗୁ ଲଞ୍ଚ୍‌ଟି ବାଟବଣା ହୋଇ ଚାନ୍ଦବାଲି ଯାଇ ନ ପାରି ସମୁଦ୍ର […]

  • Wednesday, 21 July 2021
accident
ଟ୍ରକ୍‌କୁ ଧକ୍କା ଦେଲା କାର୍‌

ଭୁବନେଶ୍ୱର: ଟ୍ୱିନ୍‌ ସିଟି ସମେତ ସାରା ରାଜ୍ୟକୁ ଆଜି ଆଚ୍ଛାଦିତ କରିଛି ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ମାତ୍ରା ଅଧିକ ଦେଖିବାକୁ ମିଳିଛି। ଘନ କୁହୁଡ଼ିର ଆସ୍ତରଣ ଏତେ ମାତ୍ରା ଅଧିକ ଥିଲା ଯେ ପ୍ରାୟ ୧୦ରୁ ୧୫ ମିଟର ଦୂରରୁ କିଛି ଦେଖାଯାଉ ନ ଥିବା ଦେଖିବାକୁ ମିଳିଥିଲା। ଅଘଟଣରୁ ବର୍ତ୍ତିବା ପାଇଁ ରାସ୍ତା କଡ଼ରେ ବହୁ ଭାରି ଯାନ ଅଟକି ରହିଥିବା ନଜର ଆସିଥିଲା। ଏହାସହ ଘନ କୁହୁଡ଼ିର […]

  • Wednesday, 21 July 2021
vigilance raid
ପୂର୍ବତନ ବିଜେଡି ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ।   ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମ ନାୟକଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି।  ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ବାସଭବନ ଓ ମଦନପୁର ରାମପୁରରେ ଥିବା ଏକ ହୋଟେଲରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି। ରେଡ୍‌ ନେଇ ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।  ୨୦୧୪ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ […]

  • Wednesday, 21 July 2021