
ଭୁବନେଶ୍ୱର: ରାଜଧାନୀରେ ଗୋ ପାଳକ ସାବଧାନ ! ଏଣିକି ବୁଲା ଗୋରୁଗାଈଙ୍କ ଉପରେ କଡ଼ା ନଜର ରଖିବ ବିଏମ୍ସି। ଯଦି କୌଣସି ଗୋ ପାଳକ ସେମାନଙ୍କର ଗୋରୁଗାଈଙ୍କୁ ରାସ୍ତାକୁ ଛାଡ଼ି ଧରାପଡ଼ନ୍ତି, ତା’ହେଲେ ସେମାନଙ୍କୁ ୫ ହଜାର ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ। ଯଦି କୌଣସି ସ୍ଥାନରେ ଗୋରୁଗାଈ ବୁଲୁଥିବେ, ତା’ହେଲେ ସେମାନଙ୍କୁ ବିଏମ୍ସିର ଟିମ୍ ଧରି କାଞ୍ଜିଆ ହୁଦାରେ ରଖିବେ। ଏହାପରେ ଗୋରୁଗାଈଙ୍କୁ ମୁକୁଳାଇବା ପାଇଁ ଗୋ ପାଳକଙ୍କୁ ୫ ହଜାର ଟଙ୍କା ଫାଇନ୍ ଦେବାକୁ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶିଥିଳ ଅର୍ଥନୀତିକୁ ପ୍ରଗତିଶୀଳ କରିବା ଲାଗି କେଉଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଅର୍ଥମନ୍ତ୍ରୀ ଏବେ ତା’ ଉପରେ ସମସ୍ତଙ୍କ ନଜର। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଷ୍ଟ୍ରାଟେଜି କ’ଣ ରହିଛି, ଅର୍ଥନୀତିକୁ ବିକାଶ ରାସ୍ତାରେ ଫେରାଇ ଆଣିବା ଲାଗି କେଉଁ କେଉଁ କ୍ଷେତ୍ରକୁ ଫୋକସ୍ରେ ରଖିଛନ୍ତି ଅର୍ଥମନ୍ତ୍ରୀ, ଆଜି ବଜେଟ୍ ଉପସ୍ଥାପନ ହେବା ପରେ ଏସବୁ କିଛି ସ୍ପଷ୍ଟ […]
ମାଲକାନଗିରି: ମାଓବାଦୀଙ୍କ ପାଇଁ ଆଦିବାସୀଙ୍କ ମଧ୍ୟରେ ଭାଙ୍ଗୁଛି ଏକତା। ଏହାସହ ଭୟଙ୍କର ସ୍ଥିତି ଆଡ଼କୁ ମୁହାଁଉଛନ୍ତି ନିରୀହ ଆଦିବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ୨ ଭାଗରେ ବିଭକ୍ତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି। ଗୁରୁବାର ଦିନ ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ଼ ବଡ଼ ମେଳି କରି ପରସ୍ପର ବିରୋଧରେ ଗର୍ଜିଛନ୍ତି। ଖଜୁରୀଗୁଡ଼ାରେ ପଣସପୁଟ, ଅଣ୍ଡାପାଲି, ଯନ୍ତ୍ରୀ ଓ ଯୋଡ଼ାଆମ୍ବ ପଞ୍ଚାୟତର କିଛି ଗାଁରୁ ୨ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ […]
ଫୁଲବାଣୀ: ଓଡ଼ିଶାରେ କରୋନା ଭାଇରସ୍ ଭୟ। କେରଳରେ ଜଣେ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହି ଭାଇରସ୍କୁ ନେଇ ଓଡ଼ିଶାର ଭୟ ସୃଷ୍ଟି ହୋଇଛି। କାହିଁକି ନା ଜଣେ ଓଡ଼ିଆ ଡାକ୍ତରୀ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ଡାକ୍ତରୀ ଛାତ୍ରଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀରେ। ସେ ଚୀନରେ ରହି MBBS କରୁଛନ୍ତି। ତେବେ ଗତ ୧୧ ତାରିଖରେ ସେ ଚୀନ୍ରୁ […]
ପୁରୀ: ନୂଆ ବ୍ୟାରିକେଡ୍ ଯୋଗୁ ଅଟକିଲା ଦୋଳ ଗୋବିନ୍ଦଙ୍କ ବିମାନ। ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥବଲ୍ଲଭ ମଠକୁ ଯିବାବେଳେ ପୁରୀ ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା। ନୂତନ ଭାବେ ହୋଇଥିବା ବ୍ୟାରିକେଡ୍ ବ୍ୟବସ୍ଥା ଯୋଗୁ ଦିଅଁଙ୍କ ବିମାନ ଯାଇ ପାରିନଥିଲା। ଆଉ ଏହି ବ୍ୟାରିକେଡ୍କୁ ହଟାଇବାକୁ କେହି ନ ଥିବାରୁ ୧୫ ମିନିଟ୍ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ବଡ଼ୁ ସେବକ […]
କଟକ: ରୋଡ ରୋମିଓକୁ ପାନେ। ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ରାସ୍ତା ମଝିରେ ସମ୍ପୃକ୍ତ ଯୁବକ ଜଣଙ୍କୁ ଚପଲରେ ପିଟିବା ସହ ଆଣ୍ଠେଇ ଭୁଲ୍ ମଗାଇଥିଲେ ଯୁବତୀ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଗତକାଲି କଟକ ବକ୍ସି ବଜାର ଛକରେ ଉକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ଏହାକୁ ବିରୋଧ କରି ସମ୍ପୃକ୍ତ ଯୁବକଙ୍କୁ […]
ପାରଳାଖେମୁଣ୍ଡି: ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଏନ୍.ଭି.ଏସ୍. ପବନ(୩୨) ଓ ଖମାମର ବି. ଚନ୍ଦ୍ର(୪୫)। ସେହିପରି ଗୁରୁତରମାନେ ହେଲେ କାକିନାଡ଼ାର ଏସ୍. ପ୍ରବୀଣ, ବୋବିଲିର ଏସ୍. ମହେଶ୍ୱର ରାଓ ଏବଂ ମଗୋଲତୁରୁର ପି.ଭି. ଗିରିପ୍ରସାଦ। ସୂଚନା ଅନୁସାରେ, ମୃତାହତ […]
କୋଣାର୍କ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ। ଲକ୍ଷାଧିକ ଶ୍ରଦ୍ଧାଳୁ ଆସନ୍ତାକାଲି ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ପରି ଚଳିତ ଥର ବୁଡ଼କୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା, ରହିବା ଏବଂ ପାର୍କିଂ ବ୍ୟବସ୍ଥା ନେଇ ବି ବନ୍ଦୋବସ୍ତ କରାଯାଇଛି।ମୁଖ୍ୟତଃ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ପରିମଳ ଓ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ଏହାସହ ସ୍ୱାସ୍ଥ୍ୟ ବିଭାଗ […]
ଭଦ୍ରକ(ପାର୍ଥସାରଥୀ ନାୟକ): ଉଦ୍ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟର ଆଜି ଉଦ୍ଘାଟନୀ କାର୍ଯ୍ୟକ୍ରମ ଥିବା ବେଳେ ଗତ ରାତିରେ କେହି ଦୁର୍ବୃତ୍ତ ଏହାର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ରାଜନୈତିକ ଆକ୍ରୋଶ ରଖି କେହି ଉଦ୍ଘାଟନୀ ଫଳକ ଭାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟକୁ ଉଦ୍ଘାଟନ କରିବା ନିମନ୍ତେ କାର୍ଯ୍ୟକ୍ରମଥିଲା। ଏଥିଲାଗି ଉଦ୍ଘାଟନୀ ଫଳକ ମଧ୍ୟ ଲାଗି ସାରିଥିଲା। ହେଲେ […]
ଢେଙ୍କାନାଳ/ଅନୁଗୁଳ: ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ IIC ପ୍ରମୋଦ କୁମାର ଲେଙ୍କା ନିଲମ୍ବିତ ହୋଇଛନ୍ତି। ପୁଲିସ୍ ଡିଜି ଅଭୟ, IIC ପ୍ରମୋଦ କୁମାରଙ୍କୁ ନିଲମ୍ବନ କରିଥିବା ନେଇ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରମୋଦଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ ସହ ଏହି ସମୟରେ ସେ ତାଳଚେର ସ୍ଥିତ ଏନସିଆର ପୁଲିସ୍ ଆଇଜିଙ୍କ ଶୃଙ୍ଖଳାଗତ ପରିଧି ଭିତରେ ରହିବେ ବୋଲି ନିର୍ଦ୍ଦେଶ ରହିଛି। ସେହିପରି ଅପରାଧୀଙ୍କଠାରୁ ମାରଣାସ୍ତ୍ର ଜବତ ମାମଲାର ସଠିକ […]
ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଏହା ପ୍ରଭାବରେ ଅଳ୍ପ ଶୀତ ଅନୁଭୂତ […]
କୋଣାର୍କ: ମାଡ଼ି ଆସିଲା ଖଣ୍ଡିଆଭୂତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଖଣ୍ଡିଆଭୂତ ହଠାତ୍ ମାଡ଼ି ଆସିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଆଜି ଦିନ ୧୦ଟା ସମୟରେ ଖଣ୍ଡିଆଭୂତ ହଠାତ୍ ମାଡ଼ି ଆସି ନୂଆଗଡ଼ ଗାଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ବସନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ୨ଟି କୁଟା ଗଦାକୁ ଉଡ଼ାଇ ଦେବା ସହ ବାଡ଼ିରେ ଥିବା ଏକ ଟ୍ରାକ୍ଟରକୁ ମଧ୍ୟ ଓଲଟାଇ ଦେଇଛି। ଏହାସହ ଏକ ଘରର ଆଜ୍ବେଷ୍ଟସ୍ ମଧ୍ୟ ଉଡ଼ାଇ […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭୁଲ୍ ଇଞ୍ଜେକ୍ସନ ନେଲା ଜୀବନ ! ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା। ଛାତିରେ ଯନ୍ତ୍ରଣା ହେବାରୁ ଅମିରଙ୍କୁ ପରିବାର ଲୋକେ ଗତକାଲି ଢେଙ୍କାନାଳ ସହର ସ୍ଥିତ ଏକ ଘରୋଇ କ୍ଲିନିକ୍ରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଭୁଲ୍ ଇଞ୍ଜେକ୍ସନ […]
ଝାରସୁଗୁଡ଼ା: ଝାରସୁଗୁଡ଼ାବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନସେବା ଆରମ୍ଭ ହେବ। SpiceJet Boing 737 ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ। ଏହା ପୂର୍ବରୁ ଝାରସୁଗୁଡ଼ାରୁ SpiceJetର ବିମାନ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ଚଳାଚଳ କରୁଛି। ସେହିପରି ଏଲାଏନ୍ସ ଏୟାରଲାଇନ୍ସର ବିମାନ ଭୁବନେଶ୍ୱର, ରାୟପୁର ଓ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବାବେଳେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି। ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି। ଫଳରେ ଜାନୁଆରୀ ୩୧ ଓ ଫେବୃଆରୀ ୧ ତାରିଖରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ତା’ ପରଦିନ ରବିବାର ଥିବାରୁ ୨ ତାରିଖରେ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର୍ ଜବତ ହୋଇଛି। ଭୁବନେଶ୍ୱରର ଦୁଇଟି ସ୍ଥାନରେ ବ୍ରାଉନ୍ ସୁଗର୍ ଜବତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ମୋଟ୍ ୪ ଜଣଙ୍କୁ ପୁଲିସ୍ ଗିରଫ କରିଛି। କମିଶନରେଟ୍ ପୁଲିସ୍ର କୁଇକ୍ ଆକ୍ସନ ଟିମ୍ ସହିଦ୍ ନଗର ପୁଲିସ୍ ସହାୟତାରେ ସହିଦନଗର ଅଞ୍ଚଳରୁ ୧୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର୍ ଜବତ କରିଛି। ବ୍ରାଉନ୍ ସୁଗର୍ ବାଲେଶ୍ୱରରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏହି […]
ଫୁଲବାଣୀ: ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟ୍ରେଚର୍ ଫେଷ୍ଟିଭାଲ୍ରେ ‘WE ARE THE CHAMPIONS’ ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ କନ୍ଧମାଳ ଝିଅ ଝୁଲିମା ମଲ୍ଲିକଙ୍କ କାହାଣୀ ସ୍ଥାନ ପାଇଛି। ଝୁଲିମା ବାଲ୍ୟ ବିବାହକୁ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଭଳି ସମାଜ ପରିବର୍ତ୍ତନ କାର୍ଯ୍ୟ କରି ଚର୍ଚ୍ଚାରେ ଆସିଥିଲେ। ବହୁ ଚର୍ଚ୍ଚିତ ଲେଖିକା ରଶ୍ମୀ ବଂଶଲ ଓ ଦେବେନ୍ଦ୍ର ତକ୍ଙ୍କ ଦ୍ୱାରା […]
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ହୋଲ୍ସେଲ୍ ପାନ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ହୋଲ୍ସେଲ୍ ପାନ ବ୍ୟବସାୟୀ ରୂପେଶ କୁମାର ମହାନ୍ତି ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଦୋକାନ ଭିତରକୁ ହଠାତ୍ ପଶି ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ ପିନ୍ଧିଥିଲେ। […]
ସମ୍ବଲପୁର: ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଉଭୟ ଟ୍ରାକ୍ଟର ଓ ବସ୍ ଉପରେ ପଡ଼ିଲା ମୋଟା ଅଙ୍କର ଫାଇନ୍। ତେବେ ଫାଇନ୍ଟି ଦୁର୍ଘଟଣା ପାଇଁ ନୁହେଁ ବରଂ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଯେତେବେଳେ ଏହାର ଯାଞ୍ଚ କରାଯାଇଥିଲା ସେତେବେଳେ ଗାଡ଼ିର ଆବଶ୍ୟକ କାଗଜପତ୍ର, ଫିଟ୍ନେସ୍ ଇତ୍ୟାଦି ନ ଥିବା ନେଇ ଜଣାପଡ଼ିଥିଲା। ଏହାପରେ ଉଭୟ ଗାଡ଼ି ଉପରେ ଏହି ମୋଟା ଅଙ୍କର ଫାଇନ୍ ପଡ଼ିଥିଲା। ଗତକାଲି ସମ୍ବଲପୁର ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମରା ନିକଟରେ […]
ଭୁବନେଶ୍ୱର: ରାଜ୍ୟରେ ଆଜି ପାଗ ଶୁଖିଲା ରହିବ ହେଲେ କାଲି ଓ ୨୯ ତାରିଖ ଦିନ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ସେହିପରି ୨୯ ତାରିଖ ଦିନ ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର […]
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପରିସରରେ ଉତ୍ତ୍ୟକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଥାନା ଭିତରେ ପଶି କିଛି ବ୍ୟକ୍ତି ଜଣେ ଯୁବକଙ୍କୁ ନିର୍ଦ୍ଧୁମ ପଟିଛନ୍ତି। ଏପରିକି ପୋଲିସକୁ ମଧ୍ୟ ଛାଡ଼ି ନାହାନ୍ତି। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଏସ୍ଆଇ ଆକ୍ରମଣର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି ଗଣତନ୍ତ୍ର ଦିବସ ଅବସରରେ ରେଲ୍ୱେ ଷ୍ଟାଡିୟମକୁ ସିପକପଡାର ମନୋରଞ୍ଜନ ଓ ତାଙ୍କ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ମାରୁତି ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ଭାବାନୀ ବରାଳ। ମହିଳା ଜଣକ ସକାଳୁ ସକାଳୁ ଫୁଲ ତୋଳିବାକୁ ଯାଇ ଥିବାବେଳେ ତାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣ […]
କେନ୍ଦୁଝର (ପ୍ରଣୟ ପାଣି): ଆଜି ସାରା ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ବେଶ୍ ଧୂମ୍ଧାମ୍ରେ ପାଳିତ ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି କେନ୍ଦୁଝରରେ ବି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ହେଲେ ଏଠାକୁ ମୁଖ୍ୟ ଅତିଥି ହୋଇ ଆସିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଚପଲ ବୁହାଇବା ଘଟଣାକୁ ନେଇ ଫସି ଯାଇଛନ୍ତି। ପଦ୍ମନାଭ ବେହେରା ଆଜି ଏଠାରେ ପତାକା ଉତ୍ତୋଳନ […]
ବଲାଙ୍ଗିର: ଗଣତନ୍ତ୍ର ଦିବସକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗାଁରେ ଦୁଇଟି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। କମ୍ୱିଂ ଅପରେସନ୍ ସମୟରେ ବରଗଡ଼ ଜିଲ୍ଲା ବୁଡ଼େନ ଥାନାର ପୁଲିସ୍ କର୍ମଚାରୀମାନେ ଏହି ପୋଷ୍ଟର ଦୁଇଟି ଦେଖିଥିଲେ ଓ ସେଗୁଡ଼ିକୁ ଜବତ କରିଥିଲେ। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ବଲାଙ୍ଗିର-ବରଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ଥିବା ବେଳେ ଆଜି ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। […]
ଭୁବନେଶ୍ୱର: ସାରା ଦେଶରେ ଆଜି ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସେ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡ୍ ଉତ୍ସବରେ ୪୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ସେହିପରି ଏଥିରେ ୧୨ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ଭାଗ ନେଇଥିଲେ। ଏଥର ରାଜ୍ୟ […]