
ଭୁବନେଶ୍ୱର: ୨୦ ଦିନ ମଧ୍ୟରେ ପୂରା ବିଧାନସଭାକୁ କରାଯିବ ୱାଇ-ଫାଇ। ଏହାସହ ଏଣିକି ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍ କାର୍ଯ୍ୟ ଅନଲାଇନ୍ରେ ହେବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଓକାକ୍ ସହ ଏନେଇ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ବିଧାନସଭାକୁ ପେପର୍ ଲେସ୍ କରିବାକୁ ବି ଯୋଜନା କରାଯାଇଥିବା ବାଚସ୍ପତି କହିଛନ୍ତି। ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ର୍ନିମିତ […]
ଭୁବନେଶ୍ୱର: ଦଳୀୟ ରାଲିରେ ବିନା ହେଲ୍ମେଟ୍ରେ ବାଇକ୍ ଚଲାଇ ଫାଇନ୍ ଗଣିଲେ ବିଜେଡି କର୍ମୀ। ଦଳୀୟ କର୍ମୀଙ୍କ ସହ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ଜରିମାନା ଗଣିଛନ୍ତି। ପ୍ରାୟ ୫୦ ଜଣ ବିଜେଡି କର୍ମୀ ଜରିମାନା ଦେଇଥିବା ସୂଚନା ମିଳିଛି। କେତେକ ନିୟମ ଉଲ୍ଲଂଘନକାରୀଙ୍କୁ ଚାଲାଣ ପଠା ଯାଇଥିବା ବେଳେ ଅନ୍ୟ କେତେ ଜଣ ସ୍ୱଇଛାରେ ଜରିମାନା ଦେଇଥିବା ଜଣାପଡ଼ିଛି। ସୂଚନାଥାଉ କି, ଗତ ୨୬ ତାରିଖ […]
ଭୁବନେଶ୍ୱର: ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ମୀନତି ମିଶ୍ରଙ୍କ ପରଲୋକ ହୋଇଯାଇଛି। ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ମୀନତି ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ ଥିଲେ। ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ଶିକ୍ଷା ଆରମ୍ଭ କରିଥିଲେ। ଏହାର ୨ ବର୍ଷ ପରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ପରେ ଗୁରୁ […]
ଫୁଲବାଣୀ (ତ୍ରିନାଥ ସାହୁ): ସାମାନ୍ୟ ବଚସାରୁ ହତ୍ୟା। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳର କବରଖାନା ସାହିରେ ସାମାନ୍ୟ ଝଗଡ଼ାରୁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲଡୁବାବା ମହାରଣା। ଅଭିଯୁକ୍ତଙ୍କ ନାଁ କାଳିଆ ସାହୁ। ସୂଚନା ଅନୁଯାୟୀ, ଗତକାଲି କାଳିଆ ସାହୁଙ୍କ ନାତି ଓ ଲଡୁବାବାଙ୍କ ନାତି ଖେଳୁଥିଲେ। ଏହି ସମୟରେ କାଳିଆ ସାହୁଙ୍କ ନାତି ଲଡୁବାବାଙ୍କ ନାତିର ହାତକୁ କାମୁଡ଼ି ଦେଇଥିଲା। ଏନେଇ ଆହତ ଶିଶୁ ତାଙ୍କ ଘରେ କହିଥିଲେ। […]
ଭୁବନେଶ୍ୱର: କମିଲା ବର୍ଷା, ଆରମ୍ଭ ହେଲା ଶୀତ। ଗତ କିଛିଦିନ ତଳେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା। ତେବେ ବର୍ଷାର ପରିମାଣ କମିବା ପରେ ପୁଣି ଆଜିଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଆଗକୁ ପାରଦ ଆହୁରି ଖସିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ୮ ଓ ୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ସୁନ୍ଦରଗଡ଼, […]
ଅନୁଗୁଳ: ମହଙ୍ଗା ପଡିଲା ଚଳନ୍ତା ବସ୍ରେ ମହିଳାଙ୍କୁ ଅସଦାଚରଣ। ଶେଷରେ ସର୍ବସମ୍ମୁଖରେ ଉଠ୍ବସ୍ ହେଲେ ଜଣେ ବସ୍ କଣ୍ଡକ୍ଟର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବସ୍ ଷ୍ଟାଣ୍ଡରେ। ଅନୁଗୁଳରୁ ଆଠମଲ୍ଲିକ ଯାଉଥିବା ଏକ ଘରୋଇ ବସ୍ର କଣ୍ଡକ୍ଟର ଚଳନ୍ତା ବସ୍ରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ସମ୍ପୃକ୍ତ ମହିଳା ଜଣକ କଣ୍ଡକ୍ଟରଙ୍କୁ ସର୍ବସମ୍ମୁଖରେ ଉଠ୍ବସ୍ କରାଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍ ମିଡିଆରେ […]
ରେଢାଖୋଲ: ଘରର ବଡ଼ପୁଅ ଥିଲେ, ବୟସ ମାତ୍ର ୧୭ ବର୍ଷ। ପରିବାର ପ୍ରତିପୋଷଣ କରିବାରେ କଷ୍ଟକର ହେବାରୁ ଗାଁ ପିଲାଙ୍କ ସହ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ପରିବାରର ଅଭାବ ଅନଟନ ଦୂର ହୋଇଯିବ ବୋଲି ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଦାଦନ ଖଟିବାକୁ ଯାଇଥିବା ଏହି ନାବାଳକ ଜଣକ ଶେଷରେ ଶବ ହୋଇ ଫେରିଛନ୍ତି। ଏପରି ଘଟଣା ଘଟିଛି ସମ୍ବଲପୁର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା- JEE ମେନ୍ର ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ପ୍ରଥମ ସିଟିଂ ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଏବଂ ଦ୍ୱିତୀୟ ସିଟିଂ ୨ଟା ୩୦ରୁ ସାଢ଼େ ୫ଟା ଯାଏ ଚାଲିବ। ତେବେ ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ଯାଞ୍ଚ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଏହାସହ ପରୀକ୍ଷାର୍ଥୀମାନେ ସାଙ୍ଗରେ ଆଡ୍ମିଟ୍ କାର୍ଡ, ଫଟୋ ଓ ପରିଚୟ ପତ୍ର […]
ଅନୁଗୁଳ (ବିରଜା ପ୍ରସାଦ ଦାସ): ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣିକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ନାଁ ବିଶ୍ୱଜିତ ନାୟକ। ଅଭିଯୋଗ ଅନୁଯାୟୀ, ନୂଆବର୍ଷ ଦିନ ବିଶ୍ୱଜିତ, ସମ୍ପୃକ୍ତ ମହିଳା ଫରେଷ୍ଟରଙ୍କୁ ଅନୁଗୁଳର ଏକ ହୋଟେଲକୁ ଫୋନ କରି ଡାକିଥିଲେ। ମହିଳା ଜଣକ ଖୋର୍ଦ୍ଧାରୁ ଯାଇ ଅନୁଗୁଳର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସହ ବିଶ୍ୱଜିତ୍ ଦୁଷ୍କର୍ମ କରିଥିବା […]
ନୀଳଗିରି: ଯେତେବେଳେ ଆମେ କାହାକୁ ଫୋନ୍ କରୁ ଯଦି ଏହାର ଉତ୍ତର ନ ମିଳେ ସାଧାରଣତଃ ଆମେ ଟିକେ ଚିଡ଼ି ଯାଉ ନ ହେଲେ ଆମକୁ ବ୍ୟତିବ୍ୟସ୍ତ ଲାଗିଥାଏ। ହେଲେ ଏଠି ତ ଘଟଣା ପୂରାପୂରି ଅଲଗା। ପତ୍ନୀଙ୍କୁ ଫୋନ୍ କରିଥିଲେ, ହେଲେ ସେ ନ ଉଠାଇବାରୁ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଗିରି ଅଞ୍ଚଳର ଗୋପାଳ ସିଂ ନାମକ ଜଣେ ବ୍ୟକ୍ତି ଦେହରେ […]
କେନ୍ଦୁଝର(ପ୍ରଣୟ ପାଣି): ହାଟରୁ ଲେମ୍ବୁ ବିକି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ପରେ ବାଇକ୍ରେ ନାବାଳିକାଙ୍କୁ ନେଇ ଯାଉଥିବା ବେଳେ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟି ପୀଡ଼ିତା ଜଣକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। ଗତକାଲି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ତାଙ୍କ ୨ ଝିଅ ଅପରାହ୍ନ ପ୍ରାୟ ୪ଟା ବେଳେ ହାଟକୁ ଲେମ୍ବୁ ବିକିବାକୁ ଯାଇଥିଲେ। କିଛି ସମୟ […]
ପୁରୀ: ଟାଣି ଆଣିଲା କାଳିଆର ଡୋରି। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ସୁଦୂର ପାକିସ୍ତାନରୁ ଛୁଟି ଆସିଲେ ହିନ୍ଦୁ ପର୍ଯ୍ୟଟକ। ପାକିସ୍ତାନ କରାଚିର ସିନ୍ଧରୁ ମୋଟ ୧୩୩ ଜଣ ଯାତ୍ରୀ ବିଭିନ୍ନ ଧାମ ଯାତ୍ରା କରିବାକୁ ଭାରତ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗତକାଲି ରାତିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ସେମାନେ ପ୍ରଥମେ ମଥୁରା ଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଉଭୟ ଦେଶରେ ଶାନ୍ତି ବିରାଜମାନ ସହ […]
ପଟ୍ଟାମୁଣ୍ଡାଇ: ଆଗକୁ ଆସୁଛି ବିପଦ। କେଉଁଠି ନଦୀ କୂଳ ଲଂଘିଲାଣି ତ ଆଉ କେଉଁଠି ସମୁଦ୍ର। ସେହିପରି କେଉଁଠି ନଦୀ ଗର୍ଭରେ ବିଲୀନ ଗାଁ ତ ଆଉ କେଉଁଠି ସମୁଦ୍ର ଢେଉରେ ନିଶ୍ଚିହ୍ନ। ବନ୍ୟା ହେଲେ ଉଛୁଳା ନଦୀ କୂଳ ଖାଇବା ସ୍ୱାଭାବିକ କଥା କିନ୍ତୁ ଏମିତି କିଛି ଗାଁ ଅଛି, ଯେଉଁଠି ନଦୀର ପ୍ରଖର ସ୍ରୋତ ଆସିଲେ ମଧ୍ୟ ଗାଁକୁ ପାଣି ମାଡ଼ିଆସୁଛି। କାରଣ ଗାଁକୁ ସୁରକ୍ଷା ଦେବାକୁ ତିଆରି ହୋଇଥିବା ରିଙ୍ଗ୍ ବନ୍ଧ ଦୁର୍ବଳ […]
ବିଶାଖାପାଟନମ୍/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ମଞ୍ଜୁସା ନିକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡ଼ିଛି। ସମସ୍ତ ମୃତାହତ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ତ୍ରିଲୋଚନ ଜେନା, ବନିତା ଜେନା, ଆଦର୍ଶ ଜେନା, ପ୍ରତାପ ଜେନା ଓ ରିତୁ ଜେନା। କାର୍ […]
ଭୁବନେଶ୍ୱର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା ସହ କୋହଲା ପାଗ। ଆଜି ଉପକୂଳବର୍ତ୍ତୀ ଓଡ଼ିଶା ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗିର, କେନ୍ଦୁଝର, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୫୮ ମି.ମି. ବର୍ଷା ରେକର୍ଡ କରାଯାଇଛି। […]
ନୂଆପଡ଼ା(ମାୟାଧର ସରାଫ): ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଜଙ୍ଗଲ ଛାଡ଼ି କଲେଜ ପରିସରରେ ବୁଲିଲେ ଭାଲୁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ନୂଆପଡ଼ା ସଦର ମହକୁମା ସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପରାହ୍ନ ପ୍ରାୟ ୪ଟାରେ କଲେଜ ପରିସରରେ ୩ଟି ଭାଲୁ ବୁଲୁଥିଲେ। ଭାଲୁମାନେ ପ୍ରାୟ ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ ଜଙ୍ଗଲ ଭିତରକୁ ଫେରି ଯାଇଥିଲେ। ତେବେ […]
ଭୁବନେଶ୍ୱର: ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ରାଜଧାନୀରେ ଏକ ଉତ୍ସବରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଧାରଣଲୋକଙ୍କ ପାଇଁ ମୋଟ୍ ୧୯୫ଟି ଟଏଲେଟ୍ ରହିଛି। ଏଥିମଧ୍ୟରେ ସୁଲଭ ଶୌଚାଳୟ, ଇ-ଟଏଲେଟ୍, କମ୍ୟୁନିଟି ଟଏଲେଟ୍ ଓ ଟ୍ରାନ୍ସଜେଣ୍ଡର ଟଏଲେଟ୍ ଆଦି ଅନ୍ତର୍ଭୁକ୍ତ।
ସମ୍ବଲପୁର: ରାସ୍ତାରେ ଗଡ଼ୁଛି ପିଆଜ। ଆଉ ତାକୁ ନେବାପାଇଁ ପଥଚାରୀଙ୍କ ମଧ୍ୟରେ ଚାଲିଛି ଏକ ପ୍ରକାର ପ୍ରତିଯୋଗିତା। କିଏ ତରବରିଆ ଭାବେ ପିଆଜ ଗୋଟାଇ ଏହାକୁ କାର୍ ଡିକିରେ ରଖିଲାଣି ତ ଆଉ କିଏ ବ୍ୟାଗ୍, ଗାମୁଛାରେ ବାନ୍ଧିଲେଣି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥରେ। ଘଟଣାଟି ହେଲା… ୫୩ ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ଟ୍ରକ୍ ଯାଉଥିଲା। ଦେବାହଲଠାରେ ଏକ ପିଆଜ ବସ୍ତା ଗାଡ଼ିରୁ ତଳକୁ […]
ଭୁବନେଶ୍ୱର: OTVକୁ ମିଳିବ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯିବ। ଦିଲ୍ଲୀରେ ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସମ୍ମାନ ପ୍ରଦାନ କରିବେ। ଗତବର୍ଷ ଜୁନ୍ ୨୧ ଆନ୍ତର୍ଜାତିକ ଯୋଗ […]
ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ ହୋଇଯାଇଛି। ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରେ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ। ତାଙ୍କୁ ତତ୍କାଳ ଅଇସିୟୁ ସୁବିଧା ମିଳି ନ ଥିଲା ବୋଲି ଅଭିଯୋଗ ହୋଇଛି। ଯଦି ଜଣେ ପୂର୍ବତନ ଏମ୍ଏଲ୍ଏଙ୍କୁୁ […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଝିପି ଝିପି ବର୍ଷା ହୋଇଛି। ଶୀତୁଆ ପାଗକୁ ପୁଣି ବର୍ଷା ହେବା ଫଳରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରଯାଇଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ କିଛି ଜିଲ୍ଲାକୁ […]
ଜଳେଶ୍ୱର: ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍ ସାର୍। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଦେହୁଡ଼ଦା ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଶିକ୍ଷକଙ୍କ ନାଁ ବିଶ୍ୱଜିତ୍ ନାଥ ଓରଫ୍ ପିଲୁ। ତାଙ୍କ ଘର ବି ଦେହୁଡ଼ଦା ଗାଁରେ। ସୂଚନା ଅନୁସାରେ, ବିଶ୍ୱଜିତ୍ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଏଥିସହ ସେ ବିଭିନ୍ନ ସ୍ଥାନରେ […]
ରାୟଗଡ଼ା(ମନୋଜ ପାତ୍ର): ଡ୍ୟୁଟିକୁ ଯାଇ ଯବାନ ନିଖୋଜ। CRPF ଚତୁର୍ଥ ବାଟାଲିଅନ୍ର ଜଣେ ହାବିଲଦାର ୫ ଦିନ ହେବ ନିଖୋଜ ଅଛନ୍ତି। ନିଖୋଜ ଯବାନ ହେଲେ ଉତ୍ତର ପ୍ରଦେଶର ଧରମ ଦେବ (୫୦)। ସୂଚନା ଅନୁସାରେ, ଗତ ୨୯ ତାରିଖରେ ରାୟଗଡ଼ା ଜିଲ୍ଲାର ଚଇତି ଉତ୍ସବରେ ଧରମ ଦେବଙ୍କ ଡ୍ୟୁଟି ପଡ଼ିଥିଲା। ତେଣୁ ସେ ସେଠାକୁ ଯିବାପାଇଁ ଶେଷଖାଲରୁ ରାୟଗଡ଼ା ବାହାରିଥିଲେ। ହେଲେ ସେହି ଦିନଠାରୁ ତାଙ୍କର କୌଣସି ଖୋଜଖବର ମିଳୁ ନାହିଁ। ନିଖୋଜ ନେଇ ଧରମ […]
ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। […]