Advertisment

DJ trucks face-off: ଛାତି ଥରାଇଲା ଡିଜେ ଲଢେଇ, ଡିଜେ-ଡିଜେ ଧକ୍କା ଲଗାଇ ପ୍ରତିଯୋଗିତା

ଏଠି ଯେଉଁଭଳି ଆତଙ୍କର ବାତାବରଣ ସୃଷ୍ଟି କରାଗଲା ଟିକିଏ ଅସାବଧାନତା ପାଇଁ ଜୀବନ ଯିବାର ଭୟ ବି ରହିଥିଲା। ଏବେ ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ଏସପି କହିଛନ୍ତି, ଭସାଣି ପାଇଁ କୌଣସି ଅନୁମତି ନିଆଯାଇ ନାହିଁ। ତଦନ୍ତ କରାଯାଇ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

author-image
Manasranjan Mohanty
Berhampur

Berhampur

ସମସ୍ତେ ଥିଲେ ମତୁଆଲା। କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଉପସ୍ଥିତ ଦର୍ଶକ ବି ତାଳି ମାଡ କରି ମଜା ନେଉଥିଲେ। ଅଟକାଇବା ବଦଳରେ ବେଫିକର ହୋଇ ଲଢେଇକୁ ଉସକାଉଥିଲେ।  ବ୍ରହ୍ମପୁର ନିମଖଣ୍ଡି ଥାନା ଫୁଲଟା ଗ୍ରାମର ଘଟଣା । ଶୁକ୍ରବାର ରାତି ୧୦ଟା ବେଳେ ଗଣେଶ ଭସାଣି ବେଳେ ଗାଁର ରାଜରାସ୍ତାରେ ହୋଇଥିଲା ଏମିତି ଲଢ଼େଇ। କାହା ଡିଜେର କେତେ ଦମ୍  ଦେଖାଇବାକୁ ଲାଗି ପଡ଼ିଥିଲେ ଦୁଇ ଡିଜେ। କହିବାକୁ ଗଲେ ପୂରା ଦବଙ୍ଗଗିରି। ରାସ୍ତାକୁ ନିଜ କବଜାକୁ ନେଇ ଧୂମ ମଚାଇଥିଲେ ଦୁଇ ଡିଜେ ଗାଡି। ବିକଟାଳ ଶବ୍ଦରେ ଫାଟି ପଡ଼ିଥିଲା ଗାଁ ଦାଣ୍ଡ। ଆଉ ଡିଜେର ବିକଟାଳ ଶବ୍ଦକୁ ଟପି ଯାଇଥିଲା ଦୁଇଟି ଗାଡି ମଧ୍ୟରେ ଲଢେଇ।

Advertisment

ପ୍ରଥମେ ଗୋଟିଏ ଡିଜେ ଗାଡି ଆସି ଅନ୍ୟ ଡିଜେକୁ ଧକ୍କା ଦେଇଥିଲା। ଲଗାତର ଦୁଇଥର ଧକ୍କା ଦେବା ପରେ ଅନ୍ୟ ଗାଡିଟି ଆସି ପ୍ରଥମ ଡିଜେକୁ ଧକ୍କା ଦେଇଥିଲା। ଡିଜେ ବକ୍ସ ଫାଟିବା ଯାଏଁ ଏଭଳି ଧକ୍କା ମରାମରି ହୋଇଥିଲା। ଏ ଦୃଶ୍ୟର କିନ୍ତୁ ଭରପୁର ମଜା ଉଠାଉଥିଲେ କିଛି ଯୁବକ। ପ୍ରତିବର୍ଷ ଭସାଣି ବେଳେ କୁଆଡେ ଏମିତି ଡିଜେ ଲଢେଇ ହୋଇଥାଏ ବୋଲି କହିଛନ୍ତି ଲୋକେ। ତେବେ ଏ ନେଇ ଡିଜେ ଗାଡି ମାଲିକ କିମ୍ବା ଆୟୋଜକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।..

ହୁଏତ କିଛି ଲୋକଙ୍କୁ ଖୁସି ଦେଉଥିବ, ମାତାଲ ଯୁବକଙ୍କ ମନରେ ଉନ୍ମାଦନା ଆଣୁଥିବ ହେଲେ ବାସ୍ତବରେ ଏହା କେତେ ଯେ ସାଂଘାତିକ ହୋଇପାରେ ତାହା ଆକଳନ କରିବା ମୁସ୍କିଲ। ବିଗତ ଦିନରେ ଡିଜେରେ ବିଦ୍ୟୁତ ସଂଯୋଗ ହେବାରୁ ଜୀବନ ଯିବାର ଖବର ମଧ୍ୟ ବିଭିନ୍ନ ଅଞ୍ଚଳରୁ ଆସିଥିଲା । ଡିଜେର ଛାତି ଥରା ସାଉଣ୍ଡ ମଧ୍ୟ ହୃଦରୋଗୀଙ୍କ ସହ ଅନ୍ୟମାନଙ୍କ ପାଇଁ ବଡ ବିପଦ ବୋଲି କୁହାଯାଉଛି। ଯେଉଁଥିପାଇଁ ଡିଜେକୁ ବଜାଇବା ନେଇ କଟକଣା ଜାରି କରାଯାଛି। 

Advertisment

ଏଠି ଯେଉଁଭଳି ଆତଙ୍କର ବାତାବରଣ ସୃଷ୍ଟି କରାଗଲା ଟିକିଏ ଅସାବଧାନତା ପାଇଁ ଜୀବନ ଯିବାର ଭୟ ବି ରହିଥିଲା। ଏବେ ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ଏସପି କହିଛନ୍ତି, ଭସାଣି ପାଇଁ କୌଣସି ଅନୁମତି ନିଆଯାଇ ନାହିଁ। ତଦନ୍ତ କରାଯାଇ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

 ପୂର୍ବରୁ ଯୋଦ୍ଧାଙ୍କ ମଧ୍ୟରେ କୁସ୍ତି ଲଢେଇ କଥା ଆମେ ଜାଣିଛେ। ଜାନି ଯାତରା ପର୍ବପର୍ବାଣୀରେ ଲୋକଙ୍କ ମନୋରଞ୍ଜନ ପାଇଁ କୁକୁଡ଼ା ଲଢ଼େଇ, ମେଣ୍ଢା ଲଢ଼େଇ ଅନେକ ଦେଖିଛନ୍ତି। ଏବେ କିନ୍ତୁ ଡିଜେ ଲଢ଼େଇ, ଟ୍ରାକ୍ଟର ଲଢେଇ ଦେଖିବାକୁ ମିଳୁଛି। ତେବେ ଏଠାରେ ପ୍ରଶ୍ନ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇବା ଅଧିକାର ଏମାନଙ୍କୁ ଦେଲା କିଏ ? ଦବଙ୍ଗଗିରି ପାଇଁ ଏତେ ସାହସ ଆସିଲା କେଉଁଠୁ ? 

Berhampur
Advertisment
Related Articles
Advertisment