• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୌଣସି ବି ବୈଦୁତିକ ଯାନ କିଣିବା ପୂର୍ବରୁ ଗ୍ରାହକ ପ୍ରଥମେ ମୂଲ୍ୟ ଓ ଚାର୍ଜିଂ ଟାଇମ୍‌ ଜାଣିବା ପାଇଁ ଚାହାନ୍ତି । କାରଣ ଅଧା ରାସ୍ତାରେ ଚାର୍ଜ ସରିଗଲେ ଭେଳା ବୁଡ଼ିଲା । ହେଲେ ବର୍ତ୍ତମାନ ବୈଦୁତିକ ଯାନର ଚାର୍ଜିଂ ପାଇଁ ଆଉ ଅସୁବିଧା ହେବ ନାହିଁ । ମାତ୍ର ୧୦ ମିନିଟ୍‌ରେ ହିଁ ବ୍ୟାଟେରୀ ଚାର୍ଜ ହୋଇଯିବ ।

ରିସର୍ଚ୍ଚରମାନେ ଏକ ଇଭି ବ୍ୟାଟେରୀ ଟେକ୍ ବିକଶିତ କରିଛନ୍ତି । ଫଳରେ ମାତ୍ର ମିନିଟରେ ଇଭି ବ୍ୟାଟେରୀ ଚାର୍ଜ ହୋଇପାରିବ । ଏହାଦ୍ୱାରା ବୈଦ୍ୟୁତିକ ଯାନଗୁଡିକର ବହୁଳ ବ୍ୟବହାରରର ବାଟ ଖୋଲିବ ।

ପେନ୍ ଷ୍ଟେଟର ରିସର୍ଚ୍ଚର୍‌ ମାନଙ୍କ ଦ୍ୱାରା ଏହି ଟେକ୍ନୋଲୋଜି ବିକଶିତ ହୋଇଛି । ଏହା ଆଭ୍ୟନ୍ତରୀଣ ତାପଜ ମୋଡ୍ୟୁଲେସନ (Internal Thermal Modulation) ଉପରେ ଆଧାରିତ । ରିସର୍ଚ୍ଚରଙ୍କ ଅନୁସାରେ ବ୍ୟାଟେରୀ ଗରମ ହେଲେ ହିଁ ଭଲରେ କାମ କରେ, କିନ୍ତୁ ଅତ୍ୟଧିକ ଗରମ ହେବା ଠିକ୍‌ ନୁହେଁ । ତେବେ ଏଥିପାଇଁ ଉପଯୁକ୍ତ ସ୍ଥାନରେ ତାପମାତ୍ରାକୁ ସ୍ଥିର ରଖିବା ପାଇଁ ପଡ଼ିବ । ଏହା ବ୍ୟାଟେରୀ ଇଞ୍ଜିନିୟରମାନଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପ୍ରୟାସ ।

ଅତୀତରେ ରିସର୍ଚ୍ଚରମାନେ ବ୍ୟାଟେରୀ ତାପମାତ୍ରା ପରିଚାଳନା ପାଇଁ ବାହ୍ୟ ତଥା Heating and Cooling Systems ଉପରେ ନିର୍ଭର କରୁଥିଲେ । ହେଲେ ତାହା ତୁରନ୍ତ କାମ କରୁନଥିଲା ଏବଂ ରାସ୍ତାରେ ଶକ୍ତି ମଧ୍ୟ ଅପଚୟ ହେଉଥିଲା ।

ଏଥିପାଇଁ ଏକ ଭିନ୍ନ ଉପାୟ ଆପଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା, ଯାହା ବ୍ୟାଟେରୀ ଭିତରେ ତାପମାତ୍ରା ନିୟନ୍ତ୍ରଣ କରିବ । ଏଥିପାଇଁ ରିସର୍ଚ୍ଚନ ଆନୋଡ, କ୍ୟାଥୋଡ ଏବଂ ଇଲେକ୍ଟ୍ରୋଲାଇଟ୍ ସହିତ ଚତୁର୍ଥ ଉପାଦାନ ଭାବରେ ଅଲଟ୍ରାଥିନ ନିକେଲ ଫଏଲକୁ ନେଇ ଏକ ନୂତନ ବ୍ୟାଟେରୀ ସଂରଚନା କରିଛନ୍ତି । ନିକେଲ୍ ଏକ ଉର୍ଜା ପରି କାମ କରୁଥିବା ବେଳେ ବ୍ୟାଟେରୀର ତାପମାତ୍ରା ଏବଂ ପ୍ରତିକ୍ରିୟାଶୀଳତାକୁ ସ୍ୱ-ନିୟନ୍ତ୍ରିତ କରିପାରୁଛି । ଫଳରେ ଯେକୌଣସି ଇଭି ବ୍ୟାଟେରୀରେ ମାତ୍ର ୧୦ ମିନିଟର ଦ୍ରୁତ ଚାର୍ଜିଂ ହୋଇଯାଉଛି ।