Advertisment

India-Pakistan Border Tension: ନିଜ ନାଗରିକଙ୍କ ପ୍ରବେଶକୁ ବନ୍ଦ କଲା ପାକିସ୍ତାନ !

ମେ’ ୧ ସକାଳ ପରଠୁ ଜଣେ ବି ପାକିସ୍ତାନୀ ନାଗରିକଙ୍କୁ ସେମାନଙ୍କ ଦେଶର ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପାକ୍‌ ବନ୍ଦ କଲା ୱାଘା ବର୍ଡର

ପାକ୍‌ ବନ୍ଦ କଲା ୱାଘା ବର୍ଡର

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାର ମେ’ ୧ ତାରିଖରୁ ଅଟାରୀ ଅନ୍ତର୍ଜାତୀୟ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଟାରୀ ସୀମା ଦେଇ ପାକିସ୍ତାନୀ ନିଜ ଦେଶକୁ ଯାଇପାରିବେ । ଏହାର ଅର୍ଥ ହେଉଛି ଯେଉଁ ପାକିସ୍ତାନୀମାନେ ଏବେ ବି ଭାରତରେ ରହିଛନ୍ତି ସେମାନେ ଅଟାରୀ ସୀମା ଦେଇ ନିଜ ଦେଶକୁ ଫେରିପାରିବେ । ଏସବୁ ମଧ୍ୟରେ ପାକିସ୍ତାନ କିନ୍ତୁ ୱାଘା ସୀମା ବନ୍ଦ କରିଦେଇଛି ଏବଂ ଏହାର ନାଗରିକମାନଙ୍କୁ ଦେଶ ଭିତରକୁ ପ୍ରବେଶ କରିବାକୁ ଦେଉନାହିଁ।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ ହମଲା: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ...

ମେ’ ୧ ସକାଳ ପରଠୁ ଜଣେ ବି ପାକିସ୍ତାନୀ ନାଗରିକଙ୍କୁ ସେମାନଙ୍କ ଦେଶର ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ । ତେବେ ଭାରତ ସ୍ପଷ୍ଟ କରିଛି ଯେ ଭାରତରେ ଫସି ରହିଥିବା ପାକିସ୍ତାନୀ ନାଗରିକମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନଙ୍କର ବୈଧ ଭିସା ଏବଂ ଆବଶ୍ୟକୀୟ କାଗଜପତ୍ର ସହିତ ସେମାନଙ୍କ ଦେଶକୁ ଫେରିପାରିବେ । ଭାରତର ଏହି ପଦକ୍ଷେପ କେବଳ କୂଟନୈତିକ ସନ୍ତୁଳନ ନୁହେଁ ବରଂ ମାନବାଧିକାର ସୁରକ୍ଷାର ମଧ୍ୟ ଏକ ଉଦାହରଣ ।

କେନ୍ଦ୍ର ନିର୍ଦ୍ଦେଶର ଛଅ ଦିନ ମଧ୍ୟରେ, ୫୫ ଜଣ କୂଟନୀତିଜ୍ଞ ଏବଂ ସେମାନଙ୍କର ସହାୟକ କର୍ମଚାରୀଙ୍କ ସମେତ ୭୮୬ ଜଣ ପାକିସ୍ତାନୀ ନାଗରିକ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡିଛନ୍ତି। ସେହିପରି ପାକିସ୍ତାନରୁ ୧,୪୬୫ ଜଣ ଭାରତୀୟ ଭାରତକୁ ପ୍ରବେଶ କରିଛନ୍ତି ।

Advertisment
India Pakistan Attari Border
Advertisment
Advertisment