• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଡ଼ି ଆସୁଛି ବାତ୍ୟା ! ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଆଜି ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଘର୍ଣ୍ଣିବଳୟ ରୂପ ନେବା ପରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ । ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ବାତ୍ୟା ଆସୁଛି ! ଟ୍ୱିଟ୍‌ କରି ସୂଚନା ଦେଲା ପାଣିପାଗ ବିଭାଗ

ଓଡ଼ିଶା ରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ବସିବ । ଅପରାହ୍ନ ୪ଟାରେ ଏହି ବୈଠକ ବସିବ । SRC ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯିବ ।

ବାତ୍ୟା ପାଇଁ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡ଼ିବା ପାଇଁ ମନା କରାଯାଇଛି । ଏବେଠାରୁ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ମନା ହୋଇଛି ।

ତେବେ ବାତ୍ୟା ଖବର ଶୁଣି ଓଡିଶାବାସୀଙ୍କ ମନରେ ଛନକା ପଶିଛି । ପ୍ରାୟତଃ ଓଡ଼ିଶାରେ ଅକ୍ଟୋବର ମାସରେ ବାତ୍ୟା ଆସିଥାଏ । ଏଥର ବି ଅକ୍ଟୋବର ମାସରେ ହିଁ ବାତ୍ୟା ଆଶଙ୍କା ରହିଛି । ବିଶେଷ କରି ଉପକୂଳିଆ ଅଂଚଳର ଲୋକେ ଭୟଭୀତ ହୋଇ ପଡ଼ିଲେଣି । ବାତ୍ୟା କେତେ ମାତ୍ରାରେ ଆସିବ? କୋଉଠି ମାଡ ହେବ? କଣ ରହିବ ବାତ୍ୟାର ଗତିପଥ ? ଏହାକୁ ନେଇ ପ୍ରକାଶ ନାନା କଳ୍ପନା ଜଳ୍ପନା ହେଲାଣି ।