Advertisment

ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ ?

ଓଡ଼ିଶାରେ ବି ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍। ସମ୍ବଲପୁର ହିଂସାକୁ ନେଇ VHPର ବନ୍ଦକୁ ବିଜେପିର ସମର୍ଥନ ଓ ତାର ପ୍ରତିବାଦରେ ବିଜେଡି ଶାନ୍ତି ଶୋଭାଯାତ୍ରା ବାହାର କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ତେଣେ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି।

author-image
Chandan Shishu
ଅଦ୍ୟତନ ହୋଇଛି
Religion Politics

Religion Politics

ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମ ରାଜନୀତି ? ଅନ୍ୟ କିଛି ରାଜ୍ୟ ଭଳି ଏଠାରେ ଧାର୍ମିକ ଏଜେଣ୍ଡାକୁ ଫୋକସ୍ କରୁଛନ୍ତି କି ରାଜନୈତିକ ଦଳ? ହିନ୍ଦୁ ଭୋଟବ୍ୟାଙ୍କକୁ ହାତରେ ରଖିବାକୁ ହେଉଛି କି ଉଦ୍ୟମ? ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଘଟିଗଲା ହିଂସାକାଣ୍ଡ। କିନ୍ତୁ ପ୍ରଭାବ ପଡ଼ିଲା ସାରା ରାଜ୍ୟରେ। ହିଂସାକାଣ୍ଡ ପ୍ରତିବାଦରେ ବୁଧବାର ରାଜ୍ୟର ୧୪ଟି ଜିଲ୍ଲାରେ ବନ୍ଦ ପାଳନ କଲା ବିଶ୍ବ ହିନ୍ଦୁ ପରିଷଦ। ଏହାକୁ ସିଧାସଳଖ ସମର୍ଥନ ଦେଲା ବିଜେପି। ଆଉ ଏପଟେ ରାଜଧାନୀରେ ହିଂସା ପ୍ରତିବାଦରେ ବିଜେଡି ଆୟୋଜନ କଲା ଶାନ୍ତି ଶୋଭାଯାତ୍ରା। ଉଭୟ ଘଟଣାରୁ ଓଡ଼ିଶାରେ ବି ଧର୍ମ ରାଜନୀତିର ମଞ୍ଜି ବୁଣା ଯାଉଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି।

Advertisment

ସମ୍ବଲପୁର ହିଂସାକୁ ନେଇ ବିଜେଡି ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଭିଯୋଗ କରିବାପରେ ଆଜି ପୁଣି ଥରେ ଧର୍ମ ପ୍ରସଙ୍ଗକୁ ନେଇ ବିଜେଡିକୁ ଘେରିଛନ୍ତି। ସମ୍ବଲପୁର ଘଟଣାରେ ବିଜେଡି ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଝାଡିବା କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ରାଜନୈତିକ ଉଦ୍ଦେଶ୍ୟରେ ଧର୍ମକୁ ବ୍ୟବହାର କରିବା ଉଚିତ ନୁହେଁ ବୋଲି ବିଜେଡି କହିଛି।

ଚର୍ଚ୍ଚା ହେଉଛି ହିନ୍ଦୁ ଭୋଟ୍ ନିଜ ଆଡକୁ ଟାଣିବା ଲାଗି ଏପରି ପ୍ରୟାସ କରାଯାଉଛି। ସେମିତିରେ ବି ପୂର୍ବ ବର୍ଷମାନଙ୍କ ତୁଳନାରେ ଏଥର ସାରା ରାଜ୍ୟରେ ବଡ଼ ଧୁମଧାମରେ ପାଳନ କରାଯାଇଛି ଶ୍ରୀରାମ ନବମୀ ଉତ୍ସବ। ଠିକ୍ ସେଭଳି ହନୁମାନ ଜୟନ୍ତୀ ମଧ୍ୟ ରାଜ୍ୟର କୋଣଅନୁକୋଣରେ ବେଶ ଯାକଜମକରେ ପାଳନ ହୋଇଛି। ବିଜେପିର ହିନ୍ଦୁତ୍ବ ଏଜେଣ୍ଡା କାଳେ ଓଡ଼ିଶା ରାଜନୀତିରେ ପ୍ରଭାବ ପକାଇବ ଓ ଭୋଟ୍ ଧ୍ରୁବୀକରଣ ହୋଇଯିବ, ସେହି ଆଶଙ୍କାରେ ବିଜେଡି ବହୁ ଆଗରୁ ସଫ୍ଟ ହିନ୍ଦୁତ୍ବ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି। ନିକଟରେ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ତମାମ ବିଜେଡି ନେତା ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ।

Advertisment

ତା ପୂର୍ବରୁ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର ଭଳି ରାଜ୍ୟର ବିଭିନ୍ନ ଧାର୍ମିକ ପୀଠଗୁଡ଼ିକର ଉନ୍ନତୀକରଣ କାମରେ ଲାଗିଛନ୍ତି ବିଜେଡି ସରକାର।ଏହାବ୍ୟତିତ କିଛି ଦିନ ତଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ସ୍ଥିତ ଜାମୁକୋଳି ଗୋଶାଳାକୁ ଯାଇ ଗୋମାତାକୁ ଖାଇବାକୁ ଦେଇଥିଲେ। ରାଜୈନତିକ ସମୀକ୍ଷକ କହିଛନ୍ତି, ଧର୍ମ ଓ ରାଜନୀତି ଅଙ୍ଗାଙ୍ଗି ଭାବେ ଜଡ଼ିତ।

Odisha Politics
Advertisment
Advertisment