• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୨୮ ତାରିଖ, ସୋମବାର ମୀନ ୧୪ ଦିନ, ଚୈତ୍ର ମାସ ୭ ଦିନ, କୃଷ୍ଣପକ୍ଷ,ଏକାଦଶୀ ତିଥି, ଶ୍ରାବଣା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...

ମେଷ ରାଶି:- ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇପାରନ୍ତି । ନୂତନ ଆୟର ପନ୍ଥା ମିଳିବ, ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରନ୍ତି । ପରିବାରରେ ପାରିବାରିକ ସୁଖ ମିଳିପାରେ ।

  • ପ୍ରତିକାର:-ମହତ୍ତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ବୃଷ ରାଶି:- ପୂର୍ବରୁ କରିଥିବା ଭୁଲ କାର୍ଯ୍ୟ ପାଇଁ ଆଜି ଅନୁତାପ କରିପାରନ୍ତି । କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ ।

  • ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ ରାଶି:- ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ, ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ଖାଦ୍ୟପେୟ ଏବଂ ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ ।

  • ପ୍ରତିକାର-ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ

କର୍କଟ ରାଶି:- ଇଚ୍ଛିତ ଅଭିଲାଷ ପୂରଣ ହୋଇପାରେ । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିପାରନ୍ତି । ପରିବାରରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ସିଂହ ରାଶି:- ଶାନ୍ତିପ୍ରିୟ ଏବଂ ଧୈର୍ଯ୍ୟବାନ ହୋଇ ନିଜର କାର୍ଯ୍ୟ କରିପାରନ୍ତି । ବନ୍ଧୁମନଙ୍କ ଠାରୁ ସାହାଯ୍ୟ ଓ ସହାନୁଭୂତି ପାଇ ମନ ଭଲ ରହିପାରେ । ବ୍ୟବସାୟ ଲାଭଜନକ ହୋଇପାରେ ।

  • ପ୍ରତିକାର-ଶୁଦ୍ଧ ଚନ୍ଦନ ଓ କେଶର ର ତିଳକ ମଥାରେ ଲଗାନ୍ତୁ

କନ୍ୟା ରାଶି:- ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରା କରିପାରନ୍ତି । ମାନସିକ ଶାନ୍ତି ପାଇପାରନ୍ତି । ନୂତନ ମୂଲ୍ୟବାନ୍ ଦ୍ରବ୍ୟ ଘରକୁ କ୍ରୟ କରି ଆଣିପାରନ୍ତି ।

  • ପ୍ରତିକାର-ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ତୁଳା ରାଶି:- କାର୍ଯ୍ୟକ୍ଷେତ୍ରରେ ସହଯୋଗୀ ମାନଙ୍କ ଠାରୁ ଅସହଯୋଗ ପାଇ ମାନସିକ ଅଶାନ୍ତି ପାଇପାରନ୍ତି । ପରିବାରରେ କଳହ ଦେଖାଦେଇପାରେ । ମନ ମଧ୍ୟ ଅଶାନ୍ତ ରହିପାରେ ।

  • ପ୍ରତିକାର-ମହାଦେବଙ୍କ ଠାରେ ଜଳାଭିଷେକ କରନ୍ତୁ

ବିଚ୍ଛା ରାଶି:- ନିଜର ଭୁଲ କାର୍ଯ୍ୟ ଯୋଗୁଁ ବିବାଦ ଦେଖାଦେଇପାରେ । ପାରିବାରରେ ଅଶାନ୍ତି ମଧ୍ୟ ଦେଖାଦେଇପାରେ । ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ ।

  • ପ୍ରତିକାର-ହନୁମାନ ଚାଳିସା ୩ ଥର ପାଠ କରନ୍ତୁ

ଧନୁ ରାଶି:- ହସଖୁସିରେ ଦିନଟିକୁ ଅତିବାହିତ କରିପାରନ୍ତି । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି ।

  • ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ମକର ରାଶି:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ସୁଖାଦ୍ୟ ଭୋଜନ ସହ ବନ୍ଧୁମିଳନ ହୋଇପାରେ । ଦୂରଯାତ୍ରା ମଧ୍ୟ କରିପାରନ୍ତି, ପରିବାରରେ ଶାନ୍ତି ପାଇପାରନ୍ତି ।

  • ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନୀଳ ରଙ୍ଗର ବ୍ୟବହାର କରନ୍ତୁ

କୁମ୍ଭ ରାଶି:- କାର୍ଯ୍ୟଭାର ଅଧିକ ରହିବ, ଏଣୁ ମାନସିକ ଚାପ ଅନୁଭବ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିପାରେ । ପରିବାରରେ ଶାନ୍ତି ମିଳିପାରେ ।

  • ପ୍ରତିକାର:- ହନୁମାନ ଚାଳିସା ପାଠ କରନ୍ତୁ

ମୀନ ରାଶି:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ମନ ବଳାଇପାରନ୍ତି । ନୂତନ ବ୍ୟବସାୟ ବାଣିଜ୍ୟ କରିବା ପାଇଁ ଯୋଜନା କରିବେ ଏବଂ ସଫଳତା ପାଇବେ ଯାନବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ ।

  • ପ୍ରତିକାର:- ଶିବ ଲିଙ୍ଗରେ କ୍ଷୀର ଅଭିଷେକ କରନ୍ତୁ

.