• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫଟୋକୁ ନେଇ ମୁହାଁମୁହିଁ ସ୍ମୃତି ଓ ସ୍ମିତା । କିଏ ଉଠାଇଲା ଫଟୋ, ଆଉ କିଏ ନେଲା କ୍ରେଡିଟ୍ ? ଫଟୋ କ୍ରେଡିଟ୍ ପାଇଁ କେନ୍ଦ୍ରମନ୍ତ୍ରୀ ଓ ଏଏନଏଆଇର ଏଡିଟରଙ୍କ ମଧ୍ୟରେ ଟ୍ୱିଟର ୱାର । କେନ୍ଦ୍ରମନ୍ତ୍ରୀ ଉଠାଇଥିବା ଫଟୋର କ୍ରେଡିଟ୍ ଏନଆଇ ନେଇଯିବା ପରେ ଟ୍ୱିଟର ଜରିଆରେ ନିଜର ଅସନ୍ତୋଷ ଜାରଖିଛନ୍ତି ସ୍ମୃତି ଇରାନୀ । ତେବେ ଏତିକିରେ କଥା ଥମିଯାଇନି । ଏହାର ଉତ୍ତର ମଧ୍ୟ ଦେଇଛନ୍ତି ଖବର ସରବରାହ ସଂସ୍ଥା ଏନଏନଆଇର ଏଡିଟର୍‌ ସ୍ମିତା ପ୍ରକାଶ । ସ୍ମୃତିଙ୍କୁ ଆକ୍ଷେପ କରି ‘ବଡ଼େ ବଡ଼େ ସେହେରୋଁ ମେ ଏସି ଛୋଟି ଛୋଟି ବାତେଁ ହୋତି ହେଁ ସେନୋରିଟା’ ବୋଲି ସେ ପାଲଟା ଟ୍ୱିଟ୍ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଉଠାଇଲେ ଫଟୋ, ଆଉ କ୍ରେଡିଟ୍ ଗଲା ଏନଏନଆଇକୁ । ସ୍ମୃତି ଉଠାଇଥିବା ଫଟୋକୁ ଏକ ଖବରକାଗଜରେ ଛପାଯାଇଥିବା ବେଳେ, ଫଟୋ କ୍ରେଡିଟ୍‌ ଏଏନଆଇକୁ ଦିଆଯାଇଛି । ଏଥିରେ କ୍ଷୁବ୍ଧ ହୋଇ ସ୍ମୃତି ଲେଖିଛନ୍ତି, ଫଟୋ ମୁଁ ଉଠାଇଲି, ହେଲେ କ୍ରେଡିଟ୍‌ ଏଏନଆଇକୁ ଦିଆଗଲା । କ୍ୟାପସନ ସହ ମୁହଁ ଶୁଖାଇବାର ଏକ ଇମୋଜି ମଧ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଏହାର ଉତ୍ତରରେ କିଙ୍ଗ ଖାନ୍‌ଙ୍କ ଷ୍ଟାଇଲରେ ଦେଇଛନ୍ତି ଏନଏନଆଇର ଏଡିଟର୍‌ ସ୍ମିତା । ‘ବଡ଼େ ବଡ଼େ ସେହେରୋଁ ମେ ଏସି ଛୋଟି ଛୋଟି ବାତେ ହୋତି ହେଁ ସେନୋରିଟା’ ବୋଲି ସେ ଲେଖିଛନ୍ତି । ତେବେ ତାଙ୍କ ପାଲଟା ଜବାବରେ ଥମିଯାଇ ନାହାନ୍ତି କେନ୍ଦ୍ରମନ୍ତ୍ରୀ । ସେ ପୁଣି ଲେଖିଛନ୍ତି, ‘ବଡ଼େ ଦେଶ କେ ବଡ଼େ ଏଡିଟର୍‌ ଏସା ବୋଲେଙ୍ଗେ ତୋ ଛୋଟେ ଲୋଗାଁ କା କ୍ୟାୟା ହୋଗା ?’ ଭାବନ୍ତୁ ଏନଆଇର ଫଟୋର କ୍ରେଡିଟ୍ ପିଟିଆଇ ନେଇଯାଇଥିଲେ କଣ ହୋଇଥାଆନ୍ତା ବୋଲି ସ୍ମୃତି,ସ୍ମିତାଙ୍କୁ ପ୍ରଶ୍ନ କରିଛନ୍ତି ।

ମାର୍ଚ୍ଚ ୨୫ ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଉଠାଇଥିବା ଏକ ଫଟୋକୁ ନେଇ ଏତେ ବବାଲ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ସ୍ମୃତି ଏହି ଫଟୋ ଉଠାଇଥିଲେ । ସେହି ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ ଏବଂ ଜେପି ନଡ୍ଡାଙ୍କ ପରି ବିଜେପିର ବରିଷ୍ଠ ନେତା ମାନେ ନଜର ଆସୁଛନ୍ତି । ଏହି ଚିତ୍ରର କ୍ୟାପସନରେ ସ୍ମୃତି ଇରାନୀ ଲେଖିଛନ୍ତି, 'ମୋ ପରିବାର ବିଜେପି ପରିବାର।' ହେଲେ ଫଟୋ କ୍ରେଡିଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନଆଇ ବିରୋଧରେ ଫଟୋ ଚୋରିର ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ହୋଇଥିବା ଉଭୟ ଏଡିଟର ଓ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟର ୱାର ଚର୍ଚ୍ଚାର ବିଷୟ ପାଲଟିଛି ।