Pramod Behera

ପ୍ରତିବର୍ଷ ମେ’ ମାସ ୧୦ ତାରିଖକୁ ବିଶ୍ୱ ‘ଲୁପସ୍ ଦିବସ’ ଭାବେ ପାଳନ କରାଯାଏ। ‘ଲୁପସ୍’ ହେଉଛି ଏମିତି ଏକ ରୋଗ, ଯେଉଁଥିରେ ରୋଗ ପ୍ରତିରୋଧକାରୀ ଶକ୍ତି ମଣିଷ ଶରୀରକୁ ସୁରକ୍ଷା ଦେବା ପରିବର୍ତ୍ତେ ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ଭୁଲବଶତଃ ଆକ୍ରମଣ କରି ପ୍ରଦାହ ଘଟାଏ ଏବଂ କ୍ଷତି କରେ। ଏହା ଚର୍ମଠାରୁ ଆରମ୍ଭ କରି ବୃକକ୍, ମସ୍ତିଷ୍କ, ସ୍ନାୟୁ, ଅନ୍ତଃନଳୀ ଓ ହୃତପିଣ୍ଡ ଆଦିକୁ ପ୍ରଭାବିତ କରି ବିଭିନ୍ନ ଅଙ୍ଗକୁ ଅଚଳ କରିପାରେ।

ତେବେ ଠିକ୍ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା ଆରମ୍ଭ କଲେ ଏହି ରୋଗ ସହ ରୋଗୀ ସାଧାରଣ ଜୀବନଯାପନ କରିପାରିବେ। କିନ୍ତୁ ଅବହେଳା କଲେ ରୋଗୀ ମୃତ୍ୟୁବରଣ କରିବାର ଆଶଙ୍କା ମଧ୍ୟ ରହିଥାଏ। ତେଣୁ ସମାଜରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରି କିପରି ରୋଗୀମାନଙ୍କୁ ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ଠିକ୍ ଚିକିତ୍ସ୍ ସୁବିଧା କରାଯାଇପାରିବ ଓ ଲୁପସ୍ ରୋଗୀମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସୁଦୃଢ କରି ଉତ୍ସାହିତ କରାଯାଇପାରିବ ତାହା ହିଁ ଏହି ‘ବିଶ୍ୱ ଲୁପସ୍ ଦିବସ’ର ଲକ୍ଷ୍ୟ।

ଲୁପସ୍ ରୋଗ କ’ଣ:

ଏହା ଏକ ଅଟୋଇମ୍ୟୁନ୍ ରୋଗ। ଏଥିରେ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ଭୁଲ ବୁଝାମଣାବଶତଃ ନିଜ ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ ଆଘାତ ପହଞ୍ଚାଇଥାଏ।

‘ଲୁପସ୍’ର ଲକ୍ଷଣ :

ଖରାକୁ ବାହାରିଲେ ମୁହଁ ଲାଲ ପଡିବା, ପାଟି ଉପର ତାଳୁରେ ଘା’ ହେବା, ବେଶି କେଶ ଝଡିବା, ଦୀର୍ଘଦିନ ଧରି ଜ୍ୱର ନ ଛାଡିବା, ଗଣ୍ଠି ଯନ୍ତ୍ରଣା ହେବା, ରକ୍ତହୀନତା ଦେଖାଦେବା, ପରିସ୍ରାରେ ପ୍ରୋଟିନ୍ ପଡିବା, ଅଧିକ କ୍ଲାନ୍ତ ଅନୁଭବ କରିବା ଏହି ରୋଗର ସାଧାରଣ ଲକ୍ଷଣ।

‘ଲୁପସ୍’ କେମିତି ଶୀଘ୍ର ଚିହ୍ନିବେ :

ବିଭିନ୍ନ ଲୁପସ୍ ରୋଗୀଙ୍କଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ। ତେଣୁ ଏହାକୁ ଚିହ୍ନିବାରେ ଡାକ୍ତରଙ୍କୁ ମଧ୍ୟ ସମସ୍ୟା ଦେଖାଦେଇଥାଏ। କେବଳ ଗୋଟିଏ ଲକ୍ଷଣ ବା ରକ୍ତ ପରୀକ୍ଷା ଦ୍ୱାରା ହିଁ ରୋଗ ଚିହ୍ନଟ କରିହୁଏ।

କ’ଣ ସାବଧାନତା ଅବଲମ୍ବନ କରିବେ:

ସୂର୍ଯ୍ୟକିରଣର ୟୁଭି ରଶ୍ମି ଲୁପସ୍ ରୋଗୀଙ୍କ ପାଇଁ କ୍ଷତିକାରକ। ତେଣୁ ଏହି ରୋଗ ଚିହ୍ନଟ ହେବା ପରେ ରୋଗୀମାନେ ଯେତେସମ୍ଭବ ଖରାଠାରୁ ଦୂରେଇ ରହିବା ଭଲ। ଯଦି ଖରାକୁ ଯିବା ଜରୁରି, ତେବେ ସନ୍‌ସ୍କ୍ରିନ୍ ଲୋସନ୍ ବା କଳା ରଙ୍ଗର ଛତା ନେଇ ଯିବା ଜରୁରୀ।

କୋଭିଡ୍ ସମୟରେ କେମିତି ସାବଧାନ ରହିବେ ଲୁପସ୍ ରୋଗ :

ଲୁପସ୍ ରୋଗୀଙ୍କୁ ବିଭିନ୍ନ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ତେଣୁ ଅନ୍ୟ ରୋଗୀଙ୍କ ପରି ଏମାନେ ମଧ୍ୟ କୋଭିଡ୍ ନୀତି ନିୟମ - ଯେମିତିକି ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ଉଚିତ୍। ଏହି ରୋଗୀଙ୍କଠାରେ ଯଦି କୌଣସି କୋଭିଡ୍ ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ଲୁପସ୍ ରୋଗୀ କୋଭିଡ୍ ଟିକା ନେଇପାରିବେ କି:

ବର୍ତ୍ତମାନ ଭାରତରେ ବ୍ୟବହୃତ ଦୁଇ କରୋନା ଟିକା କୋଭାକ୍ସିନ୍ ଓ କୋଭିସିଲ୍ଡ ଲୁପସ୍ ରୋଗୀଙ୍କ ପାଇଁ ସୁରକ୍ଷିତ। କେବଳ ଯେଉଁମାନେ ଅଧିକ ଡୋଜ୍‌ର ଷ୍ଟେରଏଡ୍ ବା ବିଭିନ୍ନ ଇମ୍ୟୁନୋ ସପ୍ରୋସିଭ୍ ଔଷଧ ଖାଉଛନ୍ତି, ସେମାନେ ନିଜ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହି ଟିକା ନେବା ଉଚିତ।

ଚିକିତ୍ସା ନିର୍ଦ୍ଦେଶକ

ଓଡିଶା ଆଥ୍ରାଇଟିସ୍ ଏବଂ ରିୟୁମାଟୋଲୋଜି ସେଣ୍ଟର, ଭୁବନେଶ୍ୱର

ଦୂରଭାଷ: ୯୩୩୮୬୫୩୦୮୬

(ବି.ଦ୍ର. ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Other Stories

  • How to take care a new mother
    Opinion ନୂଆ ମା’ର ପୋଷଣ କିପରି ହେବା ଉଚିତ, ଆସନ୍ତୁ ଜାଣିବା

    ଯେତେବେଳେ ଏକ ନାରୀ ନିଜ ସନ୍ତାନକୁ ଜନ୍ମଦିଏ ସେତେବେଳେ ତା’ର ଶରୀର ଭିନ୍ନ ହର୍‌ମୋନ୍‌ର କ୍ଷରଣ ହେତୁ ବହୁ ପ୍ରକାର ପରିବର୍ତ୍ତନର ସାମ୍ନା କରେ। ତେଣୁ ପ୍ରସବ ପରେ ସେ ନିଜର ମୋଟା ପଣ, କ୍ଲାନ୍ତପଣ, ଖାଦ୍ୟାଭ୍ୟାସ...

  • How to releas from acidity
    Opinion ଏସିଡିଟିରୁ ଉପଶମ ପାଇଁ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

    ଏସିଡିଟି ବା ଗ୍ୟାଷ୍ଟ୍ରିକ୍ ସମସ୍ୟାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଖାଇବାର ସମୟ ଠିକ୍ ନ ରହିବା ବା ଅଧିକାଂଶ ସମୟ ପେଟ ଖାଲି ରହିବା। ଆଜିକାଲି ଏହି ସମସ୍ୟା ପ୍ରାୟ ଘରେ ଘରେ। ତେବେ ଏଥିରୁ...

  • Norland Aya for caring baby
    Opinion ପିଲାଙ୍କ ଯତ୍ନରେ ନରଲ୍ୟାଣ୍ଡ୍ ନାନୀ

    ନର୍ଲ୍ୟାଣ୍ଡ୍ କଲେଜରେ ଶିକ୍ଷାର୍ଥୀମାନଙ୍କୁ ଶିଶୁ ପାଳନ ଓ ଶିଶୁର ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନେ ଭବିଷ୍ୟତରେ ଯେଉଁ ପିଲାମାନଙ୍କର ଦାୟିତ୍ଵ ନେବେ, ସେମାନଙ୍କ ପାଇଁ କିଭଳି ଯଥାସମ୍ଭବ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ସେଥିପ୍ରତି...

  • What is UV index, how to release from it
    Opinion ଅତି ବାଇଗଣି ରଶ୍ମି, କୁପ୍ରଭାବ ଓ ସୁରକ୍ଷା ଉପାୟ

    ଅତିବାଇଗଣି ରଶ୍ମିର ସ୍ତର ୯-୧୧ ରହିବ ବୋଲି ଯେବେଠୁ ରିପୋର୍ଟ ଆସିଲାଣି, ସେବେଠୁ ପ୍ରାୟ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲ୍ ଏନେଇ ସ୍ପେସାଲ୍ ଷ୍ଟୋରୀ ଓ ବିଶେଷଜ୍ଞଙ୍କ ମତ ପ୍ରଚାର କରୁଛନ୍ତି। ତେବେ ଆସନ୍ତୁ ଏହି UV rays...