• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଇଁଛ ଅଣ୍ଡା ଦେଉଛି ବନବିଭାଗ ପାଟ୍ରୋଲିଂ କରୁଛି । ସମୁଦ୍ରରେ ସଜାଗ ଅଛନ୍ତି ୧୫ ଜଣିଆ ଟିମ୍‌ । କେମିତି ସୁରକ୍ଷିତ ରହିବେ କଇଁଛ ? କିଭଳି ଅଣ୍ଡାଦାନରେ ହେବନି କୌଣସି ବାଧା । ସେନେଇ ଏବେଠୁ ସଜାଗ ଅଛି ବନବିଭାଗ । ସେଇଥିପାଇଁ ତ ୨୪ ଘଂଟା କାମ କରୁଛନ୍ତି ସେହି ୧୫ ଜଣିଆ ଟିମ୍‌ । ଡିଏଫ୍‌ଓଙ୍କ କଡ଼ା ନିର୍ଦ୍ଦେଶ ରହିଛି ଯେମିତି କଇଁଛଙ୍କ ଅଣ୍ଡା ଦାନରେ କୌଣସି ସମସ୍ୟା ନଉପୁଜେ ।

ବିରଳ ପ୍ରଜାତିର ଅଲିଭରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ବନବିଭାଗ ଜୋରଦାର ପ୍ରସ୍ତୁତି । ଗଭୀର ସମୁଦ୍ରରେ ବିରଳ ପ୍ରଜାତିର ଅଲିଭରିଡଲେ କଇଁଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପାଳି କରି ସମୁଦ୍ର ଭିତରେ ପାଟ୍ରୋଲିଂ କରୁଛନ୍ତି ୧୫ ଜଣିଆ ଟିମ୍‌ । ବନ ବିଭାଗର ଗୋଟିଏ ଲକ୍ଷ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯେଭଳି ସର୍ବକାଳିନ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇପାରିବ ।

ଗତବର୍ଷ ବାତ୍ୟା ପ୍ରଭାବରେ ଓ ସୁଉଚ୍ଚ ଢେଉ ଯୋଗୁଁ କିଛି ସ୍ଥାନରେ ସମୁଦ୍ର ମାଡ଼ି ଆସି ବେଳାଭୂମି କ୍ଷୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ଧିରେ ଧିରେ କ୍ଷୟ ହୋଇଥିବା ସ୍ଥାନ ସତେଜ ହୋଇ ବେଳାଭୂମି ସହିତ ମିଶିଗଲାଣି । ତେଣୁ ଏଥର ଅଧିକ କଇଁଛ, ଅଣ୍ଡା ଦେବା ନେଇ ଆଶା ରଖିଛି ବନବିଭାଗ । କଇଁଛଙ୍କ ସୁରକ୍ଷା ପାଇଁ ବହୁ ସ୍ୱେଚ୍ଛାସେବୀ ସଂଗଠନ କଇଁଛଙ୍କ ସୁରକ୍ଷା ଦିଗରେ କାମ କରୁଛନ୍ତି । କଇଁଛଙ୍କ ମିଳନ ପକ୍ରିୟାଠାରୁ ଆରମ୍ଭ କରି ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ପ୍ରତି କ୍ଷଣ ଉପରେ ରଖାଯାଇଛି କଡା ନଜର ।

ସମୁଦ୍ରରେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ମାସରୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଏମିତିକି କୂଳରୁ ୨୦ କିମି ପର୍ଯ୍ୟନ୍ତ ବୋଟ୍‌ କିମ୍ବା କୌଣସି ମେସିନ୍‌ ଚାଳିତ ଡଙ୍ଗା ନଚଳାଇବା ପାଇଁ ସଂପୂର୍ଣ୍ଣ ବାରଣ ମଧ୍ୟ କରାଯାଇଛି । ଅନ୍ୟପଟେ ସମୁଦ୍ରକୁ ଯିବା ଲାଗି ଯଦି ସଂପୂର୍ଣ୍ଣ ବନ୍ଦ କରାଯିବ ତେବେ ଜୀବନଜିବିକା ପ୍ରଭାବିତ ହେବ ବୋଲି କହିଛନ୍ତି ମତ୍ସଜୀବୀ ।

ତେଣୁ ପ୍ରତିବର୍ଷ ପରି ଏଥର ମଧ୍ୟ ସରକାର ମତ୍ସଜୀବୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ । ତେଣୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ।  କଇଁଛଙ୍କ ଅଣ୍ଡାଦାନ କେମିତି ସୁରକ୍ଷିତ ଭାବରେ ସଂପୂର୍ଣ୍ଣ ହେବ ତାହାକୁ ନେଇ ବନବିଭାଗ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି ।

(ରିପୋର୍ଟ- ସିଲୁ ବିଶ୍ୱାଳ, ଖଲ୍ଲିକୋଟ)