Advertisment

ଆଉ ମେସିନ୍‌ ଉପରେ ନାହିଁ ଭରସା, ଏଣିକି ଗାତୁଆ ମୂଷା ଷ୍ଟାଇଲ୍‌ରେ ଖୋଳିବେ ଶ୍ରମିକ !

NDRFଠାରୁ ଆରମ୍ଭ କରି ବିଭନ୍ନ ଉଦ୍ଧାରକାରୀ ଟିମ୍ ଏହି କାମରେ ଲାଗି ପଡ଼ିଛନ୍ତି । ଏମିତିକି କେନ୍ଦ୍ର ତଥା ରାଜ୍ୟ ସରକାର ବି ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tunnel Tragedy, Uttarkashi

Tunnel Tragedy, Uttarkashi

ଏଣିକି ଆଉ ମେସିନ୍‌ ନୁହେଁ, ମଣିଷ ଖୋଳିବେ ଗାତ । ପ୍ରାଚୀନ ପଦ୍ଧତିରେ ଗାତ ଖୋଳି ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବ। ଆଜ୍ଞା ହଁ, ଏବେ ଗୋଟିଏ ନୂଆ ପଦ୍ଧତିରେ ଉଦ୍ଧାର କାର୍ଯ୍ୟ କରାଯିବ। ଯାହାର ନାଁ ‘ରାଟ ହୋଲ ମାଇନର୍ସ’ ବା ‘ଗାତୁଆ ମୁଷା’ ପ୍ରଣାଳୀ। ଗାତୁଆ ମୂଷା ଭଳି ଗାତ ଖୋଳି ତା ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରାଯିବ। 

Advertisment

ଉତ୍ତରକାଶୀ ଟନେଲ ଭୁଶିଡ଼ିବାକୁ ୧୬ ଦିନ ବିତିଗଲାଣି । ସେବେଠାରୁ ସେହି ଟନେଲ ଭିତରେ ଫଶି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଚାଲିଛି ଅହରହ ଉଦ୍ୟମ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତ୍ୟେକ ମୁହୁର୍ତ୍ତରେ ଚାଲିଛି ପ୍ରଚେଷ୍ଟା । NDRFଠାରୁ ଆରମ୍ଭ କରି ବିଭନ୍ନ ଉଦ୍ଧାରକାରୀ ଟିମ୍ ଏହି କାମରେ ଲାଗି ପଡ଼ିଛନ୍ତି । ଏମିତିକି କେନ୍ଦ୍ର ତଥା ରାଜ୍ୟ ସରକାର ବି ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି ।

ଖାଲି ସେତିକି ନୁହେଁ, ଦେଶ ତଥା ବିଦେଶରୁ ଟନେଲ ବିଶେଷଜ୍ଞଙ୍କୁ ଡାକି ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ବଡ଼ ବଡ଼ ମେସିନ୍‌ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛି । ହେଲେ ଏବେ ସୁଦ୍ଧା ଉଦ୍ଧାର ହୋଇପାରି ନାହାନ୍ତି ଶ୍ରମିକ । ବାରମ୍ବାର ବିଫଳ ହେଉଛି ଆମେରିକା ଅଗର ମେସିନ୍‌ । ଏହି ମେସିନ୍‌ ସାହାଯ୍ୟରେ ଟନେଲରେ ଡ୍ରିଲିଂ କରି ଶ୍ରମିକଙ୍କ ପାଖରେ ପହଞ୍ଚିବାର ଥିଲା । କିନ୍ତୁ ମେସିନ ଦେଉଛି ଧୋକା । ଲୁହା ବିମ୍‌, ଫଥର, ରଡ ଆଦି ଖୋଳିବା ରାସ୍ତାରେ ଆସୁଥିବାରୁ ଏହା ବାରମ୍ବାର ହେଉଛି ଖରାପ ।

Advertisment

ତେଣୁ ଏବେ ପ୍ରାଚୀନ ପଦ୍ଧତିରେ ଉଦ୍ଧାର ପାଇଁ ହୋଇଛି ଯୋଜନା । ‘ରାଟ ହୋଲ ମାଇନର୍ସ’ ପ୍ରଣାଳୀରେ ୨୪ ଜଣ ଏକ୍ସପର୍ଟଙ୍କୁ ନିୟୋଜିତ କରାଯାଇଛି । ଯଦି ସବୁ କିଛି ଠିକ୍‌ ରୁହେ ତେବେ ଏହି ପ୍ରଣାଳରେ ଖୁବ୍‌ଶୀଘ୍ର ଏବଂ ସୁରକ୍ଷିତ ଉଦ୍ଧାର ହୋଇପାରିବେ ଶ୍ରମିକ । ସେମାନେ ୩ଟି ସିଫ୍ଟରେ ୨୪ ଘଣ୍ଟା କାମ କରିବେ । ଗାତ ଖୋଳି ୮୦୦ ଏମ୍‌ଏମ୍‌ର ପାଇପ୍ ଯୋଗେ ଭିତରକୁ ଯିବେ । ସେମାନଙ୍କୁ ହେଲମେଟ୍‌, ୟୁନିଫର୍ମ, ଚଷମା, ମାସ୍କ ଆଦି ଯୋଗାଇ ଦିଆଯିବ ।

ଏହି ପଦ୍ଧତି ସମ୍ପୂର୍ଣ୍ଣ ରୂପେ ଲୋକଙ୍କ ଦ୍ୱାରା ଚାଲିବ । ଏମାନେ ମୂଷାଙ୍କ ଭଳି ଯେତିକି ଯେତିକି ଖୋଳିବେ ସେତିକି ସେତିକି ଭିତରକୁ ଯିବେ । ପ୍ରାଚୀନ କାଳରେ ଏଭଳି ପଦ୍ଧତି ଦ୍ୱାରା କୋଇଲା ଖଣିରୁ କୋଇଲା ବାହାର କରାଯାଉଥିଲା । ଅନ୍ୟପଟେ ଆଜି ସନ୍ଧ୍ୟା ୭ଟାରୁ ଉପରୁ ଏବଂ ସାଇଡ୍‌ରୁ ମଧ୍ୟ ଖୋଳା ଚାଲିଛି । ଏନେଇ ଉତ୍ତରାଖଣ୍ଡ ସରକାରଙ୍କ ବରିଷ୍ଠ ସଚିବ ନୀରଜ ଖଇରୱାଲ ସୂଚନା ଦେଇଛନ୍ତି ।

କହିଛନ୍ତି ‘ଅଗର ମେସିନ୍‌ ଠିକ୍‌ ହେବା ପରେ ଏହା ୮୦୦ ଏମ୍‌ଏମ୍‌ ପାଇପ୍‌କୁ ଭିତରକୁ ପ୍ରବେଶ କରିବା ପାଇଁ ଲଗାଯିବ । ଆମେ ସବୁ ଦିଗରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟ ଚଳାଇଛୁ ।’ କିନ୍ତୁ ଶ୍ରମିକଙ୍କୁ କେବେ ସୁଦ୍ଧା ଉଦ୍ଧାର କରାଯାଇ ପାରିବ ସେନେଇ କିଛି ସମୟ ଦେଇପାରି ନାହାନ୍ତି ସଚିବ ।

Advertisment
Advertisment