Advertisment

କାରକେଡ୍‌ରୁ ବାହାରି ପିଲାଙ୍କୁ ଚକଲେଟ ବାଣ୍ଟିଲେ ମହାମହିମ

ସାଧବାଣୀଙ୍କୁ ବିଦାୟ ଦେଇ ସମୁଦ୍ରରେ ସାଧବପୁଅଙ୍କ ପ୍ରତୀକାତ୍ମକ ଯାତ୍ରା ବେଳର ଦୃଶ୍ୟ ଥିଲା ଖୁବ୍ ଚିତାକର୍ଷକ।

author-image
Satyendu Shekher Mishra
President Of India, Droupadi Murmu

President Of India, Droupadi Murmu

ହୁଳହୁଳି ଓ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପୁଛି ପାରାଦୀପ। ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ବନ୍ଦରନଗରୀରେ ପ୍ରବଳ ଉତ୍ସାହ। ମହାମହିମ ମଧ୍ୟ କାରକେଡରୁ ବାହାରି ଲୋକଙ୍କ ପାଖକୁ ଯାଇଥିଲେ ଏବଂ ଛୋଟପିଲାଙ୍କୁ ଚକଲେଟ୍ ବାଣ୍ଟିଥିଲେ। ଆଜି ପାରାଦୀପ ବନ୍ଦର ୱେଟ୍ ବେସିନରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବା ସହ, ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରଂପରାକୁ ମନେ ପକାଇଛନ୍ତି ରାଷ୍ଟ୍ରପତି।

Advertisment

ସାଧବପୁଅଙ୍କୁ ଶୁଭ କଳସ ପ୍ରଦାନ କରି ଏବଂ ଶୁଭ ପତାକା ଦେଖାଇ ନୌଯାତ୍ରାର ଶୁଭାରମ୍ଭ କରିଛନ୍ତି। ତାଙ୍କ ସହ ଯୋଗ ଦେଇଥିଲେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ । ସାଧବାଣୀଙ୍କୁ ବିଦାୟ ଦେଇ ସମୁଦ୍ରରେ ସାଧବପୁଅଙ୍କ ପ୍ରତୀକାତ୍ମକ ଯାତ୍ରା ବେଳର ଦୃଶ୍ୟ ଥିଲା ଖୁବ୍ ଚିତାକର୍ଷକ।

ଏହି ଅବସରରେ ଯୁବପିଢ଼ିଙ୍କୁ ବାଣିଜ୍ୟ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗଭର ହେବା ପାଇଁ ଆହ୍ୱାନ ଦେଇଛନ୍ତି ମହାମହିମ। ଏଥିସହ ସେ କୋଷ୍ଟଗାର୍ଡ ଜାହାଜ 'ଅମୋଘ'ର ପୋତାଶ୍ରୟ ବୁଲି ଦେଖିଥିଲେ। 

Advertisment

ଖାଲି ପାରାଦୀପ କାହିଁକି, ଶ୍ରୀକ୍ଷେତ୍ରର ମହୋଦଧି... ଅର୍କକ୍ଷେତ୍ରର ଚନ୍ଦ୍ରଭାଗା... ଏକାମ୍ରକ୍ଷେତ୍ରର ବିନ୍ଦୁସାଗର... । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଉତ୍ସବମୁଖର ପୁରପଲ୍ଲୀ । ପୂଜାର୍ଚ୍ଚନା ଓ ବନ୍ଦାଣ କରି କିଏ କଦଳୀ ପାଟୁଆ ଭସାଇଛି, ତ ଆଉ କିଏ କାଗଜ ଓ ସୋଲ ଡଙ୍ଗା। ବିନ୍ଦୁ ସାଗରରେ ଭୋରରୁ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପୁରୀ ମହୋଦଧିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଦଳୀ ପାଟୁଆ ଡଙ୍ଗା ଭସାଇବା ପରେ, ନରେନ୍ଦ୍ର ପୁଷ୍କରିଣୀରେ ଭସାଇଥିଲେ ସୁସଜ୍ଜିତ ବୋଇତ ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଭଦ୍ରକ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଥିବା ବେଳେ, ବାଲେଶ୍ୱର ବସ୍ତାର ବାରୁଣୀ ପଡ଼ିଆରେ ଆୟୋଜିତ ଉତ୍ସବରେ ସାଧବପୁଅ ବେଶରେ ସଜେଇ ହୋଇ ସୁବର୍ଣ୍ଣରେଖାରେ ନୌବିହାର କରିଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ସୋର ମାଣତ୍ରୀ ଗାଁରେ ଭାସିଛି ୧୯୦ ଫୁଟର ବିଶାଳ ଡ଼ଙ୍ଗା।

ପ୍ରତିବର୍ଷ ଭଳି ଏବର୍ଷ ବି କାର୍ତ୍ତିକ ପୂର୍ଣ୍ଣିମା ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଉଛୁଳି ଉଠିଥିଲା ଶ୍ରୀମନ୍ଦିର। ଗତକାଲି ରାତିତମାମ୍ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରେ ଆଜି ମହାପ୍ରଭୁ ଧାରଣ କରିଥିଲେ ସୁବର୍ଣ୍ଣମଣ୍ଡିତ ରାଜରାଜେଶ୍ୱର ବେଶ। ସେପଟେ ମାସେ ଧରି କାର୍ତ୍ତିକ ବ୍ରତ କରିଥିବା ହବିଷ୍ୟାଳୀଙ୍କର ଆଜି ଘର ବାହୁଡ଼ା ହୋଇଛି।

President Of India Kartika Purnima Droupadi Murmu
Advertisment
Advertisment