• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଏପ୍ରିଲ ୧ରୁ ବନ୍ଦ ହେବ ବୟ ବନ୍ଦନା ଯୋଜନା

  • ପୁଣି ନୂଆ ଯୋଜନା ଆଣିବ କେନ୍ଦ୍ର

  • ଜାଣନ୍ତୁ କେତେ ନିବେଶ କଲେ ମାସକୁ ମିଳିବ ୧୮ ହଜାର ଟଙ୍କା

ଆସନ୍ତା ଏପ୍ରିଲ ୧ରୁ ବନ୍ଦ ହେବ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା । ଏଣିକି ଏଇ ଯୋଜନାରେ ଆପଣମାନେ ଆଉ ଲାଭ ପାଇପାରିବେ ନାହିଁ କି ମାସକୁ ୧୮,୫୦୦ ଟଙ୍କା ପାଇପାରିବେ ନାହିଁ। ହେଲେ ହଠାତ୍‌ କାହିଁକି ଏହି ଯୋଜନା ବନ୍ଦ ହେବାକୁ କେନ୍ଦ୍ର ନିଷ୍ପତ୍ତି ନେଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। କିନ୍ତୁ ଆପଣ ଜାଣି ଖୁସି ହେବେ ଏହି ଯୋଜନା ବନ୍ଦ ହେବା ପରେ ବି ପୁଣି ଗୋଟିଏ ନୂଆ ଯୋଜନା ଆସୁଛି। ଯାହା ଆପଣଙ୍କୁ ଭଲ ଲାଭ ଦେବ।

ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା। ଏହି ସ୍କିମରେ ଆପଣ ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରୁଥିଲେ ଏବଂ ମାସିକ ପ୍ରାୟ ୧୮,୫୦୦ ଟଙ୍କାର ଫାଇଦା ମିଳୁଥିଲା। ଏମିତିକି ଯେଉଁମାନେ ଏହି ଯୋଜନାରେ ଟଙ୍କା ନିବେଶ କରିଥିଲେ ସେମାନଙ୍କୁ ୭.୪ ପ୍ରତିଶତ ସୁଧ ବି ମିଳୁଥିଲା। ହେଲେ ଏପ୍ରିଲ ୧ରୁ ଏହା ଆଉ କାର୍ଯ୍ୟକାରୀ ହେବ ନାହିଁ।

ଅଧିକ ପଢ଼ନ୍ତୁ: ହଠାତ୍‌ ଚାକିରି ଚାଲିଯିବା ପରେ କେମିତି ମ୍ୟାନେଜ୍‌ କରିବେ EMI ?

ଏହି ଯୋଜନାରେ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିବେଶ କରାଯାଉଥିଲା। ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ଟଙ୍କା ନିବେଶ କରାଯାଉଥିଲା। ଏହି ଯୋଜନା ସଂପୂର୍ଣ୍ଣ ସୁରକ୍ଷିତ ରହୁଥିବାରୁ ଅନେକ ବ୍ୟକ୍ତି ଏହି ସ୍କିମରେ ଟଙ୍କା ଲଗାଉଥିଲେ। କିନ୍ତୁ ଏହା ବନ୍ଦ ହେବାକୁ ଯାଉଥିବାରୁ ଏହାକୁ ନେଇ ବଢିଲାଣି ଟେନସନ୍‌।

ଯୋଜନା ବନ୍ଦ ପରେ କେମିତି ମିଳିବ ଟଙ୍କା?

ସାଧାରଣତଃ ବିବାହ ପରେ ଦମ୍ପତି ଏହି ସ୍କିମରେ ଯଦି ଦୁଇ ଜଣ ଟଙ୍କା ନିବେଶ କରନ୍ତି ତେବେ ୩୦ ଲକ୍ଷ ମୋଟ୍‌ ଜମାରାଶି ହେବ। ଟଙ୍କା ଜମା ପରେ ମାସିକ ୭.୪୦ ପ୍ରତିଶତ ସୁଧ ବି ମିଳେ। ବାର୍ଷିକ ମୋଟ୍‌ ୨.୨୨.୦୦୦ ଟଙ୍କାର ସୁଧ ମିଳେ ମୋଟ୍‌ ଜମାରାଶି ଉପରେ। ଯଦି ଆପଣ ମାସିକ ଆକାରରେ ବାଣ୍ଟି ଦେବେ ତେବେ ମାସକୁ ପ୍ରାୟ ୧୮୫୦୦ ଟଙ୍କା ହେବ।

ଯଦି ୧୫ ଲକ୍ଷ ଟଙ୍କା ଆପଣ ଜମା କରନ୍ତି ତେବେ ପ୍ରତିବର୍ଷ ଆପଣଙ୍କୁ ୧୧୧୦୦୦ ଟଙ୍କା ସୁଧ ମିଳିବ । ଏହାକୁ ମାସିକ ହିସାବରେ ବାଣ୍ଟିଲେ ମାସକୁ ୯୨୫୦ ଟଙ୍କା ଆକାଉଣ୍ଟକୁ ଆସିବ। ଏହି ସ୍କିମରେ ପ୍ରାୟ ୧୦ ବର୍ଷ ଟଙ୍କା ନିବେଶ କରାଯାଏ। ମାଚ୍ୟୁରିଟି ଡେଟ୍‌ ସରିବା ପରେ ମୂଳ ଟଙ୍କା ଆପଣ ଉଠାଇପାରିବେ ବୋଲି କୁହାଯାଇଥିଲା। ହେଲେ ଏବେ ଏହି ଯୋଜନାକୁ ବନ୍ଦ କରିବ କେନ୍ଦ୍ର କିନ୍ତୁ କେନ୍ଦ୍ର ସରକାର ବୟସ୍କମାନଙ୍କ ପାଇଁ ପୁଣି ଗୋଟିଏ ନୂଆ ଯୋଜନା ଆଣିଛି। ଯାହାର ନାଁ ଏସ୍‌ସିଏସଏସ ଅର୍ଥାତ୍‌ ସିନିଅର ସିଟିଜେନ୍‌ ସେଭିଂ ସ୍କିମ୍‌। ଏହି ଯୋଜନାରେ ଲାଭ ପାଇବାକୁ ହେଲେ ନିକଟସ୍ଥ ବ୍ୟାଙ୍କରେ ଯୋଗାଯୋଗ କରିବା ପରେ ସଂପୂର୍ଣ୍ଣ ସୂଚନା ମିଳିବ ବୋଲି ପରାମର୍ଶ ବି ଦିଆଯାଇଛି।

 

OTV is now on Whatsapp

Join and get latest news update delivered to you via whatsapp

Join Now