Advertisment

ଦୀପିକାଙ୍କୁ ପ୍ରିୟ ବୋଲି କହିଲେ ଶାହରୁଖ; ହେଲେ କାହିଁକି…

ଭାଇରାଲ୍ ହେଉଛି ଶାହରୁଖ ଖାନଙ୍କ ଏକ ଭିଡିଓ। ଏଥିରେ ସେ ଦୀପିକାଙ୍କୁ ଦମଦାର ପ୍ରଶଂସା କରିଛନ୍ତି ଆଉ ସେ ତାଙ୍କର ପ୍ରିୟ ବୋଲି କହିଛନ୍ତି। ସେ ଏମିତି କାହିଁକି କହିଲେ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Shah Rukh Khan Opened Big Secret About Deepika Padukone

Shah Rukh Khan opened a big secret about Deepika Padukone

ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏହା କିନ୍ତୁ ବାସ୍ତବ ଜୀବନକୁ ନେଇ ନୁହେଁ ବରଂ ସିନେମା ଦୁନିଆକୁ ନେଇ। ବର୍ତ୍ତମାନ ପର୍ଯ୍ୟନ୍ତ ଭଭୟ ଏକାଠି କାମ କରିଥିବା ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ରୋକ୍ ଲଗାଇଛି। ଯେତେବେଳେ ବି ଶାହରୁଖ ଖାନ ଙ୍କୁ ଏକ ହିଟ୍ ଫିଲ୍ମ ଦରକାର ହୁଏ, ଦୀପିକା ପାଦୁକୋନ୍ ତାଙ୍କ ପାଇଁ ଲକି ହୋଇ ଆସିଛନ୍ତି। ସେ ‘ଚେନ୍ନାଇ ଏକ୍ସପ୍ରେସ’ ହେଉ କି ‘ହାପୀ ନିୟୁ ଇୟର’ ହେଉ ବା ନିକଟରେ ମୁକ୍ତିଲାଭ କରିଥିବା ‘ପଠାନ’ ସବୁଥିରେ ସେମାନଙ୍କ ଯୋଡି ହିଟ୍ ହୋଇଛି।

Advertisment

ଏହା ପରେ ଶାହରୁଖ ଖାନଙ୍କ ପାଇଁ ଦୀପିକା ପାଦୁକୋନ ଲକୀ ହୋଇଯାଇଛନ୍ତି। ଶାହରୁଖ ମଧ୍ୟ ତାଙ୍କ ସହିତ ଅନେକ ସମୟରେ ସ୍କ୍ରିନ୍ ଶେୟାର କରୁଥିବା ଦେଖାଯାଏ। ଏକ ପୁରୁଣା ଭିଡିଓ ଭାଇରାଲ ହେବା ପରେ ଶାହରୁଖ ଦୀପିକା ପାଦୁକୋନଙ୍କ ସହ ବାରମ୍ବାର କାମ କରିବାକୁ କାହିଁକି ପସନ୍ଦ କରୁଛନ୍ତି ସେ ରହସ୍ୟ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ: ‘ପଠାନ’ର ୭୦୦ କୋଟି ରୋଜଗାରରୁ ୧ କୋଟି ମାଗିଲେ ଫ୍ୟାନ୍

ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରୀ କେତେ ଦମଦାର ତାହା ବକ୍ସ ଅଫିସ୍ ଆକଳନ ହିଁ କହିଦେଇଥାଏ। ଦୀପିକା ପାଦୁକୋନଙ୍କ ଗୋଟିଏ ଗୁଣ ଯୋଗୁଁ ଶାହରୁଖ ତାଙ୍କ ସହ ବାରମ୍ବାର କାମ କରିବାକୁ ଅନୁପ୍ରାଣିତ ହୁଅନ୍ତି। ଏହି ଗୁଣ ହେଉଛି ଦୀପିକାଙ୍କର ପରଫେକ୍ସନ। ଏହି ପରଫେକ୍ସନ ଯୋଗୁଁ ଦୀପିକା ପାଦୁକୋନ୍ ପ୍ରତ୍ୟେକ ଛୋଟ ଛୋଟ ଜିନିଷ ପ୍ରତି ଯତ୍ନବାନ ହୋଇଥାନ୍ତି। ଦୀପିକା ପାଦୁକୋନଙ୍କ ଏହି ଗୁଣ ଶାହରୁଖ ଖାନଙ୍କୁ ଭଲ କାମ କରିବାକୁ ପ୍ରେରଣା ଯୋଗାଏ।

Advertisment

ଏ କଥା ଆମେ କହୁନୁ, ଏହା ଶାହରୁଖ ଖାନ ନିଜେ କହିଛନ୍ତି। ତାଙ୍କର ଏକ ପୁରୁଣା ଭିଡିଓ ଇନଷ୍ଟାଗ୍ରାମ ରେ ଭାଇରାଲ ହେଉଛି। ଏହି ଭିଡିଓରେ ଶାହରୁଖଙ୍କୁ ତାଙ୍କର ପ୍ରିୟ ଅଭିନେତ୍ରୀଙ୍କ ବିଷୟରେ ପଚରାଯାଇଥିଲା। ଏହାର ଉତ୍ତରରେ ଶାହରୁଖ ଖାନ କହିଛନ୍ତି ଯେ ତାଙ୍କର ପ୍ରିୟ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ।

ଏହି ଭିଡିଓରେ ସେ କହିଛନ୍ତି ଯେ “ଦୀପିକା ପାଦୁକୋନ ମୋର ଅତି ପ୍ରିୟ। ମତେ ପ୍ରେରଣା ଦିଅନ୍ତି। ସେ ତାଙ୍କର ପରଫେକ୍ସନ ପାଇବା ଜିଦିରେ ସବୁ ଛୋଟ ଛୋଟ କଥାକୁ ଠିକ୍ ଠାକ୍ କରିବାକୁ ଚେଷ୍ଟା କରନ୍ତି।”

Deepika Padukone Bollywood Shahrukh Khan
Advertisment
Advertisment