• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ଲୋକଙ୍କ ଛୋଟ ପ୍ରକୃତି । କଥାଟା ଟିକେ ଅଡ଼ୁଆ ଲାଗୁଥିବ । ଆପଣ ଶୁଣିଥିବେ ବଡ଼ ଘର ବଡ଼ ଗୁମର କଥା । କିନ୍ତୁ ଆଜି ଆମେ ସେମିତି କିଛି ବଡ଼ ଘର ବଡ଼ ଗୁମର କଥା କହୁନୁ । ଆମେ କହୁଛୁ ବଡ଼ ଲୋକଙ୍କ ଛୋଟ ପ୍ରକୃତି । ଅର୍ଥାତ ସମାଜରେ ନିଜକୁ ଜଣେ ପ୍ରତିଷ୍ଠିତ ତଥା ଭଦ୍ର ଲୋକ ବୋଲି ପରିଚୟ ଦେଉଥିବା ଧନୀ ଶ୍ରେଣୀର ଲୋକଙ୍କ ଛୋଟ ପ୍ରକୃତି । ଦାମୀ ଗାଡ଼ିରେ ବୁଲୁଛନ୍ତି ଦାମୀ ପୋଷାକ ପିନ୍ଧୁଛନ୍ତି । ହେଲେ ପ୍ରକୃତି ସେମାନଙ୍କ ଛୋଟ ।

ଆମେ କହୁଛୁ ଦିଲ୍ଲୀ ଗୁରଗାଓଁ ସହରର କଥା । ଜଣେ ବ୍ୟକ୍ତି ଏକ ଦାମୀ ଗାଡ଼ିରେ ଆସିଲେ । ଆଉ ରାସ୍ତା କଡ଼ରେ ଗାଡ଼ିକୁ ଅଟକାଇଲେ । ହଠାତ୍‌ ସେହି ଗାଡ଼ିରୁ ଡ୍ରାଇଭର ଓହ୍ଲାଇପଡ଼ିଲା । ଆଉ ରାସ୍ତା କଡ଼ରେ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରଖାଯାଇଥିବା ଫୁଲକୁଣ୍ଡ ଗୁଡ଼ିକୁ ସେହି ଗାଡ଼ିରେ ଭର୍ତ୍ତି କରିବାକୁ ଲାଗିଲେ । ଏହି ସମୟରେ ସେହି ଗାଡ଼ିରେ ଦାମୀ ପୋଷାକ ପିନ୍ଧି ବସିଥିବା ବଡ଼ ବାବୁ ଜଣକ ଗାଡ଼ିରୁ ଓହ୍ଲାଇଲେ । ଆଉ ଡ୍ରାଇଭରକୁ ଫୁଲ କୁଣ୍ଡ ଚୋରି କରି ଗାଡ଼ିରେ ଭର୍ତ୍ତି କରିବାରେ ସାହାଯ୍ୟ କଲେ ।

ଗୋଟିଏ କି ଯୋଡ଼ିଏ ନୁହେଁ ୧୦ରୁ ଅଧିକ ଫୁଲ୍ କୁଣ୍ଡ ସେମାନେ ନିଜ ଗାଡ଼ିରେ ଭର୍ତ୍ତି କଲେ । ଗାଡ଼ିର ନମ୍ବର ପ୍ଲେଟ୍‌ରୁ ଜଣାପଡ଼ୁଛି ଏହା କୌଣସି ଜଣେ VIP ଲୋକଙ୍କ ଗାଡ଼ି । ଅର୍ଥାତ ସେ ବଡ଼ ବ୍ୟବସାୟୀ ହୋଇଥାଇପାରନ୍ତି ନଚେତ କେହି ଜଣେ ବଡ଼ ଅଫିସର୍ ହୋଇଥିବେ । କିମ୍ବା ଜଣେ ବଡ଼ ନେତା ହୋଇଥିବେ । 

ତେବେ ମିଳିଥିବା ସୂଚନା ଅନୁସାରେ ଫୁଲ କୁଣ୍ଡ ଗୁଡ଼ିକ ଖୁବ୍ ଦାମୀ । ଆଗାମୀ ଦିନରେ ଭାରତରେ G20 ସମ୍ମିଳନୀ ହେବାକୁ ଥିବାରୁ ପୁରା ସହରକୁ ସେଭଳି ଦାମୀ ଦାମୀ ସୁନ୍ଦର ଫୁଲରେ ସଜାଯାଇଛି । କାରଣ ଏହି G20 ସମ୍ମିଳନୀକୁ ବିଭିନ୍ନ ଦେଶରୁ ଅତିଥିମାନେ ଆସିବେ ।

ସବୁଠାରୁ ବଡ଼ କଥା ହେଲା ବଡ଼ ବାବୁ ଜଣକ ଫୁଲ କୁଣ୍ଡ ଚୋରି କରୁଥିବା ବେଳେ କେହି ଜଣେ ବ୍ୟକ୍ତି ପୁରା ଘଟଣାକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି । ଆଉ ସେହି ଫୁଲ ଚୋରି କରୁଥିବାର ଭିଡିଓ ଏବେ ସୋସିଆଲ ମିହିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।