• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ ଫୁଟବଲ ଟିମରେ କିଏ ଖେଳିବେ କିଏ ନଖେଳିବେ ତାହା ସ୍ଥିର କରୁଥିଲେ ଜ୍ୟୋତିଷ । ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି । ଭାରତୀୟ ଫୁଟବଲ ଟିମର କୋଚ୍ ଇଗର ଷ୍ଟିମକ୍ ଗତ ବର୍ଷ ଅନେକ ମୁକାବିଲା ଲାଗି ଟିମ୍ ସିଲେକ୍ସନ ପାଇଁ ପ୍ରଫେସନାଲ ଜ୍ୟୋତିଷଙ୍କ ସାହାରା ନେଇଥିଲେ । ଏପରିକି ଖେଳାଳିଙ୍କ ଗ୍ରହ ନକ୍ଷତ୍ରର ଚଳନ ଅନୁସାରେ ସେମାନଙ୍କୁ ଟିମରେ ସ୍ଥାନ ଦିଆଯାଇଥିଲା।

ଏବେ ଏହାର ଖୁଲାସା ହୋଇଥିବା ବେଳେ ଅନେକ ଘଟଣା ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୧ ଜୁନ୍ ୨୦୨୨ରେ କୋଲକାତାରେ ଏସିଆ କପରେ ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଥିଲା। ମ୍ୟାଚର ୪୮ ଘଣ୍ଟା ପୂର୍ବରୁ କୋଚ୍ ଇଗର ଦିଲ୍ଲୀ ଅନସିଆର ଅଞ୍ଚଳରେ ଜଣେ ଜ୍ୟୋତିର୍ବିଦ୍ ଭୂପେଶ ଶର୍ମାଙ୍କୁ ୧୧ ଜଣ ସମ୍ଭାବିତ ଖେଳାଳିଙ୍କ ନାଁ ପଠାଇଥିଲେ।

ଏହାର କିଛି ଘଣ୍ଟା ମଧ୍ୟରେ ଜ୍ୟୋତିଷ ଜଣକ ପ୍ରତି ଖେଳାଳିଙ୍କ ନାଁ ସହ ନିଜର କମେଣ୍ଟ ଲେଖି ଛାଡ଼ିଥିଲେ। ଆଉ ୧୧ ଜୁନରେ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ହିଁ ଟିମ୍ ସିଲେକ୍ସନ କରାଯାଇଥିଲା। ଏହାର ଫଳ ସ୍ବରୂପ ଦଳରୁ ଦୁଇ ବଡ଼ ଖେଳାଳି ବାଦ ପଡ଼ିଥିଲେ। 

ସୂଚନା ଅନୁଯାୟୀ କୋଚ୍ ଏବଂ ଜ୍ୟୋତିଷଙ୍କ ମଧ୍ୟରେ ମେ ଓ ଜୁନ୍ ୨୦୨୨ରେ ପ୍ରାୟ ଶହେଟି ମେସେଜ୍ ଆଦାନପ୍ରଦାନ ହୋଇଛି। ଏଥିଲାଗି କୋଚ୍ ଇଗର ଷ୍ଟିମକ୍ ଜ୍ୟୋତିଷଙ୍କୁ ୧୨ରୁ ୧୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now