/odishatv-khabar/media/post_attachments/uploadimage/library/16_9/16_9_0/Lady_Don_1694524768.jpg)
Lady Don
ଭୁବନେଶ୍ୱରରେ ପୁଣି ଆକ୍ଟିଭ ଲେଡି ଡନ୍ । ଅପହରଣ କଲେ, ମାରିଦେବାକୁ ଧମକ ଦେଲେ । ଡାକ୍ତରଙ୍କୁ ଅପହରଣ କରି ମାଗିଲେ ମୁଣ୍ଡ ଜାମିନ୍ । କହିଲେ ୨୫ ଲକ୍ଷ ନଦେଲେ ଗଡ଼ିବ ଡାକ୍ତରଙ୍କ ମୁଣ୍ଡ ।
ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରରୁ । ଚିକିତ୍ସା ନାଁରେ ମେଡ଼ିକାଲ ଅଫିସରଙ୍କୁ ଘରକୁ ଡାକି ଅପହରଣ କରିଥିଲେ ଲେଡି ହନ୍ । ଆଉ ତାଙ୍କର ସାଥ୍ ଦେଇଥିଲେ ତାଙ୍କ ସ୍ୱାମୀ । ଖାଲି ସ୍ୱାମୀ ନୁହେଁ ଅପହରଣ ପାଇଁ ପ୍ରସ୍ତୁତ କରାଯାଇଥିଲା ଏକ ସ୍ୱତନ୍ତ୍ର କିଡ୍ନାପିଙ୍ଗ୍ ଟିମ୍ । ଯେଉଁଥିରେ ମାଷ୍ଟର ମାଇଣ୍ଡ ପତି ପତ୍ନୀଙ୍କ ବ୍ୟତୀତ ଆଉ ୪ ଜଣ ସହଯୋଗୀ ବି ସାମିଲ ଥିଲେ ।
ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଘରକୁ ଡାକି ଅପହରଣ କରିବା ପରେ, ତାଙ୍କ ଘରକୁ ଫୋନ୍ କରି ମାଗିଥିଲେ ୨୫ ଲକ୍ଷ ଟଙ୍କା । ଆଉ ୨୫ ଲକ୍ଷ ନଦେଲେ ଡାକ୍ତରଙ୍କ ମୁଣ୍ଡ ଗଡ଼ିବ ବୋଲି ଧମକ ଦେଇଥିଲେ । ଏହି ଭୟରେ ଡାକ୍ତରଙ୍କ ପରିବାର ଲୋକେ ୧ ଲକ୍ଷ ଟଙ୍କା ନଗଦ ଦେବା ସହ ୯ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ ଅପହରଣକାରୀଙ୍କୁ । ତାପରେ ଡାକ୍ତରଙ୍କୁ ମୁକ୍ତ କରିଥିଲେ ଅପହରଣକାରୀ ।
ଏବେ ଏହି ଘଟଣାର ପର୍ଦ୍ଦାଫାସ୍ ହୋଇଛି । ୪ ସହଯୋଗୀଙ୍କ ସମେତ କିଡ୍ନାପିଂର ମାଷ୍ଟର ମାଇଣ୍ଡ ପତି ପତ୍ନୀଙ୍କୁ ବି ଗିରଫ କରିଛି ପୋଲିସ । ଏହି ପୁରା ଘଟଣା ତମଣ୍ଡୋ ଥାନା ଅଧୀନରେ ଘଟିଯାଇଛି । ଗତ ୮ ତାରିଖରେ ମେଡ଼ିକାଲ ଅଫିସରକୁ ଚିକିତ୍ସା ବାହାନାରେ ଅପହରଣ କରାଯାଇଥିଲା । ଅପହରଣକାରୀଙ୍କଠାରୁ ମୁକ୍ତ ହେବା ପରେ ମେଡ଼ିକାଲ ଅଫିସର ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତାପରେ ପୋଲିସ ତଦନ୍ତ କରିଥିଲା । ଆଉ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ଭୁବନେଶ୍ୱରରେ ପୁଣି ଆକ୍ଟିଭ ଲେଡି ଡନ୍ । ଅପହରଣ କଲେ, ମାରିଦେବାକୁ ଧମକ ଦେଲେ । ଡାକ୍ତରଙ୍କୁ ଅପହରଣ କରି ମାଗିଲେ ମୁଣ୍ଡ ଜାମିନ୍ । କହିଲେ ୨୫ ଲକ୍ଷ ନଦେଲେ ଗଡ଼ିବ ଡାକ୍ତରଙ୍କ ମୁଣ୍ଡ ।#Odisha#Kidnap#Bhubaneswarpic.twitter.com/2dd7ofuN14
— ଓଟିଭି (@otvkhabar) September 12, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)