• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଛତ୍ରପୁର : ବିବାହ ପଛେ, ପାଠପଢ଼ା ତଥା ପରୀକ୍ଷା ଆଗ । ହାତରେ ମେହେନ୍ଦୀ, ମଥା ଓଢ଼ଣୀ ପକାଇ ବରକୁ ଅପେକ୍ଷା କରିଥିବା କନ୍ୟା । ହେଲେ ଲଗ୍ନ ଗଡ଼ିଯିବା ପରେ ମଧ୍ୟ ବର କି ବରଯାତ୍ରୀ କେହି ପହଞ୍ଚି ନଥିଲେ । ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆସି ବିବାହ କରିଥିଲେ ଯୁବକ । ବିବାହ ବିଳମ୍ବ ହେବାର କାରଣ ହେଉଛି ଦଶମ ପରୀକ୍ଷା  । ବର ପିଲାଟି ବିବାହ ପୂର୍ବରୁ ପରୀକ୍ଷା ଦେବା ପାଇଁ ଚାଲି ଯାଇଥିଲା । ଆଉ ଆସିବା ପରେ ଉଭୟ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି । ଗତ ଶନିବାର ଦିନ ମଧ୍ୟପ୍ରଦେଶର ଛତ୍ରପୁରରେ ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।

ଛତ୍ରପୁରର କଲ୍ୟାଣ ମଣ୍ଡପମ ଠାରେ ଗଣ ବିବାହର ଆୟୋଜନ ହୋଇଥିଲା । ଏଠାରେ ୧୧ ହଳ ଦମ୍ପତି ଏକାଠି ବିବାହ କରିଛନ୍ତି । ସେହିପରି ଯୋଡି ମଧ୍ୟରୁ ହଳେ ହେଲେ ରାମଜୀ ସେନ୍ ଏବଂ ପ୍ରୀତି ସେନ୍ । ରାମଜୀଙ୍କ ବୟସ ୨୧ ବର୍ଷ ଏବଂ ପ୍ରୀତିଙ୍କ ବୟସ ୧୯ ବର୍ଷ । ତେବେ ବାହା ମଣ୍ଡପରେ ବସିବା ପୂର୍ବରୁ ରାମଜୀ ପରୀକ୍ଷା ଦେବାକୁ ମଣ୍ଡପ ଛାଡ଼ି ପଳାଇଥିଲେ । ଅନ୍ୟ ସମସ୍ତଙ୍କ ବିବାହ ଶେଷ ହୋଇସାରିଥିବା ବେଳେ ଏକୁଟିଆ ପ୍ରୀତି ଅପେକ୍ଷା କରି ବସିଥିଲେ।

ତେବେ ବିବାହ ଦିନ ହିଁ ପରୀକ୍ଷା ଥିବା ରାମଜୀ ପ୍ରିତୀଙ୍କୁ ପୂର୍ବରୁ ଜଣାଇଥିଲେ । ବର୍ଷ ସାରା କଠିନ ପରିଶ୍ରମ କରିଥିବାରୁ ବିବାହ ପାଇଁ ସ୍ୱପ୍ନ ଛାରଖାର କରିବାକୁ ଚାହୁଁନଥିଲେ । ତେଣୁ ସେ ମଣ୍ଡପରୁ ଉଠିଯାଇ ପ୍ରଥମେ ପରୀକ୍ଷା ଦେଇଥିଲେ ଆଉ ତା’ପରେ ବିବାହ କରିଛନ୍ତି । ତେବେ ପରୀକ୍ଷାରେ ଭଲ ହୋଇଥିବା କଥା କହିଛନ୍ତି ରାମଜୀ । ଗୋଟିଏ ଦିନରେ ସେ ଜୀବନର ଦୁଇଟି ପରୀକ୍ଷା ଦେଇଛନ୍ତି । ଗୋଟିଏ ଜୀବନ ପାଇଁ ଆଉ ଗୋଟିଏ ଭବିଷ୍ୟତ ପାଇଁ ବୋଲି କଥା କହିଛନ୍ତି ।