• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆମ ରାଜ୍ୟରେ ଗେଣ୍ଡୁ ଫୁଲର ଚାହିଦା ଅଧିକ

ପୂଜା ପର୍ବଠାରୁ ଆରମ୍ଭ କରି ଜନ୍ମଦିନରେ ଘର ଉପାସନା ପୀଠ ଓ ସଭା ସମିତି ମାନଙ୍କରେ ଏହି ଫୁଲର ଆଦର ସବୁଠି । ଶୀତଦିନରେ ଏହି ଫୁଲର ବ୍ୟବହାର ସମସ୍ତଙ୍କଠାରୁ ଆଗରେ । ଶୀତଦିନେ ଅଧିକାଂଶ ଲୋକଙ୍କ ବାଡି ବଗିଚାରେ ବିଭିନ୍ନ ରଙ୍ଗର ଗେଣ୍ଡୁଫୁଲ ଶୋଭାବର୍ଦ୍ଧନ କରେ । ଏହା ଏକ ତୃଣ ଜାତୀୟ ଉଦ୍ଭିଦ ଓ ମୁଖ୍ୟତଃ ଶୀତଦିନେ ଫୁଟିଥାଏ । କିନ୍ତୁ ଏବେ ବୈଜ୍ଞାନିକ ପଦ୍ଧତିରେ ସବୁଦିନିଆ କିସମ ଉଭାବିତ ହେଲାଣି । ଏହାକୁ ବର୍ଷସାରା ଚାଷ କରାଯାଇପାରୁଛି ।

ଆମ ରାଜ୍ୟରେ ଗେଣ୍ଡୁ ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ସେହି ତୁଳନାରେ ଉତ୍ପାଦନ ଖୁବ କମ । ତେଣୁ ପଡୋଶୀ ରାଜ୍ୟ ଉପରେ ୯୦ ଶତକଡା ନିର୍ଭର କରିବାକୁ ପଡୁଛି । ଆମର ରାଜ୍ୟରେ ଫୁଲର ବଜାର ରହିଛି । ତେଣୁ ଚାଷୀଭାଇମାନେ ଏହାକୁ ଉନ୍ନତ ପ୍ରଣାଳୀରେ ଚାଷକଲେ ଆର୍ଥିକ ଦୃଷ୍ଟିରୁ ନିଶ୍ଚିତ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଏହାର ଚାଷ ଓ ସାରା ପରିଚାଳନା ଜାଣିବା ।

ଗେଣ୍ଡୁ ଫୁଲ ଚାଷ ପାଇଁ ଜମି ପ୍ରସ୍ତୁତି:

  • ନିଗିଡା, ଦୋରସା, ବାଲିଆ ଦୋରସା,ଓ ଅଧିକ ଜୈବ ଅଙ୍ଗାର ଥିବା ଏବଂ ନକ୍ଷାରାମ୍ଳ ମାଟିରେ ଭଲ ଗେଣ୍ଡୁ ଚାଷ କରିହୁଏ ।
  • ତଥାପି ଏହାକୁ ପ୍ରତିକୂଳ ପରିବେଶରେ ମଧ୍ୟ ଚାଷ କରାଯାଇପାରିବ ।
  • ଏଥିପାଇଁ ମାଟିକୁ ୨-୩ ଓଡ ହଲକରି ଭଲ ଭାବରେ ଗୁଣ୍ଡ କରନ୍ତୁ ।
  • ଅନାବନା ଘାସ, ଚେର , ମୂଳ ଇତ୍ୟାଦି ସଫାକରି ସମତଳ କରନ୍ତୁ ।
  • ଶେଷ ଓଡ ହଲ ସମୟରେ ହେକ୍ଟର ପ୍ରତି ୧୦-୨୦ ଗାଡି ଶଢା ଗୋବର ଖତ ମିଶାନ୍ତୁ ।
  • ଏହି ମାଟିକୁ ଫସଫସିଆ କରେ , ଜଳଧାରଣ ଶକ୍ତି ବୃଦ୍ଧି କରେ ଓ ସର୍ବୋପରି ଉତ୍ପାଦିକା ଶକ୍ତି ବଢାଏ ।

ଚାରା ରୋପଣ ପଦ୍ଧତି ଓ ଯତ୍ନ:

  • ମାଟିରେ ଖତ ମିଶା ପଟାଳିରେ ଲଗାଇ ପାଣି ଦିଅନ୍ତୁ ।
  • ପ୍ରାୟ ଏକ ସପ୍ତାହ ମଧ୍ୟରେ ଚେର ବାହାରିଥାଏ ।
  • ଶୀଘ୍ର ଚେର ହେବା ପାଇଁ ସେରାଡେକ୍ସ ଇତ୍ୟାଦି ବଜାରରେ ମିଳୁଥିବା ହରମୋନ ବ୍ୟବହାର କରାଯାଇପାରେ ।
  • ମଞ୍ଜିକୁ ପଟାଳିରେ ବୁଣି ଚାରା ପ୍ରସ୍ତୁତ କରାଯାଇପାରେ ।
  • ପାକଳ ଫୁଲର ବହିସ୍ଥ ମଞ୍ଜିକୁ ଉତ୍ପନ୍ନ ଗଛରେ ଫୁଲର ଆକାର ବଡ ହୋଇଥାଏ ।

ସାର ପରିଚାଳନା:

  • ଅଧିକ ଅମଳ ଓ ବ୍ୟବସାୟ ଭିତ୍ତିରେ ଚାଷ କରିବା ପାଇଁ ସାର ପ୍ରୟୋଗର ଅବଶ୍ୟକତା ରହିଛି ।
  • ଏହାର ସୁଷମ ପ୍ରୟୋଗ ଓ ପରିଚାଳନା ଲାଭପ୍ରଦ ହୋଇଥାଏ ।
  • ହେକ୍ଟର ପ୍ରତି ୬୦-୩୦ କିଲୋ ଯବକ୍ଷାରଜାନ, ଫସଫରସ ଓ ପଟାସ ଆବଶ୍ୟକ କରେ ।
  • ଚାରା ଲଗାଇବା ସମୟରେ ଅର୍ଦ୍ଧେକ ଯବକ୍ଷାରଜାନ ଓ ପଟାସ ଏବଂ ସମସ୍ତ ଫସଫରସକୁ ଧାଡିରେ ପ୍ରୟୋଗ କରନ୍ତୁ ।
  • ଅବଶିଷ୍ଟ ସାରକୁ ଏହାର ୩୦-୪୦ ଦିନ ପରେ ଧାଡିରେ ପ୍ରୟୋଗ କରନ୍ତୁ ।
  • ବାଲିଆ କିମ୍ବା ଦୋରସା ମାଟିରେ ଯବକ୍ଷାରଜାନ ଓ ପଟାସ ସାରକୁ ୩ କିସ୍ତିରେ ଓ ଫସଫରସକୁ ୨ କିସ୍ତିରେ ପ୍ରୟୋଗ କଲେ ସୁଫଳ ମିଳେ ।
  • ଆମ ରାଜ୍ୟର ଚାଷୀଭାଇମାନେ ଉପରୋକ୍ତ ଉନ୍ନତ ପ୍ରଣାଳୀରେ ଗେଣ୍ଡୁ ଚାଷ କଲେ ନିଶ୍ଚିତଭାବେ ଲାଭବାନ ହୋଇପାରିବ ।