• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅମୃତସର ସ୍ୱର୍ଣ୍ଣ ମନ୍ଦିର ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ପଞ୍ଜାବରେ ଆଉ ଏକ ଅଘଟଣ । ପଞ୍ଜାବ କପୁରଥାଲା ନିଜାମପୁର ଗାଁର ଗୁରୁଦ୍ୱାରରେ ଘଟିଛି ଘଟଣା । ଆଜି ଭୋରରୁ ଜଣେ ଯୁବକ ଗୁରୁଦ୍ୱାରରେ ଲାଗିଥିବା ନିଶାନ ସାହିବ୍ ଅର୍ଥାତ ପବିତ୍ର ପତାକାକୁ ଅସମ୍ମାନ ପ୍ରଦର୍ଶନ କରିଥିଲା । ତେଣୁ ସଂପୃକ୍ତ ଯୁବକଙ୍କୁ ଧରି ଗାଁ ଲୋକେ ପ୍ରବଳ ପିଟିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି । ପୋଲିସ୍ ମାମଲାରେ ତଦନ୍ତ କରୁଛି ।

ସେହିଭଳି ଗତକାଲି ମଧ୍ୟ ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଜଣେ ଯୁବକ ପଶି ଗୁରୁ ଗନ୍ଥ ସାହିବଙ୍କୁ ଅସମ୍ମାନ ପ୍ରଦର୍ଶନ କରିଥିଲେ । ଘଟଣା ପରେ ଉତ୍ୟକ୍ତଲୋକଙ୍କ ରୋଷର ଶିକାର ହୋଇଥିଲେ ଯୁବକ । ଲୋକଙ୍କ ମାଡ଼ରେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ହେଲେ ପଞ୍ଜାବରେ ଏଭଳି ଘଟଣା ପଛରେ କିଏ ? ସେନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଗୁରୁଦ୍ୱାର ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି ଯେ, ରବିବାର ଏହି ମନ୍ଦିରରେ ବହୁ ସଂଖ୍ୟାରେ ଲୋକ ଏକାଠି ହୁଅନ୍ତି । ତେବେ ଉପରୋକ୍ତ ମାମଲା ଶିଖ ଭକ୍ତଙ୍କ ଭାବାବେଗକୁ ଆଘାତ ଦେବାକୁ ଉଦ୍ୟମ କରାଯାଥିଲା । ଏଥିରେ ଶ୍ରଦ୍ଧାଳୁମାନେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ଏହା ଏକ ଧାର୍ମିକ ଭାବନା ପ୍ରତି କୁଠାରଘାତ ଜନିତ ମାମଲା ହୋଇଥିବାରୁ ପୋଲିସ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ଗୁରୁଦ୍ୱାର ପକ୍ଷରୁ କୁହାଯାଇଛି ।