• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାଆ ମମତା ସାମ୍ନାରେ ସବୁ ତୁଚ୍ଛ। ନିଜ ଛୁଆର ଯତ୍ନ ନେବା ସହ ଜୀବନ ରକ୍ଷା କରିବା ପାଇଁ କିଛି ବି କରିପାରେ ମାଆ। ଯଦି ମାଆ ଅନୁଭବ କରେ ମୋ ଛୁଆ ଉପରେ କୌଣସି ବିପଦ ରହିଛି ତେବେ ସାଙ୍ଗେ ସାଙ୍ଗେ ନିଜେ ସାମ୍ନାକୁ ଆସେ, ଆଉ ସବୁ ବିପଦକୁ ନିଜେ ଛାତି ଦେଖାଇ ସହିଯାଏ...ଠିକ୍‌ ଏମିତି ଏକ ଭିଡ଼ିଓକୁ ବିଶିଷ୍ଟ ଶିଳ୍ପୀ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ପେଜ୍‌ରେ ସେୟାର କରି ଲେଖିଛନ୍ତି ମାଆ ତୁଝେ ସଲାମ।

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି। ଏହି ଭିଡ଼ିଓରେ କେମିତି ବିକଟାଳ ଶବ୍ଦ କରି ମାଡ଼ି ଆସୁଛି ଜେସିବି। ଆଉ ସେତିକି ବେଳେ ନିଜ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ଜେସିବି ସାମ୍ନାରେ ନିଜର ଡେଣାକୁ ମେଲାଇ ଛିଡା ହୋଇ ରହିଛି ଏକ ପକ୍ଷୀଟି ତାହା ଦେଖିବାକୁ ମିଳିଛି । ୟୁଜର୍ସମାନେ କଂମେଟ୍‌ ଦେଉଛନ୍ତି ସତରେ ମାଆଠୁ ବଳି ଦୁନିଆରେ କେହି ନାହିଁ। ଯାହାର ଶ୍ରେଷ୍ଠ ଉଦାହରଣ ଏହି ଭିଡ଼ିଓ ।

ଭିଡ଼ିଓରେ ଦେଖିବାକୁ ମିଳୁଛି, ଅଣ୍ଡା ଦେଇଥିବା ସ୍ଥାନ ଆଡ଼କୁ ହଠାତ୍ ଏକ ବୁଲଡୋଜର ମାଡ଼ି ଆସୁଥିଲା। ଏହା ଦେଖିବା ପରେ ପକ୍ଷୀଟି ତା’ର ଅଣ୍ଡା ଆଡ଼କୁ ଦୌଡ଼ି ପଳାଉଛି । ଅଣ୍ଡାଗୁଡ଼ିକୁ ସୁରକ୍ଷା ଦେବାକୁ ଯାଇ ଅଣ୍ଡାଗୁଡ଼ିକ ଉପରେ ତା’ର ଡ଼େଣା ମେଲାଇ ଦୃଢତାର ସହ ଛିଡ଼ା ହେଉଛି । ବୁଲଡୋଜରଟି ପକ୍ଷୀ ଆଡ଼କୁ ଗର୍ଜନ କରି ମାଡ଼ି ଆସୁଥିଲେ ବି ପକ୍ଷୀଟି ନିଜ ସ୍ଥାନରୁ ହଟୁନାହିଁ। ବରଂ ଚିତ୍କାର କରୁଛି। ସତେ ଯେମିତି ତା’ର ବିକଳ ଚିତ୍କାରରୁ ବୁଝା ପଡୁଛି ଯେ, ‘ଆଗକୁ ଆସନାହିଁ, ଆଗକୁ ମାଡ଼ି ଆସିଲେ ମୋର ଛୁଆଙ୍କ ଜୀବନ ଚାଲିଯିବ।‘ ପକ୍ଷୀର ଗର୍ଜନ ଆଗରେ ବୁଲଡୋଜରର ଗର୍ଜନ ସତେ ଯେମିତି ଫିକା ପଡ଼ିଯାଉଛି । ସତରେ ମାଆ ନିଜ ଛୁଆଙ୍କ ପାଇଁ ଯେ ରକ୍ଷା କବଚ ଏ କଥା କେହି ଅସ୍ୱୀକାର କରିପାରିବେ ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now