Advertisment

ଆତଙ୍କବାଦୀଙ୍କ ବର୍ବର କାଣ୍ଡର ଭିଜୁଆଲ: ଦେଖନ୍ତୁ ସେହି ସମୟର ହୃଦୟବିଦାରକ ଦୃଶ୍ୟ

ସାମ୍ନାକୁ ଆସିଲା ଜାମ୍ମୁ ଓ କାଶ୍ମୀରର ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ରାସ୍ତାରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡର ଭିଜୁଆଲ । ରାତି ଅଧରେ କିଭଳି ଆତଙ୍କବାଦୀମାନେ ସିଆଇଏସ୍ଏଫ୍ ଯବାନଙ୍କ ଗାଡ଼ିକୁ ଅଟକାଇ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କଲେ ସେହି ଆକ୍ରମଣର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

author-image
Otv Khabar Bureau
CCTV footage of the terrorist attack on the  bus carrying CISF personnel in Jammu early yesterday

CCTV footage of the terrorist attack on the bus carrying CISF personnel in Jammu early yesterday

ସାମ୍ନାକୁ ଆସିଲା ଜାମ୍ମୁ ଓ କାଶ୍ମୀରର ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ରାସ୍ତାରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡର ଭିଜୁଆଲ । ରାତି ଅଧରେ କିଭଳି ଆତଙ୍କବାଦୀମାନେ ସିଆଇଏସ୍ଏଫ୍ ଯବାନଙ୍କ ଗାଡ଼ିକୁ ଅଟକାଇ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କଲେ ସେହି ଆକ୍ରମଣର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ କ୍ଲିପରେ ପାଖ ଘରୁ ମଧ୍ୟ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ତାଙ୍କ ନାଁ ପ୍ରମୋଦ ପାତ୍ର ବୋଲି ଜଣାପଡ଼ିଛି । ସେ ସିଆଇଏସ୍ଏଫ୍‌ର ୫୦୭ ବାଟାଲିୟନରେ ହେଡ୍ କନେଷ୍ଟବଳ ଭାବେ କାର୍ଯ୍ୟରତ ।

Advertisment

ଏନେଇ କାଶ୍ମୀର ଡିଜିପି ଦିଲବାଗ୍ ସିଂ କହିଛନ୍ତି, ଶାନ୍ତି ଭଙ୍ଗ କରିବା ପାଇଁ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଷଡଯନ୍ତ୍ରକୁ ସଂପୂର୍ଣ୍ଣ ଭାବେ ବିଫଳ କରିଦିଆଯାଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଗତକାଲି ୨ ଜୈସ ଇ ମହମ୍ମଦ ସଦସ୍ୟଙ୍କ ନିହତ ପରେ ଆତଙ୍କୀ ସଂଗଠନ ପକ୍ଷରୁ ଏହି ହାମଲା କରାଯାଇଥିବା ଜଣାପଡ଼ିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପତ୍ୟାକା ଗସ୍ତ ପୂର୍ବରୁ ଏଭଳି କାଣ୍ଡ ଘଟିଥିବାରୁ ଏବେ ସୁରକ୍ଷାବାହିନୀ ଆଲର୍ଟରେ ରହିଛି ।

ସୂଚନା ଅନୁସାରେ, ଜାମ୍ମୁ ଓ କାଶ୍ମୀର ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ପାଖରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ପାଖରେ CISF ଯବାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରି ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରକେ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳିମାଡ଼ କରିଥିଲେ। ଯାହାର ଜବାବରେ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଥିଲେ।

ଏନ୍‌କାଉଣ୍ଟର ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇ ଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣକ CISFର ଏଏସ୍‌ଆଇ ରାଙ୍କର ଅଫିସର। ଏଥିରେ ଆଉ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଥିଲେ । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଭିଯାନ ଜାରି ରହିଛି।

Encounter In Jammu And Kashmir Jaish-e-Mohammad Terrorists Encounter In Jammu
Advertisment
Advertisment